Posted inUncategorized

ଏ କ’ଣ ଦୁର୍ଘଟଣା

ଜ୍ରପାତ ନେଲା ଛଅ ଜୀବନ, ବାଇକ ଦୁର୍ଘଟଣାରେ କାକା ପୁତୁରା ମୃତ, ମୁକୁଳା ଡ୍ରେନ୍‌ରେ ପଡ଼ି ଜଣେ ମୃତ, ଏସବୁ ହେଉଛି ଗତ ସପ୍ତାହର ଏକ ନିର୍ଦ୍ଦିଷ୍ଟ ଦିନରେ ଆମ ରାଜ୍ୟର ଭିନ୍ନଭିନ୍ନ ଅଞ୍ଚଳରେ ଘଟିଥିବା କିଛି ଘଟଣା ଯାହା ଦୁର୍ଘଟଣା ଭାବରେ ଗୁରୁବାରର ଖବରକାଗଜ ପୃଷ୍ଠା ମଣ୍ତନ କରିଥିଲା। ଏସବୁ ଘଟଣା ବା ଦୁର୍ଘଟଣା ଆଜିକାଲି ଅତ୍ୟନ୍ତ ସାଧାରଣ। ତେବେ ପ୍ରଶ୍ନ ଉଠୁଛି ଏସବୁ ଘଟଣା କ’ଣ ଶତ ପ୍ରତିଶତ ଦୁର୍ଘଟଣା କି ?
ଦୁର୍ଘଟଣାର ସାଧାରଣ ସଂଜ୍ଞା ହେଉଛି ”ସମସ୍ତ ସାବଧାନତା ସତ୍ତ୍ୱେ ଯେଉଁସବୁ ଘଟଣା ଘଟି ଆମର କ୍ଷତି ସାଧନ କରିବା ସହ ଆମକୁ ଦୁଃଖ ଦିଏ, ତାହାକୁ ଆମେ ଦୁର୍ଘଟଣା କହିବା“। ସଂଜ୍ଞାଟି ସ୍ପଷ୍ଟ କରେ ଯେ ସମ୍ପୂର୍ଣ୍ଣ ସତର୍କ ଥାଇ ଯଦି ଏପରି କିଛି ଘଟଣା ଘଟେ ଓ ଆମର କ୍ଷତି ହୁଏ ତେବେ ତାକୁ ଦୁର୍ଘଟଣା କୁହାଯିବ। କିନ୍ତୁ ଅନ୍ୟମନସ୍କ ବା ଅସାବଧାନତା ଥାଇ ଓ ନିୟମ ନ ମାନିବା ଦ୍ୱାରା ଯେଉଁ ଘଟଣା ଘଟି ଆମର କ୍ଷତି ସାଧିତ ହୁଏ ତେବେ ତାହା ତ ଦୁର୍ଘଟଣାର ପଦବାଚ୍ୟ ହେବ ନାହିଁ। ଯେମିତି ଦିନେ ପିଣ୍ଟୁ ସାଇକେଲରେ ଚିଣ୍ଟୁକୁ ବସାଇ ଖୁସିଗପ କରି ଦୁହେଁ ଯାଉଥିଲେ। ରାସ୍ତା ଆଡ଼କୁ ତାଙ୍କର ନଜର ନ ଥିଲା। ହଠାତ୍‌ ସେମାନଙ୍କ ଆଗକୁ କୁକୁରଟିଏ ଆସିଗଲା। ପିଣ୍ଟୁ ସାଇକେଲ ଅଟକାଇ ନ ପାରିବାରୁ ସେମାନେ ତଳେ କଚାଡ଼ି ହୋଇ ଖଣ୍ତିଆଖାବରା ହେଲେ। ଏହି ଘଟଣାକୁ ଦୁର୍ଘଟଣା ବୋଲି ଏଥିପାଇଁ କୁହାଯିବ ନାହିଁ ଯେ ଏଠି ଅସାବଧାନତା ତଥା ଖାମଖିଆଲି ମନୋବୃତ୍ତି ପାଇଁ ହିଁ ଘଟଣାଟି ଘଟିଲା।
ଏବେ ଆସିବା ପ୍ରବନ୍ଧ ଆରମ୍ଭରେ ଆଲୋଚିତ ସେସବୁ ଦୁର୍ଘଟଣା ପ୍ରସଙ୍ଗକୁ। ସେଦିନ ବଜ୍ରପାତରେ ମୃତ ଛଅ ଜଣଙ୍କ ମଧ୍ୟରୁ ପ୍ରଥମ ଘଟଣାରେ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ନୂଆଗାଁ ପଞ୍ଚାୟତ ଗାଲିଗାବ ଗ୍ରାମର ମାଳାନା ପାଙ୍ଗିଙ୍କ ଗାଁ ନିକଟ ଜଙ୍ଗଲରେ ଗୋରୁ ଚରାଉଥିବା ବେଳେ ଓ ଉକ୍ତ ବ୍ଲକର ଅମ୍ପାବାଲି ପଞ୍ଚାୟତର କନ୍ଧପୁଟାବନ୍ଧ ଗ୍ରାମର ଗେମେଲ କ୍ରିଷ୍ଣା, ତାଙ୍କ ଝିଅ ଓ ଜଣେ ସମ୍ପର୍କୀୟ ତୁମ୍ବାଇ ନିକଟସ୍ଥ ଜମିରେ କାମ କରୁଥିବା ବେଳେ ବଜ୍ରପାତ ଘଟି ମୃତ୍ୟୁ ଘଟିଛି। ସେହିପରି ଅନ୍ୟ ଏକ ଘଟଣାରେ ରାୟଗଡ଼ା ଜିଲା ଚାନ୍ଦିଲି ଥାନା ଅଧୀନ ଅଣ୍ଟାମ ଗ୍ରାମର ଦଶମ ଶ୍ରେଣୀ ଛାତ୍ର ସନ୍ନ୍ୟାସୀ ହିମିରିକା ଆମ୍ବତୋଟାରେ ଆମ୍ବ ଗୋଟାଉଥିବା ବେଳେ ବଜ୍ରପାତ ଘଟି ମୃତ୍ୟୁ ହୋଇଛି। ସେହିଭଳି କଳାହାଣ୍ତି ଜିଲା ଥୁଆମୂଳ ରାମପୁର ଥାନା ଲାଠିଆଗୁ ଜାମଗୁ ଗ୍ରାମର ପାଲଙ୍ଗି ମାଝୀ ମଧ୍ୟ ଝଡ଼ ସମୟରେ ନିକଟସ୍ଥ ଆମ୍ବତୋଟାକୁ ଆମ୍ବ ଗୋଟାଇବାକୁ ଯାଇ ବଜ୍ରପାତର ଶିକାର ହୋଇଥିଲେ। ସେହି ବୁଧବାର ସନ୍ଧ୍ୟାରେ ନୂଆପଡ଼ା ଜିଲା କୋଟେନଛୁଆଁ ପଞ୍ଚାୟତ ତିଲେଇଝର ଗାଁ ମୁଣ୍ତରେ ବାଇକ ଭାରସାମ୍ୟ ହରାଇ ଏକ ଗଛରେ ପିଟିହେବାରୁ ସେହି ଗାଁର କାକା ପୁତୁରାଙ୍କ ଅକାଳ ବିୟୋଗ ଘଟିଥିଲା। ତୃତୀୟ ଘଟଣାରେ କଳାହାଣ୍ତିର ଭବାନୀପାଟଣା ସହରସ୍ଥିତ ନୂଆ ବସ୍‌ଷ୍ଟାଣ୍ତ ସମ୍ମୁଖରେ ଥିବା ମୁକୁଳା ଡ୍ରେନ୍‌ରେ ପଡ଼ି କୋକସରା ବ୍ଲକ ମହିମା ଗାଁର ଖଗେଶ୍ୱର ନାଏକଙ୍କ ଜୀବନ ଯାଇଛି। ଏ ସମସ୍ତ ଘଟଣାକୁ ଯଦି ଆମେ ନିରେଖି ଦେଖିବା ତେବେ ବଜ୍ରପାତକୁ ନେଇ ବ୍ୟାପକ ସତର୍କତା ସତ୍ତ୍ୱେ ସାମାନ୍ୟ ସାବଧାନତା ଯଦି ଅବଳମ୍ବନ କରାଯାଇଥାନ୍ତା ତେବେ ବଜ୍ରପାତ ପୂର୍ବରୁ ସମସ୍ତେ ନିଜକୁ ସୁରକ୍ଷିତ ରଖିପାରିଥାନ୍ତେ। ଠିକ୍‌ ସେମିତି ବାଇକ ଭାରସାମ୍ୟ ହରାଇବାର ଅର୍ଥ ନିଜ କ୍ଷମତାରୁ ଅଧିକ ବେଗ କିମ୍ବା ଚାଳକଙ୍କ ଅନ୍ୟମନସ୍କତା ହୋଇ ଥାଇପାରେ। ସେହିପରି ମୁକୁଳା ଡ୍ରେନ୍‌ ହେଉଛି ଆମ ବ୍ୟବସ୍ଥାର ଦୁର୍ବଳତା। ଏସବୁର ସମାଧାନର ରାସ୍ତା ଆମ ହାତରେ ଥାଇ ମଧ୍ୟ ଜାଣିଶୁଣି ଏଭଳି ଘଟିବାକୁ ନିମନ୍ତ୍ରଣ କରାଯାଉଛି ବୋଲି କହିବାକୁ ହେବ। ପ୍ରାୟ ନିଜର ବେପରୁଆ ମନୋଭାବ ପାଇଁ ଘଟୁଥିବା ଏସବୁ ଘଟଣା ଦୁର୍ଘଟଣା ପଦବାଚ୍ୟ କି ନୁହେଁ ତା’ର ବିଚାର ନିଜେ କରିବା ଦରକାର।
ପ୍ରତିଦିନ ଏଭଳି ଅନେକ ଘଟଣା ଅନେକ ପରିବାରର ଖୁସିକୁ ଲୁହରେ ଧୋଇ ଦେଉଥିବା ବେଳେ ଏହାର କାରଣ ଓ ନିରାକରଣକୁ ନେଇ ସଚେତନ ନ ହେବା ଦୁଃଖର ବିଷୟ। ଏଭଳି ଘଟଣାକୁ ଏଡ଼ାଇ ଦେବାର ପୂର୍ଣ୍ଣ ସୁଯୋଗ ମଣିଷ ହାତରେ ଥିବା ସତ୍ତ୍ୱେ ବେପରୁଆ ଆଚରଣ ପାଇଁ ଯଦି ଏସବୁ ଘଟି ଧନଜୀବନ ହାନି ହୁଏ ତେବେ ଏହା ନିଶ୍ଚିତ ଦୁର୍ଭାଗ୍ୟଜନକ। ଯାହା କରିବା କଥା ତାକୁ ନ କରିବା ଓ ଯାହା ନ କରିବା କଥା ତାକୁ କରିବା ଆମମାନଙ୍କ ମଧ୍ୟରୁ ଅନେକଙ୍କ ସଉକ ହୋଇଯାଇଛି। ଆମ ଦେଶରେ ବାରଣ କରାଯାଇଥିବା କାର୍ଯ୍ୟକୁ କରିବାକୁ ଅନେକେ ଆଗ୍ରହ ପ୍ରକାଶ କରୁଥିବା ବେଳେ ପୋଲିସ ମଧ୍ୟ ଅନେକ କ୍ଷେତ୍ରରେ ଏହା ଉପରେ ରୋକ ଲଗାଏ ନାହିଁ। ବାହାଘର ଶୋଭାଯାତ୍ରା ଅଧ ରାତି ଯାଏ ମୁଖ୍ୟ ରାସ୍ତାକୁ ଅବରୋଧ କରି ଅସହ୍ୟ ଡିଜେ ସାଉଣ୍ତର ତାଳେତାଳେ ମାତାଲ ନୃତ୍ୟ ସହ କାନଫଟା ବାଣ ଫୁଟାଇ ଯିବାରେ କାହାରି କୌଣସି ଆପତ୍ତି ନ ଥାଏ। ବିଡ଼ମ୍ବନାର ବିଷୟ ଯେ ଏସବୁ ନିୟମ ଉଲ୍ଲଂଘନକାରୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନର ତିଳେ ମାତ୍ର ଭୟ ନ ରହିବା। ଏଭଳି ବେପରୁଆ ଆଚରଣ ଭିତରେ ଯଦି କିଛି ଅଘଟଣ ଘଟିଯାଏ ତେବେ ତାକୁ ମନୁଷ୍ୟକୃତ ନ କହି ଦୁର୍ଘଟଣା ବୋଲି କହିବା କେତେ ଦୂର ଯୁକ୍ତିଯୁକ୍ତ, ସେହି ପ୍ରଶ୍ନ ଏବେ ନିଜେ ନିଜକୁ ପଚାରିବା।

ବୈଷ୍ଣବ ମେହେର
ସିନାପାଲି, ନୂଆପଡ଼ା
ମୋ: ୯୭୭୭୭୫୩୯୩୫


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି କାହାକୁ କରିବ ରାଜ୍ୟ ସଭା ପ୍ରାର୍ଥୀ: ଏମିତି କିଛି କହିଲେ ଅଶୋକ ପଣ୍ଡା

ଭୁବନେଶ୍ୱର,୧୪।୨: ବିଜେଡିର ରାଜ୍ୟ ସଭା ପ୍ରାର୍ଥିତ୍ୱକୁ ନେଇ ମତ ରଖିଲେ ଅଶୋକ ପଣ୍ଡା। ସେ କହିଛନ୍ତି, ସାଙ୍ଗଠନିକ ଦକ୍ଷତା, ଅଭିଜ୍ଞତା, ଦଳ ପ୍ରତି ଆନୁଗତ୍ୟ ଓ ଅବଦାନ…

ଭାରତ-ପାକିସ୍ତାନ ମହାମୁକାବିଲାକୁ ନେଇ ଆସିଲା ବଡ଼ ଅପଡେଟ୍‌: ୨୪ ଘଣ୍ଟା ଭିତରେ…

ନୂଆଦିଲ୍ଲୀ,୯।୨: ଟି-୨୦ ବିଶ୍ୱକପ ଆରମ୍ଭ ହୋଇଛି। କିନ୍ତୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମହାମୁକାବିଲାକୁ ନେଇ ଏବେ ବି ଅନିଶ୍ଚିତତା ରହିଛି। ପରିସ୍ଥିତି ସ୍ପଷ୍ଟ କରିବା ପାଇଁ…

ସାମ୍ନାକୁ ଆସିଲା ସୁଇସାଇଡ ନୋଟ: ଆତ୍ମହତ୍ୟା କରିବା ପୂର୍ବରୁ ବାପାଙ୍କୁ ଏମିତି କଥା ଲେଖିଥିଲେ ୩ ଭଉଣୀ

ଗାଜିଆବାଦ,୪।୨: ଉତ୍ତର ପ୍ରଦେଶର ଗାଜିଆବାଦର ଟିଲା ମୋଡ ପୋଲିସ ଷ୍ଟେଶନ ଅଞ୍ଚଳର ଭାରତ ସିଟି ସୋସାଇଟିରେ ଏକ ଦୁଃଖଦ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ତିନି ଭଉଣୀ…

ରୁଷିଆରୁ ଆଉ ତେଲ କିଣିବନି ଭାରତ: ବଢିବ କି ପେଟ୍ରୋଲ- ଡିଜେଲ ଦାମ୍‌? ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୩।୨: ଭାରତ ଏବଂ ଆମେରିକା ମଧ୍ୟରେ ସୋମବାର ଏକ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଏହି ସଦ୍ୟତମ ଚୁକ୍ତି ଅନୁଯାୟୀ, ଭାରତ ଏବେ ରୁଷିଆ ବଦଳରେ ଆମେରିକାରୁ ତେଲ…

ବାଂଲାଦେଶ କ୍ରିକେଟ ବୋର୍ଡକୁ ଠେଙ୍ଗା ଦେଖାଇଲା ଆୟର୍ଲାଣ୍ଡ, ସିଧା ପହଞ୍ଚିଲା ICC ନିକଟରେ

ଢାକା,୧୮।୧: ଆସନ୍ତା ମାସରେ ଆରମ୍ଭ ହେବାକୁ ଥିବା ICC T20 ବିଶ୍ୱକପ ପୂର୍ବରୁ ବାଂଲାଦେଶ ଏକ ହଇଚଇ ସୃଷ୍ଟି କରିଛି। ପ୍ରଥମେ, ଭାରତରେ ମ୍ୟାଚ ଖେଳିବାକୁ ଚାହୁଁନଥିବା…

ପୁରୀରେ ଅଭାବନୀୟ ଘଟଣା: କୁକୁର ମାଂସ ଛିଡ଼ାଇ ଖାଇବା ଭିଡିଓ ଭାଇରାଲ

ପୁରୀ,୧୭ା୧(ଅଜିତ୍‌ କୁମାର ମହାନ୍ତି): ପୁରୀରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି କୁକୁର ମାଂସ ଛିଡାଇ ଧରିଥିବା ନେଇ ଭିଡିଓ ଦେଖିବାକୁ ମିଳିଛି। ଭିଡିଓରେ…

ଓଡ଼ିଶା: ଆଜିର ଫଟୋ (୪ ଜନୁଆରୀ, ୨୦୨୬ )

ରବିବାର ମାଷ୍ଟର କ୍ୟାଣ୍ଟିନ୍ ଠାରୁ ରାମ ମନ୍ଦିର ପର୍ଯ୍ୟନ୍ତ ପଥ ଉତ୍ସବ ଆୟୋଜିତ ହୋଇଯାଇଛି

ରୁପାଲି ଛକରେ ଦୁର୍ଘଟଣା: ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ୪ ଲକ୍ଷ ଟଙ୍କା ସହାୟତା ଘୋଷଣା

ଭୁବନେଶ୍ୱର,୪।୧: ଆମ ବସ୍‌ ଧକ୍କାରେ ମୃତ ଅଟୋ ଚାଳକଙ୍କ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା ହୋଇଛି। ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ (CMRF)ରୁ ୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri