ଡ୍ରେନ୍‌ ଦେଇ ଫଟା ପାଇପ୍‌ରେ ଯାଉଛି ପାଣି, ବ୍ୟାପୁଛି ରୋଗ

ଭଞ୍ଜନଗର,୨୪ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକର କେତେକ ସ୍ଥାନରେ ପାଇପ୍‌ ଯୋଗେ ଯୋଗାଣ ହେଉଥିବା ପାଣିର ସ୍ବଚ୍ଛତା ନେଇ ପ୍ରଶ୍ନ ଉଠୁଛି। କିନ୍ତୁ ଏଥିପ୍ରତି ପଞ୍ଚାୟତ ଏବଂ ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଅଧିକାରୀମାନେ ବିଶେଷ ଗୁରୁତ୍ୱ ଦେଉ ନ ଥିବା ଅଭିଯୋଗ ହେଉଛି। ଏହିଭଳି ଭଞ୍ଜନଗର ସହରତଳି ଲଣ୍ଡେଇସାହିର କେତେକ ସ୍ଥାନରେ ପାଇପ୍‌ ଫାଟି ପାଣି ଡ୍ରେନ ଏବଂ ରାସ୍ତାରେ ଭାସୁଥିଲେ ମଧ୍ୟ ତାହାର ତୁରନ୍ତ ମରାମତି ପ୍ରତି ଧ୍ୟାନ ଦିଆଯାଉନାହିଁ। ଉକ୍ତ ଫଟା ପାଇପ୍‌ ବାଟେ ଦୂଷିତ ପାଣି ଘରକୁ ଯାଉଥିବା ଆଶଙ୍କା କରାଯାଉଛି। ପରବର୍ତ୍ତୀ ପର୍ଯ୍ୟାୟରେ ଲୋକେ ବିଭିନ୍ନ ରୋଗରେ ଆଶଙ୍କା ହେଉଛନ୍ତି। ଏଥିସହ ଲୋକେ ଅଜାଣତରେ ଅନେକ ରୋଗରେ ପରବର୍ତ୍ତୀ ପର୍ଯ୍ୟାୟରେ ମଧ୍ୟ ଆକ୍ରାନ୍ତ ହେଉଥିବା ଆଶଙ୍କା କରାଯାଉଛି। ଏନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି। ବର୍ଷା ଦିନେ ଏହି ଫଟା ପାଇପ ସ୍ବାସ୍ଥ୍ୟ ପାଇଁ ବିପଦ ସାଜିବ।
ଏହାପୂର୍ବରୁ ଗତବର୍ଷ ଫଟା ପାଇପ୍‌ରୁ ବାହାରୁଥିବା ଦୂଷିତ ପାଣି ପିଇ ଛେଦାଭୂମି, ଗୁଣ୍ଡିରିବାଡ଼ି, ବଡ଼କୋଦଣ୍ଡ ଗ୍ରାମର ବହୁ ଲୋକ ଜଣ୍ଡିସ, ଝାଡ଼ାବାନ୍ତି, ପେଟ ବ୍ୟଥା ଭଳି ଅନେକ ରୋଗରେ ଆକ୍ରାନ୍ତ ହୋଇଥିଲେ। ସେଥିମଧ୍ୟରୁ କିଛି ଲୋକ ମଧ୍ୟ ଅକାଳରେ ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଥିଲା। ପାଣି ଯୋଗାଣ ଦାୟିତ୍ୱରେ ରହୁଥିବା ପଞ୍ଚାୟତ ଅଧିକାରୀମାନେ ଯେତିକି ତତ୍ପର ଦେଖାଇବା କଥା ଦେଖାଉନାହାନ୍ତି। ଯାହାକି ଚିନ୍ତାଜନକ ବିଷୟ।

ସୂଚନାଯୋଗ୍ୟ, ଗତ ଡିସେମ୍ବର ୨୯ରେ ମଧ୍ୟପ୍ରଦେଶ ଇନ୍ଦୋର ଭଗୀରଥିପୁର ଅଞ୍ଚଳରେ ଦୂଷିତ ପାଣି ପିଇ ଶତାଧିକ ଲୋକ ଅସୁସ୍ଥ ହୋଇଥିଲେ। ସେଥିମଧ୍ୟରୁ ଆଜି ସୁଦ୍ଧା ୨୬ ଜଣଙ୍କର ମୃତ୍ୟୁ ଘଟିଥିବା ସୋସିଆଲ ମିଡିଆରୁ ଜଣାପଡ଼ିଛି। ତେଣୁ ଏହାର ପୁନରାବୃତ୍ତି ଅନ୍ୟ କୌଣସି ରାଜ୍ୟରେ ଯେଭଳି ନ ହେବ ସେଥିପ୍ରତି କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ପୂର୍ବତନ ସରପଞ୍ଚ ଶାଗୁ ମାଝୀ, କ୍ଷତିପୂରଣ ପାଇଁ ଦାବି

ଥୁଆମୂଳ ରାମପୁର, ୨୫ା୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଧୂଳିଗୁଡ଼ା ଛକ ନିକଟରେ ଘଟିଥିବା ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା ପୂର୍ବତନ…

ନକ୍‌ଆଉଟ ପ୍ରତିଯୋଗିତା: ଖଣ୍ଡାଧାର ଟାଇଟନ ଦଳ ଚାମ୍ପିୟନ

ଲହୁଣିପଡ଼ା,୨୫ା୧(ଦାଶରଥି ପଣ୍ଡା): ସୁନ୍ଦରଗଡ ଜିଲା ଲହୁଣିପଡ଼ା କ୍ରିକେଟ ଖେଳ ପଡ଼ିଆଠାରେ ଲହୁଣୀପଡ଼ା ସ୍ପୋର୍ଟସ ଆସୋସିଏଶନ ପକ୍ଷରୁ ଚାଲିଥିବା ୧୭ତମ ପାଞ୍ଚଦିନିଆ ନକ୍‌ଆଉଟ କ୍ରିକେଟ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ…

୨୭ରୁ ମହାରାଜା ରାଜେନ୍ଦ୍ର ନାରାୟଣ ସିଂଦେଓ ମେମୋରିଆଲ ସର୍ବଭାରତୀୟ ଫୁଟବଲ ଟୁର୍ନାମେଣ୍ଟ, ବଲାଙ୍ଗୀର ବିଧାୟକ…

ବଲାଙ୍ଗୀର, ୨୫।୧ : ଆସନ୍ତା ୨୭ ଜାନୁଆରୀ ଠାରୁ ୧ ଫେବୃୟାରୀ ପର୍ଯ୍ୟନ୍ତ ମହାରାଜା ରାଜେନ୍ଦ୍ର ସିଂଦେଓ ମେମୋରିଆଲ ସର୍ବଭାରତୀୟ ଫୁଟବଲ ଟୁର୍ଣାମେଣ୍ଟ ବଲାଙ୍ଗୀର ଗାନ୍ଧୀ ଷ୍ଟାଡ଼ିୟମ୍‌…

ଗୋପାଳପୁର ମହୋତ୍ସବ ପାଇଁ ମା’ ତାରାତାରିଣୀଙ୍କୁ ନିମନ୍ତ୍ରଣ, ପ୍ରଥମଥର ପାଇଁ…

ପୁରୁଷୋତ୍ତମପୁର,୨୫/୧(ସବିତା ମିଶ୍ର): ଗୋପାଳପୁର ମହୋତ୍ସବକୁ ଆଉ ମାତ୍ର ଦୁଇ ଦିନ ବାକି ରହିଛି । ଗଞ୍ଜାମ ଜିଲାର ଗୋପାଳପୁର ଠାରେ ହେବାକୁଥିବା ବେଳାଭୂମି ମହୋତ୍ସବ ଲାଗି ପ୍ରଶାସନ…

ATMରୁ ଟଙ୍କା ବାହାରିଲାନାହିଁ, ହେଲେ ଆକାଉଣ୍ଟରୁ କଟିଲା ଟଙ୍କା? ମନେ ରଖନ୍ତୁ RBIର ଏହି ନିୟମ… 

ନୂଆଦିଲ୍ଲୀ,୨୫।୧:ଆମର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ, ଆମକୁ ପ୍ରାୟତଃ ନଗଦ ଟଙ୍କା ଆବଶ୍ୟକ ହୁଏ। ହେଲେ ସବୁବେଳେ ନଗଦ ଟଙ୍କା ରଖିବା କଷ୍ଟକର। ତେଣୁ ଆମେ…

ସରକାରଙ୍କ ବଡ଼ ଘୋଷଣା, ରୋହିତ ଶର୍ମା ଏବଂ ହରମନପ୍ରୀତ କୌରଙ୍କୁ ପଦ୍ମ ପୁରସ୍କାର

ନୂଆଦିଲ୍ଲୀ,୨୫।୧:  ଗଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ, ଭାରତ ସରକାର ପଦ୍ମ ପୁରସ୍କାର ପାଇଁ ମନୋନୀତ ୧୩୧ ଜଣଙ୍କ ତାଲିକା ପ୍ରକାଶ କରିଛନ୍ତି । ୧୩୧ ଜଣଙ୍କ ମଧ୍ୟରେ ୯…

ସୂଚନା ଫଳକରେ ପିଟି ହେଲା ବାଇକ୍‌: ଚାଲିଗଲା ଜଣଙ୍କ ଜୀବନ, ଜଣେ ଗୁରୁତର

ଲାଞ୍ଜିଗଡ଼,୨୫।୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ରଘୁନାଥପୁର ଗାଁ ନିକଟରେ ଏକ ବାଇକ୍‌ ଭାରସାମ୍ୟ ହରାଇ ସୂଚନା ଫଳକରେ ପିଟି…

ଟ୍ରମ୍ପଙ୍କ ଭୟରେ ବଙ୍କରରେ ଲୁଚିଲେ ଖାମେନେଇ; ଜାଣନ୍ତୁ ଏବେ କାହା ହାତରେ ଇରାନର ଦାୟିତ୍ୱ…?

ତେହରାନ,୨୫।୧: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏଭଳି ସମୟରେ ଇରାନର ସୁପ୍ରିମ ଲିଡର ଆୟାତୋଲ୍ଲା ଅଲୀ ଖାମେନେଇ ତେହରାନରେ ନିର୍ମିତ…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri