Posted inଖେଳ

ରେସଲରଙ୍କ ଅଭିଯୋଗ ପ୍ରମାଣିତ ହେଲେ ଫାଶିରେ ଝୁଲି ପଡ଼ିବି: ବ୍ରିଜ ଭୂଷଣ

ନୂଆଦିଲ୍ଲୀ,୧୮।୧: ଭାରତୀୟ କୁସ୍ତି ମହାସଂଘର ସଭାପତି ତଥା ଭାଜପା ଏମ୍‌ପି ବ୍ରିଜ ଭୂଷଣ ଶାରନ ସିଂଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ଜନ୍ତରମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ରେସଲର୍‌। ସେମାନେ ସଭାପତି ପରିବର୍ତ୍ତନ କରିବାକୁ ଅଡି ବସିବା ସହ ଦାବି ପୂରଣ ନ ହେବା ଯାଏ ଧାରଣା ଜାରି ରହିବ ବୋଲି କହିଛନ୍ତି। ଏବେ ଏହି ପ୍ରସଙ୍ଗରେ ବ୍ରିଜ ଭୂଷଣଙ୍କ ପ୍ରତିକ୍ରିୟା ଆସିଛି। ଫେଡେରେସନ କୌଣସି ଖେଳାଳିଙ୍କ ନିର୍ଯାତନା ଦେଇଛି ବୋଲି କ’ଣ କେହି ଆଗକୁ ଆସି କହିପାରିବେ ବୋଲି ସେ ପ୍ରଶ୍ନ କରିଛନ୍ତି।

ନିଜର ମତ ରଖି ସେ କହିଛନ୍ତି, ଧାରଣା ବିଷୟରେ ମୁଁ ଜାଣିବା ମାତ୍ରେ ବିମାନ ଟିକେଟ କରି ଆସିଛି। ଅଭିଯୋଗ କ’ଣ ମୁଁ ପ୍ରଥମେ ଜାଣି ନ ଥିଲି। ଭିନେଶ ଯେଉଁ ସବୁଠୁ ବଡ ଅଭିଯୋଗ କରିଛନ୍ତି। ହେଲେ କେହି ଅଛନ୍ତି ଯିଏ କହିପାରିବେ ଯେ ଫେଡେରେଶନ କୌଣସି ଖେଳାଳିଙ୍କୁ ହଇରାଣ କରିଛି। ଗତ ଦଶ ବର୍ଷ ଧରି ଫେଡେରେଶନଠାରୁ କୌଣସି ଅସୁବିଧା ହେଉ ନ ଥିଲା।

ହେଲେ ଯେତେବେଳେ ନୂତନ ନିୟମ ଅଣାଯାଏ ସେତେବେଳେ ପ୍ରସଙ୍ଗ ସାମ୍ନାକୁ ଆସେ। ବିକ୍ଷୋଭରେ ବସିଥିବା କୁସ୍ତିଯୋଦ୍ଧାମାନେ ଅଲିମ୍ପିକ୍ସ ପରେ କୌଣସି ଜାତୀୟ ଟୁର୍ନାମେଣ୍ଟରେ ଭାଗ ନେଇ ନାହାନ୍ତି। ଖେଳାଳିଙ୍କୁ କୌଣସି ପ୍ରକାର ନିର୍ଯାତନା ଦିଆଯାଇନାହିଁ। ଯଦି ଏହା ପ୍ରମାଣିତ ହୁଏ ମୁଁ ଫାଶିରେ ଝୁଲି ପଡ଼ିବି। ଏଥିରେ କେହି ବଡ଼ ବ୍ୟକ୍ତିଙ୍କ ହାତ ରହିଛି, ଏକ ବଡ଼ ଶିଳ୍ପପତିଙ୍କ ହାତ, ଏହା ଏକ ଷଡଯନ୍ତ୍ର ବୋଲି ସେ କହିଛନ୍ତି।

ଏହାଛଡ଼ା ସେ କହିଛନ୍ତି, ୯୭ ପ୍ରତିଶତ ଖେଳାଳି ମୋ ସହିତ ଅଛନ୍ତି। ଯଦି ଆପଣ ଚାହାଁନ୍ତି, ଭୋଟ କରାଇ ନିଅନ୍ତୁ। ଯୌନ ଉତ୍ପୀଡ଼ନ ଏକ ବଡ ଅଭିଯୋଗ। ମୋର ନାମ ଏଥିମଧ୍ୟକୁ ଟଣାଯାଇଥିବାରୁ କାର୍ଯ୍ୟାନୁଷ୍ଠାନ ନେଇପାରିବି ନାହିଁ। ହେଲେ ଯାଞ୍ଚ ଲାଗି ପ୍ରସ୍ତୁତ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚମକିଲେ କୁନି ଝିଅ: ଇଫ୍ରାତ୍‌ ଜୋଏଲ୍‌ଙ୍କୁ ଲିଟିଲ ମିସ୍‌ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ଟାଇଟଲ୍‌

ଲୋଇସିଂହା,୩୧ା୧୨(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗ୍‌ଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ସୋମବାର ଆୟୋଜିତ ଲିଟିଲ ମିସ୍‌ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀରର କୁନି ଝିଅ...

ବ୍ଲକ୍‌ ପ୍ରଶାସନର ବିଚିତ୍ର ନୀତି: ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ପାଇଁ ରାସ୍ତାରେ ଗାତଖୋଳା

ଲୋଇସିଂହା,୩୧ା୧୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଞ୍ଚଳର ଅନେକ ସରକାରୀ ଜମି ଜବରଦଖଲକାରୀଙ୍କ କବ୍‌ଜ୍ଜାରେ ରହିଛି। ହେଲେ ଲୋଇସିଂହା ବ୍ଲକ୍‌ ପ୍ରଶାସନ ପକ୍ଷରୁ ଏକ...

ଜୟ ଜଗନ୍ନାଥ ଶୁଣି ବିଗିଡ଼ି ଗଲେ କଂସ ମହାରାଜ: ଆଉ ତା’ପରେ ଘଟିଲା…

ମଥୁରାନଗରୀ,୩୧।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ସବୁଠାରୁ ଅନନ୍ୟ ଓ ନିଆରା। ଏଠାରେ ମଥୁରା ଅଛି, ଗୋପପୁର ମଧ୍ୟ ରହିଛି। ସେହିପରି ଯମୁନା...

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri