କୃଷି ଆନ୍ଦୋଳନକୁ ନେଇ କରିପାରିବେନି ଟ୍ବିଟ୍‌! ଏଲନ ମସ୍କ କହିଲେ…

ନୂଆଦିଲ୍ଲୀ,୨୨।୨: ଦେଶର ବିଶିଷ୍ଟ ବ୍ୟକ୍ତିଙ୍କର ସୋସିଆଲ ମିଡିଆ ଏକ୍ସ ଆକାଉଣ୍ଟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଭାରତ ସରକାର। ଏନେଇ ଏକ୍ସ ମୁଖ୍ୟ ତଥା ସିିଇଓ ଏଲନ ମସ୍କ ଟ୍ବିଟରରେ ସୂଚନା ଦେଇଛନ୍ତି। ତେବେ ଭାରତ ସରକାର ଏକ୍ସର ଏପରି ଅଭିଯୋଗରେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।

ଗୁରୁବାର ଏକ୍ସ’ର Global Government Affairs ଏକ ଟ୍ବିଟ୍‌ କରିଛି। ପୋଷ୍ଟରେ କମ୍ପାନୀ ସରକାରଙ୍କ ଏପରି ପଦକ୍ଷେପକୁ ଗ୍ରହଣ କରିବା ପାଇଁ ଅସହମତି ଦର୍ଶାଇଛି। ଏଥିସହ କହିଛି, ଅଭିବ୍ୟକ୍ତିର ସ୍ବତନ୍ତ୍ରତା ଆଧାରରେ କୌଣସି ବ୍ୟକ୍ତିଙ୍କ ପୋଷ୍ଟକୁ ଆକାଉଣ୍ଟରୁ ଡିଲିଟ୍‌ କରିବା ଉଚିତ୍‌ ନୁହେଁ। ଏହାପରେ ବି କମ୍ପାନୀ ଭାରତ ସରକାରଙ୍କ ଆଦେଶକୁ ଅନୁପାଳନ କରିବ ବୋଲି କହିଛି। ଏକ୍ସ ଏହିସବୁ ଆକାଉଣ୍ଟକୁ ଭାରତରେ ଡିଆକ୍ଟିଭେଟ କରିବ ଯାହାଦ୍ୱାରା ଦେଶର କୌଣସି ଲୋକ କୃଷି ଆନ୍ଦୋଳନ ସର୍ମ୍ପକିତ କୌଣସି ପୋଷ୍ଟ ଦେଖିପାରିବେନି। କିନ୍ତୁ ଏହି ପୋଷ୍ଟକୁ ବିଦେଶ ଲୋକ ଦେଖିପାରିବେ ବୋଲି ଏକ୍ସ କହିଛି।

ଏକ୍ସ ଦାବି କରିଛି ଯେ, ଭାରତ ସରକାର କାର୍ଯ୍ୟକାରୀ ନିର୍ଦ୍ଦେଶ ଜାରି କରିଛନ୍ତି। କୌଣସି ବିଶିଷ୍ଟ କିମ୍ବା ନିର୍ଦ୍ଧିଷ୍ଟ ବିଶେଷ ଆକାଉଣ୍ଟରୁ ଚାଷୀ ଆନ୍ଦୋଳନକୁ ନେଇ ପୋଷ୍ଟ ହେଲେ ସେହି ଆକାଉଣ୍ଟ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି। ଯଦି କେହି ଏସମ୍ପର୍କିତ ପୋଷ୍ଟ କରନ୍ତି ତେବେ ସେମାନଙ୍କୁ ଜରିମାନା ଦେବାକୁ ପଡିବ ବୋଲି ସରକାର କହିଛନ୍ତି।

‘ଆଇନଗତ ପ୍ରତିବନ୍ଧକ ହେତୁ, ଆମେ କାର୍ଯ୍ୟକାରୀ ନିର୍ଦ୍ଦେଶ ପ୍ରକାଶ କରିବାକୁ ଅସମର୍ଥ ଅଟୁ। କିନ୍ତୁ ସ୍ବଚ୍ଛତା ପାଇଁ ସେଗୁଡିକୁୁ ସାର୍ବଜନୀନ କରିବା ଜରୁରୀ ଅଟେ। ସାର୍ବଜନୀନ ନ କରିବା ଏହା ଉତ୍ତରଦାୟିତ୍ୱ ଉପରେ ପ୍ରଶ୍ନବାଚୀ ଉଠାଇପାରେ। ଏହାଦ୍ୱାରା ସରକାର ମନମୁଖୀ ନିଷ୍ପତ୍ତି ନିଆଯିବାର ସମ୍ଭାବନା ଥାଇପାରେ ବୋଲି ଏକ୍ସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ ବଜାରରେ ଷ୍ଟାର୍ଟଅପ୍‌ର ଉଲ୍ଲେଖନୀୟ ଅଭିବୃଦ୍ଧି

ଭୁବନେଶ୍ୱର,୨୯।୪ (ଅଭୟ ଦାଶ):କ୍ରମାଗତ ଭାବେ ଘରୋଇ ବଜାରରେ ଷ୍ଟାର୍ଟଅପ ସଂଖ୍ୟାର ଉଲ୍ଲେଖନୀୟ ଅଭିବୃଦ୍ଧି ସହିତ ସଫଳତା ମଧ୍ୟ ହାସଲ କରିଛି। ଏପରିକି ୨୦୧୪ରେ ପ୍ରାୟ ୩୫୦...

ରାମ ନାମ ଧରି…

ସିର୍‌ସି/ନୂଆଦିଲ୍ଲୀ,୨୯ା୪:କେନ୍ଦ୍ରରେ କ୍ଷମତାସୀନ ଭାଜପା ଏଥର ମଧ୍ୟ ‘ରାମ ନାମ’ ଧରି ଲୋକ ସଭା ନିର୍ବାଚନ ବୈତରଣୀ ପାର ହେବାକୁ ଉଦ୍ୟମ ଚଳାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ...

ଭାରତ ମହାସାଗର ହେବ ସ୍ଥାୟୀ ଗ୍ରୀଷ୍ମ ଲହର ଅଞ୍ଚଳ

ନୂଆଦିଲ୍ଲୀ,୨୯ା୪ (ପି.ଟି.):ଭାରତରେ କିଛିଦିନ ହେଲା ଗ୍ରୀଷ୍ମ ଲହର ଜାରି ରହିଥିବାବେଳେ ଓଡ଼ିଶା ସମେତ କର୍ନାଟକ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ କେରଳରେ ସର୍ବାଧିକ ତାପମାତ୍ରା ଅନୁଭୂତ ହେଉଛି।...

ଅଶ୍ଳୀଳ ଭିଡିଓ: ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାତି ଫେରାର

ବେଙ୍ଗାଲୁରୁ,୨୯ା୪:ତୃତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବେଗୌଡ଼ାଙ୍କ ନାତି ତଥା ହାସନ ଏମ୍‌ପି ପ୍ରଜ୍ୱଳ ରେଭନ୍ନାଙ୍କ କେତେକ ଅଶ୍ଳୀଳ ଭିଡିଓ...

ଆପ୍‌ର ପ୍ରଚାର ଗୀତକୁ ବ୍ୟାନ୍‌ କଲା ଇସି

ନୂଆଦିଲ୍ଲୀ,୨୮ା୪:ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ଲୋକ ସଭା ପ୍ରଚାର ଗୀତ ଉପରେ ନିର୍ବାଚନ କମିଶନ (ଇସି) ପ୍ରତିବନ୍ଧ ଲଗାଇଛି। ଆପ୍‌ ଗୀତ ‘ଜେଲ କେ ଜବାବ...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

ମୋଦିଙ୍କ ମନ୍ତବ୍ୟକୁ ସମାଲୋଚନା କରି ଗିରଫ ହେଲେ ଭାଜପା ନେତା

ବିକାନେର,୨୮ା୪: ରାଜସ୍ଥାନରେ ଲୋକ ସଭା ନିର୍ବାଚନ ଶେଷ ହେବା ପରେ ବିକାନେରର ଭାଜପା ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଉସ୍‌ମାନ ଘନିଙ୍କୁ ଶନ୍ତି ଭଙ୍ଗ କରିବା ଅଭିଯୋଗରେ...

ଆମେ କୌଣସି ପରିସ୍ଥିତିରେ ବି ମୁଣ୍ଡ ନୁଆଁଇବୁ ନାହିଁ: କାହିଁକି ଏମିତି କହିଲେ ପ୍ରତିରକ୍ଷା ମନ୍ତ୍ରୀ

ଅହମ୍ମଦାବାଦ,୨୮।୪: ଭାରତ ଏକ ସାମରିକ ଶକ୍ତିଶାଳୀ ଦେଶରେ ପରିଣତ ହୋଇଛି। ଆମେ ଆମର ପଡ଼ୋଶୀମାନଙ୍କ ସହିତ ଭଲ ସମ୍ପର୍କ ବଜାୟ ରଖିବାକୁ ଚାହୁଁଛୁ। ଦେଶର ପ୍ରତିରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri