ଗର୍ଭାବସ୍ଥାରେ ବାନ୍ତି କାହିଁକି ହୁଏ, ଜାଣନ୍ତୁ ଏଥିରୁ କେମିତି ପାଇବେ ରକ୍ଷା

ଗର୍ଭାବସ୍ଥା ସମୟରେ ମହିଳାଙ୍କ ଶରୀରରେ ଅନେକ ପରିବର୍ତ୍ତନ ଘଟେ। ଗର୍ଭାବସ୍ଥାରେ ବିଶେଷତଃ ପ୍ରଥମ ତିନି ମାସ ପର୍ଯ୍ୟନ୍ତ ମହିଳାମାନେ କିଛି ଖାଇ ପିଇ ପାରନ୍ତି ନାହିଁ। କିଛି ବି ଖାଇବା ପରେ ବାନ୍ତି ଆରମ୍ଭ ହୁଏ। ଯଦିଓ ଏହା ଏକ ସାଧାରଣ କଥା। ଅଧିକାଂଶ କ୍ଷେତ୍ରରେ ବାନ୍ତି ସମସ୍ୟା ଷଷ୍ଠ ସପ୍ତାହରୁ ଗର୍ଭଧାରଣର ତିନିମାସ ପର୍ଯ୍ୟନ୍ତ ରହିଥାଏ। ଏହି କାରଣରୁ ମା’ର ଶରୀର ଦୁର୍ବଳ ହୋଇପଡ଼େ। ଏହା ଶିଶୁର ବିକାଶ ଉପରେ ପ୍ରତ୍ୟକ୍ଷ ପ୍ରଭାବ ପକାଇବାର ସମ୍ଭାବନା ଥାଏ। ଗର୍ଭାବସ୍ଥାରେ ପେଟ ଦରଜ, ବାନ୍ତି ସାଧାରଣ କଥା। ଯାହା ୭୦ରୁ ୮୦ ପ୍ରତିଶତ ଗର୍ଭବତୀ ମହିଳାଙ୍କଠାରେ ଦେଖାଦେଇଥାଏ। କିନ୍ତୁ ଆପଣ ଜାଣନ୍ତି କି ଗର୍ଭଧାରଣ ସମୟରେ ମହିଳାମାନେ କାହିଁକି ବାନ୍ତି କରନ୍ତି? ଯଦି ନା ତେବେ ଜାଣନ୍ତୁ ଏ ସମ୍ପର୍କରେ…

ଏକ ରିପୋର୍ଟ ଅନୁଯାୟୀ, ଗର୍ଭାବସ୍ଥାରେ ବାନ୍ତି ସାଧାରଣ ହୋଇଥାଏ। ତଥାପି କିଛି ଲୋକଙ୍କର ଏହି ସମସ୍ୟା ଅଧିକ ଏବଂ କିଛି କମ୍‌ ଥାଏ। ଗର୍ଭାବସ୍ଥାରେ ହର୍‌ମୋନରେ ଦ୍ରୁତ ପରିବର୍ତ୍ତନ ହୁଏ, ଗର୍ଭାଶୟରେ ଗର୍ଭସ୍ଥ ଶିଶୁର ବିକାଶ ପାଇଁ ଏକ ହର୍‌ମୋନ୍‌ ଅଛି, ଯାହାକୁ ହ୍ୟୁମାନ କୋରିଅନିକ୍‌ ଗୋନାଡୋଟ୍ରୋପିନ (HCG) କୁହାଯାଏ। କୋରିଅନିକ୍‌ ଗୋନାଡୋଟ୍ରୋପିନ (HCG) ହରମୋନ ପ୍ଲେସେଣ୍ଟା ଦ୍ୱାରା ଉତ୍ପନ୍ନ ହୁଏ। ଗର୍ଭାବସ୍ଥାରେ ଶରୀରରେ ଏହି ଏଚ୍‌ସିଜି ହରମୋନର ସ୍ତର ହଠାତ୍‌ ବଢ଼ିଯାଇଥାଏ।

ଏହି ହରମୋନ ମହିଳାଙ୍କ ପେଟ ଏବଂ ଅନ୍ତନଳୀ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ। ଗର୍ଭବତୀ ମହିଳାମାନେ ଗର୍ଭାଶୟ ଆବରଣରେ ସଂଲଗ୍ନ ହେବା ପରେ ଶୀଘ୍ର ଏଚ୍‌ସିଜି ଉତ୍ପାଦନ ଆରମ୍ଭ କରନ୍ତି। ଏହା ଦ୍ୱାରା ମହିଳାଙ୍କୁ ସକାଳୁ ଅସୁସ୍ଥତା କିମ୍ବା ବାନ୍ତି ଲାଗିଥାଏ। ଏକ ନିର୍ଦ୍ଦିଷ୍ଟ ଗନ୍ଧ କିମ୍ବା କିଛି ଖାଦ୍ୟ ଖାଇବା ପରେ ବାନ୍ତି ହୁଏ। ତଥାପି ଚିନ୍ତା କରିବାର କିଛି ନାହିଁ। ଯଦି ଆପଣଙ୍କର ବାନ୍ତି ସାଢ଼େ ତିନି ମାସରୁ ଅଧିକ ସମୟ ଧରି ଚାଲିବ, ତେବେ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ।

କେମିତି ପାଇବେ ରକ୍ଷା:

1.ଖାଇବା ପଦ୍ଧତିକୁ ପରିବର୍ତ୍ତନ କରନ୍ତୁ। ଦିନଚର୍ଯ୍ୟା ଆରମ୍ଭ ପୂର୍ବରୁ ଟୋଷ୍ଟ, କ୍ରାକର ଇତ୍ୟାଦି ଶୁଖିଲା ଜିନିଷ ଖାଆନ୍ତୁ।

2.ତେଲ ମସଲାଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ।

3.ଲେମ୍ବୁ ରସ ଏବଂ ଏକ ଚାମଚ ଲୁଣ ସହିତ ମିଶ୍ରିତ ଉଷୁମ ପାଣି ପିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଧନୀ ହେବାକୁ ଚାହାନ୍ତି କି? ତେବେ  ଭୁଲନ୍ତୁ ନାହିଁ ଏହି ୫ କଥା

ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ରାଜନୀତିଜ୍ଞ ଏବଂ କୁଟନୀତିଜ୍ଞ। ସେ ନିଜର ଚାଣକ୍ୟ ନୀତିରେ ମନୁଷ୍ୟ ଜୀବନ ସହ ଜଡ଼ିତ ଅନେକ ପ୍ରସଙ୍ଗ ବିଷୟରେ ବର୍ଣ୍ଣନା...

କଲରା ଖାଉଥିଲେ…

କଲରାର ସ୍ବାଦ ପିତା, ହେଲେ ଏଥିରେ ଅନେକ ଉପକାରୀ ଗୁଣ ଭରି ରହିଛି। ବିଶେଷଭାବରେ ଡାଇବେଟିସ୍‌ ରୋଗୀଙ୍କ ପାଇଁ ଏହା କେତେ ଲାଭପ୍ରଦ ତାହା ପ୍ରାୟ...

କୃତ୍ରିମ ରକ୍ତ

୧୬୧୬ ମସିହାରେ ୱିଲିୟମ ହାର୍ଭିଙ୍କ ଦ୍ୱାରା ରକ୍ତ ସଞ୍ଚାଳନ ପଥ ଆବିଷ୍କାର ହେବା ପରେ ଅନେକ ଗବେଷକ ଏବଂ ଡାକ୍ତର-ବୈଜ୍ଞiନିକମାନେ ବିଭିନ୍ନ ତରଳ ପଦାର୍ଥ ଯଥା...

ଓଜୋନ ସୁରକ୍ଷା, ଜୀବନ ରକ୍ଷା

ଆମ ପୃଥିବୀ ଗ୍ରହରେ ଜୀବନ ସଞ୍ଚାର ହେବା ପଛରେ ଗୋଟିଏ ପ୍ରମୁଖ କାରଣ ହେଲା ଏହାର ଊର୍ଦ୍ଧ୍ୱ ବାୟୁମଣ୍ଡଳରେ ଥିବା ଓଜୋନ ମଣ୍ଡଳ। ଏହା ମହାକାଶରୁ...

ମୁଖ ଦୁର୍ଗନ୍ଧ ହେଉଛି କି?

ଅନେକଙ୍କଠାରେ ମୁଖରୁ ଦୁର୍ଗନ୍ଧ ବାହାରିବା ସମସ୍ୟା ଦେଖାଯାଇଥାଏ। ବେଳେବେଳେ ଏହି ସମସ୍ୟା ସେମାନଙ୍କୁ ଅନେକ ଅସୁବିଧାରେ ପକାଇଥାଏ। କାହା ସହ କଥା ହେଲାବେଳେ ସେମାନଙ୍କୁ ବେଶ୍‌...

ଭୁଲ୍‌ରେ ବି ଏହି ଦିନ ପାଦରୁ କାଢ଼ନ୍ତୁନି ପୁରୁଣା ଝୁଣ୍ଟିଆ

ଭାରତୀୟ ସଂସ୍କୃତିରେ ବିବାହିତା ମହିଳା ପାଦ ଆଙ୍ଗୁଠିରେ ରୁପାର ଝୁଣ୍ଟିଆ ପିନ୍ଧିବାର ପରମ୍ପରା କାହିଁ କେଉଁକାଳରୁ ଚାଲିଆସିଛି। କାରଣ ରୁପାର ସମ୍ପର୍କ କୁଆଡ଼େ ଚନ୍ଦ୍ର ଊର୍ଜା...

ଖରାପ ସମୟ ଦେଇ ଗତି କରୁଥିଲେ ନିହାତି ଜାଣନ୍ତୁ ଚାଣକ୍ୟଙ୍କ ଏହି ୩ କଥା, ମାନିଲେ….

ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କ ମହାମନ୍ତ୍ରୀ ଥିଲେ ଆଚାର୍ଯ୍ୟ ଚାଣକ୍ୟ। ସେ ନିଜର ଚିନ୍ତାଧାରା ଏବଂ କୁଶଳ ରଣନୀତି ଯୋଗୁ ଚନ୍ଦ୍ରଗୁପ୍ତଙ୍କୁ ସୁଶାସକ ଭାବେ ପ୍ରତିଷ୍ଠିତ କରାଇବାରେ ସହାୟତା...

ଯୋଗ ଓ ମାନସିକ ସ୍ବାସ୍ଥ୍ୟ

ଯୋଗ ଆମର ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଶାରୀରିକ ବ୍ୟାୟାମ ବିଭିନ୍ନ ଶାରୀରିକ ଓ ମାନସିକ ସମସ୍ୟାକୁ ଭଲ କରିବାରେ ସାହାଯ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri