ପାଣି ମୋଟର ଅଚଳ

କେସିଙ୍ଗା,୩୦।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରରେ ୨୫ ତାରିଖରୁ ପାଇପ ପାଣି ଠିକ ସମୟରେ ଆସୁନାହିଁ। ଏ ନେଇ ହିତାଧିକାରୀମାନେ ବିଭାଗୀୟ ଯନ୍ତ୍ରୀଙ୍କ ନିକଟରେ ଅଭିଯୋଗ ହୋଇଛି। ପ୍ରତ୍ୟେକ ଦିନ ସକାଳ ୭ଟାରେ ପାଣି ଆସୁଥିଲା। କିନ୍ତୁ ବର୍ତ୍ତମାନ କେତେବେଳେ ଦିନ ୧୧ଟାରେ ଆସୁଛି ତ କେତେବେଳେ ଦ୍ୱିପହର ଆସୁଛି। ଏନେଇ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେସିଙ୍ଗା ସହରରେ ୩ ହଜାର ହିତାଧିକାରୀଙ୍କୁ ପାଣି ସଂଯୋଗ ଦିଆଯାଇଛି। ସହରରେ ପ୍ରାୟ ୯୫ ଭାଗ ଲୋକ ପାଇପ୍‌ ପାଣି ଉପରେ ନିର୍ଭର କରିଥାନ୍ତି।

ତେଲ ନଦୀ ତଟରେ ସ୍ଥାପିତ ହୋଇଥିବା ଇଣ୍ଟେକରେ ୪ଟି ଉଚ୍ଚ ସମ୍ପନ୍ନ କ୍ଷମତା ବିଶିଷ୍ଟ ପାଣି ପମ୍ପ ସ୍ଥାପିତ କରାଯାଇଛି। ଗତ ଲଘୁଚାପ ଜନିତ ବର୍ଷାରେ ପାଣି ସ୍ରୋତ ବଢିଯିବାରୁ ମୋଟରରେ ବାଲି ପଶି ଯାଇ ଅଚଳ ହୋଇଥିଲା। ଉକ୍ତ ପାଣି ମୋଟରରେ ସଂଯୋଗ କରାଯାଇଥିବା ଜନନ୍ତ୍ରାଂଶଗୁଡିକ ଓଡ଼ିଶାରେ ମିଳୁନାହିଁ। କଲିକତାର ଏକ ଘରୋଇ କମ୍ପାନଠାରୁ ଉକ୍ତ ମୋଟର କ୍ରୟ କରି ଇଣ୍ଟେକରେ ସଂଯୋଗ କରାଯାଇଛି। କଲକତାରୁ ମେକାନିକ ଆସି ମୋଟର ସଜାଡିବାରେ ବିଳମ୍ବ ହେତୁ କେସିଙ୍ଗା ସହରକୁ ସକାଳ ୭ଘଣ୍ଟା ସମୟରେ ପାଣି ଦେବା ପରିବର୍ତ୍ତେ ପୂର୍ବାହ୍ନ ୧୧ଟାରେ ଦିଆଯାଉଛି।

ତେଲ ନଦୀର ଇଣ୍ଟେକରୁ ପାଣି ମୁଖ୍ୟ ଷ୍ଟୋରେଜରେ ୨୪ଘଣ୍ଟା ପାଣି ଭର୍ତ୍ତି କଲେ ସହରକୁ ତା ପରଦିନ ପାଣି ଦିଆଯାଇଥାଏ। ଆସନ୍ତା ଶନିବାରଠାରୁ ଠିକ ସମୟରେ କେସିଙ୍ଗା ସହରକୁ ପାନୀୟଜଳ ଯୋଗାଣ କରିବା ପାଇଁ ପିଏଚ୍‌ଡି ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିର୍ତ୍ତିରେ ପାଣି ମୋଟର ମରାମତି ଚାଲିଥିବା ବିଭାଗୀୟ ପକ୍ଷରୁ ଜଣାପଡ଼ିଛି।

ଅତିଶୀଘ୍ର ମିଟର ଠିକ କରି ପାଇପ୍‌ ପାଣି ଯୋଗାଇବାକୁ ସାଧାରଣରେ ଦାବି ହେଉଛି। ଏ ସଂକ୍ରାନ୍ତରେ ପିଏଚ୍‌ଡି ବିଭାଗ ଯନ୍ତ୍ରୀ ଜାନକୀ ନାଏକଙ୍କୁ ପଚାରିବାରୁ ପାଣି ମୋଟର ଖରାପ ଥିବାରୁ ସମୟସୀମା ମଧ୍ୟ ନ ଦେଇ ଦୈନିକ ପାଣି ଦିଆଯାଉଛି। ଉଚ୍ଚ କ୍ଷମତା ସମ୍ପନ୍ନ ବିଶିଷ୍ଟ ୪ଟି ପାଣି ମୋଟର ଇଣ୍ଟେକରେ ସ୍ଥାପିତ କରାଯାଇଛି। କଲିକତାରୁ ମେକାନିକ ଆସି ମରାମତି କାମ ଚାଲିଛି, ଶନିବାରଠାରୁ ଠିକ ଭାବେ ସହରବାସୀଙ୍କୁ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri