‘ଆହ୍ବାନକୁ ଗ୍ରହଣକରି ଆଗକୁ ବଢ଼ିବା ଦରକାର’

କଟକ,୫ା୧୧: ଡ୍ରିମ୍‌ସ ସ୍ବୟଂଶାସିତ ବୈଷୟିକ ମହାବିଦ୍ୟାଳୟ ପକ୍ଷରୁ ନବାଗତ ଛାତ୍ରୀଛାତ୍ରଙ୍କ ପାଇଁ ୩ସପ୍ତାହ ବ୍ୟାପୀ ଆୟୋଜିତ ଅଭିମୁଖୀକରଣ କାର୍ଯ୍ୟକ୍ରମ ନିକଟରେ ଉଦ୍‌ଯାପିତ ହୋଇଯାଇଛି। ଡ୍ରିମ୍‌ସର ଜୟଶ୍ରୀ ଅଡିଟୋରିୟମଠାରେ ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଏମ୍ସର ଅଧୀକ୍ଷକ ପ୍ରଫେସର ଡା. ସଚ୍ଚିଦାନନ୍ଦ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ, ଛାତ୍ରୀଛାତ୍ରମାନେ ଆମତ୍ବିଶ୍ୱାସର ସହ ଜୀବନରେ ଯେକୌଣସି ଆହ୍ବାନକୁ ଗ୍ରହଣ କରି ଆଗକୁ ବଢ଼ିବା ଦରକାର। ସମ୍ମାନିତ ବକ୍ତା ଭାବେ ଅମଲଗମ୍‌ ଇସ୍ପାତର ଏମ୍‌ଡି ଇଂ. ଏନ୍‌.ଡି.ରାଓ କହିଥିଲେ, ଜୀବନରେ ସୁଯୋଗ ଓ ସମ୍ଭାବନା ଭରପୂର ରହିଛି। ତେବେ ଏହାର ଠିକ୍‌ ଉପଯୋଗ ଦ୍ୱାରା ନିଶ୍ଚିତ ଫଳ ମିଳିଥାଏ ବୋଲି ସେ ମତପ୍ରକାଶ କରିଥିଲେ। ସେହିଭଳି ପ୍ରତିଷ୍ଠାନର ଅଧ୍ୟକ୍ଷ ଡ. ପ୍ରମୋଦ ଚନ୍ଦ୍ର ରଥ ନବାଗତ ବିଦ୍ୟାର୍ଥୀଙ୍କୁ ସ୍ବାଗତ କରିବା ଅବସରରେ କହିଥିଲେ, ପିତାମାତାଙ୍କ ଆଶା ଓ ଅଭିଳାଷ ପୂରଣ କରିବା ଲାଗି ସନ୍ତାନ ସବୁବେଳେ ଚେଷ୍ଟା କରିବା ଆବଶ୍ୟକ। ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଡ. ନୟନ ରଞ୍ଜନ ସାମଲ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। ସେହିପରି ଅନୁଷ୍ଠାନର ପ୍ରାଧ୍ୟାପିକା ଡ. ଅନୁରେଖା ନାୟକ ଏବଂ ପ୍ରାଧ୍ୟାପିକା ଡ. ଲୀନା ପଟ୍ଟନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଅପରପକ୍ଷରେ ପ୍ରାଧ୍ୟାପିକା ରୋଜାଲିନ୍‌ ଦାଶ ଧନ୍ୟବାଦ ଅଭିଭାଷଣ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଡ୍ରିମ୍‌ସ ଛାତ୍ରମାନଙ୍କ ଦ୍ୱାରା ପ୍ରସ୍ତୁତ ‘ଆପ୍‌’ କୁ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଡ. ରଥ ଉନ୍ମୋଚନ କରିବା ସହ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଅନୁଷ୍ଠାନର ପ୍ରଶାସନିକ ନିର୍ଦ୍ଦେଶକ ବଳରାମ କର, ନିର୍ଦ୍ଦେଶକ ଲୋକନାଥ ବେହେରା, ରେଜିଷ୍ଟ୍ରାର ଡ. କଲ୍ୟାଣ କୁମାର ସାହୁ, ଡ. ସୁଶାନ୍ତ କୁମାର ଦାସ, ଡ. ସ୍ନିଗ୍ଧାମଧୁସୂଦନ ଦାସ, କ୍ରୀଡ଼ା ନିର୍ଦ୍ଦେଶକ ନବକିଶୋର ମିଶ୍ର, ସଚିବ ପ୍ରାଣବନ୍ଧୁ ନାୟକ, ଚନ୍ଦ୍ରକାନ୍ତ ପଣ୍ଡାଙ୍କ ସମେତ ବିଭିନ୍ନ ଉଇଙ୍ଗ୍‌ର ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?