ଚେନ୍ନାଇ, ୪ା୨- ନୂଆ ଚାଷୀ ଆଇନ ବିରୋଧରେ ଚାଲିଥିବା କୃଷକ ଆନ୍ଦୋଳନ ଉପରେ ଭାରତୀୟ ଦଳ ବୈଠକରେ ଆଲୋଚନା ହୋଇଥିଲା। ଚେନ୍ନାଇରେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ପ୍ରଥମ କ୍ରିକେଟ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଗୁରୁବାର ଭର୍ଚୁଆଲ ଖବରଦାତା ସମ୍ମିଳନୀରେ କୃଷକ ଆନ୍ଦୋଳନ ସମ୍ପର୍କରେ ପଚରା ଯିବାରୁ କୋହଲି କହିଥିଲେ, ଟିମ୍ ବୈଠକ ଆମେ ସଂକ୍ଷପରେ ଆଲୋଚନା କରିଥିଲୁ। ପ୍ରତ୍ୟେକ ଖେଳାଳି ସେମାନଙ୍କ ବ୍ୟକ୍ତିଗତ ମତ ରଖିଥିଲେ।
ଉଲ୍ଲେଖଥାଉ କି, ଅନ୍ତର୍ଜାତୀୟ ସେଲିବ୍ରେଟି ରିହାନ ଆନ୍ଦୋଳନରତ କୃଷକଙ୍କୁ ସମର୍ଥନ କରିବା ପରେ କୋହଲି, ସଚିନ ତେନ୍ଦୁଲକରଙ୍କ ଭଳି ବହୁ କ୍ରିକେଟର ଦେଶବାସୀଙ୍କୁ ଏକଜୁଟ ହେବାକୁ କହିଥିଲେ।


