ନୂଆପଡ଼ା,୧୩ା୫ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ମିଛାପାଲି ପଞ୍ଚାୟତ ଖୋଳିଗାଁ ରାଣୀମୁହାସ ବୈଶାଖ ମେଳା ଦେଖିବାକୁ ଆସି ସୋମବାର ମହୁମାଛି ଆକ୍ରମଣରେ ୧୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଗୋଡା ପାହାଡରେ ରାଣୀମୁହାସ ରହିଥିବାବେଳେ ଏହା ପାଦଦେଶରେ ଥିବା ବଡ ବଡ ଗଛରେ ମହୁମାଛିମାନେ ଘରା କରି ରହିଥାନ୍ତି। ମେଳାରେ ପ୍ରବଳ ଜନ ସମାଗମ ହେଉ ବା ରୋଷେଇ ଧୂଆଁରେ ମହୁମାଛି ପଦାକୁ ଆସି ଲୋକଙ୍କୁ ଆକ୍ରମଣ କରିଥିଲେ। ଚିକିତ୍ସିତ ହେଉଥିବା ଆହତଙ୍କ ମଧ୍ୟରୁ କେତେଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡିଛି। ଏହା ପ୍ରଥମ ଘଟଣା ନୁହେଁ, ୩/୪ ବର୍ଷ ହେବ ଶ୍ରଦ୍ଧାଳୁମାନେ ମହୁମାଛି ଆକ୍ରମଣର ଶିକାର ହେଉଛନ୍ତି।


