ଆସୁଛି ବନ୍ୟା: ଖରସ୍ରୋତାରେ ବଢୁଛି ଜଳସ୍ତର

ସିଂହପୁର,୨୭।୭(ଅନଙ୍ଗ ଉଦୟ ବେଉରିଆ): ସମ୍ଭବ୍ୟ ବନ୍ୟା ସ୍ଥିତିକୁ ନେଇ ବିଞ୍ଝାରପୁର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଥିବା ବେଳେ ଖରସ୍ରୋତା ନଦୀରେ ଜଳସ୍ତର ବୃଦ୍ଧି ଆହୁରି ଚିନ୍ତା ବଢାଇଛି। ବିଞ୍ଝାରପୁର ବ୍ଲକର ୨୯ପଞ୍ଚାୟତ ମଧ୍ୟରୁ ପ୍ରାୟ ୧୫ପଞ୍ଚାୟତ ଖରସ୍ରୋତା ନଦୀ ଅବବାହିକାରେ ଥିବା ବେଳେ ଏହି ସବୁ ଅଞ୍ଚଳକୁ ଏବେ ବନ୍ୟା ଆଶଙ୍କା ଆତଙ୍କିତ କରିଛି।

ଖରସ୍ରୋତା ନଦୀର ଜଳସ୍ତର ବିଞ୍ଝାରପୁର ଅଞ୍ଚଳରେ ଯଦିଓ ବିପଦ ସଙ୍କେତ ତଳେ ପ୍ରଭାହିତ ହେଉଛି ତଥାପି କେତେକ ସ୍ଥାନରେ ଦୃର୍ବଳ ନଦୀବନ୍ଦ ବନ୍ୟାସ୍ଥିତିକୁ ଆହୁରି ଉଦ୍‌ବେଗ କରୁଛି। ବିଞ୍ଝାରପୁରଠାରେ ଖରସ୍ରୋତା ନଦୀରେ ବିପଦ ସଂକୁଳ ସଂକେତ ୧୦.୩ ମିଟର ରହିଥିବା ବେଳେ ଏଠାରେ ୯.୩୦ମିଟର ଜଳ ପ୍ରବାହିତ ହେଉଛି।

ସେହିପରି ସିଂହପୁରଠାରେ ବିପଦ ସଙ୍କେତ ୬.୭୨ ମିଟର ରହିଥିବା ବେଳେ ୬.୩୬ ମିଟର ଜଳ ପ୍ରବାହିତ ହେଉଛି। ସିଂହପୁର ଓ ତଳିଆ ଅଞ୍ଚଳରେ ଜଳସ୍ତର ବୃଦ୍ଧିକୁ ନେଇ ବିଞ୍ଝାରପୁର ଜଳସମ୍ପଦ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯିବା ସହ ବିଭାଗ ପ୍ରସ୍ତୁତ ରହିଥିବା ବିଭାଗୀୟ ଅଧିକାରୀ ଏସ୍‌ଡିଓ ଚୈତନ୍ୟ ଚରଣ ଯେନା ପ୍ରକାଶ କରିଛନ୍ତି।

ଏସ୍‌ଡିଓ ଚୈତନ୍ୟ ଚରଣ ଜେନା ଓ କନିଷ୍ଠଯନ୍ତ୍ରୀ ବିପିନ କୁମାର ସେଠୀଙ୍କ ନେତୃତ୍ୱରେ ଜଳସମ୍ପଦ ବିଭାଗର ଟିମ ବିଭିନ୍ନ ବନ୍ଧ ରାସ୍ତା ପରିଦର୍ଶନ କରିବା ସହିତ ସ୍ଥିତି ସମୀକ୍ଷା କରୁଛନ୍ତି। ଅନ୍ୟପକ୍ଷରେ ବିଞ୍ଝାରପୁର ବ୍ଲକ ଜରି, ବାଙ୍ଗରା, ହଳଦିଢିହ ଆଦି ଅଞ୍ଚଳରରେ ବନ୍ୟା ଜଳ ପ୍ରବେଶ କରି ଜନଜୀବଙ୍କୁ ଅସ୍ତବ୍ୟସ୍ତ କରିଛି।

ଯାଜପୁର ଏମ୍‌ପି ରବୀନ୍ଦ୍ର ନାରାୟଣ ବେହେରା, ବିଜେପି ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ବବିତା ମଲ୍ଲିକ, ଭାଜପା ପ୍ରତିନିଧି ଦଳ ବିଞ୍ଝାରପୁର ବ୍ଲକର ଜରି, ବାଙ୍ଗରା ଆଦି ବନ୍ୟାଞ୍ଚଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି। ବିପନ୍ନଙ୍କ ସମେତ ଗୃହପାଳିତ ପଶୁମାନଙ୍କ ପାଇଁ ତୁରନ୍ତ ଖାଦ୍ୟ ଯୋଗାଣ ବ୍ୟବସ୍ଥା କରାଯିବା ନେଇ ଅଧିକାରୀଙ୍କ ସହିତ ଏମ୍‌ପି ଆଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri