ଚନ୍ଦ୍ରରେ ଜଳ

ପ୍ରଖ୍ୟାତ ଇଟାଲୀୟ ଜ୍ୟୋତିର୍ବିଜ୍ଞାନୀ ଗାଲିଲିଓ ୧୬୦୯ ମସିହାରେ ପ୍ରଥମେ ଦୂରବୀକ୍ଷଣ ଯନ୍ତ୍ର ଜରିଆରେ ଚନ୍ଦ୍ରକୁ ନିରୀକ୍ଷଣପୂର୍ବକ ଏହା ପୃଷ୍ଠର ପର୍ଯ୍ୟବେକ୍ଷଣ କରିଥିଲେ। ସେ ଚନ୍ଦ୍ରପୃଷ୍ଠରେ ଅନେକ ବିସ୍ତୀର୍ଣ୍ଣ ଅନ୍ଧକାରାଚ୍ଛନ୍ନ ଅଞ୍ଚଳ ଲକ୍ଷ୍ୟ କରିଥିଲେ। ସେସବୁକୁ ସେ ଚନ୍ଦ୍ରର ସମୁଦ୍ର ବୋଲି ଧରି ନେଇଥିଲେ। ଏବେ ଜଣାପଡ଼ିଛି ଯେ, ଚନ୍ଦ୍ରରେ କୌଣସି ଜଳପୂର୍ଣ୍ଣ ସମୁଦ୍ର ନାହିଁ; ବରଂ ଏହା ଏକ ଶୁଖିଲା ବାଲୁକାମୟ ମରୁଭୂମି। ଚନ୍ଦ୍ରରେ ଜଳର ଉପସ୍ଥିତି ସମ୍ପର୍କରେ ବହୁ ପୂର୍ବରୁ ଅନେକ କଳ୍ପନା ଜଳ୍ପନା ରହି ଆସିଥିଲେ ସୁଦ୍ଧା ଜଳର ଉପସ୍ଥିତିକୁ ପ୍ରମାଣ କରିବା ପାଇଁ କୌଣସି ନିର୍ଭରଯୋଗ୍ୟ ତଥ୍ୟ ଏପର୍ଯ୍ୟନ୍ତ ମିଳିନାହିଁ। ସର୍ବପ୍ରଥମେ ୧୯୯୦ ମସିହାରେ ଚନ୍ଦ୍ରକୁ ପରିକ୍ରମା କରୁଥିବା ଯୁକ୍ତରାଷ୍ଟ୍ର ଆମେରିକାର ଏକ ସାମରିକ ଉପଗ୍ରହ ‘କ୍ଲିମେଣ୍ଟାଇନ’ ମହାକାଶଯାନ ଚନ୍ଦ୍ରପୃଷ୍ଠରେ ଜଳ ଅଣୁ ଉପସ୍ଥିତିର ସୂଚନା ପ୍ରଦାନ କରିଥିଲା। ପରବର୍ତ୍ତୀ ସମୟରେ, ଭାରତୀୟ ଅନ୍ତରୀକ୍ଷ ସଙ୍ଗଠନ (ଇସ୍ରୋ)ର ଏକ ଉପଗ୍ରହ ‘ଚନ୍ଦ୍ରୟାନ -୧’ ଚନ୍ଦ୍ରରେ ଜଳ ଅଣୁ ଉପସ୍ଥିତିର ପ୍ରମାଣ କରିଥିଲା।
ଇତିମଧ୍ୟରେ ମିଳିଥିବା କିଛି ଚାଞ୍ଚଲ୍ୟକର ତଥ୍ୟରୁ ଚନ୍ଦ୍ରପୃଷ୍ଠରେ ଜଳର ଉପସ୍ଥିତି ମତବାଦକୁ ସମର୍ଥନ ମିଳିଛି। ବିଗତ ୧୯୭୦ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାର ‘ଆପୋଲୋ’ ଚନ୍ଦ୍ର ଅଭିଯାନ ସମୟରେ ମହାକାଶଚାରୀମାନେ ଚନ୍ଦ୍ରପୃଷ୍ଠରୁ କାଚ ଭଳି ଦିଶୁଥିବା କିଛି ବିଚିତ୍ର ଗୋଡି ସଂଗ୍ରହ କରି ପୃଥିବୀକୁ ଆଣିଥିଲେ। ଏହି ଗୋଡିସବୁର ବ୍ୟାସ ୦.୧ ମି.ମି.ରୁ ୦.୪ ମି.ମି. ମଧ୍ୟରେ ସୀମିତ ଥିଲା। ଏଗୁଡ଼ିକ ପ୍ରାୟ ୩୦୦ କୋଟିରୁ ଊର୍ଦ୍ଧ୍ୱ ବର୍ଷ ପୂର୍ବେ ଚନ୍ଦ୍ରର ଆଗ୍ନେୟଗିରିରୁ ନିର୍ଗତ ଉତ୍ତପ୍ତ ଲାଭାର ଶୀତଳୀକରଣ ପ୍ରକ୍ରିୟା ଦ୍ୱାରା ସୃଷ୍ଟି ହୋଇଥିବାର ଅନୁମାନ କରାଯାଏ। ୨୦୦୯ ମସିହାରେ, ଯୁକ୍ତରାଷ୍ଟ୍ର ଆମେରିକାର ଦଳେ ବୈଜ୍ଞାନିକ ‘ସେକେଣ୍ଡାରି ଆୟନ ମାସ ସ୍ପେକ୍ଟ୍ରୋଗ୍ରାଫି’ କୌଶଳ ଅବଲମ୍ବନ କରି ଏହି ଗୋଡିସବୁର ରାସାୟନିକ ଉପାଦାନ ଓ ଗଠନକୁ ଯାଞ୍ଚ କରିଛନ୍ତି। ପରୀକ୍ଷାରୁ ଏସବୁ ମଧ୍ୟରେ ଜଳୀୟ ଅଣୁ ସମେତ କିଛି ଉଦବାୟୀ ପଦାର୍ଥ (ଯାହା କମ୍‌ ତାପମାତ୍ରାରେ ବାଷ୍ପୀଭୂତ ହୁଏ) ଆବଦ୍ଧ ହୋଇ ରହିଥିବାର ସନ୍ଧାନ ମିଳିଛି। ବୈଜ୍ଞାନିକମାନେ ଏ ଦିଗରେ ଅଧିକ ଗବେଷଣା କରି ଏକ ନୂତନ ମତବାଦ ଉପସ୍ଥାପନ କରିଛନ୍ତି, ଯାହା ଦ୍ୱାରା ଚନ୍ଦ୍ର ଅତୀତରେ ଜଳୀୟ ଅବସ୍ଥାରୁ ସୃଷ୍ଟି ହୋଇଥିବାର ମତବାଦକୁ ସମର୍ଥନ ମିଳିଛି। ଏପରିକି, ଆମ ପୃଥିବୀର ଉପର ମ୍ୟାଣ୍ଟେଲରେ ଜଳର ମାତ୍ରା ୧୫୦ ପି.ପି.ଏମ୍‌. ହୋଇଥିଲାବେଳେ ଚନ୍ଦ୍ର ମ୍ୟାଣ୍ଟେଲରେ ଜଳର ମାତ୍ରା ଯଥେଷ୍ଟ ଅଧିକ ଏବଂ ଏପରିକି କେଇ ହଜାର ପି.ପି.ଏମ. ହୋଇ ଥାଇପାରେ ବୋଲି ଗବେଷକମାନେ ସୂଚନା ଦେଇଛନ୍ତି।
ପରବର୍ତ୍ତୀ ଡିସେମ୍ବର ୨୦୨୦ ମସିହାରେ ଚାଇନାର ଏକ ମହାକାଶଯାନ ଚେଞ୍ଜ -୫ ଚନ୍ଦ୍ରପୃଷ୍ଠରେ ଅବତରଣ କରି ସେଠାରୁ କାଚ ଭଳି ଦିଶୁଥିବା ଏହି ଗୋଡ଼ିର ଆଉ କିଛି ନମୁନା ସଂଗ୍ରହ କରି ପୃଥିବୀକୁ ଆଣିଥିଲା। ଏହି ଗୋଡ଼ିସବୁର ବୈଜ୍ଞାନିକ ବିଶ୍ଳେଷଣ ଦ୍ୱାରା ଚନ୍ଦ୍ରପୃଷ୍ଠରେ ୩୦୦ ମିଲିୟନରୁ ୨୭୦ ବିଲିୟନ ଟନ୍‌ ପରିମାଣ ଜଳର ବିଶାଳ ଭଣ୍ଡାର ଗଚ୍ଛିତ ଥାଇପାରେ ବୋଲି ବୈଜ୍ଞାନିକମାନେ ମତପ୍ରକାଶ କରିଛନ୍ତି। ମାତ୍ର ଏହା ଚନ୍ଦ୍ର ସୃଷ୍ଟି ସମ୍ପର୍କୀୟ ଅନ୍ୟ ଏକ ଜଣଶୁଣା ‘ସଂଘର୍ଷ ତତ୍ତ୍ୱ’ ମତବାଦକୁ ବିରୋଧ କରୁଛି। ସଂଘର୍ଷ ତତ୍ତ୍ୱ ମତବାଦ ଅନୁଯାୟୀ, ଅତୀତରେ ପୃଥିବୀ ସହିତ ମଙ୍ଗଳ ଭଳି କୌଣସି ଗ୍ରହର ସଂଘର୍ଷ ଘଟିବାରୁ ପୃଥିବୀର କିଛି ଅଂଶ ଖଣ୍ଡ ବିଖଣ୍ଡିତ ହୋଇ ଛିଟିକି ପଡ଼ିଥିଲା। ପରବର୍ତ୍ତୀ ସମୟରେ, ଏହି ଖଣ୍ଡସବୁ ପରସ୍ପର ସହ ସଂଯୋଜିତ ହୋଇ ଚନ୍ଦ୍ର ଭଳି ବିଶାଳକାୟ ପିଣ୍ଡମାନ ସୃଷ୍ଟି କଲେ। ଚନ୍ଦ୍ରରେ ଅତୀତରେ ଜଳ ଥିଲେ, ଉକ୍ତ ସଂଘର୍ଷରୁ ଉତ୍ପନ୍ନ ପ୍ରଚଣ୍ଡ ତାପମାତ୍ରାରେ ଚନ୍ଦ୍ରକୁ ଗଠନ କରିଥିବା ଖଣ୍ଡଗୁଡିକରେ ଥିବା ଜଳ ସମେତ ବିଭିନ୍ନ ଉଦବାୟୀ ପଦାର୍ଥ କେବେଠୁ ବାଷ୍ପୀଭୂତ ହୋଇଯିବଣି ବୋଲି ଆଶଙ୍କା କରାଯାଏ। ମାତ୍ର ଅନ୍ୟ କିଛି ବୈଜ୍ଞାନିକଙ୍କ ମତରେ, ଏହି ମତବାଦ କିଛି କାରଣରୁ ଚନ୍ଦ୍ର ସୃଷ୍ଟି ସମ୍ପର୍କୀୟ ‘ସଂଘର୍ଷ ତତ୍ତ୍ୱ’ ମତବାଦକୁ ବିରୋଧ କରୁନାହିଁ। ପ୍ରଥମତଃ, ଚନ୍ଦ୍ରକୁ ସୃଷ୍ଟି କରିଥିବା କୌଣସି ଖଣ୍ଡ ସଂଘର୍ଷର ପରବର୍ତ୍ତୀ କାଳରେ ଅତି ଶୀଘ୍ର ସୃଷ୍ଟି ହୋଇଥିଲେ ସେଥିରେ କିଛି ଜଳୀୟ ଅଣୁ ଆବଦ୍ଧ ହୋଇ ରହିଯିବା ସମ୍ଭବପର। ଦ୍ୱିତୀୟତଃ, ସଂଘର୍ଷକାରୀ ପିଣ୍ଡର କିଛି ଅଂଶ ପୃଥିବୀ ସହିତ ସିଧାସଳଖ ଧକ୍କା ହୋଇ ନ ଥିଲେ ସୁଦ୍ଧା ଅପେକ୍ଷାକୃତ ଶୀତଳ ତାପମାତ୍ରାରେ ରହିଥିବାରୁ ସେଥିରେ କିଛି ଜଳୀୟ ଅଣୁର ଉପସ୍ଥିତି ଆଶାତୀତ ନୁହେଁ। ତୃତୀୟରେ, ଚନ୍ଦ୍ର ସୃଷ୍ଟି ହେଲା ପରେ, ଜଳ ଥିବା ଅନ୍ୟ କୌଣସି ବାହ୍ୟଜାଗତିକ ବସ୍ତୁ (ଯଥା ଗ୍ରହାଣୁ କିମ୍ବା ଉଲ୍‌କା) ଚନ୍ଦ୍ରପୃଷ୍ଠରେ ପିଟି ହେବା ଦ୍ୱାରା ସେଥିରେ ଥିବା ଜଳ ଚନ୍ଦ୍ରକୁ ସ୍ଥାନାନ୍ତରିତ ହୋଇଥାଇପାରେ।
ତେବେ ଚନ୍ଦ୍ର ସୃଷ୍ଟି ସମ୍ପର୍କରେ ବିବାଦ ଏବେ ସୁଦ୍ଧା ଲାଗି ରହିଛି ଏବଂ ଏ ସମ୍ପର୍କରେ କୌଣସି ମତବାଦକୁ ସମର୍ଥନ କିମ୍ବା ପ୍ରତ୍ୟାଖ୍ୟାନ କରିବା ପାଇଁ ଆମ ନିକଟରେ କିଛି ନିର୍ଦ୍ଦିିଷ୍ଟ ପ୍ରମାଣ ନାହିଁ। ଏହି ଚିର-ରହସ୍ୟମୟ ପ୍ରସଙ୍ଗ ଉପରେ ଆଲୋକପାତ କରିବା ନିମନ୍ତେ ଆମେରିକୀୟ ଅନ୍ତରୀକ୍ଷ ସଂସ୍ଥା ନାସା ୨୦୦୯ ମସିହାରେ ଚନ୍ଦ୍ରକୁ ଏକ ଯାନ ‘ଲୁନାର କ୍ରେଟର୍‌ ଅବଜରଭେଶନ ଆଣ୍ଡ ସ୍ପେଶିଙ୍ଗ ସାଟେଲାଇଟ (LCROSS)’ ପ୍ରେରଣ କରିଥିଲା ଯାହା ଚନ୍ଦ୍ରପୃଷ୍ଠରେ ଅବତରଣ କରି ସେଠାରେ ଜଳର ଉପସ୍ଥିତି ସମ୍ପର୍କରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପୃଥିବୀକୁ ପ୍ରେରଣ କରିଛି। ଏହି ଉପଗ୍ରହର ସନ୍ଧାନ ଅନୁଯାୟୀ, ଚନ୍ଦ୍ର ପୂର୍ବରୁ ବିଶ୍ୱାସ କରାଯାଉଥିବା ଏକ ଶୁଷ୍କ, ଧୂଳିଆ ମରୁଭୂମି ନୁହେଁ; ବରଂ ଏହାର ସ୍ଥାୟୀ ରୂପେ ଅନ୍ଧକାରାଚ୍ଛନ୍ନ ଅଞ୍ଚଳର କିଛି ଗଭୀର ଗହ୍ବର ତଳେ ପ୍ରଚୁର ଜଳ ବରଫ ଆକାରରେ ଜମାଟ ବାନ୍ଧି ରହିଛି। ଏହା ଆଗାମୀ ଦିନରେ ଚନ୍ଦ୍ର ଅଭିଯାନରେ ମହାକାଶଚାରୀମାନଙ୍କ ନିମନ୍ତେ ଏକ ମରୁ ଉଦ୍ୟାନ ସଦୃଶ ସାବିତ ହୋଇ ପାନୀୟ ଜଳର ଚାହିଦା ପୂରଣ କରିବା ସହିତ ରକେଟ ଇନ୍ଧନ ନିର୍ମାଣରେ ସହାୟକ ହେବ ବୋଲି ବୈଜ୍ଞାନିକମାନେ ଆଶା ବାନ୍ଧିଛନ୍ତି।
ତେବେ ପ୍ରଶ୍ନ ଉଠେ : ଚନ୍ଦ୍ରପୃଷ୍ଠରେ ଏବେ ତରଳ ଜଳରାଶି ଅଛି କି ? ଉତ୍ତର: ସମ୍ଭବତଃ ‘ନାହିଁ’। ତେବେ ଅତୀତରେ ପ୍ରାୟ ୩୫୦ ରୁ ୪୦୦ କୋଟି ବର୍ଷ ପୂର୍ବେ ଚନ୍ଦ୍ରର ଜଳୀୟବାଷ୍ପ ଭରା ଏକ ମୋଟା ବାୟୁମଣ୍ଡଳ ଥିଲା ଏବଂ ଏହି ଅବସ୍ଥାରେ ଚନ୍ଦ୍ରପୃଷ୍ଠରେ ପ୍ରଚୁର ପରିମାଣର ତରଳ ଜଳରାଶି ଉପସ୍ଥିତ ଥିବାର ଅନୁମାନ କରାଯାଏ। ଏବେ ହୁଏତ ଏହା ଚନ୍ଦ୍ରପୃଷ୍ଠର ପ୍ରଚଣ୍ଡ ତାପମାତ୍ରାରେ ସମ୍ପୂର୍ଣ୍ଣ ବାଷ୍ପ ହୋଇ ଗଲାଣି କିମ୍ବା ଏହାର ସ୍ଥାୟୀ ଅନ୍ଧକାରାଚ୍ଛନ୍ନ ଅଞ୍ଚଳର କିଛି ଗଭୀର ଗହ୍ବର ତଳର ଉଷୁମ ଓ ଚାପଯୁକ୍ତ ଅବସ୍ଥାରେ ଜଳ ତରଳ ରୂପରେ ଗଚ୍ଛିତ ହୋଇ ରହିଥିବାର ଅନୁମାନ କରାଯାଏ।

ନିକୁଞ୍ଜ ବିହାରୀ ସାହୁ

-ଏଜୁକେଶନ ଅଫିସର୍‌, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୋପାଳ, ମଧ୍ୟପ୍ରଦେଶ
ମୋ : ୮୦୧୮୭୦୮୮୫୮


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri