Posted inଜାତୀୟ

ସାଙ୍ଗରେ ମିଶି ଲଢ଼ିବୁ

ମୁମ୍ବାଇ,୨ା୯: ୨୦୨୪ ଲୋକ ସଭା ନିର୍ବାଚନ ଯେତେଦୂର ସମ୍ଭବ ଏକାଠି ଲଢ଼ିବା ପାଇଁ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ମୁମ୍ବାଇରେ ଅନୁଷ୍ଠିତ ବୈଠକର ଶେଷଦିନରେ ନିଷ୍ପତ୍ତି ନିଆଯାଇଛି। ଇଣ୍ଡିଆ ମେଣ୍ଟ ଭାରତ ଜନସଂଖ୍ୟାର ୬୦ ପ୍ରତିଶତର ପ୍ରତିନିଧିତ୍ୱ କରୁଛି। ବିରୋଧୀ ଏକାଠି ହେଲେ ନିର୍ବାଚନ ଜିତିବା ଭାଜପା ପାଇଁ ଅସମ୍ଭବ ହୋଇପଡ଼ିବ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି। ସର୍ବାଧିକ ପ୍ରଭାବୀ ଢଙ୍ଗରେ ବିରୋଧୀ ନେତାମାନେ ଏକାଠି ହେବାକୁ କଂଗ୍ରେସ ନେତା ଆହ୍ବାନ ଦେଇଛନ୍ତି। ଦୁଇଦିନିଆ ମୁମ୍ବାଇ ବୈଠକରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ୧୪ ଜଣିଆ କେନ୍ଦ୍ରୀୟ ସମନ୍ବୟ କମିଟି ଗଠନ ହୋଇଥିବାବେଳେ ସମସ୍ତ ଆସନ ଭାଗବଣ୍ଟା ଆଲୋଚନା ଓ ନିଷ୍ପତ୍ତି ଯଥାସମ୍ଭବ ଶୀଘ୍ର ନେବା ଲାଗି ବୈଠକରେ ନିଷ୍ପତ୍ତି ହୋଇଛି। ଇଣ୍ଡିଆ ବ୍ଲକ୍‌ ଭାଜପାକୁ ପରାଜିତ କରିବ ବୋଲି ରାହୁଲ ଦୃଢ଼ତାର ସହ କହିଛନ୍ତି।
ଇଣ୍ଡିଆ ବ୍ଲକ୍‌ ମିତ୍ର ପରିବାରବାଦ ବିରୋଧରେ ଲଢ଼ି ପରାଜିତ କରିବ ବୋଲି ବୈଠକ ଶେଷରେ ଶିବସେନା (ୟୁବିଟି) ଅଧ୍ୟକ୍ଷ ଉଦ୍ଧବ ଠାକ୍‌ରେ କହିଛନ୍ତି। ସେ ଦୋସ୍ତି ପୁଞ୍ଜିବାଦକୁ ଲକ୍ଷ୍ୟ କରି ଏହା କହିଛନ୍ତି। ନିର୍ବାଚନ ଆସିଲେ ଭାଜପା ‘ସବ୍‌ କା ସାଥ୍‌ ସବ୍‌କା ବିକାଶ’ ସ୍ଲୋଗାନ ଦେଇଥାଏ। କିନ୍ତୁ ନିର୍ବାଚନ ଶେଷ ହେବା ପରେ ତାହା ‘ସବ୍‌କୋ ଲାତ୍‌ ମିତ୍ରୋଁ କା ବିକାଶ’ରେ ବଦଳିଯାଇଥାଏ ବୋଲି ଉଦ୍ଧବ କହିଛନ୍ତି। ଇଣ୍ଡିଆ ମେଣ୍ଟ ଏହା ହେବାକୁ ଦେବ ନାହିଁ। ଏକ ଭୟହୀନ ଭାରତ ଗଠନ ଲାଗି ବିରୋଧୀ ମେଣ୍ଟ ଲଢ଼େଇ କରିବ ବୋଲି ଶିବସେନା (ୟୁବିଟି) ମୁଖ୍ୟ କହିଛନ୍ତି।
ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ମେଣ୍ଟକୁ ଭାଜପା ‘ଘମଣ୍ଡିଆ’ କହିଥିବାରୁ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ଅଧ୍ୟକ୍ଷ ଶରଦ ପାଓ୍ବାର ସମାଲୋଚନା କରିଛନ୍ତି। ଶାସକ ଦଳର ମନ୍ତବ୍ୟ ଏହାର ଅହଂକାରର ପ୍ରତିଫଳନ। ଦେଶବାସୀଙ୍କ ଆଗରେ ଇଣ୍ଡିଆ ମେଣ୍ଟ ଏକ ନିର୍ଭରଯୋଗ୍ୟ ବିକଳ୍ପ ବୋଲି ପାଓ୍ବାର କହିଛନ୍ତି। ମୁମ୍ବାଇର ଗ୍ରାଣ୍ଡ ହୟାଟ୍ଟରେ ଅନୁଷ୍ଠିତ ବୈଠକରେ ୨୮ଟି ରାଜନୈତିକ ଦଳର ୬୮ ନେତା ଯୋଗଦେଇଥିଲେ। ଇଣ୍ଡିଆ ମେଣ୍ଟର ତୃତୀୟ ବୈଠକରେ ସବୁ ଠିକ୍‌ଠାକ ଚାଲିଥିଲେ ମଧ୍ୟ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ଏକ ବଡ଼ ମତପାର୍ଥକ୍ୟ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଥିଲା। ବୈଠକରେ ନିର୍ବାଚନ ପ୍ରସ୍ତାବ ଗୃହୀତ ହୋଇଥିବାବେଳେ ମତପାର୍ଥକ୍ୟ ଯୋଗୁ ରାଜନୈତିକ ପ୍ରସ୍ତାବକୁ ବାଦ୍‌ ଦେବାକୁ ପଡ଼ିଥିଲା। ମୁଖ୍ୟତଃ ଜାତି ଜନଗଣନା ଦାବିକୁ ଏଥିରେ ସାମିଲ କରିବାକୁ ନେଇ ବିରୋଧୀ ନେତାମାନେ ଭିନ୍ନ ମତ ଦେଇଥିଲେ। ଜେଡିୟୁ, ସମାଜବାଦୀ ପାର୍ଟି ଏବଂ ରାଷ୍ଟ୍ରୀୟ ଜନତା ଦଳ ଜାତି ଜନଗଣନା ପାଇଁ ଦାବି କରିଥିବାବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ଅଧ୍ୟକ୍ଷା ମମତା ବାନାର୍ଜୀଙ୍କ ନେତୃତ୍ୱରେ ଅନ୍ୟ ନେତାମାନେ ଏହାକୁ ବିରୋଧ କରିଥିଲେ। ସୂଚନାଯୋଗ୍ୟ, ଜୁଲାଇରେ ଅନୁଷ୍ଠିତ ବିରୋଧୀ ମେଣ୍ଟର ଦ୍ୱିତୀୟ ବୈଠକରେ ଜାତି ଜନଗଣନା କାର୍ଯ୍ୟକାରୀ କରିବା ଲାଗି ଏକ ମିଳିତ ସଂକଳ୍ପ ହୋଇଥିଲା।
୧୪ ଜଣିଆ ସମନ୍ବୟ କମିଟି ଗଠନ
୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଇଣ୍ଡିଆ ମେଣ୍ଟ ଶୁକ୍ରବାର ୧୪ ଜଣିଆ ସମନ୍ବୟ କମିଟି ଗଠନ କରିଛି। ୧୪ଟି ବିଭିନ୍ନ ଦଳରୁ ସଦସ୍ୟଙ୍କୁ କମିଟିରେ ନିଆଯାଇଛି। ତେବେ ମେଣ୍ଟର ରାଷ୍ଟ୍ରୀୟ ଆବାହକ ପଦ ପାଇଁ ଦୌଡ଼ରେ ଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ କମିଟିରେ ରଖାଯାଇ ନାହିଁ। ସେହିପରି ରାହୁଲ ଗାନ୍ଧୀ, ଅରବିନ୍ଦ କେଜ୍‌ରିଓ୍ବାଲ, ମମତା ବାନାର୍ଜୀ, ମଲ୍ଲିକାର୍ଜୁନ ଖାର୍ଗେ, ଉଦ୍ଧବ ଠାକ୍‌ରେଙ୍କୁ ମଧ୍ୟ ସମନ୍ବୟ କମିଟିରେ ନିଆଯାଇ ନାହିଁ। ଉକ୍ତ କମିଟିରେ କଂଗ୍ରେସରୁ କେ.ସି. ବେଣୁଗୋପାଳ ଥିବାବେଳେ ଏନ୍‌ସିପିରୁ ଶରଦ ପାଓ୍ବାର, ଡିଏମ୍‌କେରୁ ଟି.ଆର୍‌. ବାଲୁ ଏବଂ ଏମ୍‌.କେ. ଷ୍ଟାଲିନ, ଶିବସେନା (ୟୁବିଟି)ରୁ ସଞ୍ଜୟ ରାଉତ, ଆର୍‌ଜେଡିରୁ ତେଜସ୍ବୀ ଯାଦବ, ଟିଏମ୍‌ସିରୁ ଅଭିଷେକ ବାନାର୍ଜୀ, ଏଏପିରୁ ରାଘବ ଚଢ଼ା, ସମାଜବାଦୀ ପାର୍ଟିରୁ ଜାଭେଦ ଅଲି ଖାନ୍‌, ଜେଡିୟୁରୁ ଲଲନ ସିଂ, ସିପିଆଇରୁ ଡି. ରାଜା, ନ୍ୟାଶନାଲ କନ୍‌ଫରେନ୍ସରୁ ଓମାର ଅବଦୁଲ୍ଲା ଏବଂ ପିଡିପିରୁ ମେହବୁବା ମୁଫ୍‌ତି ସଦସ୍ୟ ରହିଛନ୍ତି।
କପିଲ ସିବଲଙ୍କ ପ୍ରବେଶକୁ ନେଇ ଡ୍ରାମାବାଜି
ଗତବର୍ଷ ମେ’ ୧୬ରେ କଂଗ୍ରେସ ଛାଡ଼ିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ କପିଲ ସିବଲ ଶୁକ୍ରବାର ବିରୋଧୀ ମେଣ୍ଟ ବୈଠକରେ ଅବାଞ୍ଛତ୍ତ ପ୍ରବେଶକୁ ନେଇ ଡ୍ରାମାବାଜି ଦେଖିବାକୁ ମିଳିଥିଲା। ବୈଠକରେ ଉପସ୍ଥିତ କଂଗ୍ରେସ ନେତାମାନେ ସିବଲଙ୍କ ପ୍ରବେଶକୁ ବିରୋଧ କରିଥିଲେ। ବିନା ଆମନ୍ତ୍ରଣରେ ସେ ବୈଠକରେ ପହଞ୍ଚତ୍ବାକୁ ନେଇ ପୂର୍ବତନ ସହକର୍ମୀମାନଙ୍କୁ କ୍ଷୁବ୍ଧ କରିଥିଲା। ବିରୋଧୀ ନେତାମାନଙ୍କ ଫଟୋ ସେସନ ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା କେ.ସି. ବେଣୁଗୋପାଳ ସିବଲଙ୍କ ଉପସ୍ଥିତିକୁ ନେଇ ବୈଠକର ଆୟୋଜକ ଶିବସେନା(ୟୁବିଟି)ର ଅଧ୍ୟକ୍ଷ ଉଦ୍ଧବ ଠାକ୍‌ରେଙ୍କ ନିକଟରେ ଆପତ୍ତି ଉଠାଇଥିଲେ। ନ୍ୟାଶନାଲ କନ୍‌ଫରେନ୍ସ ନେତା ଫାରୁକ୍‌ ଅବଦୁଲ୍ଲା ଏବଂ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଏଥିରେ ହସ୍ତକ୍ଷେପ କରି ସିବଲଙ୍କ ଉପସ୍ଥିତିକୁ ଗ୍ରହଣ କରିନେବାକୁ ବେଣୁଗୋପାଳଙ୍କୁ ବୁଝାଇଥିଲେ। ସ୍ବାଧୀନ ରାଜ୍ୟ ସଭା ସଦସ୍ୟ ସିବଲ ଶେଷରେ ଫଟୋ ସେସନରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

IAS ସ୍ତରରେ ଛୋଟ ଅଦଳବଦଳ: ଭାସ୍କର ଜ୍ୟୋତି ଶର୍ମାଙ୍କୁ ମିଳିଲା…

ଭୁବନେଶ୍ୱର,୩୧।୩: IAS ସ୍ତରରେ ଛୋଟ ଅଦଳବଦଳ କଲେ ରାଜ୍ୟ ସରକାର। ଭାସ୍କର ଜ୍ୟୋତି ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ ଦାୟିତ୍ୱ ଦିଆଯାଇଥିବା ବେଳେ…

ଚାଉଳ ନପାଇ ଫେରି ଯାଉଛନ୍ତି ଲୋକେ: ସାନଖେମୁଣ୍ଡିରେ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ..

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗ୍ରାମାଞ୍ଚଳମାନଙ୍କରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ନେଇ ସିଙ୍ଗପୁର ପଞ୍ଚାୟତ ସରପଞ୍ଚ…

୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟି ଉପରେ ଓଲଟିଲା ଏସିଡି ଟ୍ୟାଙ୍କର

ଖଲ୍ଲିକୋଟ,୩୧।୩(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ବଡ଼ଘାଟି ଉପରେ ମଙ୍ଗଳବାର ଅପରାହ୍ନରେ ଏକ ଏସିଡି ବୋଝେଇ ଟ୍ୟାଙ୍କର ଓଲଟି ପଡିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri