Posted inଖେଳ

୧୫ ବର୍ଷୀୟ ବୈଭବଙ୍କୁ ନେଇ ନ୍ୟୁଜିଲାଣ୍ଡ ଶିବିରରେ ଛନ୍‌କା! ଖାସ୍‌ ରଣନୀତି ପ୍ରସ୍ତୁତ କଲେ କିୱି ଅଧିନାୟକ, କହିଲେ…

ନୂଆଦିଲ୍ଲୀ, ୨୨।୧୦: ୧୫ ବର୍ଷୀୟ ଯୁବ ବ୍ୟାଟର୍‌ ବୈଭବ ସୂର୍ଯ୍ୟବଂଶୀ ନିଜର ବିସ୍ଫୋରକ ବ୍ୟାଟିଂ ଦ୍ୱାରା ସାରା ବିଶ୍ୱର ବୋଲରଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି। ନ୍ୟୁଜିଲାଣ୍ଡ ଅଧିନାୟକ ମିଚେଲ ସାଣ୍ଟନର ମଧ୍ୟ ଏହା ସ୍ବୀକାର କରିଛନ୍ତି ଯେ, ଯଦି ବୈଭବଙ୍କୁ ଭାରତୀୟ ଦଳର ପ୍ଲେଇଂ-୧୧ରେ ଖେଳିବାର ସୁଯୋଗ ମିଳେ, ତେବେ ତାଙ୍କୁ ଅଟକାଇବା ବହୁତ କଷ୍ଟକର ହେବ। ତେବେ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଆରମ୍ଭ ହେବା ପୂର୍ବରୁ କିୱି ଅଧିନାୟକ ଏହା ମଧ୍ୟ କହିଛନ୍ତି ଯେ, ତାଙ୍କ ଦଳ ବୈଭବଙ୍କ ଖେଳିବା ଶୈଳୀକୁ ଭଲ ଭାବେ ବୁଝିସାରିଛି ଏବଂ ତାଙ୍କୁ ଅଟକାଇବା ପାଇଁ ଏକ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଏହି ସିରିଜ୍ର ପ୍ରଥମ ମ୍ୟାଚ ଅକ୍ଟୋବର ୨୨ ତାରିଖରେ କ୍ରାଇଷ୍ଟଚର୍ଚ୍ଚରେ ଖେଳାଯିବ।

ଭାରତୀୟ ଅଧିନାୟକ ଶ୍ରେୟସ ଆୟର ସ୍ପଷ୍ଟ କରିଛନ୍ତି ଯେ, ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ଦଳରେ ନିଜ ପାଳି ପାଇଁ ଆହୁରି କିଛି ସମୟ ଅପେକ୍ଷା କରିବାକୁ ପଡ଼ିବ। ଏହା ସତ୍ତ୍ୱେ ନ୍ୟୁଜିଲାଣ୍ଡ ଅଧିନାୟକ ମିଚେଲ ସାଣ୍ଟନର ବୈଭବଙ୍କୁ ପ୍ରଶଂସା କରିବା ସହ ଏହି ଯୁବ ଖେଳାଳି ଆଗାମୀ ଦିନରେ ଭାରତୀୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବେ ବୋଲି କହିଛନ୍ତି।

ମ୍ୟାଚ ପୂର୍ବରୁ ସାଣ୍ଟନର କହିଛନ୍ତି, ବୈଭବ ଗତ ସିରିଜରେ ଖେଳିନଥିଲେ ମଧ୍ୟ ସେ କେତେ ଭଲ ଖେଳାଳି, ତାହା ଆମେ ଭଲ ଭାବେ ଜାଣିଛୁ। ଆମେ ତାଙ୍କୁ ଆଇପିଏଲରେ ମଧ୍ୟ ଖେଳୁଥିବା ଦେଖିଛୁ। ଦଳରେ ଅଭିଷେକ ଶର୍ମାଙ୍କ ଭଳି ଅନ୍ୟ ଖେଳାଳି ମଧ୍ୟ ବହୁତ ଭଲ ପ୍ରଦର୍ଶନ କରୁଛନ୍ତି। କିନ୍ତୁ ଏହା ନିଶ୍ଚିତ ଯେ, ଏହି ସିରିଜରେ ହେଉ କିମ୍ବା ଆଗାମୀ ଦିନରେ, ଭାରତୀୟ ଦଳରେ ବୈଭବଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି।

ବୈଭବଙ୍କୁ ନେଇ କିୱି ଅଧିନାୟକ ଆହୁରି କହିଛନ୍ତି ଯେ, ଯଦି ଏହି ସିରିଜରେ ବୈଭବଙ୍କୁ ଖେଳିବାର ସୁଯୋଗ ମିଳେ, ତେବେ ସେ କ’ଣ କରିପାରିବେ, ତାହା ସମସ୍ତେ ଜାଣନ୍ତି। ତାଙ୍କୁ ପଡ଼ିଆରେ ଅଟକାଇବା ଅତ୍ୟନ୍ତ କଷ୍ଟକର।

ସାଣ୍ଟନର କହିଛନ୍ତି ଯେ, ଇଂଲଣ୍ଡରେ ଭାରତୀୟ ବ୍ୟାଟରଙ୍କ ବିପକ୍ଷରେ ବୋଲରମାନେ କିପରି ସର୍ଟ ଓ ଦ୍ରୁତ ବଲର ବ୍ୟବହାର କରିଥିଲେ, ତାହା ଆମେ ଦେଖିଛୁ। ଆଇପିଏଲରେ ମଧ୍ୟ ବୈଭବଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଶୈଳୀ ଦେଖିବାକୁ ମିଳିଛି। ତେଣୁ ସେ ଯଦି ପଡ଼ିଆକୁ ଓହ୍ଲାନ୍ତି, ତେବେ ତାଙ୍କୁ ଆଉଟ କରିବା କିମ୍ବା ତାଙ୍କ ବ୍ୟାଟିଂକୁ ରୋକିବା ପାଇଁ ଆମେ ପୂର୍ବରୁ ହିଁ ରଣନୀତି ପ୍ରସ୍ତୁତ କରି ରଖିଛୁ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?