ଅପହଞ୍ଚ ଅଞ୍ଚଳକୁ ଟ୍ୟାଙ୍କରରେ ହେଉଛି ଜଳ ଯୋଗାଣ

ସମ୍ବଲପୁର,୨୧ା୩(ପ୍ରମୋଦ ବହିଦାର): ସମ୍ବଲପୁର ମହାନଗରବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ୯ଟି ଜଳ ବିଶୋଧନାଗାର ରହିଛି। ପାନୀୟ ଜଳ ବିତରଣକାରୀ ସଂସ୍ଥା ୱାଟ୍‌କୋ ସମ୍ପୂର୍ଣ୍ଣ ସମ୍ବଲପୁର ମହାନଗର ଅଞ୍ଚଳରେ ପାନୀୟ ଜଳ ଯୋଗାଣ ଦାୟିତ୍ୱରେ ରହିଛି। ସମଗ୍ର ସହରରେ ପାନୀୟ ଜଳ ଯୋଗାଣକୁ ସୁବ୍ୟବସ୍ଥିତ କରିବା ପାଇଁ ସହରର ସମସ୍ତ ଭୂତଳ ପୁରୁଣା ପାଇପ୍‌ ବଳରେ ନୂତନ ପାଇପ୍‌ ବିଛା କାର୍ଯ୍ୟ ଆଗେଇ ଚାଲିଛି। କେତେକ ସ୍ଥାନକୁ ଛାଡ଼ିଦେଲେ ସହରର ପ୍ରାୟ ସମସ୍ତ ଅଞ୍ଚଳକୁ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଣ ଜାରିରହିଛି। ମହାନଦୀ ଓ ହୀରାକୁଦ ଜଳଭଣ୍ଡାରରୁ ଜଳ ଉତ୍ତୋଳନକରି ସହରର ବିଭିନ୍ନ ସ୍ଥାନରେ ଥିବା ୯ଟି ବିଶୋଧନାଗାରରୁ ପ୍ରତିଦିନ ସହରବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ହେଉଛି। ୱାଟ୍‌କୋ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ, ମହାନଗର ନିଗମ ଅଞ୍ଚଳରେ ବସବାସ କରୁଥିବା ପାଖାପାଖି ୭୫ ହଜାର ୪୧୨ଟି ଗୃହକୁ ପାଇପ୍‌ ସଂଯୋଗ କରାଯାଇ ବିଶୁଦ୍ଧ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ସହର ମଧ୍ୟରେ ପ୍ରାୟ ୧୧୮୪.୪୨ କି.ମି. ପାଇପ୍‌ ଲାଇନ ବିଛାଯାଇଛି। ସମ୍ବଲପୁର ମହାନଗର ଅଞ୍ଚଳରେ ପ୍ରତ୍ୟହ ୭୨.୬୮ ମେଗା ଲିଟର ପାନୀୟ ଜଳର ଆବଶ୍ୟକତା ରହିଥିବା ବେଳେ ଆବଶ୍ୟକତାଠାରୁ ଅଧିକ ୭୮.୮୨ ମେଗା ଲିଟର ଜଳ ଯୋଗାଣ କରାଯାଉଛି। ଏହି ଆବଶ୍ୟକତା ପୂରଣ ପାଇଁ ସହରର ବିଭିନ୍ନ ସ୍ଥାନରେ ଦୈନିକ ୮୧.୪୫ ମେଗା ଲିଟର ଜଳ ବିଶୋଧନ କ୍ଷମତା ବିଶିଷ୍ଟ ୯ଟି ଜଳ ବିଶୋଧନାଗାର ସ୍ଥାପନ କରାଯାଇଛି। ବିଭିନ୍ନ ସ୍ଥାନରୁ ଜଳ ଉତ୍ତୋଳନ ପାଇଁ ବିଭିନ୍ନ ସ୍ଥାନରେ ୮୫୦୪ ଅଶ୍ୱଶକ୍ତି କ୍ଷମତା ସମ୍ପନ୍ନ ୩୦୮ଟି ବୃହତ୍‌ ପାଣିପମ୍ପ ଖଞ୍ଜା ଯାଇଛି। ବିଶୋଧିତ ଜଳ ସଂରକ୍ଷଣ ଓ ବିତରଣ ପାଇଁ ସହରର ବିଭିନ୍ନ ସ୍ଥାନରେ ୧୬.୪୫ ମେଗା ଲିଟର ଜଳଧାରଣ କ୍ଷମତା ବିଶିଷ୍ଟ ୪୧ଟି ଉଚ୍ଚ ପାଣିଟାଙ୍କି ଓ ୩୬.୦୨ ମେଗା ଲିଟର ଜଳଧାରଣ କ୍ଷମତା ବିଶିଷ୍ଟ ୭୫ଟି ଭୂତଳ ଜଳାଶୟ ରହିଛି। ଯାହା ଚଳିତ ଗ୍ରୀଷ୍ମରେ ସମ୍ବଲପୁର ମହାନଗରବାସୀଙ୍କ ଜଳକଷ୍ଟ ଦୂର କରିବାରେ ସହାୟକ ହେବ ବୋଲି କୁହାଯାଇଛି। ସମ୍ପୃକ୍ତ ବିଭାଗ ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନ ସହରର ବିଭିନ୍ନ ସ୍ଥାନରେ ନୂତନ ପାଇପ୍‌ ଲାଇନ୍‌ ବିଛା ସହିତ ପୁରୁଣା ପାଇପ୍‌ ପରିବର୍ତ୍ତନ ପ୍ରକ୍ରିୟା ମଧ୍ୟ ଜାରି ରହିଛି। ତେଣୁ ସହରର କେତେକ ସ୍ଥାନକୁ ପାଇପ୍‌ ଜଳ ଠିକ୍‌ ଭାବେ ପହଞ୍ଚତ୍ପାରୁ ନାହିଁ। ଏଥିପାଇଁ ବ୍ୟବସ୍ଥା ସ୍ବରୂପ ଉକ୍ତ ଅଞ୍ଚଳକୁ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣକୁ ନିଶ୍ଚିତ କରାଯାଇଛି ବୋଲି ଏସ୍‌ଡିଓ ଗୁରଲସନ ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri