କୋହଲା ପାଗ ଚାଷୀଙ୍କ ଚିନ୍ତା ବଢ଼ାଇଲା

କୋକସରା,୨୭।୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଶୀ): କଳାହାଣ୍ଡି ଜିଲାରେ ଗତ କିଛିଦିନ ହେବ କୋହଲା ପାଗ ଲାଗି ରହିଛି। ବର୍ତ୍ତମାନ ଖରିଫ ଋତୁ ଧାନ ପ୍ରାୟ ୬୦/୭୦ ପ୍ରତିଶତ ଅମଳ କରି ଖୋଲା ଆକାଶ ଧାନ ଖଳାରେ ରଖି ମଣ୍ଡି କେବେ ଖୋଲିବ ସେ ନେଇ ଚାଷୀମାନେ ଅପେକ୍ଷା କରି ରହିଥିବା ବେଳେ ବିଳମ୍ବିତ ମଣ୍ଡି ଚାଷୀଙ୍କ ଚିନ୍ତାକୁ ଦ୍ବିଗୁଣିତ କରିଛି। କୋକସରା ବ୍ଲକ ଏକ କୃଷି ପ୍ରଧାନ ଅଞ୍ଚଳ ହୋଇଥିବା ବେଳେ ୨୨ ପଞ୍ଚାୟତ ଚାଷୀମାନେ କେଳ ଧାନ ଚାଷ କରି ପରିବାର ପ୍ରତିପୋଷଣ ସହ ନିଜର ଆର୍ଥିକ ସ୍ଥିତି କରିଥାନ୍ତି। ବ୍ଲକରେ ଇନ୍ଦ୍ରାବତୀ ବାମ କେନାଲ ଓ ଉଠା ଜଳସେଚନ, ବେହେରା ଡ୍ୟାମ ପ୍ରକଳ୍ପରୁ ଅନେକ ପଞ୍ଚାୟତର ଚାଷୀମାନେ ଜଳସେଚନ ସୁବିଧା ପାଉଥିବା ବେଳେ କୃଷି ବିଭାଗ ଆକଳନ ଅନୁସାରେ ଚଳିତ ବର୍ଷ ୧୯ହଜାର ୫ଶହ ୩୦ ହେକ୍ଟର ଧାର୍ଯ୍ୟ ଲକ୍ଷ୍ୟ ରହିଥିବା ବେଳେ ୧୮ହଜାର ୭ଶହ ୮୬ ହେକ୍ଟର ଖରିଫ ଧାନ ଚାଷ ହୋଇଛି। ତେବେ ସ୍ବଳ୍ପ ମିଆଦି ଧାନ ସବୁ ଅମଳ ଶେଷ ହୋଇଥିବା ବେଳେ ଦୀର୍ଘ ମିଆଦି ଧାନ ଏବେ ଅମଳ କରୁଛନ୍ତି ଚାଷୀ। ଚଳିତବର୍ଷ ଜିଲା ପ୍ରଶାସନ ପକ୍ଷରୁ ଆସନ୍ତା ୨୯ ତାରିଖରୁ ମଣ୍ଡି ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏ ପର୍ଯ୍ୟନ୍ତ ଧାନ ବିକ୍ରି ପଞ୍ଜୀକରଣ କରିଥିବା ଚାଷୀଙ୍କୁ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ଅନଲାଇନ ଟୋକନର ମେସେଜ ମଧ୍ୟ ଆସିନାହିଁ। କେବେ ଟୋକନ ମେସେଜ ଆସିବ ଓ କେବେ ଧାନ ବିକିବେ ଏହାକୁ ନେଇ ମଧ୍ୟ ଚାଷୀ ଆଶା ଓ ଆଶଙ୍କାରେ ରହିଛନ୍ତି। ତେବେ ଲାଗି ରହିଥିବା କୋହଲା ପାଗ ଯୋଗୁ ଚାଷୀ ଅମଳ କରି ଖଳାରେ ବିକ୍ରି ପାଇଁ ରଖିଥିବା ଧାନକୁ ନେଇ ଚିନ୍ତାରେ ପଡିଛନ୍ତି। ସମ୍ବଳ ଥିବା ଚାଷୀ ଧାନକୁ ସୁରକ୍ଷିତ ରଖିଥିବା ବେଳେ ଛୋଟ ଚାଷୀମାନେ ଧାନକୁ ଖୋଲା ଆକାଶ ତଳେ ପଲିଥିନ କିମ୍ବା ପାଳ ଢାଙ୍କି ରଖିଛନ୍ତି। ଚାଷୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ଶୀଘ୍ର ମଣ୍ଡି ଖୋଲିବାକୁ କୋକସରା ବ୍ଲକ ଅଞ୍ଚଳର ଚାଷୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲ ୧ରୁ ଆରମ୍ଭ ହେବ ମାରାଗୁଡ଼ା ଲୋକମହୋତ୍ସବ

ନୂଆପଡ଼ା,୨୭ା୩(ମକାରୁ ବେମାଲ): ନୂଆପଡ଼ା ଜିଲାର ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପାର୍ବଣ ମାରାଗୁଡ଼ା ଲୋକମହୋତ୍ସବ ଆସନ୍ତା ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ନୂଆପଡ଼ାର ନ୍ୟାଶନାଲ ମହାବିଦ୍ୟାଳୟ…

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

ନୂଆ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି, କହିଲେ ଗୁରୁତ୍ୱପୂର୍ଣ୍ଣ କଥା

ନୂଆଦିଲ୍ଲୀ/କାଠମାଣ୍ଡୁ,୨୭।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନେପାଳର ନୂଆ ପ୍ରଧାନମନ୍ତ୍ରୀ ବଲେନ୍ଦ୍ର ‘ବାଲେନ’ ଶାହଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଉଭୟ ଦେଶର ପାରସ୍ପରିକ ଲାଭକୁ…

ଯୁଦ୍ଧ ମଧ୍ୟରେ ଏମିତି ପଦକ୍ଷେପ ନେବାକୁ ଯାଉଛି ଭାରତ: ଚାହଁ ରହିଯିବେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ହର୍ମୁଜ ଷ୍ଟ୍ରେଟ୍‌ ବନ୍ଦ ହେବା ବିଶ୍ୱ ଶକ୍ତି ବଜାରରେ ଅସ୍ଥିରତା ସୃଷ୍ଟି କରିଛି। ବିଶ୍ୱର ପ୍ରାୟ ୨୦% ତୈଳ ଏହି…

ଜଣେ ବିବାହିତ ପୁରୁଷ ଲିଭ-ଇନରେ ରହିପାରିବେ କି? ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ଆଲ୍ଲାହାବାଦ,୨୭।୩: ଜଣେ ବିବାହିତ ପୁରୁଷ ଲିଭ-ଇନ ସମ୍ପର୍କରେ ରହିପାରିବେ କି ନାହିଁ ଏହାକୁ ନେଇ ଆଲ୍ଲାହାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଶୁକ୍ରବାର କୋର୍ଟ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri