Posted inଜାତୀୟ

କଶ୍ମୀର ଦେଶର ଲୋକଙ୍କୁ କ’ଣ କୁହାଯାଏ

ପାଟନା, ୨୦ା୧୦: ବିହାରର ଏକ ସରକାରୀ ସ୍କୁଲରେ ୭ମ ଶ୍ରେଣୀ ପରୀକ୍ଷା ପ୍ରଶ୍ନପତ୍ରରେ କଶ୍ମୀର ଉପରେ ପଚରାଯାଇଥିବା ପ୍ରଶ୍ନକୁ ନେଇ ବିବାଦ ଦେଖାଦେଇଛି। ଏଥିରେ କଶ୍ମୀରକୁ ଏକ ଦେଶ ଦର୍ଶାଯିବା ସହ କଶ୍ମୀରବାସୀଙ୍କୁ କ’ଣ କୁହାଯାଏ ବୋଲି ପ୍ରଶ୍ନ ପଚରାଯାଇଛି। କିଶନଗଞ୍ଜ ଜିଲାରେ ଥିବା ଏହି ସ୍କୁଲର ଅର୍ଦ୍ଧବାର୍ଷିକୀ ପରୀକ୍ଷାରେ ସାମାଜିକ ବିଜ୍ଞାନ ପ୍ରଶ୍ନପତ୍ରରେ ଏପରି ପ୍ରଶ୍ନ କରାଯିବାକୁ ନେଇ ରାଜ୍ୟ ଶିକ୍ଷାମନ୍ତ୍ରୀ ଚନ୍ଦ୍ରଶେଖର ସିଂ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖ କରାଯାଇଛି, ନିମ୍ନରେ ଦିଆଯାଇଥିବା ଦେଶର ଲୋକଙ୍କୁ କ’ଣ କୁହାଯାଏ। ଯେପରି ଚାଇନା ଲୋକଙ୍କୁ ଚାଇନିଜ୍‌, ସେପରି କଶ୍ମୀର ଲୋକଙ୍କୁ କ’ଣ କୁହାଯାଏ। ଭାରତର ଲୋକଙ୍କୁ କ’ଣ ଡକାଯାଏ ବୋଲି ପ୍ରଶ୍ନ ରହିଛି। ତେବେ ଷ୍ଟେଟ୍‌ କାଉନସିଲ୍‌ ରିସର୍ଚ୍ଚ ଆଣ୍ଡ୍‌ ଟ୍ରେନିଂ (ଏସ୍‌ସିଇଆର୍‌ଟି) ଏହି ପ୍ରଶ୍ନପତ୍ର ପ୍ରସ୍ତୁତ କରିଛି। ଏହି ଦାୟିତ୍ୱ ବିହାର ଏଜୁକେଶନ ପ୍ରୋଜେକ୍ଟ କାଉନ୍‌ସିଲ (ବିଇପିସି) ଏବଂ ଏଥିରେ ଜିଲାର କୌଣସି ଭୂମିକା ନାହିଁ ବୋଲି ଜଣେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ କହିଛନ୍ତି। ଘଟଣାରେ ବିଇପିସିକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ସ୍କୁଲ ପ୍ରଧାନଶିକ୍ଷକ ଏସ୍‌.କେ. ଦାସ ଏହାକୁ ମାନବୀୟ ତ୍ରୁଟି ବୋଲି କହିଛନ୍ତି। କଶ୍ମୀରରେ ରହୁଥିବା ଲୋକଙ୍କୁ କ’ଣ କୁହାଯାଏ ବୋଲି ପ୍ରଶ୍ନ କରାଯିବାର ଥିଲା।

ହେଲେ ଭୁଲ୍‌ବଶତଃ ଏହାକୁ ‘କେଉଁ ଦେଶର ଲୋକଙ୍କୁ କ’ଣ କୁହାଯାଏ’ ପ୍ରଶ୍ନ ତାଲିକାରେ ରଖାଯାଇଥିବା ସେ କହିଛନ୍ତି। ଏହାକୁ ନେଇ ବିହାର ଭାଜପା ନୀତୀଶ କୁମାରଙ୍କ ସରକାରଙ୍କୁ ଟାର୍ଗେଟ କରିଛି। ରାଜ୍ୟ ସରକାର ତୁରନ୍ତ ଦୋଷୀଙ୍କୁ ଚିହ୍ନଟ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ବିହାର ଭାଜପା ସଭାପତି ସଞ୍ଜୟ ଯଶଓ୍ବାଲ ଦାବି କରିଛନ୍ତି। ଘଟଣାର ଯାଞ୍ଚ କରି ତଦନ୍ତ ରିପୋର୍ଟ ଦାଖଲ କରିବାକୁ ଶିକ୍ଷାମନ୍ତ୍ରୀ ଜିଲା ମାଜିଷ୍ଟ୍ରେଟଙ୍କୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ବ୍ୟାପିଲା ବାର୍ଡ ଫ୍ଲୁ ସଂକ୍ରମଣ; ଏହିସବୁ ରାଜ୍ୟରେ ଜାରି ହେଲା ସତର୍କତା

ନୂଆଦିଲ୍ଲୀ,୨।୧: କେରଳର ଆଲପୁଜା ଏବଂ କୋଟାୟମ ସମେତ କିଛି ଅଞ୍ଚଳରେ ବାର୍ଡ ଫ୍ଲୁ ବା ପକ୍ଷୀ ଜ୍ୱର ମାମଲା ଚିହ୍ନଟ ହୋଇଛି। ଏହାକୁ ଦୃଷ୍ଟିରେ ରଖି...

ବଡ଼ ଧରଣର ATM ଲୁଟ୍, ଟଙ୍କା ସହ ମେସିନ ତାଡ଼ି ନେଇଗଲେ ଦୁର୍ବୃତ୍ତ

ବିଞ୍ଝାରପୁର,୨।୧ (ରାମକୃଷ୍ଣ ଦାସ ): ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ମଇଁନ୍ଦା ଛକରେ ଅଭାବନୀୟ ଘଟଣା । ଏଚଡିଏଫସି ବ୍ୟାଙ୍କର ଏଟିଏମ ମେସିନକୁ ଗୁରୁବାର ବିଳମ୍ବିତ ରାତିରେ...

ଉମର ଖଲିଦ୍‌ଙ୍କୁ ଚିଠି ଲେଖିଲେ NYC ମେୟରଙ୍କ ସମେତ ୮ ଆମେରିକୀୟ ସାଂସଦ, ଭାରତକୁ କଲେ ବଡ ଅପିଲ୍

ନୂଆଦିଲ୍ଲୀ,୨।୧: ୨୦୨୦ ଦିଲ୍ଲୀ ଦଙ୍ଗା ମାମଲାରେ ପାଞ୍ଚ ବର୍ଷରୁ ଅଧିକ ସମୟ ଧରି ଜେଲରେ ଥିବା ଉମର ଖାଲିଦ୍‌ଙ୍କୁ ଆମେରିକାରୁ ଆସିଛି ସମର୍ଥନର ଚିଠି। ୟୁଏପିଏ...

ରାଜେଶ ହତ୍ୟାକୁ ଦେଢ଼ମାସ ବିତିଲା, ପୋଲିସ ହାତ ଖାଲି: ୧୧ରେ କଂଗ୍ରେସର ରାଜପଥ ଅବରୋଧ

ପରଜଙ୍ଗ,୨।୧ (ନିଗମାନନ୍ଦ ଦଳବେହେରା):ବହୁ ଚର୍ଚ୍ଚିତ ଫଟୋଗ୍ରାଫର୍‌ ରାଜେଶ ପାଣି ହତ୍ୟାକାଣ୍ଡକୁ ଇତିମଧ୍ୟରେ ଦେଢ଼ମାସ ବିତିଯାଇଥିଲେ ସୁଦ୍ଧା ହତ୍ୟାକାରୀଙ୍କୁ ଧରିବାରେ ପୋଲିସ ବିଫଳ ହୋଇଛି। ଏଣୁ ଗୁରୁବାର...

ଗରମ ଚା’ କଫି ପିଉଥିଲେ ସାବଧାନ! ଖାଦ୍ୟନଳୀରେ ହୋଇପାରେ…

ଶୀତଦିନ ଆସିବା ସହିତ, ଲୋକମାନେ ଗରମ ଜିନିଷ ଖାଇବା ଏବଂ ପିଇବାକୁ ପସନ୍ଦ କରନ୍ତି । ବିଶେଷ କରି ଗରମ ଚା ହେଉ କିମ୍ବା କଫି...

ନୂଆବର୍ଷରେ ପାକିସ୍ତାନରୁ ଆସିଲା ଖୋଲା ଚିଠି: ଲୋଡ଼ିଲା ଭାରତର ସହାୟତା

ଇସଲାମାବାଦ୍‌,୨।୨: ବାଲୁଚ ନେତା ମୀର ୟାର ବାଲୁଚ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଏକ ଖୋଲା ଚିଠି ଲେଖିଛନ୍ତି। ଏଥିରେ ସେ ଭାରତ ସରକାର...

ସ୍ୱାସ୍ଥ୍ୟାବସ୍ଥା ନେଇ ମୁହଁ ଖୋଲିଲେ ଆମେରିକା ରାଷ୍ଟ୍ରପତି, କହିଲେ ହାତରେ ନୀଳ ଚିହ୍ନ….

ନୂଆଦିଲ୍ଲୀ,୨।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ୭୯ ବର୍ଷ ବୟସରେ, ଟ୍ରମ୍ପ ରାଷ୍ଟ୍ରପତି ପଦ ସମ୍ଭାଳିବା...

କଂସ ଅତ୍ୟାଚାରରେ ମୁନିଋଷି ଆତଙ୍କିତ: ମଥୁରାରେ ପ୍ରବେଶ କଲେ କୃଷ୍ଣ ବଳରାମ

ମଥୁରାନଗରୀ/ଗୋପପୁର,୨।୧(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଗୁରୁବାର ଥିଲା ନବମ ଦିବସ। ଗୋପପୁରରେ ବେନିଭାଇ ଶ୍ରୀକୃଷ୍ଣ, ବଳରାମଙ୍କୁ ମେଲାଣି ଦୃଶ୍ୟ ଗୋପବାସୀଙ୍କୁ ଯେଭଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri