ଜଳ ସଙ୍କଟ

ପୃଥିବୀ ଏକ ଜଳ ଗ୍ରହ ହେଲେ ସୁଦ୍ଧା ଏଠାରେ ଜଳର ଭଣ୍ଡାର ସୀମିତ। ଏହାର ପ୍ରାୟ ୯୭.୫ ପ୍ରତିଶତ ଜଳ ସମୁଦ୍ର, ମହାସମୁଦ୍ରରେ ଗଚ୍ଛିତ, ଯାହା ଲୁଣିଆ ଓ ମନୁଷ୍ୟ ବ୍ୟବହାର ଉପଯୋଗୀ ନୁହେଁ। ଅବଶିଷ୍ଟ ୨.୫ ପ୍ରତିଶତ ମଧୁର ଜଳ ମଧ୍ୟରୁ ଏକ ବଡ଼ ଭାଗ ମେରୁ ଅଞ୍ଚର ହିମବାହ ଓ ତୁଷାରବୃତ୍ତ ଶୃଙ୍ଗରେ ଅବସ୍ଥିତ, ଯାହା ମଧ୍ୟ ମଣିଷର ହାତପାହାନ୍ତାରେ ନାହିଁ। ପୃଥିବୀର ଉପଲବ୍ଧ ମଧୁର ଜଳର ଅନ୍ୟ ଏକ ବଡ଼ ଭାଗ ଭୂତଳ କିମ୍ବା ବାୟୁମଣ୍ଡଳର ଜଳୀୟ ବାଷ୍ପ ରୂପରେ ଗଚ୍ଛିତ ଅଛି, ଯାହା ମଧ୍ୟ ମନୁଷ୍ୟର ବ୍ୟବହାର ଉପଯୋଗୀ ନୁହେଁ। ଅବଶିଷ୍ଟ ମାତ୍ର ୦.୩% ମଧୁର ଜଳ ନଦୀ, ହ୍ରଦ ଆକାରରେ ଭୂପୃଷ୍ଠରେ ପ୍ରବାହିତ, ଯାହା ମନୁଷ୍ୟର ବ୍ୟବହାରରେ ଲାଗେ। ସୁତରାଂ ପୃଥିବୀ ଏକ ଜଳ ଗ୍ରହ ହେଲେ ସୁଦ୍ଧା ଏଥିରେ ଉପଲବ୍ଧ ମନୁଷ୍ୟର ବ୍ୟବହାର ଉପଯୋଗୀ ମଧୁର ଜଳର ପରିମାଣ ଅତି ସୀମିତ। ତେଣୁ ପୃଥିବୀରେ ଜଳ ସଂରକ୍ଷଣର ଆବଶ୍ୟକତା ରହିଛି।
ଜଳର ଧର୍ମ: ପ୍ରକୃତିରେ ଜଳ ଏକମାତ୍ର ପଦାର୍ଥ ଯାହା ପୃଥିବୀର ତାପମାତ୍ରା ପରିସରରେ ନିଜର ସମସ୍ତ ଅବସ୍ଥା ଯଥା କଠିନ, ତରଳ ଓ ଗ୍ୟାସୀୟ ରୂପରେ ରହିପାରେ। ପ୍ରତି ଜଳ ଅଣୁର ବସ୍ତୁତ୍ୱ ୧୮। ଏହାର ଘନତ୍ୱ ୧ଗ୍ରାମ ଘନ ସେ.ମି. ପ୍ରତି ଏବଂ ଏହାର ଗଣନାଙ୍କ ଓ ସ୍ଫୁଟନାଙ୍କ ଯଥାକ୍ରମେ ୦ ଓ ୧୦୦ ଡିଗ୍ରୀ ସେଲ୍‌ସିୟସ୍‌। ପ୍ରତି ଜଳ ଅଣୁରେ ହାଇଡ୍ରୋଜେନ୍‌ ଓ ଅକ୍ସିଜେନ୍‌ ପରମାଣୁ ଦ୍ୱୟର ବସ୍ତୁତ୍ୱର ଅନୁପାତ ୧:୮ ଏବଂ ଏ ପରମାଣୁ ଦ୍ୱୟ ଏକ ସହ-ସଂଯୋଜୀ ରାସାୟନିକ ବନ୍ଧଦ୍ୱାରା ପରସ୍ପର ସହିତ ସଂଯୁକ୍ତ ହୋଇଥାନ୍ତି। ଜଳର ଗୁପ୍ତତାପ ଅନ୍ୟ ସମତୁଲ୍ୟ ତରଳମାନଙ୍କଠାରୁ ଯଥେଷ୍ଟ ଅଧିକ ହୋଇଥିବାରୁ ଏହା ତରଳ ଅବସ୍ଥାରୁ ବାଷ୍ପୀୟ ଅବସ୍ଥାରେ ପରିଣତ ହେବା ପାଇଁ ବିପୁଳ ତାପ ଗ୍ରହଣ କରୁଥିବାବେଳେ ବାଷ୍ପୀୟ ଅବସ୍ଥାରୁ ଘନୀଭୂତ ହୋଇ ତରଳ ଅବସ୍ଥା ଧାରଣ କଲେ ବିପୁଳ ତାପ ଉତ୍ସର୍ଜନ କରେ। ବିଶୁଦ୍ଧ ଜଳର ପି.ଏଚ୍‌ ର ମୂଲ୍ୟ ୭। ଆହୁରି ମଧ୍ୟ ଜଳର ଘନତ୍ୱ ୪ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରାରେ ସର୍ବାଧିକ ଏବଂ ତାପମାତ୍ରା ଅନୁସାରେ ଏହାର ଘନତ୍ୱର ପରିବର୍ତ୍ତନ ଅନ୍ୟ ତରଳାଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଜଳର ଏଭଳି କିଛି ଅଦ୍ୱିତୀୟ ଧର୍ମ ପାଇଁ ପୃଥିବୀ ପୃଷ୍ଠରେ ଜୀବନ ବଞ୍ଚିବା ସମ୍ଭବ ହୋଇପାରିଛି।
ଜଳର ସଞ୍ଚରଣ: ପୃଥିବୀରେ ‘ଜଳଚକ୍ର’ ପ୍ରକ୍ରିୟା ଦ୍ୱାରା ଭୂପୃଷ୍ଠ ଓ ଆକାଶ ମଧ୍ୟରେ ଜଳର ନିରନ୍ତର ସଞ୍ଚରଣ ଘଟୁଛି। ପୃଥିବୀରେ ଜଳଚକ୍ର ପ୍ରକ୍ରିୟା ସୂର୍ଯ୍ୟ ଦ୍ୱାରା ସଞ୍ଚାଳିତ ହେଉଛି ଏବଂ ଏହା ଦ୍ୱାରା ପୃଥିବୀର କୌଣସି ସ୍ଥାନରେ ଜଳର ପରିମାଣ ସ୍ଥିର ରହୁଛି।
ଆମ ଦେଶରେ ଅଧିକାଂଶ ବୃଷ୍ଟିପାତ ମୌସୁମୀ ବାୟୁ ଦ୍ୱାରା କେବଳ ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ଅର୍ଥାତ୍‌ ବର୍ଷର କେବଳ ଚାରିମାସ ମଧ୍ୟରେ ପ୍ରାପ୍ତ ହୋଇଥାଏ। ବାର୍ଷିକ ମୃତ୍ତିକାରେ ଥିବା ଅସଂଖ୍ୟ ଛିଦ୍ର ଭେଦ କରି ନିମ୍ନକୁ ଗତି କରେ ଏବଂ ପୃଥିବୀ ଆଭ୍ୟନ୍ତରରେ ଥିବା ଶିଳା ସ୍ତରର ଅସଂଖ୍ୟ ଫାଟ ଓ ଫାଙ୍କ ମଧ୍ୟରେ ବିପୁଳ ଭୂମିଗତ ଜଳ ରୂପରେ ସଞ୍ଚିତ ହୋଇ ରହିପାରେ। ଜଳ କଣିକା ବହନ କରୁଥିବା ଏଭଳି ଭୂତଳ ଶିଳାସ୍ତରକୁ ‘ଆକ୍ୱିଫର୍‌’ ବୋଲି କୁହାଯାଏ।
ଜୀବନରେ ଜଳର ଆବଶ୍ୟକତା: ମନୁଷ୍ୟ ଶରୀର ପ୍ରାୟ ୭୦ ପ୍ରତିଶତ ଜଳ। ଆମ ରକ୍ତରେ ଥିବା ପ୍ଲାଜ୍‌ମାର ପ୍ରାୟ ୯୦ ପ୍ରତିଶତ ଅଂଶ ଜଳରେ ଗଠିତ। ମନୁଷ୍ୟ ଶରୀରର ଅଧିକାଂଶ ଜୈବ ରାସାୟନିକ ପ୍ରତିକ୍ରିୟା ଏହି ଜଳୀୟ ମାଧ୍ୟମରେ ହିଁ ସମ୍ପାଦିତ ହୋଇଥାଏ। ଆମ ଦୈନନ୍ଦିନ ଜୀବନରେ ଜଳର ଆବଶ୍ୟକତା ଅପରିହାର୍ଯ୍ୟ। ରୋଷେଇ, ବାସନକୁସନ ଧୋଇବା, ଲୁଗାପଟା ସଫା, ଶୌଚ, ବଗିଚାକାର୍ଯ୍ୟ ତଥା ଜମିରେ ଜଳସେଚନ ପାଇଁ ଜଳ ଆବଶ୍ୟକ ହୁଏ। ଏକ ଆକଳନରୁ ଜଣାଯାଏ ଯେ, ଆମ ଦେଶରେ ସର୍ବାଧିକ ମଧୁର ଜଳ କୃଷିକ୍ଷେତ୍ରରେ ଜଳସେଚନ ନିମନ୍ତେ ବ୍ୟବହୃତ ହୁଏ।
ଜଳ ସଙ୍କଟ: ଇତିମଧ୍ୟରେ ବିଭିନ୍ନ ପ୍ରକୃତି ବିରୋଧୀ ମନୁଷ୍ୟକୃତ କାର୍ଯ୍ୟକଳାପ ହେତୁ ଜଳ ଗ୍ରହ ପୃଥିବୀରେ ଜଳ ସଙ୍କଟ ପରିସ୍ଥିତି ସୃଷ୍ଟି ହୋଇଛି। ଶିଳ୍ପ ସଂସ୍ଥାରୁ ନିର୍ଗତ ରାସାୟନିକ ଉତ୍ସର୍ଜନ ତଥା ସହରର ଜୈବିକ ଆବର୍ଜନା ନଦୀ ଭଳି ଜଳ ଉତ୍ସକୁ ନିଷ୍କାସିତ ହେବା ଦ୍ୱାରା ଜଳ ପ୍ରଦୂଷଣ ସମସ୍ୟା ସୃଷ୍ଟି ହେଉଛି। ଏହାଦ୍ୱାରା ଏଭଳି ଜଳ ଆଉ ପାନୀୟ ଉପଯୋଗୀ ହୋଇପାରୁନାହିଁ। ଏକ ଆକଳନରୁ ଜଣାପଡ଼େ ଯେ, ନିଜର ପୁଣ୍ୟ ପାବନ ଧାରା ନିମନ୍ତେ ବିଖ୍ୟାତ ଆମର ଗଙ୍ଗାନଦୀ ଜଳ ପ୍ରଦୂଷଣ କାରଣରୁ ଏବେ ବିଶ୍ୱର ସର୍ବାଧିକ ୧୦ଟି ପ୍ରଦୂଷିତ ନଦୀ ମଧ୍ୟରୁ ଅନ୍ୟତମ। ସେହିପରି ଆମ ଓଡ଼ିଶାର ଜଳ ଉତ୍ସକୁ ଶିଳ୍ପସଂସ୍ଥାରୁ ରାସାୟନିକ ନିର୍ଗମନ କାରଣରୁ ବ୍ରାହ୍ମଣୀ ନଦୀ ମଧ୍ୟ ଆଜି ପ୍ରଦୂଷିତ ଜଳ ଉତ୍ସ ପାଲଟିଯାଇଛି।
ଜାତିସଂଘର ଆକଳନ ଅନୁସାରେ ଏକ ସୁସ୍ଥ ଜୀବନ ଧାରଣ ପାଇଁ ଦୈନିକ ଜଣ ପିଛା ପ୍ରାୟ ଅଢ଼େଇ ବାଲ୍‌ଟି କିମ୍ବା ୫୦ ଲିଟର ଜଳର ଆବଶ୍ୟକତା ରହିଛି। ମାତ୍ର ଏସିଆ, ଆଫ୍ରିକା ଓ ଲାଟିନ୍‌ ଆମେରିକା ଭଳି କିଛି ଦେଶର ଗଁା ଗହଳିରେ ଲୋକଙ୍କ ନିକଟରେ ଏହି ସର୍ବନିମ୍ନ ଜଳ ମାତ୍ରା ମଧ୍ୟ ଉପଲବ୍ଧ ହୋଇପାରୁନାହିଁ, ଯାହା ଘୋର ଉଦ୍‌ବେଗର ବିଷୟ। ସେହିପରି ଜନସଂଖ୍ୟା ବୃଦ୍ଧି ତଥା ଛତୁଫୁଟୁଥିବା ଶିଳ୍ପ ସଂସ୍ଥାଗୁଡିକ ଯୋଗୁ ଭୂତଳ ଜଳ ଉତ୍ସ ଉପରେ ଅସମ୍ଭବ ଚାପ ସୃଷ୍ଟି ହେଉଛି, ଯାହାଫଳରେ ଭୂତଳ ଜଳ ସ୍ତର କ୍ରମଶଃ ନିମ୍ନକୁ ଗତି କରୁଛି। ଜଙ୍ଗଲ ନଷ୍ଟ ଯୋଗୁ ମୃତ୍ତିକାର କ୍ଷୟ ଘଟି ଏହାର ଜଳଧାରଣ କ୍ଷମତା ହ୍ରାସ ପାଉଛି। ଜଳବାୟୁ ପରିବର୍ତ୍ତନ କାରଣରୁ ମୌସୁମୀ ଏବେ ଅନିୟମିତ ଏବଂ ବୃଷ୍ଟିପାତ ଅତି ସୀମିତ। ଏହି ସବୁ କାରଣରୁ ବିଶ୍ୱରେ ଏବେ ଜଳ ସଙ୍କଟ ପରିସ୍ଥିତି ସୃଷ୍ଟି ହୋଇଛି।
ପ୍ରତିକାର: ଆଗାମୀ ଦିନରେ ସୃଷ୍ଟି ହେବାକୁ ଯାଉଥିବା ଘୋର ଜଳସଙ୍କଟ ପରିସ୍ଥିତିରୁ ରକ୍ଷା ପାଇବାକୁ ହେଲେ ଆମକୁ ଦୈନନ୍ଦିନ ଜୀବନରେ ଜଳ ସଂରକ୍ଷଣ ଅଭ୍ୟାସ ଆପଣେଇବାକୁ ପଡିବ। ବିଭିନ୍ନ କାର୍ଯ୍ୟକଳାପରେ ଜଳର ମିତବ୍ୟୟତା ସାଙ୍ଗକୁ ଅଯଥା ଜଳର ଅପଚୟକୁ ରୋକିବାକୁ ପଡିବ। ଏକ ଉଦାହରଣ ସ୍ବରୂପ, ଶାଗଧୁଆ ଜଳକୁ ଫିଙ୍ଗି ନ ଦେଇ ତାହାକୁ ବଗିଚା କାର୍ଯ୍ୟରେ ବିନିଯୋଗ କରିବା ଆବଶ୍ୟକ। ସରକାରୀ କ୍ଷେତ୍ରରେ ଜଳର ଉତ୍ତମ ପରିଚାଳନ ନିମନ୍ତେ ଯୋଜନା ପ୍ରସ୍ତୁତ ହେବା ଆବଶ୍ୟକ। ଜଳସେଚନ ନିମନ୍ତେ ଜଳର ମିତବ୍ୟୟତା ପାଇଁ ପ୍ଲାବନ ସେଚନ ପରିବର୍ତ୍ତେ ବୁନ୍ଦା ସେଚନ ପଦ୍ଧତି ଅବଲମ୍ବନ କରିବା ଆବଶ୍ୟକ। ଆହୁରି ମଧ୍ୟ ବର୍ଷା ଜଳର ସଂରକ୍ଷଣ ପାଇଁ ପ୍ରତି ଘରର ଛାତ ଉପରେ ‘ବର୍ଷା ଜଳ ଅମଳ ଟାଙ୍କି’ ସ୍ଥାପନ କରାଯିବା ଉଚିତ। ଘରର ବଳକା କିମ୍ବା ବ୍ୟବହୃତ ଜଳକୁ ନଷ୍ଟ ହେବାକୁ ନ ଦେଇ ଗଭୀର ଗର୍ତ୍ତ ଜରିଆରେ ମାଟି ତଳକୁ ସ୍ଥାନାନ୍ତରିତ କରାଯିବା ଆବଶ୍ୟକ, ଯାହାଦ୍ୱାରା ଭୂତଳ ଜଳ ପୁନର୍ଭରଣ ହୋଇପାରିବ।
ଜଳ ପାଇଁ ଯୁଦ୍ଧ: ଜଣେ ଦାର୍ଶନିକ କହିଥିଲେ ଯେ, ଯଦି ଆଗାମୀ ଦିନରେ ତୃତୀୟ ବିଶ୍ୱଯୁଦ୍ଧ ଘଟେ ତାହା ଜଳ ପାଇଁ ହିଁ ସୃଷ୍ଟି ହେବ। ଏବେ ମଧ୍ୟ ନଦୀ ଜଳ ବଣ୍ଟନ ନେଇ ଭାରତ-ପାକିସ୍ତାନ, ଭାରତ-ବାଂଲାଦେଶ, ଭାରତ-ନେପାଳ ଓ ଭାରତ-ଚାଇନା ମଧ୍ୟରେ ବିବାଦ ସୃଷ୍ଟି ହେଉଛି।
ସୁତରାଂ ଜଳଗ୍ରହ ପୃଥିବୀରେ ଏହି ଉତ୍କଟ ଜଳସଙ୍କଟ ପରିସ୍ଥିତିରୁ ରକ୍ଷା ପାଇବା ନିମନ୍ତେ ଏବଂ ଆଗାମୀ ଦିନରେ ଆମର ସମୟୋଚିତ ପଦକ୍ଷେପ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ପାଇଁ ଜାତିସଂଘ ତରଫରୁ ପ୍ରତିବର୍ଷ ମାର୍ଚ୍ଚ ୨୨ ତାରିଖକୁ ‘ବିଶ୍ୱ ଜଳ ଦିବସ’ ଭାବରେ ପାଳନ କରାଯାଉଅଛି। ଆମକୁ ମନେରଖିବାକୁ ହେବ ‘ଜଳ ହିଁ ଜୀବନ ଓ ଜୀବନ ପାଇଁ ଆବଶ୍ୟକ ଜଳ’।

ନିକୁଞ୍ଜ ବିହାରୀ ସାହୁ
-ଏଜୁକେଶନ ଅଫିସର, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୋପାଳ, ମଧ୍ୟପ୍ରଦେଶ
ମୋ: ୮୯୧୭୬୩୭୯୭୪


Enter your email to get our daily news in your inbox.

All Right Reserved By Dharitri.Com

୧୦ ଉଇକେଟରେ ଜିତିଲା ନ୍ୟୁଜିଲାଣ୍ଡ

ଚେନ୍ନାଇ,୧୦ା୨- ଟି୨୦ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୧୦ ଉଇକେଟରେ ୟୁଏଇକୁ ପରାସ୍ତ କରିଛି। ୟୁଏଇ ଦ୍ୱାରା ଧାର୍ଯ୍ୟ ୧୭୪ ରନ୍‌ର ଟାର୍ଗେଟ୍‌କୁ ଟିମ୍‌ ସିଫର୍ଟ…

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

ଅନ୍ୟ ରାଜ୍ୟରେ ପ୍ରେମକରି ବିବାହ ପଡ଼ିଲା ମହଙ୍ଗା: ସ୍ତ୍ରୀ ଦୁଇ ଛୁଆଙ୍କୁ ନେଇ ପଳାଇଲେ, ଅନ୍ତିମ ସତ୍କାର ପାଇଁ ବି ଆସିଲେନି…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ଗ୍ରାମର କାହ୍ନୁ ଡାକୁଆ (୪୦) ସୋମବାର ଭଞ୍ଜନଗର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ମତ୍ୟୁପରେ…

ବଢିଗଲା ଦାମ୍‌! ସିଗାରେଟ ପ୍ୟାକେଟର ଦାମ ୪୦୦, ପାନ ମସଲାର ଦାମ ହେଲା ୨୦୦ଟଙ୍କା?

ନୂଆଦିଲ୍ଲୀ,୧୦।୨: ଏହା ସତ୍ୟ ଯେ, ଫେବୃଆରୀ ୧, ୨୦୨୬ ରୁ ସରକାର ପାପ ସାମଗ୍ରୀ ଉପରେ ସମ୍ପୂର୍ଣ୍ଣ ଟିକସ ଢାଞ୍ଚାକୁ ପରିବର୍ତ୍ତନ କରିଛନ୍ତି, ଯାହା ଫଳରେ ମୂଲ୍ୟ…

ସୋସିଆଲ ମିଡିଆ କ୍ରିଏଟର୍ସଙ୍କ ପାଇଁ ବଡ଼ ସୁଯୋଗ: DD Newsରେ ଦେଖାଇପାରିବେ ଆପଣଙ୍କ କଣ୍ଟେଟ୍‌, ମିଳିବ ଟଙ୍କା…

ନୂଆଦିଲ୍ଲୀ,୧୦।୨: ଯଦି ଆପଣ ଜଣେ କଣ୍ଟେଣ୍ଟ କ୍ରିଏଟର, ତେବେ ଆପଣଙ୍କ ପାଇଁ ପ୍ରତିଭା ପ୍ରଦର୍ଶନ କରିବା ଏବଂ ଟଙ୍କା ରୋଜଗାର କରିବାର ଏକ ମହାନ ସୁଯୋଗ ଆସିଛି।…

କ୍ୟାନସର ହସପିଟାଲକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯାଉ: ସାଂସଦ ପ୍ରଦୀପ ପୁରୋହିତ

ବରଗଡ,୧୦।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ କ୍ୟାନସର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି ଦୃଷ୍ଟିରୁ ବରଗଡ଼ କ୍ୟାନସର ହସପିଟାଲକୁ ଶୀଘ୍ର ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ଦିଗରେ…

ଦିଲ୍ଲୀ କର୍ତ୍ତବ୍ୟ ପଥ ପରେଡରେ ଭାଗ ନେଇ ଫେରିଲେ ରାଜ୍ୟର ଗୌରବ ରାକେଶ

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଏନ୍‌ସିସି ଆର୍ମି ୱିଂଗର କ୍ୟାଡେଟ ରାକେଶ ଭୂୟାଁଙ୍କୁ ମଙ୍ଗଳବାର କଲେଜ ପକ୍ଷରୁ ସମ୍ବର୍ଦ୍ଧନା…

ନେଦରଲାଣ୍ଡ୍ସ ୭ ଉଇକେଟରେ ବିଜୟୀ: ସୁପର-୮ ଆଶା ଉଜ୍ଜୀବିତ

ନୂଆଦିଲ୍ଲୀ, ୧୦ା୨: ଆଇସିସି ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ଗ୍ରୁପ୍‌ ‘ଏ’ ମ୍ୟାଚରେ ନେଦରଲାଣ୍ଡ୍ସ ୭ ଉଇକେଟରେ ନାମିବିୟାକୁ ହରାଇ ଦେଇଛି। ପ୍ରଥମ ମ୍ୟାଚରେ ପାକିସ୍ତାନଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri