ପହଲଗାମ ଆକ୍ରମଣକୁ ନେଇ ଏମିତି କ’ଣ କହିଲେ ସୁଲତା: ପୁରା ଯୋଗ୍ୟତା ନେଇ ପଛରେ ପଡ଼ିଗଲେ ଜୟନାରାୟଣ

ଭୁବନେଶ୍ୱର,୨୬।୪: ସାଂସଦ ସୁଲତା ଦେଓଙ୍କ ମନ୍ତବ୍ୟକୁ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ନିନ୍ଦା କରିଛନ୍ତି। ଅମଣିଷ ଭାବେ ଏଭଳି କଥା ସବୁ କହିବା ଅତ୍ୟନ୍ତ ନିନ୍ଦନୀୟ। ଏଭଳି କଦର୍ଯ୍ୟ କଥା କହୁଥିବା ଲୋକଙ୍କୁ ସବୁଦିନ ପ୍ରତ୍ୟାଖ୍ୟାନ କରାଯିବା ଦରକାର।ବରିଷ୍ଠ ନେତା ଜୟନାରାୟଣ ମିଶ୍ର ମଧ୍ୟ ନିନ୍ଦା କରିଛନ୍ତି। ସେ କହଛନ୍ତି, ଯୋଗ୍ୟତା ବଳରେ ନୁହେଁ, କେମିତି କଣ ପଦରେ ପହଞ୍ଚିଛନ୍ତି? ତାଙ୍କୁ ସାମାଜିକ ସ୍ତରରେ ବୟକଟ କରାଯିବା ଦରକାର।

ତେବେ ସୁଲତା ବିବାଦୀୟ ମନ୍ତବ୍ୟ ଦେଇ କହିଥିଲେ, ଯେତିକି ସମୟରେ ଲୋକ ମଲେ ସେତିକିରେ ଧର୍ମ ପଚାରି ହେବନି କହିଲେ। ଏହା କେବଳ ଅନୁମାନ ଲଗାଇ ପରିବାର କହିଥାଇ ପାରନ୍ତି। କୌଣସି ଆତଙ୍କବାଦୀ କେବେ ଧର୍ମ, ଜାତି ସହ ବନ୍ଧା ନୁହେଁ।

Share