ଏମିତି କ’ଣ କହିଲେ ମୁଖ୍ୟମନ୍ତ୍ରୀ, ଯାହାକୁ ଶୁଣି ମଞ୍ଚ ଉପରେ କାନ୍ଦିଲେ ଜୟ ଢୋଲକିଆ

ନୂଆପଡା,୬।୧୧: ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ ବେଳେ କାନ୍ଦି ପକାଇଲେ ଜୟ ଢୋଲକିଆ। କୋମନା ମଞ୍ଚ ଉପରେ ଭାଜପା ପ୍ରାର୍ଥୀ ଜୟ ଢୋଲକିଆ କାନ୍ଦିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ ବେଳେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି। ବିଜେଡିକୁ ବେଇମାନୀ ଅର୍ଥ ମୁଖ୍ୟମନ୍ତ୍ରୀ ବୁଝାଇବା ବେଳେ କାନ୍ଦିଛନ୍ତି ଜୟ।

ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋମନା ଉଦ୍ୟାନବନ୍ଧରେ ରୋଡ ଶୋ’ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହିତ ଭାଜପା ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ସାମିଲ ହୋଇଛନ୍ତି। ବରିଷ୍ଠ ନେତା ବସନ୍ତ ପଣ୍ଡା ଓ ଅନ୍ୟମାନେ ମଧ୍ୟ ରୋଡ ଶୋ’ରେ ସାମିଲ ହୋଇଛନ୍ତି।

ସେହିପରି ଛତିଶଗଡ ମୁଖ୍ୟମନ୍ତ୍ରୀ ନୂଆପଡା ବ୍ଲକର ପଞ୍ଚମପୁର ଠାରେ ଆୟୋଜିତ ସାଧାରଣ ସଭାରେ ପ୍ରଚାର କରିଛନ୍ତି। ନୂଆପଡା ନିର୍ବାଚନମଣ୍ଡଳୀ ଛତିଶଗଡ଼ ରାଜ୍ୟର ସୀମାନ୍ତବର୍ତ୍ତୀ ଅଞ୍ଚଳ ଅଟେ। ଏହି ଅଞ୍ଚଳର ଅଧିକାଂଶ ଲୋକ ଛତିଶଗଡ ଉପରେ ନିର୍ଭରଶୀଳ ଅଟନ୍ତି। ତେଣୁ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ଦ୍ୱାରା ନୂଆପଡା ଭୋଟରଙ୍କ ଉପରେ ପ୍ରଭାବ ପଡିବ ବୋଲି କୁହାଯାଉଛି।

Dharitri – The Largest & Most Trusted Odia Daily

\