ପ୍ରାର୍ଥୀ କିଏ ଆମେ ଜାଣିନୁ, ଚିହ୍ନ ଦେଖି ଭୋଟ୍‌ ଦେବୁ

ବରଗଡ଼ରୁ ଅନିଲ ଦାସ,୧୭ା୫: ବର୍ତ୍ତମାନ ଚାରିଆଡ଼େ ନିର୍ବାଚନ ଉଷ୍ମତା। ରାଜନେତାମାନେ ଘନଘନ ପ୍ରଚାରରେ ଆସୁଛନ୍ତି। ମାତ୍ର ଭୋଟରମାନେ ଏଥର ଆଉ ମିଥ୍ୟା ପ୍ରତିଶ୍ରୁତିକୁ ବିଶ୍ୱାସ କରୁନାହାନ୍ତି। ଭୋଟରମାନେ କହିଛନ୍ତି, ନିର୍ବାଚନ ସମୟରେ ନେତାମାନେ ଆସୁଛନ୍ତି, ଭୋଟ୍‌ ପାଇଲା ପରେ ଚାଲି ଯାଉଛନ୍ତି। ଆମର ଯାହା ସମସ୍ୟା। ତାହା ସମାଧାନ ହୋଇପାରୁନି। ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ, ଧାନର ଅଭାବୀ ବିକ୍ରି ଭଳି ଅନେକ ସମସ୍ୟା ରହିଛି। ହେଲେ ତାହା ସମାଧାନ ହୋଇପାରୁନାହିଁ। ଭୋଟ୍‌ ଦେବାକୁ ତ ହେବ। ଭୋଟ୍‌ ଦେବୁ। ପ୍ରାର୍ଥୀ କିଏ ଆମେ ଜାଣିନୁ। ଚିହ୍ନକୁ ଦେଖି ଭୋଟ୍‌ ଦେଉଛୁ, ଏଥର ବି ଦେବୁ।

Share
Tags: Vote