ସୁସ୍ବାଗତଂ

ଆମ ଓଡ଼ିଶାର ରାଜଧାନୀ ସହରରେ ଅନୁଷ୍ଠିତ ହେବାକୁ ଯାଉଛି ପ୍ରବାସୀ ଭାରତୀୟ ଦିବସ। ଏଥିରେ ଯୋଗଦେବାକୁ ବିଶ୍ବର କୋଣ ଅନୁକୋଣରେ ବାସ କରୁଥିବା ପ୍ରବାସୀ ଓ ଭାରତୀୟ ବଂଶୋଦ୍ଭବ ଆମର ମନ୍ଦିରମାଳିନୀ ଭୁବନେଶ୍ବରରେ ପଦାର୍ପଣ କରିବାକୁ ପ୍ରସ୍ତୁତ। ଏଥିପାଇଁ ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ସୃଷ୍ଟି ହୋଇଥିବାର ଯେଭଳି ତଥ୍ୟ ବିଦେଶ ମନ୍ତ୍ରଣାଳୟ ସୂତ୍ରରୁ ଆସୁଛି, ତାହା ଆମକୁ ଉତ୍ସାହ ପ୍ରଦାନ କରୁଛି। ଆମେ ମଧ୍ୟ ଆଗନ୍ତୁକ ଅତିଥିମାନଙ୍କୁ ରାଜକୀୟ ଆତିଥ୍ୟ ପ୍ରଦାନ କରିବାକୁ ସମସ୍ତ ପ୍ରସ୍ତୁତିରେ ଲାଗିପଡ଼ିଛୁ। ମନ୍ତ୍ରଣାଳୟ ପକ୍ଷରୁ ଏହି ଦ୍ବିବାର୍ଷିକ କାର୍ଯ୍ୟକ୍ରମକୁ ପରିଚାଳନା କରାଯାଉଥିଲେ ବି ଆମ ରାଜ୍ୟର ରାଜଧାନୀ ସହରରେ ଏହି ଭବ୍ୟ ଉତ୍ସବ ଅନୁଷ୍ଠିତ ହେଉଥିବାରୁ ରାଜ୍ୟବାସୀଙ୍କ ପକ୍ଷରୁ ମୁଁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ସମସ୍ତ ବିଦେଶାଗତ ଅତିଥିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଉଛି।
ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ବୈଦେଶିକ ମନ୍ତ୍ରୀ ଶ୍ରୀ ଏସ୍‌. ଜୟଶଙ୍କର, ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ, କେନ୍ଦ୍ର ରେଳ, ସୂଚନା ପ୍ରଯୁକ୍ତି ଓ ସୂଚନା ପ୍ରସାରଣ ତଥା ଟେଲି ଯୋଗାଯୋଗ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରମୁଖ ଏହି ପ୍ରବାସୀ ଭାରତୀୟ ଦିବସ ଉତ୍ସବରେ ଯୋଗଦେବେ। ଶ୍ରୀଜଗନ୍ନାଥ ଆଶ୍ରିତ ମୋଦିଜୀଙ୍କ ବିଚାରରେ ଭାରତ ମୂଳଖଣ୍ଡ ଯେତେ ବିକଶିତ ହେବ, ପ୍ରବାସୀ ଭାରତୀୟ ଓ ଭାରତୀୟ ବଂଶୋଦ୍ଭବମାନଙ୍କ ପ୍ରଭାବ, ପ୍ରତିଷ୍ଠା ଓ ଭାବମୂର୍ତ୍ତି ସେତେ ଅଧିକ ହେବ। ବିକଶିତ ଭାରତର ସ୍ବପ୍ନ ବାସ୍ତବରୂପ ନେବ ସେତେବେଳେ, ଯେବେ ନିଜର ପ୍ରିୟ ମାତୃଭୂମି ସହ ଆବେଗିକ ପ୍ରୀତି ଡୋରିରେ ବାନ୍ଧିହେବେ ସେମାନେ। ସେମାନେ ପରିଶ୍ରମୀ ତଥା ଜ୍ଞାନ, ଦକ୍ଷତା, ପାରଦର୍ଶିତା, ଆର୍ଥିକ ସ୍ବଚ୍ଛଳତା ଓ ପ୍ରଯୁକ୍ତି ବିଦ୍ୟା ସମୃଦ୍ଧ। ଆଗାମୀ ସମାରୋହରେ ସେମାନଙ୍କ ବହୁମୁଖୀ ଯୋଗଦାନ ନିଶ୍ଚୟ ବିକଶିତ ଭାରତ ଗଠନ ଦିଗରେ ସହାୟକ ହେବ, ଯାହା ଗେମ୍‌ ଚେଞ୍ଜର ସାବ୍ୟସ୍ତ ହେବ। ସେମାନେ ଭାରତରେ ନିଜର ପୁଞ୍ଜି ନିବେଶ କରିବେ, ନିଜକୁ ରାଷ୍ଟ୍ରଦୂତ ମନେକରି ସହଯୋଗ ବି କରିବେ। ବିଦେଶରେ ବାସ କରୁଥିବା ପ୍ରାୟ ୩.୫୪ କୋଟିରୁ ଊଦ୍ଧର୍‌ବ ଭାରତୀୟ ନିଜର ଗରିମାମୟ ସଂସ୍କୃତିକୁ ନିଜର ଆଚରଣ ଓ ଉଚ୍ଚାରଣରେ ପରିବ୍ୟାପ୍ତ କରିବେ ଏବଂ ଭାରତକୁ ବିଶ୍ବଗୁରୁ ଭାବେ ଉପସ୍ଥାପନ କରିବେ। ବଦଳରେ ସମୃଦ୍ଧ, ବିକଶିତ ଭାରତ ସେମାନଙ୍କୁ ପ୍ରଦାନ କରିବ ନିରାପତ୍ତା ଏବଂ ବିଦେଶ ମାଟିରେ ସମ୍ମାନର ସହିତ ବଞ୍ଚତ୍ବାର ରାହା।
ପ୍ରବାସୀ ଭାରତୀୟ ଦିବସ ମହାସମାରୋହରେ ଆୟୋଜନ କାଳରେ ବିଭିନ୍ନ ସ୍ଥାନରେ ପଥ ଉତ୍ସବ, ଏକାମ୍ର ଉତ୍ସବ, ଆଦିବାସୀ ମେଳା, ପୁଷ୍ପ ପ୍ରଦର୍ଶନୀ କରାଯାଇ ରାଜଧାନୀକୁ ଉତ୍ସବମୁଖର କରାଯାଉଛି। ଓଡ଼ିଶାର ସମୃଦ୍ଧ କଳା ଓ ଐତିହ୍ୟ ପ୍ରଦର୍ଶନ କରାଯିବାକୁ ପ୍ରଯତ୍ନ କରାଯାଉଛି। ରାଜାରାଣୀ ସଙ୍ଗୀତ ଉତ୍ସବ, ମୁକ୍ତେଶ୍ୱର ନୃତ୍ୟ ଉତ୍ସବ, ଓଡ଼ିଶୀ ନୃତ୍ୟ ଏବଂ ଲୋକ ଓ ଦେଶଜ ନୃତ୍ୟ ଇତ୍ୟାଦି ପ୍ରଦର୍ଶନ କରାଯିବ। ପୁରୀରେ ବିଚ୍‌ ଫେଷ୍ଟିଭାଲ, ବାଲୁକା କଳା ପ୍ରଦର୍ଶନୀ ମଧ୍ୟ ଅନୁଷ୍ଠିତ ହେବ। ସେହି ସମୟରେ ସମଗ୍ର ଭାରତର ଦୃଷ୍ଟି ରହିବ ଓଡ଼ିଶା ଉପରେ, ଯାହାର ଭରପୂର ସୁଯୋଗ ନେବାକୁ ଆମେ ପ୍ରସ୍ତୁତ ହୋଇ ରହିଛୁ।
ରାଜଧାନୀ ଓ ଆଖପାଖ ଅଞ୍ଚଳକୁ ସୁସଜ୍ଜିତ କରି ଅତିଥିମାନଙ୍କୁ ସ୍ବାଗତ କରିବା ପାଇଁ ସମସ୍ତେ ଆଗ୍ରହର ସହ ଲାଗି ପଡ଼ିଛନ୍ତି। ସୁନ୍ଦର ଆଲୋକ ସାଜସଜ୍ଜା କରାଯାଇ ରାଜଧାନୀ ସହରକୁ ନବବଧୂ ପରି ସଜେଇ ଦିଆଯାଇଛି। ଭୁବନେଶ୍ୱର, କଟକ, ପୁରୀ, କୋଣାର୍କ ଆଦି ବିଭିନ୍ନ ସହରର ପ୍ରାୟ ୩୧ଟି ପର୍ଯ୍ୟଟନସ୍ଥଳୀକୁ ଅତିଥିମାନଙ୍କୁ ନେବାଆଣିବା ପାଇଁ ବ୍ୟବସ୍ଥା କରାଯାଉଛି। ଓଡ଼ିଶାର ଏକ ପ୍ୟାଭିଲିୟନ ଜନତା ମଇଦାନରେ ରହିବ, ଯେଉଁଥିରେ ଶ୍ରୀଜଗନ୍ନାଥ ସଂସ୍କୃତି, କଳିଙ୍ଗ ଯୁଦ୍ଧ, ସମ୍ରାଟ୍‌ ଅଶୋକଙ୍କ ଚଣ୍ଡାଶୋକରୁ ଧର୍ମାଶୋକରେ ରୂପାନ୍ତରଣ, ଐତିହ୍ୟ ବାଲିଯାତ୍ରା ଓ ଅନ୍ୟାନ୍ୟ କୀର୍ତ୍ତିରାଜିଗୁଡ଼ିକର ପ୍ରଦର୍ଶନ କରାଯିବ। ଏହା ସହ ଏକ ଡିଜିଟାଲ ପ୍ରଦର୍ଶନୀର ମଧ୍ୟ ଆୟୋଜନ କରାଯାଇଛି। ଅତିଥିମାନଙ୍କ ଭ୍ରମଣ ତଥା ଯାତାୟାତ ନିମନ୍ତେ ୧୦ଟି ଉନ୍ନତ ମାନର ବସ୍‌ ଏବଂ ୫ଟି ଡବଲ ଡେକର ବସ୍‌ ଚାଲିବାର ବ୍ୟବସ୍ଥା କରାଯାଇଛି। ୨୦୦ରୁ ଅଧିକ ପ୍ରବାସୀ ସାମ୍ବାଦିକ, ୭ଟି ଦେଶରୁ ୟୁଟ୍ୟୁବର ଓ ବ୍ଲଗର ଏଥିରେ ଅଂଶ ଗ୍ରହଣ କରୁଛନ୍ତି। ଏଥିସହିତ ସହରର ସ୍ବଚ୍ଛତା, ଶୃଙ୍ଖଳା ଓ ନିୟମାବଳୀର ଅନୁପାଳନ କରି ସମାରୋହର ସଫଳ ରୂପାୟନରେ ଭାଗୀଦାରି ହେବାକୁ ମୁଁ ରାଜ୍ୟର ସମସ୍ତ ଜନସାଧାରଣଙ୍କୁ ନିବେଦନ କରୁଛି ।
ବିଦେଶ ମାଟିରେ ରହୁଥିବା ଭାରତୀୟ ପ୍ରବାସୀ ଏବଂ ବଂଶୋଭବଙ୍କୁ ନିଜ ସଂସ୍କୃତି, ପରମ୍ପରା, ଐତିହ୍ୟ ତଥା ପୂର୍ବସୂରୀଙ୍କ ସ୍ମୃତି ସହ ଯୋଡ଼ିବା ପାଇଁ ପ୍ରବାସୀ ଭାରତୀୟ ଦିବସ ଆମକୁ ଅବସର ପ୍ରଦାନ କରିଛି। ଏହାକୁ ଆମେ ଏକ ଅନନ୍ୟ ସୁଯୋଗ ମନେକରୁଛୁ। ଆଗନ୍ତୁକ ଅତିଥିମାନେ ନିଜର ଜନ୍ମମାଟିର ଗନ୍ଧରେ ବିଭୋର ହେବାର ମହାର୍ଘ ସୁଯୋଗ ପାଇବା ସହିତ ସେମାନଙ୍କ ଅନୁଭବ ଓ ଅଭିଜ୍ଞତାରେ ନିଜ ଗ୍ରାମ ଓ ସହରର ଯୁବ ସମ୍ପ୍ରଦାୟଙ୍କୁ ମଧ୍ୟ ଅନୁପ୍ରାଣିତ କରିବେ। ପୂର୍ବଭାରତର କୌଣସି ରାଜ୍ୟରେ ଆଜିଯାଏଁ ଏଭଳି ଭବ୍ୟ, ବିଶାଳ ତଥା ମହତ୍ତ୍ୱାକାଂକ୍ଷୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ଏହା ପ୍ରଥମ ଘଟଣା। ଏହା ଏକ ସୁଯୋଗ, ଯାହା ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ତଥା ଓଡ଼ିଶାର ବିକାଶ ପ୍ରତି ପ୍ରତିବଦ୍ଧତା କାରଣରୁ ସମ୍ଭବ ହୋଇଛି। ଆମର ଯଶସ୍ବୀ ପ୍ରଧାନମନ୍ତ୍ରୀ ଏଭଳି ଜଣେ ଉତ୍ତୁଙ୍ଗ ବ୍ୟକ୍ତିତ୍ୱ, ଯେ କି ଲାକ୍ଷାଦ୍ବୀପର ଆରବସାଗର କୂଳରେ ବସି ନିଜର ଫଟୋକୁ ଏକ୍ସ ସାମାଜିକ ଗଣମାଧ୍ୟମରେ ଛାଡ଼ିଦେଲେ, ଭାରତୀୟ ପର୍ଯ୍ୟଟକମାନେ ମାଳଦ୍ବୀପ ନ ଯାଇ ଲାକ୍ଷାଦ୍ବୀପରେ ଛୁଟି କାଟିବାକୁ ରୁଣ୍ଡ ହୋଇ ଯାଆନ୍ତି।
ଭାରତୀୟ ସଂସ୍କୃତି, ପରମ୍ପରା, ଐତିହ୍ୟ, କଳା, ଭାଷା ଆଦି ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରି ପ୍ରତ୍ୟେକ ଭାରତୀୟଙ୍କୁ ଗୌରବାନ୍ବିତ କରିଛନ୍ତି ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତାଙ୍କରି ନେତୃତ୍ୱରେ ଭାରତବର୍ଷ ଆଜି ସମସ୍ତ କ୍ଷେତ୍ରରେ ସ୍ବତନ୍ତ୍ର ପରିଚୟ ଓ ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇଛି। ବିଶ୍ୱ ନେତୃତ୍ୱ ନେବା ପାଇଁ ଭାରତବର୍ଷ ଆଜି ପ୍ରସ୍ତୁତ। ବିକଶିତ ଭାରତ ଗଠନ ପାଇଁ ଦେଶବାସୀ ଯାତ୍ରା ଆରମ୍ଭ କରିଦେବା ବେଳେ ଆମେ ଓଡ଼ିଶାବାସୀ ବିକଶିତ ଓଡ଼ିଶା ଗଠନ କରିବାର ଦୁର୍ବାର ଶପଥ ନେଇଛେ। ଏହି ସମୟରେ ଆମକୁ ଅନେକ ଆହ୍ବାନର ସମ୍ମୁଖୀନ ହେବାକୁ ପଡ଼ିବ। ଆମର ହାତ ଧରି ଆଗେଇ ନେବାକୁ ପ୍ରଧାନମନ୍ତ୍ରୀ ଓଡ଼ିଶାର ବନ୍ଧୁ ଭାବେ ସବୁବେଳେ ରହିଛନ୍ତି, ଏହା ଆମକୁ ଆଶ୍ବସ୍ତ କରିଛି। ତାଙ୍କର ମହାନୁଭବ ବନ୍ଧୁତାକୁ ଆମେ ହୃଦୟଙ୍ଗମ କରିଛେ, ଯେତେବେଳେ ସେ ଇଣ୍ଡୋନେସିଆ ଗସ୍ତ କାଳରେ କଟକର ବାଲିଯାତ୍ରା ସମ୍ପର୍କରେ ଉଲ୍ଲେଖ କରିଥିଲେ। ଭାରତ ମଣ୍ଡପରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀରେ ‘କୋଣାର୍କ ଚକ୍ର’ର ପ୍ରଦର୍ଶନ ବିଶ୍ବନେତାଙ୍କୁ ବିମୋହିତ କରିଥିଲା। ବିଶ୍ବ ନେତାବୃନ୍ଦଙ୍କୁ ଏହି କୋଣାର୍କ ଚକର ବୈଶିଷ୍ଟ୍ୟ ଓ କାରୁକାର୍ଯ୍ୟ ସମ୍ପର୍କରେ ବୁଝାଇଥିଲେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
ପ୍ରଧାନମନ୍ତ୍ରୀ ପୂର୍ବୋଦୟ ବିକାଶ ଉପରେ ଜୋର୍‌ ଦେଉଛନ୍ତି, ଯେଉଁଥିରେ ଓଡ଼ିଶା ସବୁଠୁ ଆଗରେ ରହିବ। ‘ପୂର୍ବୋଦୟ ମିଶନ’ରେ ଓଡ଼ିଶା ସମେତ ପୂର୍ବ-ଭାରତର ତ୍ୱରିତ ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କର ଦୂରଦୃଷ୍ଟିସମ୍ପନ୍ନ ଯୋଜନା ହେଉଛି ‘ପୂର୍ବୋଦୟ’। ଏହାର ପ୍ରମୁଖ ବିନ୍ଦୁ ହେଉଛି ବିକାଶ। ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପିତ ‘ପୂର୍ବୋଦୟ’ରେ ଓଡ଼ିଶାର ବିକାଶ ବିନା ଭାରତ ବିକଶିତ ହେବା ଅସମ୍ଭବ। ପୂର୍ବ- ଭାରତର ରାଜ୍ୟଗୁଡ଼ିକରେ ବିଭିନ୍ନ ଭିତ୍ତିଭୂମି ବିକାଶ କରାଯିବା ସହିତ କିପରି କୁଶଳୀ ମାନବ ସମ୍ବଳ ତିଆରି ହୋଇପାରିବେ, ତା’ ଉପରେ ବିଶେଷ ଧ୍ୟାନ ଦିଆଯାଉଛି।
ମୋଦୀ ଗରିବ ଘରେ ଜନ୍ମ ନେଇ ମଧ୍ୟ ନିଜର ଅଧ୍ୟବସାୟ, ରାଷ୍ଟ୍ରଭକ୍ତିକୁ ପୁଞ୍ଜିକରି ଲୋକଙ୍କର ପ୍ରିୟ ପ୍ରଧାନମନ୍ତ୍ରୀ ଭାବେ ପ୍ରତିଷ୍ଠା ପାଇଛନ୍ତି। ଗରିବ ହୋଇ ନ ଥିଲେ, ହୁଏତ ସେ ସମସ୍ତଙ୍କ ନାମରେ ବ୍ୟାଙ୍କ ଜମାଖାତା, ପ୍ରତି ଘରକୁ ପାଇଖାନା ଓ ବିଶୁଦ୍ଧ ପାନୀୟ ଜଳ ଦେବାକୁ ଏଭଳି ତତ୍ପରତା ପ୍ରଦର୍ଶନ କରିପାରି ନଥା’ନ୍ତେ। ସାଧାରଣ ଗରିବ ଲୋକଟିର ଆବଶ୍ୟକତା ପୂର୍ତ୍ତି ପାଇଁ ତାଙ୍କର ମାନବବାଦୀ ଦୃଷ୍ଟିଭଙ୍ଗୀକୁ ଓଡ଼ିଶାର ଗୋଟିଏ ଗରିବ ଆଦିବାସୀ ପରିବାରରେ ଜନ୍ମ ନେଇଥିବା ମୋ ଭଳି ଜନସେବକ ଅତ୍ୟନ୍ତ ଆଗ୍ରହର ସହିତ ଲକ୍ଷ୍ୟ କରିଛି ଓ ଅନୁପ୍ରାଣିତ ହୋଇଆସିଛି। ସେ ବାରମ୍ବାର ଓଡ଼ିଶା ଆସିଛନ୍ତି, ଆମକୁ ଉତ୍ସାହିତ କରିଛନ୍ତି ଓ ଏଠାରେ ମଧ୍ୟ ରାତ୍ରିଯାପନ କରିଛନ୍ତି। ବିଶ୍ବର ସବୁଠୁ ଅଧିକ ଲୋକପ୍ରିୟ ନେତା ମୋଦିଜୀଙ୍କର ସରଳତା, ପ୍ରତିବଦ୍ଧତା ଓ କର୍ମନିଷ୍ଠା ସମସ୍ତଙ୍କୁ ପ୍ରେରଣା ଦେଇଆସିଛି। ପ୍ରବାସୀ ଭାରତୀୟ ଦିବସ ସମାରୋହକୁ ସେ ଉଦ୍‌ଘାଟନ କରିବେ, ଏହା ହୁଏତ ଏକ ବିଧି ବ୍ୟବସ୍ଥା, କିନ୍ତୁ ତାଙ୍କର ଗରିମାମୟ ଉପସ୍ଥିତି କେବଳ ପ୍ରବାସୀ ଭାରତୀୟ ଓ ବଂଶୋଦ୍ଭବ କାହିଁକି, ସମସ୍ତ ଦେଶବାସୀଙ୍କୁ ପ୍ରଭାବିତ କରିବ। ସେହି ପ୍ରଭାବକୁ ଆୟୁଧ କରି ଆମେ ଓଡ଼ିଶାକୁ ଦେଶର ଅନ୍ୟତମ ବିକଶିତ ରାଜ୍ୟରେ ପରିଣତ କରିବୁ। ଦେଶକୁ ବିଶ୍ବର ତୃତୀୟ ବୃହତ୍ତମ ଅର୍ଥନୀତି କରିବାରେ ଯେପରି ବିକଶିତ ଓଡ଼ିଶା ନିର୍ଣ୍ଣାୟକ ଭୂମିକା ନେବ, ସେଥିପାଇଁ ପ୍ରଯତ୍ନ କରିବୁ।
ମୁଁ ଏହି ସମାରୋହକୁ ମହୋତ୍ସବ ଭାବେ ପାଳନ କରିବାକୁ ରାଜ୍ୟବାସୀଙ୍କୁ ଅନୁରୋଧ କରିବା ସହିତ ‘ଅତିଥି ଦେବୋ ଭବଃ’ ମନ୍ତ୍ରରେ ଅଭିମନ୍ତ୍ରିତ ହେବାକୁ ଅନୁରୋଧ କରିବି। ସର୍ବଶ୍ରେଷ୍ଠ ଆତିଥ୍ୟ ପାଇ ପ୍ରବାସୀମାନେ ନିଜର କର୍ମକ୍ଷେତ୍ରକୁ ଫେରିଗଲା ପରେ ଓଡ଼ିଶା ନିଶ୍ଚୟ ତାହାର ଲାଭ ପାଇବ, ଏହା ଓଡ଼ିଶାର ବନ୍ଧୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ମୋଦିଜୀ ଓ ମୋର ବିଶ୍ବାସ। ମୁଁ ପୁଣି ଥରେ ସମସ୍ତ ଅତିଥିଙ୍କୁ ସ୍ବାଗତ କରୁଛି।
ମୁଖ୍ୟମନ୍ତ୍ରୀ, ଓଡ଼ିଶା


Enter your email to get our daily news in your inbox.

All Right Reserved By Dharitri.Com

IND vs PAK: ‘ଆମର ଫ୍ଲାଇଟ ବୁକ୍‌ ଅଛି…’, କାହିଁକି ଏମିତି କହିଲେ ସୂର୍ଯ୍ୟକୁମାର? ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୫।୨: ପାକିସ୍ତାନ ସରକାର ସ୍ପଷ୍ଟ କରିଛନ୍ତି ଯେ ସେମାନଙ୍କ ଦଳ 2026 T-20 ବିଶ୍ୱକପ ଖେଳିବ, କିନ୍ତୁ କେବଳ ଫେବୃଆରୀ ୧୫ରେ ଭାରତ ବିପକ୍ଷରେ ମ୍ୟାଚ ଖେଳିବ।…

T20 WC Opening Ceremony:ନୋରା ଫତେହିଙ୍କ ଡ୍ୟାନ୍ସ ସାଙ୍ଗକୁ ବାଦଶାହାଙ୍କ ଜଲଓ୍ବା! ଓପନିଂ ସେରିମନିରେ ଲାଗିବ ବଲିଉଡ ତଡକା

ନୂଆଦିଲ୍ଲୀ,୫।୨: T20 World Cup 2026 ଶନିବାର, ଫେବୃଆରୀ ୭ରେ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ତିନୋଟି ମ୍ୟାଚ ଖେଳାଯିବ, ଯେଉଁଥିରେ ପାକିସ୍ତାନ ଏବଂ ନେଦରଲ୍ୟାଣ୍ଡ…

ସରୁନି ବିସ୍ଥାପିତଙ୍କ ଥଇଥାନ ଦୁଃଖ: ବଢ଼ୁଛି ଅସନ୍ତୋଷ

ମୋହନା,୫।୨(ମନ୍ମଥ ମିଶ୍ର) ଛେଳିଗଡ଼ ପ୍ରକଳ୍ପରେ କ୍ଷତିଗ୍ରସ୍ତ ହୋଇଥିବା ବିସ୍ଥାପିତଙ୍କ ଆଜି ଯାଏ ଥଇଥାନ ହୋଇପାରି ନାହିଁ। ୩ ଦଶନ୍ଧି ଧରି ଚାଲିଛି ବିସ୍ଥାପନ ପ୍ରକ୍ରିୟା। ଚାଷ ଓ…

ପାକିସ୍ତାନୀ-ବାଂଲାଦେଶୀ ଭାଇ ଭାଇ, 2026 T20 World Cup ପୂର୍ବରୁ ପାକିସ୍ତାନୀ କ୍ୟାପଟେନଙ୍କ ବୟନକୁ ନେଇ ବିବାଦ

ନୂଆଦିଲ୍ଲୀ,୫।୨: ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ସଲମାନ ଆଗା ICCକୁ ଉସୁକାଇବାକୁ ଚେଷ୍ଟା କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ବାଂଲାଦେଶ କ୍ରିକେଟ ଦଳକୁ 2026 T20…

ଅଶ୍ବିନୀ ବୈଷ୍ଣବଙ୍କୁ ଓଡିଶାରେ ପୁରାଇ ଦେବୁନି..’: ରାଜ୍ୟସଭାରେ ଗର୍ଜିଲେ ମୁନ୍ନା ଖାଁ

ନୂଆଦିଲ୍ଲୀ,୫।୨: ରାଜ୍ୟସଭାରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଟାର୍ଗେଟ କରି ଗର୍ଜିଛନ୍ତି ଏମପି ମୁନ୍ନା ଖାଁ। ନବରଙ୍ଗପୁର ଏବଂ ମାଲକାନଗିରି ଜିଲାକୁ ରେଳପଥ ସଂଯୋଗ ପାଇଁ କେନ୍ଦ୍ର ସରକାରଙ୍କ…

ନୂତନ ଉପନିବନ୍ଧନ କାର୍ଯ୍ୟାଳୟ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ: ଏଣିକି ଆଉ ହଇରାଣ ହେବେନି ଅଞ୍ଚଳବାସୀ

ତୁମୁଡିବନ୍ଧ,୫।୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧରେ ଅଭାସୀ ମାଧ୍ୟମରେ ଗୁରୁବାର ମୁଖ୍ୟମନ୍ତ୍ରୀ ତୁମୁଡିବନ୍ଧ ତହସିଲ କାଯ୍ୟଳୟ ପରିସରରେ ଉପନିବନ୍ଧନ କାର୍ଯ୍ୟାଳୟ ଉଦ୍‌ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମଟିକୁ…

ଶନି ଦେବଙ୍କ ବିରଳ ସଂଯୋଗ; ବରବାଦ ହେବେ ନା ଧନ ପାଇବେ ଏହି ୩ ରାଶି!

ଶୁକ୍ରବାର, ଫେବୃଆରୀ 6, 2026 ରେ, ବୁଧ ଏବଂ ଶନି ପରସ୍ପର ପ୍ରତି 30 ଡିଗ୍ରୀ କୋଣରେ ଅବସ୍ଥିତ ହେବେ। ଏହା ଦ୍ୱିଦ୍ୱାଦଶ ଯୋଗ ସୃଷ୍ଟି କରିବ।…

ସ୍ପଷ୍ଟ କଲା ଭାରତ, ନଇଁବ ନାହିଁ ଦେଶ ରୁଷିଆରୁ କିଣିବ ତେଲ!

ନୂଆଦିଲ୍ଲୀ,୫।୨: ଭାରତ ଏବଂ ଆମେରିକା ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତି ଉପରେ ସହମତ ହୋଇଛି। ଏହା ସହିତ, ଏକ ପ୍ରମୁଖ ପ୍ରଶ୍ନ ଉଠିଛି: ଭାରତ ରୁଷିଆରୁ ତେଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri