Posted inଫୁରସତ

‘ଜୀବନର ଜଳପଥ’

ନଦୀ ପ୍ରାକୃତିକ ଭାବେ ମଧୁର ଜଳକୁ ପ୍ରବାହ କରିଥାଏ। ଏହା ପାହାଡ଼, ପର୍ବତ କିମ୍ବା ହିମବାହରୁ ଉତ୍ପତ୍ତି ଲାଭକରି ସାଗର, ମହାସାଗର, ହ୍ରଦ କିମ୍ବା ଅନ୍ୟ ଏକ ନଦୀରେ ମିଶିଥାଏ। ପୃଥିବୀରେ ୧୬୫ଟି ବଡ଼ ନଦୀ ସମେତ ଅନେକ ନଦୀ ରହିଛି। ପ୍ରତ୍ୟେକ ଦେଶରେ ଅତି କମ୍‌ରେ ଗୋଟିଏ ନଦୀ ଅଛି। ନଦୀଗୁଡ଼ିକ ପାନୀୟ ଜଳ, ଜଳସେଚନ, ପରିବହନ ଏବଂ ଜଳବିଦ୍ୟୁତ୍‌ ଉତ୍ପାଦନ ପାଇଁ ବ୍ୟବହୃତ ହେଉଛି। ଅନେକ ସଭ୍ୟତାର ବିକାଶରେ ଏଗୁଡ଼ିକର ଅବଦାନ ଅଛି। ପ୍ରାଚୀନ ମିଶର ସଭ୍ୟତା ନୀଳନଦୀ କୂଳରେ ଏବଂ ମେସୋପୋଟାମିଆ ସଭ୍ୟତା ଟାଇଗ୍ରିସ୍‌ ନଦୀ କୂଳରେ ଗଢ଼ି ଉଠିଥିଲା। ଏପରିକି ଭାରତର ମହେଞ୍ଜୋଦାରୋ ଓ ହରପ୍‌ପା ସଭ୍ୟତା ପ୍ରାଚୀନ ସରସ୍ବତୀ ନଦୀ କୂଳରେ ଗଢ଼ି ଉଠିଥିଲା ଏବଂ କୌଣସି କାରଣରୁ ନଦୀର ଗତିପଥରେ ପରିବର୍ତ୍ତନ ହେତୁ ଏହି ସଭ୍ୟତା ଲୋପ ପାଇଗଲା।
ଭାରତରେ ଚାରିଶହରୁ ଅଧିକ ନଦୀ ଅଛି। ଯଦି ଏଗୁଡ଼ିକୁ ଗୋଟିଏ ପରେ ଗୋଟିଏ ଯୋଡ଼ି ଦିଆଯାଏ, ତାହାହେଲେ ଏହାର ଦୈର୍ଘ୍ୟ ପ୍ରାୟ ଦୁଇଲକ୍ଷ କିଲୋମିଟର ହେବ। ଏଗୁଡ଼ିକରେ ବର୍ଷକୁ ୧୮୬୯ ବିଲିୟନ ଘନମିଟର ଜଳ ପ୍ରବାହିତ ହେଉଛି। ଚିନ୍ତାଜନକ ବିଷୟ ଯେ ଭାରତ ସମେତ ପୃଥିବୀର ଅନେକ ଦେଶରେ ନଦୀଗୁଡ଼ିକ ପ୍ରଦୂଷିତ ହେବାରେ ଲାଗିଛି। ଆଗ କାଳରେ କୃଷିକାର୍ଯ୍ୟ ପାଇଁ ଜଳର ସୁବିଧା ନିମିତ୍ତ ଲୋକମାନେ ମୁଖ୍ୟତଃ ନଦୀକୂଳରେ ବସବାସ ଆରମ୍ଭ କରିଥିଲେ। ଅଧୁନା ଶିଳ୍ପ ପାଇଁ ଜଳର ଆବଶ୍ୟକତା ଥିବାରୁ ନଦୀକୂଳରେ କାରଖାନା ସ୍ଥାପନ ହେଉଛି ଏବଂ ଏହାର ଆବର୍ଜନା ନଦୀରେ ମିଶି ନଦୀ ଜଳକୁ ପ୍ରଦୂଷିତ କରୁଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ ସୂତ୍ରରୁ ଜଣାପଡ଼ିଛି ଯେ, ଗଙ୍ଗା ଓ ଯମୁନା ନଦୀ ଅନେକ ସ୍ଥାନରେ ସ୍ନାନଯୋଗ୍ୟ ନୁହେଁ। ଏପରି କି ଆମ ଓଡ଼ିଶାରେ ମହାନଦୀ ଓ ବ୍ରାହ୍ମଣୀ ନଦୀର ଅବସ୍ଥା ମଧ୍ୟ ସେଇଆ । ଭୁବନେଶ୍ୱର ଉପକଣ୍ଠରେ ଥିବା ଗଙ୍ଗୁଆ ନଦୀ ଆଉ ନଦୀ ହୋଇ ନାହିଁ, ଭୁବନେଶ୍ୱରର ସମସ୍ତ ନର୍ଦ୍ଦମା ନାଳ ଏଥିରେ ମିଶି ଏହାକୁ ଏକ ବଡ଼ ଡ୍ରେନ୍‌ରେ ପରିଣତ କରିଦେଇଛି। ଗଙ୍ଗୁଆ ଯାଇ ଦୟାନଦୀରେ ମିଶିଛି ଏବଂ ଦୟାନଦୀ ମଧ୍ୟ ସ୍ନାନ ପାଇଁ ଅନୁପଯୁକ୍ତ ବୋଲି ସରକାର ସ୍ବୀକାର କରିଛନ୍ତି। ଏହିବର୍ଷ ପ୍ୟାରିସ୍‌ ଅଲିମ୍ପିକ୍ସରେ ସେନ୍‌ ନଦୀରେ ହେବାକୁ ଥିବା ଏକ ସନ୍ତରଣ ପ୍ରତିଯୋଗିତାକୁ ନଦୀ ପ୍ରଦୂଷଣ କାରଣରୁ ସ୍ଥାନାନ୍ତରିତ କରାଯାଇଥିଲା।
ନଦୀର ଏତେ ଉପକାର ସତ୍ତ୍ୱେ ଲୋକମାନେ ଏହାର ପ୍ରଦୂଷଣର କାରଣ ହେଉଛନ୍ତି। ଏଥିପାଇଁ ସଚେତନତା ଆବଶ୍ୟକ। ଏଥିନିମିତ୍ତ ପ୍ରତିବର୍ଷ ସେପ୍ଟେମ୍ବର ଚତୁର୍ଥ ରବିବାରକୁ ‘ବିଶ୍ୱ ନଦୀ ଦିବସ’ ଭାବରେ ପାଳନ କରାଯାଉଛି।
ଏହିବର୍ଷ ବିଶ୍ୱ ନଦୀ ଦିବସର ମୁଖ୍ୟ ପ୍ରସଙ୍ଗ ହେଉଛି ‘ଜୀବନର ଜଳପଥ’। ନଦୀ କିପରି ପର୍ଯ୍ୟାବରଣ, ବନ୍ୟଜନ୍ତୁ, କୃଷି ଏବଂ ମାନବ ସମାଜ ପାଇଁ ଏକ ଅତ୍ୟାବଶ୍ୟକ ଭୂମିକା ନିର୍ବାହ କରୁଛି, ତାହା ଏହି ପ୍ରସଙ୍ଗ ଦର୍ଶାଇଥାଏ। କେବଳ ସରକାର ଚେଷ୍ଟାକଲେ ହେବ ନାହିଁ, ନଦୀର ସୁରକ୍ଷା ପାଇଁ ପ୍ରତ୍ୟେକ ବ୍ୟକ୍ତିବିଶେଷର ଦାୟିତ୍ୱ ଅଛି।
– ଇଂ. ମାୟାଧର ସ୍ବାଇଁ
ମୋ: ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri