ମୋଦିଙ୍କ ସହ ସାକ୍ଷାତ ପରେ ଆପଲ୍‌, ମାଇକ୍ରୋସଫ୍ଟ ଏବଂ ଆମାଜନ ପରି କମ୍ପାନୀ କଲେ ବଡ ଘୋଷଣା

ନୂଆଦିଲ୍ଲୀ,୨୪।୬:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ପରେ ବିଶ୍ୱର ତିନୋଟି ଅଗ୍ରଣୀ ଆଇଟି କମ୍ପାନୀ ଭାରତରେ ବଡ ନିବେଶ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଭାରତୀୟ ଟେକ୍ନୋଲୋଜିର ବିକାଶ ପାଇଁ ଆମାଜନ, ଗୁଗୁଲ ଏବଂ ମାଇକ୍ରୋସଫ୍ଟ ପୁଞ୍ଜି ନିବେଶ ଏବଂ ବ ବୈଷୟିକ ସହଯୋଗ ଘୋଷଣା କରିଛନ୍ତି।

ଆସନ୍ତା ସାତ ବର୍ଷ ମଧ୍ୟରେ ଆମାଜନ ଭାରତରେ ଅତିରିକ୍ତ ୧୫ବିଲିୟନ ଡଲାର ନିବେଶ କରିବାକୁ ପ୍ରତିଶ୍ରୁତି ଦେଇଛି। ଯାହଦ୍ୱୋରା ଭାରତରେ କମ୍ପାନୀର ମୋଟ ପୁଞ୍ଜି ନିବେଶ ୨୬ବିଲିୟନ ଡ଼ଲାରରେ ପହଞ୍ଚିବ। ଗୁଜୁରାଟରେ ଗୁଗୁଲ ବିଶ୍ୱସ୍ତରୀୟ ଫିଣ୍ଟେକ ଫିନଟେକ ଅପରେଶନ ସେଣ୍ଟର ଖୋଲିବ ବୋଲି କହିଛି।

ମାଇକ୍ରୋସଫ୍ଟର ଚେୟାରମ୍ୟାନ ତଥା ସିଇଓ ସତ୍ୟ ନାଡେଲା ଭାରତୀୟ ଜୀବନଶୈଳୀକୁ ଉନ୍ନତ କରିବା ପାଇଁ ନୂଆ ଟେକ୍ନୋଲୋଜିର, ବିଶେଷକରି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବିଷୟରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି।
ଗୁଗୁଲର ସିଇଓ ସୁନ୍ଦର ପୁଚାଇ କହିଛନ୍ତି ଯେ ଗୁଗୁଲ ଭାରତର ଡିଜିଟାଇଜେସନ ପାଣ୍ଠିରେ ୧୦ ବିଲିୟନ ଡଲାର ନିବେଶ କରୁଛି। ଗୁଜୁରାଟର ଗିଫ୍ଟ ସହରରେ ଗ୍ଲୋବାଲ ଫିଣ୍ଟେକ ଅପରେଶନ ସେଣ୍ଟର ଖୋଲିବୁ ବୋଲି ମୋଦିଙ୍କ ସହ ଆଲୋଚନା କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ସହ ବିଶ୍ୱର ଲୋକପ୍ରିୟ ଆଇଟି କମ୍ପାନୀ ବାଦଶାହାଙ୍କ ସହ ସିଲିକନ ଭ୍ୟାଲିରେ ସାକ୍ଷାତ ହୋଇଥିଲା। ସେମାନେ ହେଲେ ଆପଲ୍‌ର ଟିମ କ୍ରୁକ, ଫ୍ଲେକ୍ସ ସିଇଓ ରେଭତୀ ଆଡଭାଇଟି, ଓପନଆଇ ସିଇଓ ସାମ ଅଲ୍ଟମାନ, ଏଫଏମସି କର୍ପୋରେସନ ଅଧ୍ୟକ୍ଷ ମାର୍କ ଡଗଲାସ, ମାଇକ୍ରୋସଫ୍ଟ ମୁଖ୍ୟ ସତ୍ୟ ନଡେଲା ଏବଂ ଗୁଗୁଲର ସୁନ୍ଦର ପିଚାଇ।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?