ଗଞ୍ଜାମ,୨୮ା୨(ବିଦ୍ୟାଧର ସାହୁ): ଗଞ୍ଜାମ ସହରସ୍ଥିତ କାଳୀମନ୍ଦିର ନିକଟସ୍ଥ କଲେଜ ରୋଡ୍ଠାରେ କିଛି ମାସ ହେବ ଶନିବାର ସାପ୍ତାହିକ ହାଟର ଶୁଭାରମ୍ଭ ହୋଇଥିଲା। ବର୍ତ୍ତମାନ ଉକ୍ତ ସାପ୍ତାହିକ ହାଟ ଅବସ୍ଥା ଦେଇ ଗତି କରୁଥିବା ଜଣାପଡ଼ିଛି। ବେପାରୀମାନେ ବସିବାକୁ ଭେଣ୍ଡିଂ ଜୋନ ନିର୍ମାଣ କାର୍ଯ୍ୟ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ରହିଛି। ପ୍ରାରମ୍ଭରେ ବଜାରର କିଛି ବେପାରୀଙ୍କୁ ନେଇ ତରବରିଆ ଭlବେ ହାଟ ଆରମ୍ଭ ହେଲା ସତ କିନ୍ତୁ ସେଠାକୁ ଅନ୍ୟ ବେପାରୀମାନେ ସେଠାକୁ ଯାଇ ବେପାର କରିବାକୁ ନାକ ଟେକୁଥୁବା ଆଲୋଚନା ହେଉଛି। ଆରମ୍ଭ ହେଲା ବେଳେ ପ୍ରତ୍ୟେକ ଶନିବାର ଅପରାହ୍ନରେ ହାଟ ବସୁଥିବା ବେଳେ କିଛି ଦିନ ସକାଳ ବେଳା ହାଟକୁ ବେପାରୀମାନେ ଯିବାକୁ ଏନ୍ଏସି ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରାଯାଇଥିଲା। କିନ୍ତୁ କୌଣସି ପନିପରିବା ବେପାରୀ ନିୟମିତ ଯାଉନାହାନ୍ତି। ଆଉ କିଛି ବେପାରୀଙ୍କ କହିବା ଅନୁସାରେ ହାଟ ପାଇଁ ଉପଯୁକ୍ତ ସ୍ଥାନ ନୁହଁ। ଆଜି ଜଣେ ପରିବା ବେପାରୀ ଯାଇଥିବା ବେଳେ ପୂରା ହାଟ ଖାଁ ଖାଁ ଥିବା ଦେଖିବାକୁ ମିଳିଥିଲା। ଆସ୍ତେ ଆସ୍ତେ ଏହି ଶନିବାର ସାପ୍ତାହିକ ହାଟ ବନ୍ଦ ହେଇଯିବ ବୋଲି ଆଶଙ୍କା ଦେଖା ଦେଇଛି। ଆଜି ଶନିବାର ଅପରାହ୍ନରେ କାଁଭାଁ ପରିବା ବେପାରୀଙ୍କୁ ଛାଡ଼ିଦେଲେ ଅଧିକାଂଶ ଦୋକାନୀ ବଜାରରେ ନିଜ ପସରା ଧରି ବସିଥିବା ଦେଖିବାକୁ ମିଳିଛି। ହାଟ ପାଇଁ ସ୍ଥାନ ନିରୂପଣ ଠିକ୍ ହୋଇ ନ ଥିବା ସହରରେ ଆଲୋଚନା ହେଉଛି।

