ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୈତୃକ ଗାଁକୁ ଜଳ ଯୋଗାଣ ବନ୍ଦ: ୪ ଦିନ ହେଲା ପାଣି ନ ପାଇ…

ଭଞ୍ଜନଗର,୧୪ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ଅଧୀନରେ ଥିବା ବେଲଗୁଣ୍ଠା ବ୍ଲକ ନୂଆଗାଁ ପାଇପ ଜଳ ଯୋଗାଣ ପ୍ରକଳ୍ପ ଆଜକୁ ୪ ଦିନ ହେବ ଅଚଳ ହୋଇ ପଡ଼ିଛି। ଫଳରେ ଲୋକେ ବିଶୁଦ୍ଧ ପାଣି ଟୋପାଏ ପାଇ ପାରୁନାହାନ୍ତି । ଯାହାକୁ ନେଇ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ପମ୍ପ ହାଉସ ମୋଟରଟି ଅଚଳ ଯୋଗୁ ଏହି ସମସ୍ୟା ଦେଖାଦେଇଛି। ନୂଆଗାଁ ହେଉଛି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୈତୃକ ଗ୍ରାମ। ନବୀନ ପଟ୍ଟନାୟକ ଦୀର୍ଘବର୍ଷ ଧରି ଶାସନ କ୍ଷମତାରେ ରହିବା ସମୟରେ ପୈତୃକ ଗ୍ରାମର ବିକାଶ ପ୍ରତି ଯେତିକି ଦୃଷ୍ଟି ଦେବା କଥା ଦେଇନାହାନ୍ତି। ବର୍ତ୍ତମାନ କ୍ଷମତା ଚାଲିଯିବା ପରେ ପ୍ରଶାସନ ମଧ୍ୟ ଉକ୍ତ ଗ୍ରାମବାସୀଙ୍କ ସମସ୍ୟାକୁ ତୁରନ୍ତ ସମାଧାନ କରିବା ପାଇଁ ଆଉ ଗୁରୁତ୍ୱ ଦେଉ ନ ଥିବା ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ, ଭଞ୍ଜନଗର ସହରଠାରୁ ୪ କିମି ଦୂରରେ ନୂଆଗାଁ ଅବସ୍ଥିତ। ଉକ୍ତ ଗ୍ରାମଟି ଏକ ବଡ଼ ଗ୍ରାମ ହୋଇଥିବା ବେଳେ ଗ୍ରାମରେ ଏକ ହଜାରରୁ ଊର୍ଦ୍ଧ୍ୱ ପରିବାର ବସବାସ କରୁଛନ୍ତି। ଦେଶ ସ୍ବାଧୀନତା ପୁର୍ବରୁ ଉକ୍ତ ଗ୍ରାମରେ ବ୍ରିଟିଶ ଶାସକମାନେ ନିଜର କାର୍ଯ୍ୟାଳୟ ଖୋଲିଥିଲେ। ଇତିହାସ ପ୍ରସିଦ୍ଧ ଘୁମୁସର ନୂଆଗାଁ ଆଜି ଅବହେଳିତ ଅବସ୍ଥାରେ। ଗ୍ରାମରେ ବସବାସ କରୁଥିବା ଲୋକଙ୍କୁ ବଡ଼ ନଦୀରୁ ପାଇପ ଯୋଗେ ଆଣି ଯୋଗାଇ ଦିଆଯାଉଛି। କିନ୍ତୁ ୪ ଦିନ ପୂର୍ବେ ନଦୀକୂଳରେ ଥିବା ପମ୍ପ ହାଉସ୍‌ ମୋଟରଟି ଅଚଳ ହୋଇପଡ଼ିଲା। ବିଭାଗୀୟ କର୍ମଚାରୀମାନେ ତାହାକୁ ମରାମତି କରୁଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇପାରିନାହିଁ। ଲୋକେ ବିକଳ୍ପ ଭାବେ ନଦୀରୁ ଚୁଆ ଖୋଳି ପାଣି ଆଣୁଥିଲେ। ତାହା ମଧ୍ୟ ନଦୀ ପୋତି ହୋଇଯିବାରୁ ସମ୍ଭବପର ହେଉନାହିଁ। ହ୍ୟାଣ୍ଡ ଟ୍ୟୁବ୍‌ଓ୍ବେଲ୍‌ରୁ ଖାର ପାଣି ବାହାରୁଥିବାରୁ ତାହାକୁ ବ୍ୟବହାର କରୁନାହାନ୍ତି। ଲୋକେ ଷ୍ଟାଣ୍ଡ୍‌ପୋଷ୍ଟରେ ପାଣି ନେବାକୁ ଦୈନନ୍ଦିନ ଅପେକ୍ଷା କରିଛନ୍ତି କିନ୍ତୁ ପାଣି ଆସୁନାହିଁ। ଗ୍ରାମର ଶନି ମନ୍ଦିରରୁ ଲୋକେ ପାଣି ନେଇ ବ୍ୟବହାର କରୁଛନ୍ତି। ତାହା ମଧ୍ୟ ଦୂରରେ ଥିବା ଯୋଗୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ଅଧୀକ୍ଷଣ ଯନ୍ତ୍ରୀଙ୍କ ମତାମତ ନେବା ପାଇଁ ଉଦ୍ୟମ କରାଯାଇଥିଲା। କିନ୍ତୁ ତାହା ସମ୍ଭବପର ହୋଇପାରିନାହିଁ। ପୂର୍ବତନ ଗଞ୍ଜାମ ଜିଲା କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ସନ୍ତୋଷ ନାୟକ ତୁରନ୍ତ ଗ୍ରାମକୁ ପାଣି ଯୋଗାଣ କରିବା ପାଇଁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri