ଭୁବନେଶ୍ୱର,୧୬ା୧୨(ସୁନିତ୍ ମିଶ୍ର): ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ ଧନକରଙ୍କ ବିରୋଧରେ କଂଗ୍ରେସ ନେତୃତ୍ୱରେ ଇଣ୍ଡିଆ ବ୍ଲକ୍ର ଏମ୍ପିମାନେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଘୋଷଣା କରିଥିଲେ। ଏହାପରେ ବିରୋଧୀ ଏମ୍ପିମାନେ ଏନେଇ ଅନାସ୍ଥା ନୋଟିସ ମଧ୍ୟ ଦେଇସାରିଛନ୍ତି। ଏଭଳି ସ୍ଥିତିରେ ଅନାସ୍ଥା ପ୍ରସ୍ତାବକୁ ନେଇ ବିଜେଡିର ଆଭିମୁଖ୍ୟ କ’ଣ ରହିବ ତା’ ଉପରେ ସମସ୍ତଙ୍କ ନଜର ରହିଛି। ଅନେକ ସମୟରେ ଉଭୟ ଲୋକ ସଭା ଏବଂ ରାଜ୍ୟ ସଭାରେ କେନ୍ଦ୍ର ସରକାରଙ୍କ ବିଲ୍ ହେଉ କି ପ୍ରସ୍ତାବ ତାକୁ ବିଜେଡି ସମର୍ଥନ କରିଆସୁଥିବା ନଜିର ରହିଛି। ହେଲେ ଓଡ଼ିଶାରେ ପ୍ରଥମଥର ଲାଗି ବିଜେଡି ଶାସନ କ୍ଷମତାରୁ ଯିବା ସହ ଭାଜପା ସରକାର ଗଢ଼ିବାରେ ସଫଳ ହୋଇଛି। ବିଜେଡି ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଭୂମିକା ତୁଲାଉଛି। ଗତ ବିଧାନସଭା ନିର୍ବାଚନରେ ବିଜେଡିର ପରାଜୟ ପରେ ଏହାର ଆଭିମୁଖ୍ୟକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଉଥିବା ବେଳେ ରାଜ୍ୟ ସଭା ସଦସ୍ୟ ନିରଞ୍ଜନ ବିଶି ଏହା ଉପରେ ମତ ରଖିଛନ୍ତି। ସେ କହିଛନ୍ତି, ବିଜେଡି ରାଜ୍ୟ ସଭା ଅଧ୍ୟକ୍ଷଙ୍କ ସପକ୍ଷରେ ଅଛନ୍ତି। ଏ ପର୍ଯ୍ୟନ୍ତ ବିଜେଡି ସଦସ୍ୟମାନେ ଏନେଇ ଦସ୍ତଖତ ମଧ୍ୟ କରିନାହାନ୍ତି। ଅନାସ୍ଥା ପ୍ରସ୍ତାବକୁ ବିରୋଧ କରୁଛୁ। ଦଳର ସୁପ୍ରିମୋ ଆଗରୁ ସୂଚନା ଦେଇଛନ୍ତି, ରାଜ୍ୟ ସଭାରେ ଆମକୁ ନିରପେକ୍ଷ ରହିବାର ଅଛି। ସେଥିଲାଗି ଆମେ ୭ ଜଣ ସଦସ୍ୟ ଏହି କଥାରେ ନିରପେକ୍ଷ ରହିଛୁ ବୋଲି ବିଶି କହିଛନ୍ତି।
ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ସଭା ସଦସ୍ୟ ଶୁଭାଶିଷ ଖୁଣ୍ଟିଆ କହିଛନ୍ତି, ଅନାସ୍ଥା ପ୍ରସ୍ତାବ ଆଣିବାର ୧୪ ଦିନ ପୂର୍ବରୁ ନୋଟିସ ଦେବା କଥା। ବିରୋଧୀ ନୋଟିସ ଆଣିଥିଲେ ମଧ୍ୟ ଚଳିତ ରାଜ୍ୟ ସଭା ଅଧିବେଶନ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଅର୍ଥାତ୍ ଚଳିତ ଅଧିବେଶନ ଭିତରେ ବିରୋଧୀ ଅନାସ୍ଥା ଆଣିପାରିବେ ନାହିଁ। ତେଣୁ ଏନେଇ ଏବେଠାରୁ ବିଚାର ହୋଇନାହିଁ। ଦଳ ଏହା ଉପରେ ନିଷ୍ପତ୍ତି ଆଗକୁ ନେବ। ତେଣୁ ଏବେ ଠାରୁ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ ବୋଲି ଶୁଭାଶିଷ କହିଛନ୍ତି।
ବଲାଙ୍ଗୀରରେ ଚାଞ୍ଚଲ୍ୟ: ଶ୍ୱଶୁର ଘର ମାଡ଼ରେ ଜ୍ୱାଇଁଙ୍କ ଚାଲିଗଲା ଜୀବନ, ଏହି କାରଣରୁ…
ବଲାଙ୍ଗୀର,୨୧।୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଚାଞ୍ଚଲ୍ୟ। ତୁଳସୀନଗର ପଡାରେ ଯଦୁମଣି ବଗର୍ତ୍ତୀ ନାମକ ଜଣେ ବ୍ୟକ୍ତିଙ୍କୁ କୋଦାଳରେ ଲାଗିଥିବା ବାଡିରେ ପିଟି ହତ୍ୟା...
NASAରୁ ଅବସର ନେଲେ ସୁନିତା ୱିଲିୟମ୍ସ: ୨୭ ବର୍ଷ ସେବା, ମହାକାଶରେ ୬୦୮ ଦିନ…ଜାଣନ୍ତୁ ତାଙ୍କ ରେକର୍ଡ
ଓ୍ବାଶିଂଟନ୍,୨୧।୧: ଭାରତରେ ଜନ୍ମିତ ମହାକାଶଚାରୀ ସୁନିତା ୱିଲିୟମ୍ସ NASAରୁ ଅବସର ନେଇଛନ୍ତି। ସେ NASAରେ ୨୭ ବର୍ଷ କାମ କରିବା ପରେ ଅବସର ନେଇଛନ୍ତି। NASA...
ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ
ପୁରୀ,୨୧।୧: ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ। ସୋଲ, କଦଳୀ ପାଟୁକା ଓ ଜମୱୁରାରେ କରାଯିବ ଏହି ବେଶ। ଆପାଦ ମସ୍ତକ ପଦ୍ମରେ ସଜ୍ଜିତ ହେବେ ଚତୁର୍ଦ୍ଧାମୂର୍ତ୍ତି।...
ଭାରତ ଉପରେ ଲାଗିବ ନାହିଁ ୫୦୦% ଟାରିଫ୍, ଟାର୍ଗେଟ୍ରେ ଏବେ ଏହି ଦେଶ, ବଡ଼ ଖୁଲାସା କଲେ…
ଓ୍ବାଶିଂଟନ୍,୨୧।୧: ଆମେରିକାର ଟ୍ରେଜେରୀ ସଚିବ ସ୍କଟ ବେସାଣ୍ଟ କହିଛନ୍ତି ଯେ ରୁଷୀୟ ତୈଳ କିଣୁଥିବା ଦେଶଗୁଡ଼ିକ ଉପରେ ୫୦୦% ଟାରିଫ୍ ଲାଗୁ କରିବା ପାଇଁ ରାଷ୍ଟ୍ରପତି...
ସାମ୍ରାଜ୍ୟବାଦର ନଗ୍ନ ରୂପ
ଶୀତଳ ଯୁଦ୍ଧର ଅବସାନ ପରେ ସାମ୍ରାଜ୍ୟବାଦୀ ଆମେରିକାର ଔଦ୍ଧତ୍ୟ ଯେ ବହୁଗୁଣା ବଢ଼ିଯାଇଛି, ଏଥିରେ କେହି ଦ୍ୱିମତ ହେବେ ନାହିଁ। କେତେକ ରାଷ୍ଟ୍ରରେ ସାମରିକ ଶକ୍ତି...
ଆପଣା ପଣରେ ନାରୀ
ରାଜା ବ୍ରାହ୍ମଣମାନଙ୍କୁ ପୁଚ୍ଛାକଲେ, ‘ଯେଉଁ ଫଳ ଉପୁଜାଇ ସେ ଫଳ ଖାଇ କି ନ ଖାଇ’। ତହିଁକି ବ୍ରାହ୍ମଣ ବୋଇଲେ ଯେ ଯେଉଁ ଫଳ ଉପୁଜାଇ...
ପ୍ରାଥମିକ ଶିକ୍ଷା: ଖାଲିପଡ଼ିଛି ୧୬,୯୭୩ ଶିକ୍ଷକ ପଦବୀ
ଭୁବନେଶ୍ୱର,୨୧ା୧ (ସୁଚିସ୍ମିତା ସାହୁ):ରାଜ୍ୟରେ ପ୍ରାଥମିକ ଶିକ୍ଷାକୁ ସାର୍ବଜନୀନ ଓ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଛାତ୍ରୀଛାତ୍ରଙ୍କୁ...
ପୁଣି ଥର୍ ଆତଙ୍କ: ଆସିଲା ବୁଲେଟ୍କୁ ପିଟିଲା , ଜଣେ ମୃତ…
ଭୁବନେଶ୍ୱର,୨୧।୧: ରାଜଧାନୀରେ ପୁଣି ଥର୍ ଆତଙ୍କ। ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ସାମ୍ନାରେ ବୁଲେଟ୍କୁ ଧକ୍କା ଦେଇଛି ଥର୍। ଘଟଣାସ୍ଥଳରେ ଜଣେ ମୃତ, ୨ ଜଣ ଗୁରୁତର...
Archives

