Concept of mob lynching - Group of people bullying, kicking a man - Close up of young adult males hitting a person on ground.
ଜଳେଶ୍ୱର, ୨୪ା୩(ଡି.ଏନ.ଏ.)- ବାଲେଶ୍ୱର ଜିଲା ଉପାନ୍ତ ଜଳେଶ୍ୱର ସହରରେ ବିଭିନ୍ନ ସମୟରେ ଆନ୍ତଃରାଜ୍ୟ ଲୁଟେରାମାନେ ଆସି ଛିନ୍ତାଇ କରି ପଶ୍ଚିମବଙ୍ଗକୁ ପଳାଇ ଯାଉଛନ୍ତି। ବୁଧବାର ଅପରାହ୍ନରେ ଜଳେଶ୍ୱର ବ୍ଲକର ଭାଦା ଗ୍ରାମର ସନ୍ତୋଷ ବେହେରା ଷ୍ଟେଟବ୍ୟାଙ୍କରୁ ୪୯ହଜାର ଟଙ୍କା ଉଠାଇ ଏକ ବ୍ୟାଗ୍ରେ ରଖି ସାଇକେଲରେ ଘରକୁ ଫେରୁଥିଲେ ା ୨ଟି ବାଇକ୍ରେ ୫ଜଣ ଦୁର୍ବୃତ୍ତ ତାଙ୍କୁ ପିଛା କରି ଜଳେଶ୍ୱର ନୂଆବଜାର ନିକଟରେ ଏକ ସୁତୁଲି ଫିଙ୍ଗି ସାଇକେଲକୁ ଜାମ୍ କରାଇଥିଲେ ା ବେହେରା ସାଇକେଲରୁ ସୁତୁଲି ବାହାର କରିବା ସମୟରେ ସାଇକେଲ ହ୍ୟାଣ୍ଡେଲରେ ଥିବା ଟଙ୍କା ବ୍ୟାଗ୍ ନେଇ ଦୁର୍ବୃତ୍ତମାନେ ପଳାଇ ଯିବାକୁ ଉଦ୍ୟମ କରିଥିଲେ ା ଏହି ସମୟରେ ବେହେରା ଡାକ ପକାଇବାରୁ ପାଖ ଦୋକାନୀମାନେ ଦୌଡି ଆସି ଲୁଟେରାଙ୍କୁ କାବୁ କରିଥିଲେ ା ଲୋକେ ତାଙ୍କୁ ନିସ୍ତୁକ ଛେଚିବା ପରେ ପୋଲିସ ଜିମା ଦେଇଛନ୍ତି।