ଭାରତ ସହ ବାଣିଜ୍ୟ ଚୁକ୍ତି ବିଷୟରେ ଖୁସି ଖବର ଦେଲେ ଟ୍ରମ୍ପ, ୧୪ଟି ଦେଶକୁ ପଠାଇଲେ ଟାରିଫ ନୋଟିସ

ନୂଆଦିଲ୍ଲୀ,୮।୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ, ବାଣିଜ୍ୟ ଘାଟତି ଦୂର କରିବା ଓ ଟାରିଫ ମାଧ୍ୟମରେ ଆମେରିକାର ପ୍ରଭାବ ପ୍ରତିଷ୍ଠା କରିବା ପାଇଁ ଭାରତ ସହ ଏକ ବାଣିଜ୍ୟ ଚୁକ୍ତି ସମ୍ପାଦନରେ ଆମେରିକା ନିକଟତର ହେଉଛି। ୧୪ଟି ଦେଶରୁ ଆମଦାନୀ ଉପରେ ଟାରିଫ ଲଗାଇବା ପରେ ଟ୍ରମ୍ପ ଏହି ଘୋଷଣା କରିଛନ୍ତି।

ଇସ୍ରାଏଲ ରାଷ୍ଟ୍ରପତି ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ ଏକ ବ୍ୟକ୍ତିଗତ ରାତ୍ରିଭୋଜନ ସମୟରେ ଟ୍ରମ୍ପ ସାମ୍ବାଦିକମାନଙ୍କୁ କହିଛନ୍ତି, “ଆମେ ଭାରତ ସହ ଏକ ଚୁକ୍ତି କରିବାକୁ ଚେଷ୍ଟା କରୁଛୁ। ଆମେ ବ୍ରିଟେନ ଓ ଚାଇନା ସହ ମଧ୍ୟ ଚୁକ୍ତି କରିଛୁ।”

ଟ୍ରମ୍ପ ଇଙ୍ଗିତ ଦେଇଛନ୍ତି ଯେ, କେତେକ ପ୍ରମୁଖ ଅଂଶୀଦାର ଦେଶ ସହ ଅଗ୍ରଗତି ହୋଇଛି, କିନ୍ତୁ ଯେଉଁ ଦେଶଗୁଡ଼ିକ ଆମେରିକାର ସର୍ତ୍ତ ମାନିବାକୁ ଅନିଚ୍ଛୁକ, ସେମାନଙ୍କୁ ନୂଆ ଟାରିଫ ନୋଟିସ ପଠାଯିବ। ସେ କହିଛନ୍ତି, “ଅନ୍ୟ କେତେକ ଦେଶ ସହ ଆଲୋଚନା ହୋଇଛି, କିନ୍ତୁ ଆମେ ଚୁକ୍ତି କରିପାରିବୁ ନାହିଁ ବୋଲି ଭାବୁଛୁ, ତେଣୁ ଆମେ ସେମାନଙ୍କୁ କେବଳ ଏକ ପତ୍ର ପଠାଉଛୁ। ବିଭିନ୍ନ ଦେଶକୁ ସେମାନେ କେତେ ଟାରିଫ ଦେବାକୁ ପଡ଼ିବ, ତାହା ଜଣାଉଛୁ।”

ଭାରତ ସହ ସମ୍ଭାବ୍ୟ ଚୁକ୍ତିର ବିବରଣୀ କିମ୍ବା ପରିସର ବିଷୟରେ ଟ୍ରମ୍ପ କିଛି ନକହିଥିଲେ ମଧ୍ୟ, ସେ ଯୁକ୍ତିସଙ୍ଗତ ଚିନ୍ତା ଥିବା ଦେଶଗୁଡ଼ିକ ପାଇଁ ନମନୀୟତା ଦେଖାଇଛନ୍ତି। ସେ କହିଛନ୍ତି, “କେତେକ ଦେଶ ଯଦି ଉଚିତ କାରଣ ଦର୍ଶାନ୍ତି, ତେବେ ସେମାନଙ୍କ ପାଇଁ କିଛି ସମନ୍ୱୟ ହୋଇପାରେ। ଆମେ ଏଥିରେ ଅନ୍ୟାୟ କରିବୁ ନାହିଁ।”

ସୋମବାର ଟ୍ରମ୍ପ ଜାପାନ, ଦକ୍ଷିଣ କୋରିଆ, ମିଆଁମାର, ଲାଓସ, ଦକ୍ଷିଣ ଆଫ୍ରିକା, କାଜାଖସ୍ତାନ, ମାଲେସିଆ, ଟ୍ୟୁନିସିଆ, ଇଣ୍ଡୋନେସିଆ, ବୋସ୍ନିଆ, ବାଂଲାଦେଶ, ସର୍ବିଆ, କମ୍ବୋଡ଼ିଆ ଓ ଥାଇଲାଣ୍ଡରୁ ଆମଦାନୀ ଉପରେ ଟାରିଫ ବୃଦ୍ଧି କରିଛନ୍ତି। ଏହି ଟାରିଫ ସ୍ଲାବ ଅଗଷ୍ଟ ୧ ତାରିଖରୁ ଲାଗୁ ହେବ। ଟ୍ରମ୍ପଙ୍କ ଟ୍ରୁଥ ସୋସିଆଲ ପୋଷ୍ଟ ଅନୁଯାୟୀ, ଦକ୍ଷିଣ କୋରିଆ ଓ ଜାପାନକୁ ୨୫% ଟାରିଫ, ମିଆଁମାର ଓ ଲାଓସକୁ ୪୦%, ଦକ୍ଷିଣ ଆଫ୍ରିକାକୁ ୩୦%, କାଜାଖସ୍ତାନ, ମାଲେସିଆ ଓ ଟ୍ୟୁନିସିଆକୁ ୨୫%, ଇଣ୍ଡୋନେସିଆକୁ ୩୨%, ବୋସ୍ନିଆକୁ ୩୦%, ବାଂଲାଦେଶ ଓ ସର୍ବିଆକୁ ୩୫%, ଏବଂ କମ୍ବୋଡ଼ିଓ ଥାଇଲାଣ୍ଡକୁ ୩% ଟାରିଫ ଲାଗୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

Video: ଯୁଦ୍ଧ ଶେଷ କରିବାକୁ ଇରାନ ରାଜି ହେବାର ସଙ୍କେତ ଦେବା ଭିତରେ ଏମିତି ଭିଡ଼ିଓ ଶେୟାର କଲେ ଟ୍ରମ୍ପ, ସାରା ବିଶ୍ୱ ଚକିତ! ଦେଖନ୍ତୁ…

ତେହରାନ,୩୧।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଆରମ୍ଭ ହେବାର ଗୋଟିଏ ମାସ ବିତିଗଲାଣି। ଆଜି (ମଙ୍ଗଳବାର) ଏହି ସଂଘର୍ଷର 32ତମ ଦିନ। ଆମେରିକା ଏବଂ…

ଯୁଦ୍ଧ ମଧ୍ୟରେ ଏସବୁ ଦେଶକୁ ସାହାଯ୍ୟର ହାତ ବଢାଇଲେ ମୋଦି, ଏବେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ସହିପାରୁନି ପାକିସ୍ତାନ!

ଇସଲାମାବାଦ,୩୧।୩: ଇରାନ ସହିତ ସଂଘର୍ଷ ଯୋଗୁ ସୃଷ୍ଟି ହୋଇଥିବା ବିଶ୍ୱ ତୈଳ ସଙ୍କଟ ମଧ୍ୟରେ, ଭାରତ ଖୁବ ପ୍ରଶଂସା ପାଉଛି – ଏକ ବିକାଶ ଯାହା ପାକିସ୍ତାନୀ…

ହର୍ମୁଜରେ ଏବେ ଟିକସ ଆଦାୟ କରିବ ଇରାନ, ସଂସଦରେ ଆଇନକୁ ମିଳିଲା ମଞ୍ଜୁରୀ

ତେହରାନ,୩୧।୩: ଇରାନ ସହିତ ସଂଘର୍ଷ ପରିପ୍ରେକ୍ଷୀରେ, ଯାହା ଡରାଉ ଥିଲା ତାହା ହିଁ ଘଟିଛି। ଇରାନର ସଂସଦ ହର୍ମୁଜ ପ୍ରଣାଳୀ ଦେଇ ଯାତାୟାତ ଉପରେ ଟୋଲ ଲାଗୁ…

ଟ୍ରମ୍ପଙ୍କ ୟୁ-ଟର୍ଣ୍ଣ! ପ୍ରଥମେ ଇରାନ ବିନାଶର ପ୍ରତିଶ୍ରୁତି, ଏବେ ହର୍ମୁଜକୁ ନେଇ କହିଲେ ବଡ଼ କଥା, ଯୁଦ୍ଧର ହେବ ‘THE END’?

ଓ୍ବାଶିଂଟନ,୩୧।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଚାଲିଥିବା ସଂଘର୍ଷକୁ ଦୀର୍ଘ କରିବା ମନୋଭାବରେ ଥିବା ପରି ମନେ ହେଉନାହିଁ। ଟ୍ରମ୍ପ ତାଙ୍କ ସହଯୋଗୀମାନଙ୍କୁ ଜଣାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri