ହୋଲିରେ କ’ଣ କଲେ ଶୁଭ…

ରଙ୍ଗର ପର୍ବ ହୋଲିକୁ ଆହୁରି ଆନନ୍ଦମୟ କରିବା ପାଇଁ ଯଦି ନିମ୍ନରେ ଦିଆଯାଇଥିବା କିଛି ଟିପ୍ସକୁ ପାଳନ କରାଯାଏ; ତା’ହେଲେ ଅନେକ ଶୁଭଫଳ ମିଳିଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି। ଯଥା:

* ହୋଲି ଖେଳିବା ପୂର୍ବରୁ ଘରେ ଯଦି ପ୍ରଭୂ ଗଣେଶଙ୍କର ଉପାସନା କରାଯାଏ, ତା’ହେଲେ ଘରେ ଯଦି କିଛି ବାସ୍ତୁଦୋଷ ଥାଏ ତାହା ଦୂର ହୋଇଯାଏ ବୋଲି ବିଶ୍ୱାସ ରହିଛି।

* ଏହି ଶୁଭ ଦିନରେ ଯଦି ଶୟନ କକ୍ଷରେ ରାଧାକୃଷ୍ଣଙ୍କର ଫଟୋ ଲଗାଇ ତାଙ୍କୁ ଫଗୁ ଓ ଫୁଲ ଅର୍ପଣ କରାଯାଏ, ତା’ହେଲେ ପତ୍ନୀପତିଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହେବା ସହ ସୁଖସମୃଦ୍ଧି ବୃଦ୍ଧି ପାଇଥାଏ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି।

* ହୋଲି ଦିନ ମୁଖ୍ୟଦ୍ୱାରର ଉପରି ଭାଗରେ ସୂର୍ଯ୍ୟଦେବଙ୍କର ପ୍ରତୀମା ହେଉ ଅବା ଫଟୋ ଲଗାଇଲେ ଘରେ ସକାରାତ୍ମକ ଊର୍ଜ୍ଜା ବଢିବା ସହ ପରିବାର ସଦସ୍ୟଙ୍କର ମଙ୍ଗଳ ହୋଇଥାଏ।

* ଅନ୍ୟପକ୍ଷେ ଏହିଦିନ ଘରେ ନୂଆ ତୁଳସୀ ଗଛ ହେଉ ଅବା ମନି ପ୍ଲାଣ୍ଟ ଲଗାଇବା ବି ଶୁଭ ହୋଇଥାଏ। ଧାର୍ମିକ ମାନ୍ୟତା ଅନୁସାରେ, ଗଛ ଘରକୁ ସୌଭାଗ୍ୟ ଆଣିଥାଏ।

* ଅନେକେ ଘରର ଶୀର୍ଷ ଭାଗରେ ଧ୍ୱଜା ଲଗାଇଥାନ୍ତି। କୁହାଯାଏ, ଏହାଦ୍ୱାରା ପରିବାରର ମାନସମ୍ମାନ ଓ ସୁଖସମୃଦ୍ଧି ବଢିବା ସହ ସଦସ୍ୟଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହୋଇଥାଏ। ଯଦି ଧ୍ୱଜା ପୁରୁଣା ହୋଇଯାଇଥାଏ, ତା’ହେଲେ ହୋଲି ଦିନ ଏହାକୁ ବଦଳାଇ ନୂଆ ଧ୍ୱଜା ଲଗାଇବା ଅତ୍ୟନ୍ତ ଶୁଭ ବୋଲି କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ତାଙ୍କ ହସ ମିଠା, କଥା ମିଠା, ନାଁ ମିଠି: ହେଲେ ଟିକେ ଟିକେ କଥାରେ ଚିଡିଯାନ୍ତି…

ତାଙ୍କ ହସ ମିଠା, କଥା ମିଠା। ମିଠା ମିଠା ଥିଲା ତାଙ୍କ ଅଭିନୟ ଓ ନୃତ୍ୟର ଯାଦୁ। ସେଇଥିପାଇଁ ତ ଓଡ଼ିଶାର ଦର୍ଶକଙ୍କ ହୃଦୟରେ ସେ ଏବେ…

ବେଡ୍‌ରୁମ୍‌ରେ କେବେବି କରିବେନି ଏଭଳି ଭୁଲ୍ : ନହେଲେ

ସ୍ତ୍ରୀସ୍ବାମୀଙ୍କ ସମ୍ପର୍କ ସବୁଠୁ ମଧୁର ଓ ସବୁଠୁ ସୁନ୍ଦର। ଏହି ସମ୍ପର୍କକୁ ଦୀର୍ଘସ୍ଥାୟୀ ଓ ନିବିଡ଼ କରାଇବା ଦିଗରେ ସେମାନଙ୍କ ବେଡ୍‌ରୁମ୍‌ର ବି ଯଥେଷ୍ଟ ଭୂମିକା ରହିଥାଏ…

ଭାଲେଣ୍ଟାଇନ୍ସ ଡେ’ରେ ସାଥୀଙ୍କୁ ଦେବାକୁ ଭୁଲନ୍ତୁନି ଏସବୁ , ନହଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ ଭାଲେଣ୍ଟାଇନ୍ସ ଡେ’ରେ ଏମିତି କିଛି ଉପହାର ସାଥୀକୁ ଦିଅନ୍ତୁ; ଯାହା ତାଙ୍କୁ ଖୁସି ଦେବା ସହ ତାଙ୍କ ଜୀବନରେ ସୁଖ, ସମୃଦ୍ଧି ବି ଆଣିଦେଉଥିବ……

ଭାଲେଣ୍ଟାଇନ ସପ୍ତାହ, ୪ ରାଶିର ବ୍ୟକ୍ତିଙ୍କ ଜୀବନରେ ପ୍ରେମ…

ଭାଲେଣ୍ଟାଇନ୍ସ ସପ୍ତାହ ଫେବୃଆରୀ ୭ ତାରିଖରୁ ଆରମ୍ଭ ହୋଇଛି ଏବଂ ଫେବୃଆରୀ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଭାଲେଣ୍ଟାଇନ୍ସ ସପ୍ତାହ ପ୍ରେମୀ, ବିବାହିତ ଦମ୍ପତି ଏବଂ ଅବିବାହିତମାନଙ୍କ…

ଯୁବପିଢ଼ିଙ୍କ ମଧ୍ୟରେ ବୃଦ୍ଧି ପାଉଛି ଷ୍ଟୋନ ସମସ୍ୟା, ଜାଣନ୍ତୁ କାରଣ ଏବଂ ପ୍ରତିକାର

ଦେଶରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଷ୍ଟୋନକୁ ଗମ୍ଭୀରତାର ସହ ନିଅନ୍ତି ନାହିଁ । କିନ୍ତୁ ଏହି ଛୋଟ ସମସ୍ୟା ହୃଦରୋଗ, କ୍ରନିକ ବୃକକ୍ ରୋଗ ଏବଂ କିଡନୀ…

୧୦୦ ବର୍ଷ ପରେ କୁମ୍ଭ ରାଶିରେ ସୃଷ୍ଟି ହେଲା ‘ଅଦ୍ଭୁତ ଯୋଗ’: ଏହି ୩ ରାଶିଙ୍କର ଅଚାନକ ଘଟିବ…

୬ ଫେବୃଆରୀ, ୨୦୨୬ ଠାରୁ, ସୁଖ, ସମୃଦ୍ଧି ଏବଂ ପ୍ରେମର ଗ୍ରହ ଶୁକ୍ର, ତାଙ୍କ ବନ୍ଧୁ ଶନିଙ୍କ ରାଶି କୁମ୍ଭରେ ପ୍ରବେଶ କରିଛନ୍ତି। ଏଠାରେ, ଏହା ତାଙ୍କ…

ଆରମ୍ଭ ହେଲା ପ୍ରେମ ସପ୍ତାହ…ଆଜି ରୋଜ୍‌ ଡେ’

ଭୁବନେଶ୍ୱର,୭/୨ (ସୌମ୍ୟରଞ୍ଜନ ରାଉତ):ଫେବୃଆରୀ ୧୪, ଭାଲେଣ୍ଟାଇନ୍ସ ଡେ’। ପ୍ରେମ ଓ ପ୍ରେମୀଯୁଗଳଙ୍କ ପାଇଁ ଖାସ୍‌ ଦିନଟିଏ। ଅନ୍ୟମାନଙ୍କ ପାଇଁ ହୁଏତ ଏହି ଦିନଟି ସାଧାରଣ, ହେଲେ ପ୍ରେମୀମାନଙ୍କ…

ଭାଲେଣ୍ଟାଇନ୍‌ ଡେ’ରୁ ଏହି ରାଶିର ଆରମ୍ଭ ହେବ ଭଲ ଦିନ, ଖୋଲିବ ବନ୍ଦ ଭାଗ୍ୟର ତାଲା

ଫେବୃଆରୀ ମାସ ମିଥୁନ ରାଶି ପାଇଁ ବିଶେଷ ହୋଇପାରେ। ୧୩ ଫେବୃଆରୀ ପରେ, ମିଥୁନ ରାଶିର ଭାଗ୍ୟ ସେମାନଙ୍କ ପାଇଁ ଅନୁକୂଳ ହୋଇପାରେ। ରାଶିର ଅଧିଷ୍ଠାତ୍ରୀ ଦେବତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri