Posted inଖେଳ

ପଶ୍ଚିମାଞ୍ଚଳ ତାରକା ବ୍ୟାଟର ବିଫଳ

ଅଲୁର, ୬।୭ (ପି.ଟି.): ଦୁଲିପ ଟ୍ରଫି କ୍ରିକେଟର ପ୍ରଥମ ସେମିଫାଇନାଲ ଏଠାରେ ବୁଧବାର ପଶ୍ଚିମାଞ୍ଚଳ ଓ କେନ୍ଦ୍ରାଞ୍ଚଳ ମଧ୍ୟରେ ଆରମ୍ଭ ହୋଇଛି। ତାରକା ବ୍ୟାଟରଙ୍କ ବିଫଳତା ଯୋଗୁ ପଶ୍ଚିମାଞ୍ଚଳ ପ୍ରଥମ ଦିବସ ଖେଳ ଶେଷ ବେଳକୁ ପ୍ରଥମ ଇନିଂସରେ ୨୧୬ ରନ ମଧ୍ୟରେ ୮ ଉଇକେଟ ହରାଇଛି। କେନ୍ଦ୍ରାଞ୍ଚଳର ଶିବମ୍‌ ମାଭି ୪୩ ରନ ମଧ୍ୟରେ ୪ ଉଇକେଟ ହାସଲ କରି ପଶ୍ଚିମାଞ୍ଚଳର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଛନ୍ତି। ୭ ନମ୍ବର ବ୍ୟାଟର ଅତିତ ସେଠ୍‌ଙ୍କ ଧେର୍ଯ୍ୟପୂର୍ଣ୍ଣ ୭୪ (୧୨୯ ବଲ୍‌) ରନ ଦଳର ସମ୍ମାନ ରଖିଛି।
ମ୍ୟାଚ ଆରମ୍ଭରୁ ପଶ୍ଚିମାଞ୍ଚଳ ଫେଭରାଇଟ ବିବେଚିତ ହେଉଥିଲା। ଦଳର ଆରମ୍ଭ ମଧ୍ୟ ଭଲ ହୋଇଥିଲା। ମାତ୍ର ୧୬ତମ ଓଭରରେ ପୃଥ୍ବୀ ଶ’ ଆଉଟ ହେବା ସହ ଦଳର ବ୍ୟାଟିଂ ବିପର୍ଯ୍ୟୟ ଆରମ୍ଭ ହୋଇ ଯାଇଥିଲା। ୨୬ ରନ କରିଥିବା ପୃଥ୍ବୀଙ୍କୁ ଆଉଟ କରି କେନ୍ଦ୍ରାଞ୍ଚଳକୁ ବ୍ରେକ୍‌ ଥ୍ରୁ ଦେଇଥିଲେ ସୌରଭ କୁମାର। ଏହାପରେ ଅଧିନାୟକ ପ୍ରିୟଙ୍କ ପଞ୍ଚଲ ୧୩, ସୂର୍ଯ୍ୟକୁମାର ଯାଦବ ୭, ସର୍ଫରାଜ ଖାଁ ଖାତା ଖୋଲିବା ପୂର୍ବରୁ ଏବଂ ହିତ୍‌ ପଟେଲ ୫ ରନକରି ଆଉଟ ହେବାରୁ ପଶ୍ଚିମାଞ୍ଚଳ ସ୍କୋର ୩୨.୫ ଓଭର ବେଳକୁ ୬୫/୫ ହୋଇ ଯାଇଥିଲା। ନିର୍ଭରଯୋଗ୍ୟ ଚେତେଶ୍ୱର ପୂଜାରା ମଧ୍ୟ ଅଧିକ ସମୟ ତିଷ୍ଠି ନ ପାରି ୨୮ ରନରେ ପ୍ୟାଭିଲିୟନ ଫେରିଥିଲେ। ଏକମାତ୍ର ଅର୍ଦ୍ଧଶତକ ହାସଲ କରିଥିବା ଅତିତ ୭୮ ଓ ଧମେନ୍ଦ୍ରସିନ୍‌ ଜାଡେଜା ୩୯ ରନ କରିବାରୁ ଦଳ ୨୦୦ ରନ ସ୍ପର୍ଶ କରି ପାରିଥିଲା। ଷ୍ଟମ୍ପ୍ସ ପ୍ରତ୍ୟାହାର ହେବା ବେଳକୁ ଚିନ୍ତନ ଗାଜା ୧୩ ଓ ଅର୍ଜନ ନାଗ୍ବାସ୍ବାଲା ୫ ରନକରି ଅପରାଜିତ ରହିଥିଲେ। କେନ୍ଦ୍ରାଞ୍ଚଳ ବୋଲରଙ୍କ ମଧ୍ୟରେ ମାଭି ୪ଟି ଏବଂ ଆଭେଶ ଖାଁ, ୟଶ୍‌ ଠାକୁର, ସୌରଭ କୁମାର ଓ ସାରାଂଶ ଜୈନ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଓଭରକାଷ୍ଟ କଣ୍ଡିଶନରେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେବା ମଧ୍ୟ ପଶ୍ଚିମାଞ୍ଚଳର ବ୍ୟାଟିଂ ବିପର୍ଯ୍ୟୟର ଅନ୍ୟତମ କାରଣ ବୋଲି ବିବେଚନା କରାଯାଉଛି।
ସଂକ୍ଷିପ୍ତ ସ୍କୋର
ପଶ୍ଚିମାଞ୍ଚଳ ପ୍ରଥମ ଇନିଂସ: ୨୧୬/୮ (ଅତିତ ସେଠ୍‌-୭୪, ଧର୍ମେନ୍ଦ୍ରସିନ୍‌ ଜାଡେଜା-୩୯, ଶିବମ୍‌ ମାଭି-୪/୪୩, ଆଭେଶ ଖାଁ-୧/୨୬, ୟଶ୍‌ ଠାକୁର-୧/୫୦, ସୌରଭ କୁମାର-୧/୬୪, ସାରାଂଶ ଜୈନ-୧/୨୯)।

 


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri