ଆମେ ଆମ ଜୀବନର ସାକ୍ଷୀ

ପୁରାଣରେ ବହୁ ଚମତ୍କାର ଅବଧାରଣା ରହିଛି, ଯାହା ମଣିଷର ଭାବନା ଏବଂ ଜ୍ଞାନକୁ ବୁଝାଇଥାଏ। ତେବେ ମାନବୀୟ ଚିନ୍ତାଧାରାରେ ଈଶ୍ୱର ଏବଂ ସମାନତାର ଧାରଣା ରହିଥିଲେ ମଧ୍ୟ ସେସବୁ ପ୍ରକୃତିରେ ଦୃଶ୍ୟମାନ ହୋଇ ନ ଥାଏ। ପୁରାଣ ହେଉଛି ଅଦୃଶ୍ୟ ଜଗତର ଧାରଣା ଓ ବିଶ୍ୱାସ। ପ୍ରକୃତିରେ ନ ଥିବା ଧାରଣାଗୁଡ଼ିକୁ ବୁଝାଇବା ଲାଗି ଏହା କାଳ୍ପନିକ ଛବି ବା କାହାଣୀ ବ୍ୟବହାର କରେ। ଆଦିମାନବ ପ୍ରକୃତିର କାର୍ଯ୍ୟକୁ ବ୍ୟାଖ୍ୟା କରିବା ପାଇଁ ଦେବତାଙ୍କ ଧାରଣା ଆଣିଥିଲା। ତା’ ଦୃଷ୍ଟିରେ ଫୁଲ ଓ ଫଳ ଦେଉଥିବା ଗଛ ହିଁ ଭଗବାନ୍‌ । ଜଙ୍ଗଲ ଓ ନଦୀ ମଧ୍ୟ ଥିଲା ତା’ ପାଇଁ ଦେବତା। ପ୍ରକୃତିର ନିୟମ ସହିତ ଏକ ସମନ୍ବୟ ଆଣିବା ଲାଗି ମଧ୍ୟପ୍ରାଚ୍ୟର ଆଦିବାସୀମାନେ ଈଶ୍ୱରଙ୍କ କାହାଣୀ ସୃଷ୍ଟି କରିଥିଲେ। ବିଶେଷକରି ସେହି ସମୟରେ ଭାରତୀୟମାନେ ଜୀବନର ବିବିଧତା ତଥା ଭବିଷ୍ୟତ ଓ ଅସମାନତାକୁ ଦର୍ଶାଇବା ସକାଶେ ପୁନର୍ଜନ୍ମ ଧାରଣା ଆଣିଥିଲେ, ଯାହାସବୁ ଥିଲା କାଳ୍ପନିକ କାହାଣୀ ଏବଂ ଅବାସ୍ତବ ଛବି ମାଧ୍ୟମରେ ଏହାକୁ ପ୍ରଚାର କରିଥିଲେ। ଉଦାହରଣ ସ୍ବରୂପ, ବୌଦ୍ଧଧର୍ମର ଜାତକ କାହାଣୀ ବୁଦ୍ଧଙ୍କର ପ୍ରାୟ ୫୫୦ଟି ପୂର୍ବଜନ୍ମ ସମ୍ପର୍କରେ (କେତେକ ଉଦ୍ଭିଦ, କେତେକ ପ୍ରାଣୀ ଏବଂ କେତେକ ମଣିଷ ଭାବରେ) ସୂଚିତ କରିଛି। ବିଷ୍ଣୁଙ୍କର ଦୁଇ ଅବତାର ରାମ ଏବଂ କୃଷ୍ଣଙ୍କ କାହାଣୀ ରାମାୟଣ ଓ ମହାଭାରତରେ ରହିଛି। ଦେଖିବାକୁ ଗଲେ ହିନ୍ଦୁ ପରମ୍ପରାରେ ପୁନର୍ଜନ୍ମ ବିଶ୍ୱାସ ଦୃଢ଼ ଭାବେ ରହିଆସିଛି।
ଯିଶୁ ଜଣେ କୁମାରୀଠାରୁ ଜନ୍ମ ହେବା ବିଶ୍ୱାସକୁ ଏବେ ବି ଅନେକେ ଗ୍ରହଣ କରନ୍ତି। କିନ୍ତୁ ସେ ଏକ ଅଲୌକିକ ସତ୍ତା, ଈଶ୍ବରଙ୍କ ପୁତ୍ର, ଯାହାଙ୍କୁ ହତ୍ୟା କରାଯିବା ପରେ ତାଙ୍କ ପୁନର୍ଜୀବନ ପ୍ରାପ୍ତିକୁ ଜାଗ୍ରତ କରିବା ପାଇଁ ଏଭଳି ବିଶ୍ୱାସ ଉଦ୍ଦିଷ୍ଟ ଥିଲା। ମହମ୍ମଦ ଜେରୁଜେଲମରୁ ସ୍ବର୍ଗକୁ ଯିବାର କାହାଣୀ ତାଙ୍କୁ ଜଣେ ଈଶ୍ୱର ଭାବେ ଦର୍ଶାଇବା ପାଇଁ ଉଦ୍ଦିଷ୍ଟ ଥିଲା। ୟୁରୋପୀୟ ପଣ୍ଡିତମାନେ ଯିଶୁ ଏବଂ ମହମ୍ମଦଙ୍କ ଜନ୍ମ ଓ ଜୀବନର ବାସ୍ତବତାକୁ ଯେମିତି ଗ୍ରହଣ କରନ୍ତି ହିନ୍ଦୁ ପୁରାଣଗୁଡ଼ିକୁ ଠିକ୍‌ ସେମିତି ସ୍ବୀକାର କରିଥାନ୍ତି। ସେମାନେ ସେଥିରେ କାଳ୍ପନିକତା ଦେଖିପାରନ୍ତି ନାହିଁ। ଦେଖିବାକୁ ଗଲେ କ୍ଷୀରସାଗର ଅସ୍ତିତ୍ୱ କିମ୍ବା ଶିବଙ୍କ ମସ୍ତକ ଦେଇ ଗଙ୍ଗା ଆକାଶରୁ ଧରାକୁ ଆସିଥିବା ଧାରଣାଗୁଡ଼ିକୁ ଅର୍ଥପୂର୍ଣ୍ଣ ପ୍ରତୀକ ଭାବେ ବ୍ୟବହାର କରି ପ୍ରଚାର କରାଯାଇଥିଲା।
ଏବେକାର ଆଧୁନିକ ଯୁଗର ଲୋକେ ପରମ୍ପରାକୁ ଘୃଣା କରନ୍ତି। ସେମାନେ ସେମାନଙ୍କ ପୂର୍ବଜଙ୍କ ତୁଳନାରେ ବାସ୍ତବବାଦୀ ବୋଲି ଅନୁଭବ କରନ୍ତି। କିନ୍ତୁ ଯଦି ଆମେ ପୁନର୍ଜନ୍ମ ଉପରେ ବିଶ୍ୱାସ କରୁ, ତେବେ ଆମକୁ ବୁଝିବା ଦରକାର ଯେ ପୁନର୍ଜନ୍ମ ବିଚାର କ’ଣ ଓ ଏହାର ଉଦ୍ଦେଶ୍ୟ କ’ଣ ରହିଛି। ପୁନର୍ଜନ୍ମ ତିନୋଟି ସିଦ୍ଧାନ୍ତ ସାମ୍ନାକୁ ଆଣେ। ପ୍ରଥମେ ଏହା ସୃଷ୍ଟିର ବିବିଧତାକୁ ଦର୍ଶାଏ। ପୁନର୍ଜନ୍ମ ସମସ୍ତ ବିବିଧତାକୁ ଆମର ଦାୟିତ୍ୱ ବୋଲି ସୂଚିତ କରେ। ପୁନର୍ଜନ୍ମ କର୍ମକୁ ବ୍ୟାଖ୍ୟାକରେ। ସମସ୍ତଙ୍କ ଜୀବନ ଭଲ ଓ ମନ୍ଦ କର୍ମର ସମାହାର ବୋଲି କହେ। ପୁନର୍ଜନ୍ମ ଧାରଣା ଏହା ମଧ୍ୟ ଦର୍ଶାଏ ଯେ, ଯେଉଁମାନେ ପୂର୍ବଜନ୍ମରେ ନକାରାତ୍ମକ ବା ମନ୍ଦ କର୍ମ କରିଥାନ୍ତି ସେମାନେ ଏ ଜନ୍ମରେ ଯନ୍ତ୍ରଣା ଭୋଗନ୍ତି। ଯେଉଁମାନେ ସକାରାତ୍ମକ କର୍ମର ପାରବ୍ଧ ନେଇ ଆସନ୍ତି ସେମାନେ ଆନନ୍ଦରେ ରହନ୍ତି। ଜୀବନ ଓ ଜନ୍ମର ଏହି ବିବିଧତାକୁ ବୁଝାଇବାରେ କର୍ମ ସାହାଯ୍ୟ କରେ। ଏପରିକି ସମସ୍ତେ ସମାନ ବା ଗୋଟିଏ ରୂପ ବୋଲି ବିଶ୍ୱାସ କରୁ ନ ଥିବା ସମାଜରେ ମଧ୍ୟ କର୍ମ ସିଦ୍ଧାନ୍ତ ରହିଛି। ଅନ୍ୟପଟେ ଯେଉଁଠି ସମସ୍ତେ ସମାନ ବୋଲି ବିଶ୍ୱାସ କରାଯାଏ ସେଠାରେ ଗୋଟିଏ ଈଶ୍ୱର, ଗୋଟିଏ ଗ୍ରନ୍ଥ ଏବଂ ଗୋଟିଏ ଜୀବନଶୈଳୀ ତୁମେ ପାଇପାରିବ। ଦ୍ୱିତୀୟରେ ଜୀବର ଗୋଟିଏ ଜନ୍ମ ଉପରେ ବିଶ୍ୱାସ କରୁଥିବା ପୁରାଣଗୁଡ଼ିକ ଜୀବନର ଏକ ଅନ୍ତିମ ସ୍ତର, ମହାପ୍ରଳୟ ଓ ମହାଯୁଦ୍ଧକୁ ଦର୍ଶାନ୍ତି। ଅନ୍ୟପଟେ ଅନେକ ଜୀବନ ଓ ଜନ୍ମ(ପୁନର୍ଜନ୍ମ)ର ସିଦ୍ଧାନ୍ତ ଉପରେ ବିଶ୍ୱାସ କରୁଥିବା ସମାଜରେ ସେପରି କୌଣସି ଶେଷ ବିଚାର(ସୃଷ୍ଟି ଓ ଜୀବନ) ନାହିଁ, ଏପରି କି କୌଣସି ବିଜୟ କିମ୍ବା ପରାଜୟ ନାହିଁ। କୁହାଯାଏ ଏଇ ଜୀବନରେ ଜଣେ ବିଜୟୀ ହେଲେ ଆର ଜନ୍ମରେ ତାକୁ ହାରିବାକୁ ହୋଇଥାଏ। ପୂର୍ବଜନ୍ମରେ ଯିଏ ଧନୀ ଥାଏ ସେ ଏଇ ଜୀବନରେ ଗରିବ ହୁଏ। କହିବାକୁ ଗଲେ ଜୀବନର ସବୁକିଛି ଏକ ଚକ୍ରାକାର ଗତିରେ ଚାଲେ ଓ ଜୀବର ପ୍ରତ୍ୟେକଟି କାର୍ଯ୍ୟର ପରିଣାମ ଅଛି। ସୃଷ୍ଟିରେ ମଧ୍ୟ କୌଣସି ଗୋଟିଏ ମହାବିନାଶର ଦିନ ନାହିଁ। କେହି ସ୍ବର୍ଗ କିମ୍ବା ନର୍କରେ ନାହାନ୍ତି। କୌଣସି ଅନ୍ତିମ ଗନ୍ତବ୍ୟସ୍ଥଳ ନ ଥାଏ। କେବଳ ଥାଏ ଜନ୍ମ -ମୃତ୍ୟୁ ଚକ୍ରର ପଥ, ଯେଉଁଥିରେ ଜଣେ ଜନ୍ମ ପରେ ଜନ୍ମ ନେଇଥାନ୍ତି।
ତୃତୀୟରେ ଯଦି ଜଣେ କେବଳ ଥରେ ଜନ୍ମ ନେବ କିମ୍ବା ଥରେ ଏହି ସୃଷ୍ଟିରେ ବଞ୍ଚତ୍ବ, ତେବେ ବୁଝିବାକୁ ହେବ ଯେ, ତାଙ୍କର ପୁନର୍ଜନ୍ମ ନାହିଁ, ଅର୍ଥାତ୍‌ ସେ ଜନ୍ମ-ମୃତ୍ୟୁଚକ୍ରରୁ ମୁକ୍ତ ହୋଇଯାଏ। ଏହା ହେଉଛି ସଞ୍ଚତ୍ତ ପ୍ରାରବ୍ଧର ସୁଫଳ। ତେଣୁ ତୁମେ ବଞ୍ଚିଥିବା ସମୟରେ କରିଥିବା କର୍ମ ଏବଂ ଲାଭ କରିଥିବା ସଫଳତା ଓ ଧନସମ୍ପତ୍ତିକୁ ଜୀବନ ଶେଷରେ ଗଣନା କରାଯାଇଥାଏ। ତୁମେ ସେହି ଜୀବନରେ ସଫଳ ହୋଇଛ କି ନାହଁ ତାହା ସ୍ଥିର କରାଯାଏ ଓ ତାହା ହିଁ ପ୍ରାରବ୍ଧ। କିନ୍ତୁ ଯଦି ତୁମେ ବାରମ୍ବାର ଜନ୍ମ ନେଉଛ, ତେବେ ତୁମ ଜୀବନ ସେହି ଭଳି ଅସୀମ ଥର ଭାଗ ହେଉଛି ବୋଲି ବୁଝିବାକୁ ହେବ। ଫଳରେ ତୁମେ ଯାହା କରିଥାଅ କିମ୍ବା ହାସଲ କରିଥାଅ, ତାହାର ମୂଲ୍ୟ ଶେଷରେ ଶୂନ୍ୟ ହୋଇଯାଏ। ମନେରଖିବାକୁ ହେବ ଯେ, ଅନ୍ୟମାନଙ୍କୁ ତୁମେ ଯାହାସବୁ ଦେଇଛ ସେଥିରେ ତୁମ ଜୀବନର ମୂଲ୍ୟାଙ୍କନ ହୋଇଥାଏ। ଭଲ କର୍ମ କରୁଥିଲେ କିମ୍ବା ଭଲ ସେବା ଦେଉଥିଲେ ଜୀବନର ମୂଲ୍ୟ ବଢ଼େ। ଆମ୍ବ ଗଛରେ ଆମ୍ବ ଫଳିଲେ ତାହାର ମୂଲ୍ୟ ଜଣା ପଡ଼େନାହିଁ ବରଂ ତାକୁ ଖାଇଲେ ତାହାର ମୂଲ୍ୟ କ’ଣ ଜାଣିପାରିବା। ପ୍ରକୃତରେ କୌଣସି ଜିନିଷର ଗୁଣାତ୍ମକ ମୂଲ୍ୟ ଅନ୍ୟମାନଙ୍କ ଦ୍ୱାରା ନିର୍ଦ୍ଧାରଣ ହୋଇଥାଏ। ତୁମେ ଏ ଜନ୍ମରେ ଜୀବନକୁ ନଷ୍ଟ କରିଥିଲେ ପରଜନ୍ମରେ ତାହାକୁ ଅନ୍ୟମାନେ ନଷ୍ଟ କରିଦେବେ। ଏ ଜନ୍ମରେ ଭଲ କାମ ତଥା ଅନ୍ୟମାନଙ୍କ ସେବା କରିଥିଲେ ତାହାର ମୂଲ୍ୟ ଅନ୍ୟମାନଙ୍କ ଦ୍ୱାରା ପରଜନ୍ମରେ ନିର୍ଦ୍ଧାରିତ ହେବା ଥୟ। କେହି ଆମକୁ ଦେଖୁ ବା ନ ଦେଖୁ ଆମେ ହିଁ ଆମ ଜୀବନର ଜଣେ ବାସ୍ତବ ସାକ୍ଷୀ। ଏଣୁ ଜଣେ ସାକ୍ଷୀ ଭାବେ ଭଲମନ୍ଦ କର୍ମର ଋଣ ପରିଶୋଧ କରିବାକୁ ହେବ ଏବଂ ଭଲ କାମ କରି ପୁନର୍ଜନ୍ମରେ ସକାରାତ୍ମକ ଫଳପ୍ରାପ୍ତି ପାଇଁ ଚେଷ୍ଟା କରାଯିବା ଦରକାର।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri