Posted inଜାତୀୟ

କଶ୍ମୀର ଦେଶର ଲୋକଙ୍କୁ କ’ଣ କୁହାଯାଏ

ପାଟନା, ୨୦ା୧୦: ବିହାରର ଏକ ସରକାରୀ ସ୍କୁଲରେ ୭ମ ଶ୍ରେଣୀ ପରୀକ୍ଷା ପ୍ରଶ୍ନପତ୍ରରେ କଶ୍ମୀର ଉପରେ ପଚରାଯାଇଥିବା ପ୍ରଶ୍ନକୁ ନେଇ ବିବାଦ ଦେଖାଦେଇଛି। ଏଥିରେ କଶ୍ମୀରକୁ ଏକ ଦେଶ ଦର୍ଶାଯିବା ସହ କଶ୍ମୀରବାସୀଙ୍କୁ କ’ଣ କୁହାଯାଏ ବୋଲି ପ୍ରଶ୍ନ ପଚରାଯାଇଛି। କିଶନଗଞ୍ଜ ଜିଲାରେ ଥିବା ଏହି ସ୍କୁଲର ଅର୍ଦ୍ଧବାର୍ଷିକୀ ପରୀକ୍ଷାରେ ସାମାଜିକ ବିଜ୍ଞାନ ପ୍ରଶ୍ନପତ୍ରରେ ଏପରି ପ୍ରଶ୍ନ କରାଯିବାକୁ ନେଇ ରାଜ୍ୟ ଶିକ୍ଷାମନ୍ତ୍ରୀ ଚନ୍ଦ୍ରଶେଖର ସିଂ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖ କରାଯାଇଛି, ନିମ୍ନରେ ଦିଆଯାଇଥିବା ଦେଶର ଲୋକଙ୍କୁ କ’ଣ କୁହାଯାଏ। ଯେପରି ଚାଇନା ଲୋକଙ୍କୁ ଚାଇନିଜ୍‌, ସେପରି କଶ୍ମୀର ଲୋକଙ୍କୁ କ’ଣ କୁହାଯାଏ। ଭାରତର ଲୋକଙ୍କୁ କ’ଣ ଡକାଯାଏ ବୋଲି ପ୍ରଶ୍ନ ରହିଛି। ତେବେ ଷ୍ଟେଟ୍‌ କାଉନସିଲ୍‌ ରିସର୍ଚ୍ଚ ଆଣ୍ଡ୍‌ ଟ୍ରେନିଂ (ଏସ୍‌ସିଇଆର୍‌ଟି) ଏହି ପ୍ରଶ୍ନପତ୍ର ପ୍ରସ୍ତୁତ କରିଛି। ଏହି ଦାୟିତ୍ୱ ବିହାର ଏଜୁକେଶନ ପ୍ରୋଜେକ୍ଟ କାଉନ୍‌ସିଲ (ବିଇପିସି) ଏବଂ ଏଥିରେ ଜିଲାର କୌଣସି ଭୂମିକା ନାହିଁ ବୋଲି ଜଣେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ କହିଛନ୍ତି। ଘଟଣାରେ ବିଇପିସିକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ସ୍କୁଲ ପ୍ରଧାନଶିକ୍ଷକ ଏସ୍‌.କେ. ଦାସ ଏହାକୁ ମାନବୀୟ ତ୍ରୁଟି ବୋଲି କହିଛନ୍ତି। କଶ୍ମୀରରେ ରହୁଥିବା ଲୋକଙ୍କୁ କ’ଣ କୁହାଯାଏ ବୋଲି ପ୍ରଶ୍ନ କରାଯିବାର ଥିଲା।

ହେଲେ ଭୁଲ୍‌ବଶତଃ ଏହାକୁ ‘କେଉଁ ଦେଶର ଲୋକଙ୍କୁ କ’ଣ କୁହାଯାଏ’ ପ୍ରଶ୍ନ ତାଲିକାରେ ରଖାଯାଇଥିବା ସେ କହିଛନ୍ତି। ଏହାକୁ ନେଇ ବିହାର ଭାଜପା ନୀତୀଶ କୁମାରଙ୍କ ସରକାରଙ୍କୁ ଟାର୍ଗେଟ କରିଛି। ରାଜ୍ୟ ସରକାର ତୁରନ୍ତ ଦୋଷୀଙ୍କୁ ଚିହ୍ନଟ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ବିହାର ଭାଜପା ସଭାପତି ସଞ୍ଜୟ ଯଶଓ୍ବାଲ ଦାବି କରିଛନ୍ତି। ଘଟଣାର ଯାଞ୍ଚ କରି ତଦନ୍ତ ରିପୋର୍ଟ ଦାଖଲ କରିବାକୁ ଶିକ୍ଷାମନ୍ତ୍ରୀ ଜିଲା ମାଜିଷ୍ଟ୍ରେଟଙ୍କୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

‘ମଧୁବାବୁ ପେନସନ୍‌ ଯୋଜନା’କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବାଦ୍‌ ପଡ଼ିଥିବା ୬ ଲକ୍ଷ ଯୋଗ୍ୟଙ୍କୁ ମିଳିବ ଭତ୍ତା, ଆଉ କାହାକୁ… 

ଭୁବନେଶ୍ୱର,୨୦।୨: ୨୦୨୬-୨୭ ବର୍ଷ ପାଇଁ ଶୁକ୍ରବାର ଉପସ୍ଥାପନ କରାଯାଉଛି ବଜେଟ। ୨୦୨୬-୨୭ ବର୍ଷ ପାଇଁ ଶୁକ୍ରବାର ଉପସ୍ଥାପନ କରାଯାଉଛି ବଜେଟ। ଏଥିରେ ‘ମଧୁବାବୁ ପେନସନ୍‌ ଯୋଜନା’କୁ ନେଇ…

ବାପା-ମାଆଙ୍କ ଅନୁମତି ବିନା ଆପଣ ବିବାହ କରିପାରିବେନି, ବିଧାନସଭାରେ ବଡ଼କଥା କହିଦେଲେ ସରକାର

ନୂଆଦିଲ୍ଲୀ,୨୦।୨: ଗୁଜୁରାଟ ବିଧାନସଭାରେ ବିବାହ ପଞ୍ଜିକରଣକୁ ନେଇ ଏକ ଐତିହାସିକ ପ୍ରସ୍ତାବ ଦିଆଯାଇଛି । ବାପା ମାଆଙ୍କ ଅନୁମତି ବିନା କେହି ବି ବିବାହ କରିପାରିବେ ନାହିଁ, ଅର୍ଥାତ୍ ବିବାହ…

ଧରିତ୍ରୀ ପ୍ରଭାବ: ଖବର ପ୍ରକାଶିତ ପରେ ଗଛରୁ କଣ୍ଟା କାଢୁଛି ବନ ବିଭାଗ

ଦାରିଙ୍ଗବାଡି, ୨୦।୨(ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବନାଞ୍ଚଳ ଦେଇ ଯାଇଥିବା ଗୋପାଳପୁର-ରାଇପୁର ୫୯ ନଂ ଜାତୀୟ ରାଜପଥ କଡ଼ ସମେତ ବିଭିନ୍ନ ଗାଁ ଛକ ଓ ରାସ୍ତାକଡ଼ରେ…

ବଜେଟରେ ଉପକୂଳବାସୀଙ୍କୁ ବଡ଼ ଉପହାର ଦେଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ,୨୦।୨: ଏଥର ବଜେଟରେ ଉଚ୍ଚଶିକ୍ଷା ଭିତ୍ତିଭୁମିକୁ ସଜାଡିବାକୁ ବଡ଼ ନିଷ୍ପତ୍ତି ନିଆଯାଇଛି। ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ପାଇଁ ବଡ଼ ଘୋଷଣା କରାଯାଇଥିବା ବେଳେ ଏଥିରେ…

‘ଟପଲେସ୍‌, ବ୍ରେନଲେସ ଆଣ୍ଡ ସେମଲେସ୍‌’, ଏଆଇ ସମ୍ମିଳନୀରେ କଂଗ୍ରେସର ସାର୍ଟଲେସ ପ୍ରଦର୍ଶନ ଉପରେ ଭାଜପାର ଭର୍ତ୍ସନା

ନୂଆଦିଲ୍ଲୀ,୨୦।୨: ସମ୍ବିତ ପାତ୍ର ଫେବୃଆରୀ ୨୦, ୨୦୨୬ ରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୁବ କଂଗ୍ରେସର ସଦସ୍ୟମାନଙ୍କ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣିଥିଲେ। ସେ କହିଥିଲେ ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri