କୃଷି ଆନ୍ଦୋଳନକୁ ନେଇ କରିପାରିବେନି ଟ୍ବିଟ୍‌! ଏଲନ ମସ୍କ କହିଲେ…

ନୂଆଦିଲ୍ଲୀ,୨୨।୨: ଦେଶର ବିଶିଷ୍ଟ ବ୍ୟକ୍ତିଙ୍କର ସୋସିଆଲ ମିଡିଆ ଏକ୍ସ ଆକାଉଣ୍ଟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଭାରତ ସରକାର। ଏନେଇ ଏକ୍ସ ମୁଖ୍ୟ ତଥା ସିିଇଓ ଏଲନ ମସ୍କ ଟ୍ବିଟରରେ ସୂଚନା ଦେଇଛନ୍ତି। ତେବେ ଭାରତ ସରକାର ଏକ୍ସର ଏପରି ଅଭିଯୋଗରେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।

ଗୁରୁବାର ଏକ୍ସ’ର Global Government Affairs ଏକ ଟ୍ବିଟ୍‌ କରିଛି। ପୋଷ୍ଟରେ କମ୍ପାନୀ ସରକାରଙ୍କ ଏପରି ପଦକ୍ଷେପକୁ ଗ୍ରହଣ କରିବା ପାଇଁ ଅସହମତି ଦର୍ଶାଇଛି। ଏଥିସହ କହିଛି, ଅଭିବ୍ୟକ୍ତିର ସ୍ବତନ୍ତ୍ରତା ଆଧାରରେ କୌଣସି ବ୍ୟକ୍ତିଙ୍କ ପୋଷ୍ଟକୁ ଆକାଉଣ୍ଟରୁ ଡିଲିଟ୍‌ କରିବା ଉଚିତ୍‌ ନୁହେଁ। ଏହାପରେ ବି କମ୍ପାନୀ ଭାରତ ସରକାରଙ୍କ ଆଦେଶକୁ ଅନୁପାଳନ କରିବ ବୋଲି କହିଛି। ଏକ୍ସ ଏହିସବୁ ଆକାଉଣ୍ଟକୁ ଭାରତରେ ଡିଆକ୍ଟିଭେଟ କରିବ ଯାହାଦ୍ୱାରା ଦେଶର କୌଣସି ଲୋକ କୃଷି ଆନ୍ଦୋଳନ ସର୍ମ୍ପକିତ କୌଣସି ପୋଷ୍ଟ ଦେଖିପାରିବେନି। କିନ୍ତୁ ଏହି ପୋଷ୍ଟକୁ ବିଦେଶ ଲୋକ ଦେଖିପାରିବେ ବୋଲି ଏକ୍ସ କହିଛି।

ଏକ୍ସ ଦାବି କରିଛି ଯେ, ଭାରତ ସରକାର କାର୍ଯ୍ୟକାରୀ ନିର୍ଦ୍ଦେଶ ଜାରି କରିଛନ୍ତି। କୌଣସି ବିଶିଷ୍ଟ କିମ୍ବା ନିର୍ଦ୍ଧିଷ୍ଟ ବିଶେଷ ଆକାଉଣ୍ଟରୁ ଚାଷୀ ଆନ୍ଦୋଳନକୁ ନେଇ ପୋଷ୍ଟ ହେଲେ ସେହି ଆକାଉଣ୍ଟ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି। ଯଦି କେହି ଏସମ୍ପର୍କିତ ପୋଷ୍ଟ କରନ୍ତି ତେବେ ସେମାନଙ୍କୁ ଜରିମାନା ଦେବାକୁ ପଡିବ ବୋଲି ସରକାର କହିଛନ୍ତି।

‘ଆଇନଗତ ପ୍ରତିବନ୍ଧକ ହେତୁ, ଆମେ କାର୍ଯ୍ୟକାରୀ ନିର୍ଦ୍ଦେଶ ପ୍ରକାଶ କରିବାକୁ ଅସମର୍ଥ ଅଟୁ। କିନ୍ତୁ ସ୍ବଚ୍ଛତା ପାଇଁ ସେଗୁଡିକୁୁ ସାର୍ବଜନୀନ କରିବା ଜରୁରୀ ଅଟେ। ସାର୍ବଜନୀନ ନ କରିବା ଏହା ଉତ୍ତରଦାୟିତ୍ୱ ଉପରେ ପ୍ରଶ୍ନବାଚୀ ଉଠାଇପାରେ। ଏହାଦ୍ୱାରା ସରକାର ମନମୁଖୀ ନିଷ୍ପତ୍ତି ନିଆଯିବାର ସମ୍ଭାବନା ଥାଇପାରେ ବୋଲି ଏକ୍ସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାଧୀନତା ଦିବସ ପୂର୍ବସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କଲେ ରାଷ୍ଟ୍ରପତି: ‘ସର୍ବଶ୍ରେଷ୍ଠ ଭାରତ’ ଗଠନ ପାଇଁ ରଖନ୍ତୁ ଭାବନା, ପଢ଼ନ୍ତୁ ପ୍ରମୁଖ…

ନୂଆଦିଲ୍ଲୀ,୧୪।୮: ୮୦ତମ ସ୍ୱାଧୀନତା ଦିବସର ପୂର୍ବସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ସେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ…

ଓଡ଼ିଶାକୁ ପୁଣି ଫେରିଲା କୋଭିଡ୍‌: ଭୁବନେଶ୍ୱରରେ ଚିହ୍ନଟ ହେଲେ ଆକ୍ରାନ୍ତ, ଭୟରେ…

ଭୁବନେଶ୍ୱର, ୧୪।୮ ରାଜଧାନୀ ଭୁବନେଶ୍ୱରରେ ପୁଣି ଜଣେ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ବରମୁଣ୍ଡା ଅଞ୍ଚଳର ଜଣେ ୫୦ ବର୍ଷୀୟ ବ୍ୟକ୍ତି କୋଭିଡ୍‌ ସଂକ୍ରମିତ ହୋଇଥିବା…

ବିନୟତୋଷ ମିଶ୍ରଙ୍କୁ ମିଳିଲା ଓଡ଼ିଶାର ଅନ୍ତରୀଣ ଡିଜିପି ଦାୟିତ୍ୱ; ରଖିଲେ ଏଭଳି ପ୍ରତିକ୍ରିୟା…

ଭୁବନେଶ୍ୱର,୧୪।୮: ଓଡ଼ିଶାର ନୂତନ ଅନ୍ତରୀଣ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ର। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ଭାବେ…

ସୁପ୍ରିମକୋର୍ଟରୁ ସମୟ ରୈନାଙ୍କୁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୪।୮: ‘ଇଣ୍ଡିଆ ଗଟ ଲ୍ୟାଟେଣ୍ଟ’ ମାମଲାରେ ହାସ୍ୟ ଅଭିନେତା ସମୟ ରୈନାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ସମୟ ରୈନା ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ…

ଘୁମୁସର ସ୍ବର ଶୁଣିବେ ଶ୍ରୋତା, ‘ରେଡିଓ ଆଇନା’ର ଲୋକାର୍ପଣ କରି ବିଧାୟକ କହିଲେ…

ଭଞ୍ଜନଗର,୧୪ା୮(ବାବୁଲା ପ୍ରଧାନ): ରେଡିଓର ବିକାଶ ଓ ଏହାକୁ ଲୋକଙ୍କ ନିକଟତର କରିବା ଲକ୍ଷ୍ୟରେ ଭଞ୍ଜନଗର ମାଲସାହିଠାରେ ଶୁକ୍ରବାର ‘ରେଡିଓ ଆଇନା’ର ଲୋକାର୍ପଣ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

କେମିତି ଅଛନ୍ତି ଜେପି ନଡ୍ଡା? ଏମ୍ସ ଜାରି କଲା ବୟାନ

ନୂଆଦିଲ୍ଲୀ,୧୪।୮: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଏମ୍ସ ଏକ ଅପଡେଟ ପ୍ରଦାନ କରିଛି। ହସ୍ପିଟାଲ ଅନୁଯାୟୀ, ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି, ଏବଂ…

ବିଦ୍ୟୁତ୍‌ ଆଘାତରେ ନାବାଳିକାଙ୍କ ଜୀବନ ଗଲା, କ୍ଷତିପୂରଣ ଦାବିରେ…

କାଲିମେଳା,୧୪ା୮(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ କୁର୍ମାନୁର ପଞ୍ଚାୟତର ଗୁରାଲୁର ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ ଘଟିଛି।…

ଅଭିଜିତ ଦୀପକେଙ୍କ ବଡ଼ ବୟାନ: ‘ସୌରଭଙ୍କ ଗୋଟିଏ ଭିଡିଓ ଯୋଗୁଁ…’

ନୂଆଦିଲ୍ଲୀ,୧୪।୮: ‘କକ୍ରୋଚ ଜନତା ପାର୍ଟି’ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଶୁକ୍ରବାର (୧୪ ଅଗଷ୍ଟ) କହିଛନ୍ତି ଯେ ସୌରଭ ଦାସ ଯେଉଁ କାମ କରୁଛନ୍ତି ତାହା ଦେଶର ହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri