Posted inଫୁରସତ

‘ଜୀବନର ଜଳପଥ’

ନଦୀ ପ୍ରାକୃତିକ ଭାବେ ମଧୁର ଜଳକୁ ପ୍ରବାହ କରିଥାଏ। ଏହା ପାହାଡ଼, ପର୍ବତ କିମ୍ବା ହିମବାହରୁ ଉତ୍ପତ୍ତି ଲାଭକରି ସାଗର, ମହାସାଗର, ହ୍ରଦ କିମ୍ବା ଅନ୍ୟ ଏକ ନଦୀରେ ମିଶିଥାଏ। ପୃଥିବୀରେ ୧୬୫ଟି ବଡ଼ ନଦୀ ସମେତ ଅନେକ ନଦୀ ରହିଛି। ପ୍ରତ୍ୟେକ ଦେଶରେ ଅତି କମ୍‌ରେ ଗୋଟିଏ ନଦୀ ଅଛି। ନଦୀଗୁଡ଼ିକ ପାନୀୟ ଜଳ, ଜଳସେଚନ, ପରିବହନ ଏବଂ ଜଳବିଦ୍ୟୁତ୍‌ ଉତ୍ପାଦନ ପାଇଁ ବ୍ୟବହୃତ ହେଉଛି। ଅନେକ ସଭ୍ୟତାର ବିକାଶରେ ଏଗୁଡ଼ିକର ଅବଦାନ ଅଛି। ପ୍ରାଚୀନ ମିଶର ସଭ୍ୟତା ନୀଳନଦୀ କୂଳରେ ଏବଂ ମେସୋପୋଟାମିଆ ସଭ୍ୟତା ଟାଇଗ୍ରିସ୍‌ ନଦୀ କୂଳରେ ଗଢ଼ି ଉଠିଥିଲା। ଏପରିକି ଭାରତର ମହେଞ୍ଜୋଦାରୋ ଓ ହରପ୍‌ପା ସଭ୍ୟତା ପ୍ରାଚୀନ ସରସ୍ବତୀ ନଦୀ କୂଳରେ ଗଢ଼ି ଉଠିଥିଲା ଏବଂ କୌଣସି କାରଣରୁ ନଦୀର ଗତିପଥରେ ପରିବର୍ତ୍ତନ ହେତୁ ଏହି ସଭ୍ୟତା ଲୋପ ପାଇଗଲା।
ଭାରତରେ ଚାରିଶହରୁ ଅଧିକ ନଦୀ ଅଛି। ଯଦି ଏଗୁଡ଼ିକୁ ଗୋଟିଏ ପରେ ଗୋଟିଏ ଯୋଡ଼ି ଦିଆଯାଏ, ତାହାହେଲେ ଏହାର ଦୈର୍ଘ୍ୟ ପ୍ରାୟ ଦୁଇଲକ୍ଷ କିଲୋମିଟର ହେବ। ଏଗୁଡ଼ିକରେ ବର୍ଷକୁ ୧୮୬୯ ବିଲିୟନ ଘନମିଟର ଜଳ ପ୍ରବାହିତ ହେଉଛି। ଚିନ୍ତାଜନକ ବିଷୟ ଯେ ଭାରତ ସମେତ ପୃଥିବୀର ଅନେକ ଦେଶରେ ନଦୀଗୁଡ଼ିକ ପ୍ରଦୂଷିତ ହେବାରେ ଲାଗିଛି। ଆଗ କାଳରେ କୃଷିକାର୍ଯ୍ୟ ପାଇଁ ଜଳର ସୁବିଧା ନିମିତ୍ତ ଲୋକମାନେ ମୁଖ୍ୟତଃ ନଦୀକୂଳରେ ବସବାସ ଆରମ୍ଭ କରିଥିଲେ। ଅଧୁନା ଶିଳ୍ପ ପାଇଁ ଜଳର ଆବଶ୍ୟକତା ଥିବାରୁ ନଦୀକୂଳରେ କାରଖାନା ସ୍ଥାପନ ହେଉଛି ଏବଂ ଏହାର ଆବର୍ଜନା ନଦୀରେ ମିଶି ନଦୀ ଜଳକୁ ପ୍ରଦୂଷିତ କରୁଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ ସୂତ୍ରରୁ ଜଣାପଡ଼ିଛି ଯେ, ଗଙ୍ଗା ଓ ଯମୁନା ନଦୀ ଅନେକ ସ୍ଥାନରେ ସ୍ନାନଯୋଗ୍ୟ ନୁହେଁ। ଏପରି କି ଆମ ଓଡ଼ିଶାରେ ମହାନଦୀ ଓ ବ୍ରାହ୍ମଣୀ ନଦୀର ଅବସ୍ଥା ମଧ୍ୟ ସେଇଆ । ଭୁବନେଶ୍ୱର ଉପକଣ୍ଠରେ ଥିବା ଗଙ୍ଗୁଆ ନଦୀ ଆଉ ନଦୀ ହୋଇ ନାହିଁ, ଭୁବନେଶ୍ୱରର ସମସ୍ତ ନର୍ଦ୍ଦମା ନାଳ ଏଥିରେ ମିଶି ଏହାକୁ ଏକ ବଡ଼ ଡ୍ରେନ୍‌ରେ ପରିଣତ କରିଦେଇଛି। ଗଙ୍ଗୁଆ ଯାଇ ଦୟାନଦୀରେ ମିଶିଛି ଏବଂ ଦୟାନଦୀ ମଧ୍ୟ ସ୍ନାନ ପାଇଁ ଅନୁପଯୁକ୍ତ ବୋଲି ସରକାର ସ୍ବୀକାର କରିଛନ୍ତି। ଏହିବର୍ଷ ପ୍ୟାରିସ୍‌ ଅଲିମ୍ପିକ୍ସରେ ସେନ୍‌ ନଦୀରେ ହେବାକୁ ଥିବା ଏକ ସନ୍ତରଣ ପ୍ରତିଯୋଗିତାକୁ ନଦୀ ପ୍ରଦୂଷଣ କାରଣରୁ ସ୍ଥାନାନ୍ତରିତ କରାଯାଇଥିଲା।
ନଦୀର ଏତେ ଉପକାର ସତ୍ତ୍ୱେ ଲୋକମାନେ ଏହାର ପ୍ରଦୂଷଣର କାରଣ ହେଉଛନ୍ତି। ଏଥିପାଇଁ ସଚେତନତା ଆବଶ୍ୟକ। ଏଥିନିମିତ୍ତ ପ୍ରତିବର୍ଷ ସେପ୍ଟେମ୍ବର ଚତୁର୍ଥ ରବିବାରକୁ ‘ବିଶ୍ୱ ନଦୀ ଦିବସ’ ଭାବରେ ପାଳନ କରାଯାଉଛି।
ଏହିବର୍ଷ ବିଶ୍ୱ ନଦୀ ଦିବସର ମୁଖ୍ୟ ପ୍ରସଙ୍ଗ ହେଉଛି ‘ଜୀବନର ଜଳପଥ’। ନଦୀ କିପରି ପର୍ଯ୍ୟାବରଣ, ବନ୍ୟଜନ୍ତୁ, କୃଷି ଏବଂ ମାନବ ସମାଜ ପାଇଁ ଏକ ଅତ୍ୟାବଶ୍ୟକ ଭୂମିକା ନିର୍ବାହ କରୁଛି, ତାହା ଏହି ପ୍ରସଙ୍ଗ ଦର୍ଶାଇଥାଏ। କେବଳ ସରକାର ଚେଷ୍ଟାକଲେ ହେବ ନାହିଁ, ନଦୀର ସୁରକ୍ଷା ପାଇଁ ପ୍ରତ୍ୟେକ ବ୍ୟକ୍ତିବିଶେଷର ଦାୟିତ୍ୱ ଅଛି।
– ଇଂ. ମାୟାଧର ସ୍ବାଇଁ
ମୋ: ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri