ନୂଆଦିଲ୍ଲୀ,୨୭।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣିଥରେ ମୋଦି ସରକାର ଏବଂ ନିର୍ବାଚନ କମିଶନଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି। ପଶ୍ଚିମ ବର୍ଦ୍ଧମାନରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରି ତୃଣମୂଳ କଂଗ୍ରେସ ସୁପ୍ରିମୋ ପୁଣିଥରେ ଦେଶବ୍ୟାପୀ ଲକଡାଉନ୍ ଆଶଙ୍କା ପ୍ରକାଶ କରିଛନ୍ତି ଏବଂ କହିଛନ୍ତି ଯେ ଭାଜପାର କୌଣସି ରଣନୀତି ତାଙ୍କୁ ଲଢ଼ିବାରୁ ରୋକିପାରିବ ନାହିଁ।
ମମତା ବାନାର୍ଜୀ କହିଛନ୍ତି , ସେମାନେ ପୁଣିଥରେ ଲକଡାଉନ୍ ଲଗାଇପାରନ୍ତି ଏବଂ ଲୋକମାନଙ୍କୁ ଘରେ ରଖିପାରନ୍ତି। “୨୦୨୧ରେ, ଆମେ ତାଲା ବନ୍ଦ ମଧ୍ୟରେ ନିର୍ବାଚନ ଲଢ଼ିଥିଲୁ ଏବଂ ଜିତିଥିଲୁ। ମୁଁ ଯେକୌଣସି ପରିସ୍ଥିତିରେ ଲଢ଼ିବାକୁ ପ୍ରସ୍ତୁତ।”
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଦେଶରେ ଏଲପିଜି ସିଲିଣ୍ଡରର ଅଭାବ ଏବଂ ବର୍ଦ୍ଧିତ ମୂଲ୍ୟ ଉପରେ ମଧ୍ୟ ଚିନ୍ତା ପ୍ରକାଶ କରିଛନ୍ତି। ସେ କହିଛନ୍ତି ସିଲିଣ୍ଡର, ଯାହାର ମୂଲ୍ୟ ୪୦୦ ଥିଲା, ଏବେ ୧୧୦୦ ହୋଇଛି। ବୁକିଂର ୨୫-୩୫ ଦିନ ପରେ ସିଲିଣ୍ଡର ପାଇବାର ପରିସ୍ଥିତି ଉପରେ ସେ ପ୍ରଶ୍ନ ଉଠାଇ କହିଛନ୍ତି େଲୋକମାନେ ପ୍ରାଚୀନ ରୋଷେଇ ପଦ୍ଧତିକୁ ଫେରିବାକୁ ବାଧ୍ୟ ହେଉଛନ୍ତି।
ଏହା ବ୍ୟତୀତ, ମମତା SIR ପ୍ରକ୍ରିୟା ମାଧ୍ୟମରେ ଭୋଟରଙ୍କ ନାମ ବାଦ୍ ଦେବା ସମ୍ପର୍କରେ ଭାଜପା ଏବଂ ନିର୍ବାଚନ କମିଶନଙ୍କ ମଧ୍ୟରେ ବୁଝାମଣାର ଅଭିଯୋଗ କରିଛନ୍ତି। ମମତା ଭାଜପାକୁ ଏକ ୱାସିଂ ମେଶିନ ଭାବରେ ବର୍ଣ୍ଣନା କରିଛନ୍ତି।

