Posted inଜାତୀୟ

ପଶ୍ଚିମବଙ୍ଗ ଉତ୍ତର ପ୍ରଦେଶ ନୁହେଁ, କାହିଁକି ଏମିତି କହିଲେ ମମତା

କୋଲକାତା,୧୪।୯: କୋଲକାତାର ଆର.ଜି କର ହସ୍ପିଟାଲରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ମାମଲାକୁ ସ୍ଥାନୀୟ ଡାକ୍ତରମାନେ ବିରୋଧ କରୁଛନ୍ତି। ବିକ୍ଷୋଭକାରୀମାନେ ପୀଡ଼ିତାଙ୍କ ପରିବାରକୁ ଶୀଘ୍ର ନ୍ୟାୟ ମିଳିବାକୁ ଦାବି କରିଛନ୍ତି।
ଇତି ମଧ୍ୟରେ, ଏହି ଘଟଣାକୁ ନେଇ ରାଜ୍ୟ ସଚିବାଳୟ ନବାନ୍ନରେ ଏକ ବୈଠକ ଅନୁଷ୍ଠିତ ହୋଇପାରିନଥିବାରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର ଅପରାହ୍ନରେ ସ୍ବାସ୍ଥ୍ୟ ଭବନ ନିକଟରେ ଜୁନିଅର ଡାକ୍ତରଙ୍କ ଧାରଣାସ୍ଥଳରେ ପହଞ୍ଚି ଧର୍ମଘଟ ବନ୍ଦ କରି କାମକୁ ଫେରିବାକୁ ନିବେଦନ କରିଥିଲେ।
‘ଆମେ ନ୍ୟାୟ ଚାହୁଁଛୁ’ ସ୍ଲୋଗାନ ମଧ୍ୟରେ ସଲ୍ଟ ଲେକରେ ଥିବା ସ୍ବାସ୍ଥ୍ୟ ଭବନ ବାହାରେ ଥିବା ବିରୋଧୀ ଡାକ୍ତରମାନଙ୍କୁ ସମ୍ବୋଧିତ କରି ବାନାର୍ଜୀ କହିଛନ୍ତି ଯେ ବର୍ଷା ମଧ୍ୟରେ ଡାକ୍ତରମାନେ ରାସ୍ତାରେ ବିରୋଧ କରୁଥିବା ବେଳେ ଏମାନଙ୍କୁ ବୁଝାଇବାୁ ଏଠାକୁ ଆସିବା ତାଙ୍କର ଶେଷ ପ୍ରୟାସ।

ମୁଖ୍ୟମନ୍ତ୍ରୀ ବିରୋଧୀ ଡାକ୍ତରମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ସେ ଗଣତାନ୍ତ୍ରିକ ଆନ୍ଦୋଳନକୁ ଦମନ କରିବାରେ ବିଶ୍ୱାସ କରୁ ନ ଥିବାରୁ ସେ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ନାହିଁ। କାରଣ ପଶ୍ଚିମବଙ୍ଗ ଉତ୍ତର ପ୍ରଦେଶ ନୁହେଁ।
ଡିଜିପି ରାଜୀବ କୁମାରଙ୍କ ସହ ସେକ୍ଟର ୫ରେ ବିରୋଧ ସ୍ଥଳରେ ପହଞ୍ଚିଥିବା ବାନାର୍ଜୀ ସେଠାରେ ଉପସ୍ଥିତ ଲୋକଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ। ସେ କହିଛନ୍ତି ମୁଁ ମୁଖ୍ୟମନ୍ତ୍ରୀ ଭାବରେ ନୁହେଁ ବରଂ ତୁମର ‘ଦିଦି’ ଭାବରେ ତୁମକୁ ଭେଟିବାକୁ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଚାଞ୍ଚଲ୍ୟ: ଶ୍ୱଶୁର ଘର ମାଡ଼ରେ ଜ୍ୱାଇଁଙ୍କ ଚାଲିଗଲା ଜୀବନ, ଏହି କାରଣରୁ…

ବଲାଙ୍ଗୀର,୨୧।୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଚାଞ୍ଚଲ୍ୟ। ତୁଳସୀନଗର ପଡାରେ ଯଦୁମଣି ବଗର୍ତ୍ତୀ ନାମକ ଜଣେ ବ୍ୟକ୍ତିଙ୍କୁ କୋଦାଳରେ ଲାଗିଥିବା ବାଡିରେ ପିଟି ହତ୍ୟା...

NASAରୁ ଅବସର ନେଲେ ସୁନିତା ୱିଲିୟମ୍ସ: ୨୭ ବର୍ଷ ସେବା, ମହାକାଶରେ ୬୦୮ ଦିନ…ଜାଣନ୍ତୁ ତାଙ୍କ ରେକର୍ଡ

ଓ୍ବାଶିଂଟନ୍‌,୨୧।୧: ଭାରତରେ ଜନ୍ମିତ ମହାକାଶଚାରୀ ସୁନିତା ୱିଲିୟମ୍ସ NASAରୁ ଅବସର ନେଇଛନ୍ତି। ସେ NASAରେ ୨୭ ବର୍ଷ କାମ କରିବା ପରେ ଅବସର ନେଇଛନ୍ତି। NASA...

ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ

ପୁରୀ,୨୧।୧: ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ। ସୋଲ, କଦଳୀ ପାଟୁକା ଓ ଜମୱୁରାରେ କରାଯିବ ଏହି ବେଶ। ଆପାଦ ମସ୍ତକ ପଦ୍ମରେ ସଜ୍ଜିତ ହେବେ ଚତୁର୍ଦ୍ଧାମୂର୍ତ୍ତି।...

ଭାରତ ଉପରେ ଲାଗିବ ନାହିଁ ୫୦୦% ଟାରିଫ୍‌, ଟାର୍ଗେଟ୍‌ରେ ଏବେ ଏହି ଦେଶ, ବଡ଼ ଖୁଲାସା କଲେ…

ଓ୍ବାଶିଂଟନ୍‌,୨୧।୧: ଆମେରିକାର ଟ୍ରେଜେରୀ ସଚିବ ସ୍କଟ ବେସାଣ୍ଟ କହିଛନ୍ତି ଯେ ରୁଷୀୟ ତୈଳ କିଣୁଥିବା ଦେଶଗୁଡ଼ିକ ଉପରେ ୫୦୦% ଟାରିଫ୍‌ ଲାଗୁ କରିବା ପାଇଁ ରାଷ୍ଟ୍ରପତି...

ସାମ୍ରାଜ୍ୟବାଦର ନଗ୍ନ ରୂପ

ଶୀତଳ ଯୁଦ୍ଧର ଅବସାନ ପରେ ସାମ୍ରାଜ୍ୟବାଦୀ ଆମେରିକାର ଔଦ୍ଧତ୍ୟ ଯେ ବହୁଗୁଣା ବଢ଼ିଯାଇଛି, ଏଥିରେ କେହି ଦ୍ୱିମତ ହେବେ ନାହିଁ। କେତେକ ରାଷ୍ଟ୍ରରେ ସାମରିକ ଶକ୍ତି...

ଆପଣା ପଣରେ ନାରୀ

ରାଜା ବ୍ରାହ୍ମଣମାନଙ୍କୁ ପୁଚ୍ଛାକଲେ, ‘ଯେଉଁ ଫଳ ଉପୁଜାଇ ସେ ଫଳ ଖାଇ କି ନ ଖାଇ’। ତହିଁକି ବ୍ରାହ୍ମଣ ବୋଇଲେ ଯେ ଯେଉଁ ଫଳ ଉପୁଜାଇ...

ପ୍ରାଥମିକ ଶିକ୍ଷା: ଖାଲିପଡ଼ିଛି ୧୬,୯୭୩ ଶିକ୍ଷକ ପଦବୀ

ଭୁବନେଶ୍ୱର,୨୧ା୧ (ସୁଚିସ୍ମିତା ସାହୁ):ରାଜ୍ୟରେ ପ୍ରାଥମିକ ଶିକ୍ଷାକୁ ସାର୍ବଜନୀନ ଓ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଛାତ୍ରୀଛାତ୍ରଙ୍କୁ...

ପୁଣି ଥର୍‌ ଆତଙ୍କ: ଆସିଲା ବୁଲେଟ୍‌କୁ ପିଟିଲା , ଜଣେ ମୃତ…

ଭୁବନେଶ୍ୱର,୨୧।୧: ରାଜଧାନୀରେ ପୁଣି ଥର୍‌ ଆତଙ୍କ। ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ସାମ୍ନାରେ ବୁଲେଟ୍‌କୁ ଧକ୍କା ଦେଇଛି ଥର୍‌। ଘଟଣାସ୍ଥଳରେ ଜଣେ ମୃତ, ୨ ଜଣ ଗୁରୁତର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri