ସ୍ପାଇ ଥ୍ରୀଲର ‘ଖୁଫିୟା’ରେ ନଜର ଆସିବେ ତବ୍ବୁ

ମୁମ୍ବାଇ: ବିଶାଲ ଭରଦ୍ୱାଜଙ୍କ ଆଗାମୀ ସ୍ପାଇ ଥ୍ରୀଲର ମୁଭି ‘ଖୁଫିୟା’ ଖୁବଶୀଘ୍ର ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ରିଲିଜ ହେବାକୁ ଯାଉଛି। ନିକଟରେ ଏହି ମୁଭିର ଘୋଷଣା ସହ ଫିଲ୍ମରେ ଅଭିନୟ କରିଥିବା କଳାକାରଙ୍କ ଝଲକ ଦେଖାଯାଇଥିଲା। ଆଉ ଗୁରୁବାର ଅର୍ଥାତ୍‌ ୧୪ ସେପ୍ଟେମ୍ବରରେ ଏହାର ଟିଜର ରିଲିଜ ହୋଇଛି।
ଏହି ମୁଭିରେ ତବ୍ବୁ, ଅଲି ଫାଜଲ ଓ ଭାମିକା ଗବ୍ବି ମୁଖ୍ୟ ଭୂମିକାରେ ନଜର ଆସିବେ। ଏହି ଫିଲ୍ମ ମାଧ୍ୟମରେ ତବ୍ବୁ ବଡ ପରଦା ପରେ ପୁଣିଥରେ ଓଟିଟି ପା୍ଲଟଫର୍ମରେ ତହଲକା ମଚାଇବାକୁ ଆସୁଛନ୍ତି। ସବୁବେଳେ ତବ୍ବୁଙ୍କ ଅଭିନୟକୁ ଦର୍ଶକେ ପସନ୍ଦ କରିଥିବା ବେଳେ ଏବେ ଦେଖିବାର ଅଛି ଏହି ମୁଭିରେ ତବ୍ବୁଙ୍କ ଅଭିନୟକୁ ଦର୍ଶକେ କେତେ ଗ୍ରହଣ କରୁଛନ୍ତି। ବିଶାଲଙ୍କ ଏହି ମୁଭି ଅମର ଭୂଷଣଙ୍କ ପୁସ୍ତକ ‘ଏସକେପ ଟୁ ନୋ ହୋୟର’ ଉପରେ ଆଧାରିତ।

ଫିଲ୍ମ ‘ଖୁଫିୟା’ର ଏହି ଟିଜରରେ ଅଲି ଫଜଲ କିଛି କାଗଜର ଫଟୋ କପି କରୁଥିବା ଦେଖିବାକୁ ମିଳିଛି। କ୍ୟାମେରା ମାଧ୍ୟମରେ ତବ୍ବୁ ସେମାନଙ୍କ ଉପରେ ନଜର ରଖିଥିବାର ନଜର ଆସିଛନ୍ତି। ଏହା ପରେ ଦେଖାଯାଏ ଯେ ମେଶିନରୁ କାଗଜ ବାହାରୁଛି ଏବଂ ଏଥିରେ ‘ଗୁପ୍ତଚର’ ଏବଂ ଶୀର୍ଷ ରହସ୍ୟ ଲେଖାଯାଇଛି। ଏହା ସହିତ ଫିଲ୍ମର ରିଲିଜ ଡେଟ ମଧ୍ୟ ଏହି ଟିଜର ମାଧ୍ୟମରେ କୁହାଯାଇଛି। ଫିଲ୍ମର ଟିଜର ସେୟାର କରିବାବେଳେ ଏହା ଲେଖାଯାଇଛି ଯେ ‘ଯଦି କିଛି ରହସ୍ୟ ରହସ୍ୟରେ ରହେ ତେବେ ଭଲ, କିନ୍ତୁ ଏହା ନୁହେଁ।
ଏହି ଟିଜରକୁ ଦେଖିଲେ ଜଣା ପଡିଛି ଯେ ବିଶାଲ ଭରଦ୍ୱାଜଙ୍କ ଫିଲ୍ମ ‘ଖୁଫିୟା’ ଆସନ୍ତା ମାସ ଅକ୍ଟୋବର ୫ରେ ରିଲିଜ ହେବ। ଏହି ସସପେନ୍ସ ଭର୍ତ୍ତି ଟିଜର ଦେଖିବା ପରେ ପ୍ରଶଂସକମାନେ ବହୁତ ଉତ୍ସାହିତ ହୋଇଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାମାଜିକ କର୍ମୀ ଲିଙ୍ଗରାଜ ଆଜାଦ ଗିରଫ: ଏହି କାରଣ ପାଇଁ…

ଭବାନୀପାଟଣା,୨୭।୩(ଉତ୍ତମ କୁମାର ଦାଶ): ବିଶିଷ୍ଟ ସାମାଜିକ କର୍ମୀ ଲିଙ୍ଗରାଜ ଆଜାଦ ଗିରଫ ହୋଇଛନ୍ତି। କଳାହାଣ୍ଡି ଜିଲା କର୍ଲାପାଟ ପୋଲିସ ଦ୍ବାରା ଲିଙ୍ଗରାଜ ଆଜାଦଙ୍କୁ ଗତ ୨୫ ତାରିଖରୁ…

ଶିଶୁ ସେନା ନେବେ ଖାମେନେଇଙ୍କ ମୃତ୍ୟୁର ପ୍ରତିଶୋଧ? ଇରାନୀ ସେନାରେ ଭର୍ତ୍ତି ହେଲେଣି ୧୨ ବର୍ଷ ବୟସ୍କ ପିଲା!

ତେହରାନ୍‌,୨୭।୩: ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଏକ ନୂତନ ପଦକ୍ଷେପ ଅଧୀନରେ ସୁରକ୍ଷା ଏବଂ ଯୁଦ୍ଧ ସହାୟତା କାର୍ଯ୍ୟ ପାଇଁ ସର୍ବନିମ୍ନ ବୟସ ସୀମାକୁ…

ପୋତି ହୋଇଯାଉଛି ବିରୂପା ନଦୀଶଯ୍ୟା, ଜଳପଥ ନିର୍ମାଣ ପ୍ରସ୍ତାବ ସନ୍ଦୀହାନ

ଚଣ୍ଡିଖୋଲ,୨୭ା୩(ପ୍ରଦୀପ୍ତ କୁମାର ପୃଷ୍ଟି): ମହାନଦୀର ଶାଖା ନଦୀ ହେଉଛି ବିରୂପା ଓ ଗେଙ୍ଗୁଟି। ଦୀର୍ଘ ବର୍ଷ ହେବ ଏହି ନଦୀଖନନ ନ ହେବା ଦ୍ବାରା ନଦୀ ଶଯ୍ୟା…

LPGକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ୭୦% ପର୍ଯ୍ୟନ୍ତ ବଢିଲା…

ନୂଆଦିଲ୍ଲୀ,୨୭।୩: ଶିଳ୍ପ ଏବଂ ବାଣିଜ୍ୟିକ କ୍ଷେତ୍ରକୁ ଆଶ୍ୱସ୍ତି ପ୍ରଦାନ କରି କେନ୍ଦ୍ର ସରକାର ଅଣ-ଘରୋଇ ଏଲପିଜିର ଆବଣ୍ଟନକୁ ଯଥେଷ୍ଟ ବୃଦ୍ଧି କରିଛନ୍ତି। ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ…

ବଦଳିଲେ ବିଧାୟକ ରାମଚନ୍ଦ୍ର କାଡାମଙ୍କ ପ୍ରତିନିଧି, ଏହି ବ୍ୟକ୍ତିଙ୍କୁ ମିଳିଲା ଦାୟିତ୍ୱ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ପଟ୍ଟାଙ୍ଗି,୨୭।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ନିମନ୍ତେ ବିଧାୟକ ରାମଚନ୍ଦ୍ର କାଡାମଙ୍କ ପ୍ରତିନିଧି ଭାବେ ଗୁପ୍ତ ଶଙ୍କର ପଟ୍ଟନାୟକଙ୍କୁ ବିଧାୟକ କାଡାମ ମନୋନୀତ କରିଛନ୍ତି।…

ସରପଞ୍ଚ, ସମିତି ସଭ୍ୟଙ୍କ ପ୍ରତିନିଧିଙ୍କୁ ଅଟକ ପ୍ରତିବାଦ: ଧାରଣାରେ ବସିଲେ ପୂର୍ବତନ ଏମପି

ଲୋଇସିଂହା,୨୭।୩(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ରାମପୁର ଗ୍ରାମରେ ରାମନବମୀ ଉପଲକ୍ଷେ ଅନୁଷ୍ଠିତ ଷୋହଳ ପ୍ରହର ନାମ ଯଜ୍ଞରେ ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରୀ ଯୋଗଦାନ…

ପରଭେଶ ବର୍ମାଙ୍କ ବଡ଼ ଘୋଷଣା: ପାଣି ଟାଙ୍କି ସଫା କରିବେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ,୨୭।୩: ଦିଲ୍ଲୀରେ ଜଳ ସଙ୍କଟ ସମସ୍ୟାରେ ସମାଧାନ ପାଇଁ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଦିଲ୍ଲୀ ଜଳ ମନ୍ତ୍ରୀ ପ୍ରବେଶ ବର୍ମା ଶୁକ୍ରବାର ଘୋଷଣା କରି…

ରାମଲଲାଙ୍କ ‘ସୂର୍ଯ୍ୟ ତିଳକ’ ଦେଖି ଭାବପ୍ରବଣ ହୋଇପଡ଼ିଲେ ମୋଦି: ଭିଡିଓ ଦେଖିଲେ ହୋଇଯିବେ ଅଭିଭୂତ

ନୂଆଦିଲ୍ଲୀ,୨୭।୩: ରାମଙ୍କ ନଗରୀ ଅଯୋଧ୍ୟାରେ ରାମ ନବମୀ ଅତ୍ୟନ୍ତ ଉତ୍ସାହର ସହିତ ପାଳନ କରାଯାଇଛି। ରାମଲଲାଙ୍କ ଜନ୍ମବାର୍ଷିକୀ ପାଳନ ପାଇଁ ବହୁ ସଂଖ୍ୟକ ଭକ୍ତ ଏକାଠି ହୋଇଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri