ବିଜେଡି ଯାହା କରିଛି ଠିକ୍‌ କରିଛି, କାହିଁକି ଏମିତି କହିଲେ ଗଣେଶ୍ୱର, ଜାଣନ୍ତୁ…

ଭୁବନେଶ୍ୱର,୨ା୩: ବିଜେଡି ବିଧାୟକ ଗଣେଶ୍ୱର ବେହେରା ଭାଜପା ଉପରେ ପ୍ରବଳ ବର୍ଷିଛନ୍ତି। ସେ ଭାଜପାକୁ ରୋକ୍‌ଠୋକ୍‌ ଶୁଣାଇ କହିଛନ୍ତି, ବିଜେଡି ଯାହା କରିଛି ଠିକ୍‌ କରିଛି। ଡାକ୍ତର ଦତ୍ତେଶ୍ୱର ହୋତା ହେଉଛନ୍ତି ବିଜେଡି ଏବଂ କଂଗ୍ରେସ ସମର୍ଥିତ ପ୍ରାର୍ଥୀ, ସେ କୌଣସି ଦଳର ପ୍ରାର୍ଥୀ ନୁହନ୍ତି। ଭାଜପାର ପ୍ରତିକ୍ରିୟା ବିସ୍ମୟକର ବୋଲି କହିଛନ୍ତି ଗଣେଶ୍ୱର।

ଅସୁସ୍ଥ ପରମ୍ପରା କେଉଁଠି ସୃଷ୍ଟି ହେଲା ବୋଲି ମଧ୍ୟ ଗଣେଶ୍ୱର ପ୍ରଶ୍ନ କରିଛନ୍ତି। ସରକାରୀ ଦଳ ଆଲୋଚନା ନ କରି ଏପରି ମନ୍ତବ୍ୟ ଦେବା ଠିକ୍‌ ନୁହେଁ। ଯଦି ଭାଜପାର ଡାକ୍ତର ସମାଜ ପ୍ରତି ସମ୍ମାନ ଅଛି ତେବେ ଭାଜପା ଏପରି କାହିଁକି କହିଲା। ଯଦି ସମ୍ମାନ ଅଛି ତେବେ ଡାକ୍ତର ହୋତାଙ୍କୁ ଭାଜପା ସମର୍ଥନ କରୁ ବୋଲି ଗଣେଶ୍ୱର ଦୃଢ଼ ଭାବରେ କହିଛନ୍ତି।

Dharitri – Odisha’s No.1 Odia Daily

Share