ଟିଟିଲାଗଡ଼ରେ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସପ୍ତାହାନ୍ତ ଶଟ୍‌ ଡାଉନ

ଟିଟିଲାଗଡ଼, ୨୮।୮ (ଡି.ଏନ.ଏ.)-ଟିଟିଲାଗଡ଼ ଉପଖଣ୍ଡ ଅଞ୍ଚଳରେ ଦିନକୁ ଦିନ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏନେଇ ଟିଟିଲାଗଡ଼ ଉପଜିଲାପାଳ ସୌମେଶ ଉପାଧ୍ୟାୟ ପୁଣି ଥରେ ସପ୍ତାହାନ୍ତ ଶଟ୍‌ଡାଉନ ଘୋଷଣା କରିଥିବା ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା କହିଛନ୍ତି। ଶୁକ୍ରବାର ମଧ୍ୟ ରାତିରୁ ଶଟଡାଉନ କଟକଣା ଲାଗୁ ହୋଇଛି। ଆସନ୍ତା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ପ୍ରତି ଶନିବାର ଏବଂ ରବିବାର ଉପଖଣ୍ଡ ଅଞ୍ଚଳ ସମ୍ପୂର୍ଣ୍ଣ ଶଟଡାଉନ ରହିବ। ଆଦେଶର ଉଲ୍ଲଙ୍ଘନ କରାଗଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରାଯାଇଛି ା