ଇନ୍ଦ୍ରାବତୀରୁ ଆରମ୍ଭ ହେଲା ଜଳ ଯୋଗାଣ

ଭବାନୀପାଟଣା,୮।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ କିିିଛି ଦିନ ହେଲା ଖରିଫ ଚାଷ ପ୍ରକ୍ରିୟା ଆରମ୍ଭ ହୋଇଛି। ହେଲେ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଚାଷୀମାନେ ପାଣି ପାଇଁ ହନ୍ତସନ୍ତ ହେଉ ଥିବାବେଳେ ଶୁକ୍ରବାରଠାରୁ ଇନ୍ଦ୍ରାବତୀ ବହୁମୁଖୀ ଜଳ ବିଦ୍ୟୁତ୍‌ ପ୍ରକଳ୍ପରୁ କେନାଲ ମାଧ୍ୟମରେ ପାଣି ଛଡାଯାଇଛି। ପୂର୍ବାହ୍ନ ସାଢ଼େ ୧୦ଟାରେ ମଙ୍ଗଳପୁର ବ୍ୟାରେଜରୁ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ, ବାମ କେନାଲ ଅଧୀକ୍ଷଣ ଯନ୍ତ୍ରୀ ତ୍ରୁପ କୁମାର ପାତ୍ର, ଦକ୍ଷିଣ କେନାଲର ଅଧୀକ୍ଷଣ ଯନ୍ତ୍ରୀ ରାଜ କୁମାର ବେହେରାଙ୍କ ଉପସ୍ଥିତିରେ କେନାଲରେ ପାଣି ଛଡା ଯାଇଥିଲା। ଏଥିରେ ଇନ୍ଦ୍ରାବତୀ ବାମ କେନାଲରେ ୧୦ କ୍ୟୁମେକ୍ସ ଓ ଦକ୍ଷିଣ ମୁଖ୍ୟ କେନାଲ ୭ କ୍ୟୁମେକ୍ସ ପାଣି ଛଡାଯାଇଛି। ସେହିପରି ମଙ୍ଗଳପୁର ବୃହତ ଉଠା ଜଳସେଚନ ପ୍ରକଳ୍ପରେ ମଧ୍ୟ ୭.୫ କ୍ୟୁମେକ୍ସ ପାଣି ଛଡାଯାଇଛି। ଏହା ଯୋଗୁ ଜିଲାରେ ମୋଟ ୪୨୯ଟି ଗାଁର ୧ ଲକ୍ଷ ୧୫ ହଜାର ୬୧୫ ହେକ୍ଟର ଚାଷଜମି ଜଳ ସେଚିତ ହେବ। କେନାଲରେ ପାଣି ଆସିବା ପରେ ବର୍ଷା ନ ହେଲେ ମଧ୍ୟ ଚାଷୀ ଚାଷ କାର୍ଯ୍ୟ କରିପାରିବେ। ଏହାକୁ ନେଇ ସ୍ଥାନୀୟ ଚାଷୀଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି। ଚଳିତବର୍ଷ ଜିଲାରେ ଲାଞ୍ଜିଗଡ଼ ନିର୍ବାଚନମଣ୍ଡଳୀର ୨୪ ହଜାର ୭୪୭ ହେକ୍ଟର, ଧର୍ମଗଡ଼ ନିର୍ବାଚନମଣ୍ଡଳୀର ୪୪ ହଜାର ୮୭୫.୯୬ ହେକ୍ଟର, ଜୁନାଗଡ଼ ନିର୍ବାଚନମଣ୍ଡଳୀର ୪୪ ହଜାର ୮୫୭ ହେକ୍ଟର ଓ ଭବାନୀପାଟଣା ନିର୍ବାଚନମଣ୍ଡଳୀର ୫୦୮୨ ହେକ୍ଟରକୁ ମିଶାଇ ସର୍ବମୋଟ ୧ ଲକ୍ଷ ୧୫ ହଜାର ୬୧୫ ହେକ୍ଟର ଚାଷ ଜମିରେ ଜଳ ସେଚନ ଲକ୍ଷ୍ୟ ରଖାଯାଇଛି। ଏଥିରେ ଜିଲାର ଜୟପାଟଣା, କଲମପୁର, ଜୁନାଗଡ଼, କୋକସରା, ଧର୍ମଗଡ଼, ଗୋଲାମୁଣ୍ଡା, ଭବାନୀପାଟଣା ଓ କେସିଙ୍ଗା ଆଦି ୮ଟି ବ୍ଳକର ୪୨୯ ଗାଁର ଚାଷୀ ଉପକୃତ ହେବେ। ଅନ୍ୟପକ୍ଷରେ ଡାହାଣ ମୁଖ୍ୟ କେନାଲର ପୁନଉଦ୍ଧାର ଓ ପୁନଃନିର୍ମାଣ କାମ ଜାରି ରହିଛି। ଏଥର ଚାଷୀମାନଙ୍କୁ ଆବଶ୍ୟକ ହିସାବରେ ଜଳ ଯୋଗାଇ ଦିଆଯିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri