ଆଗାମୀ ପିଢ଼ି ପାଇଁ ଜଳ ସଂରକ୍ଷଣ

ଆମ ଜୀବନ ଧାରଣ ପାଇଁ ଜଳ ନିତାନ୍ତ ଆବଶ୍ୟକ। ଆମ ଶରୀରର ପ୍ରମୁଖ ଅଂଶ ହେଉଛି ଜଳ। ଜଳ ବିନା ଜୀବନ ଧାରଣ ଅସମ୍ଭବ। ଆମ ପୃଥିବୀ ପୃଷ୍ଠରେ ପାନୀୟ ଜଳର ପରିମାଣ ସୀମିତ। ତଥାପି ଆମେ ଏଥିପ୍ରତି ସଚେତନ ନ ହୋଇ ଏହାର ଅପଚୟ କରିଚାଲିଛେ।
ପୃଥିବୀରେ ଥିବା ୯୭.୫ ଶତାଂଶ ହେଉଛି ସମୁଦ୍ରର ଲୁଣି ଜଳ ଏବଂ ୨.୫ ଶତାଂଶ ହେଉଛି ମଧୁର ଜଳ। ପୁଣି ମଧୁର ଜଳର ୬୮.୭ ଭାଗ ବରଫ ଆକାରରେ, ୩୦.୧ ଭାଗ ଭୂତଳ ଜଳ ଓ ୧.୨ ଭାଗ ଭୂପୃଷ୍ଠ ଜଳ ଆକାରରେ ରହିଛି। ଭୂପୃଷ୍ଠ ଜଳ କହିଲେ ନଦୀ, ନାଳ, ଝରଣା, ହ୍ରଦ ଆଦିରେ ଆଚ୍ଛାଦିତ ହୋଇଥିବା ଜଳ। ଏହା ଜୀବଜନ୍ତୁମାନଙ୍କର ତଥା ମଣିଷ ଜାତିର ଅଧିକାଂଶ ଆବଶ୍ୟକତାକୁ ପୂରଣ କରିଥାଏ। ଭବିଷ୍ୟତରେ ପୃଥିବୀ ପୃଷ୍ଠରେ ପାନୀୟ ଜଳର ଉତ୍କଟ ଅଭାବକୁ ପୂରଣ ଓ ସୁବିନିଯୋଗ କରିବା ପାଇଁ ଅନେକ ଆଲୋଚନା କରାଯାଇଥିଲା, କିନ୍ତୁ ୧୯୯୨ ମସିହାରେ ଜାତିସଂଘ ତରଫରୁ ରିଓ ଡି ଜେନେରିଓଠାରେ ପରିବେଶ ସୁରକ୍ଷା ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସମଗ୍ର ବିଶ୍ୱର ଅନେକ ଦେଶ ଯୋଗ ଦେଇଥିଲେ। ସେମାନେ ପ୍ରତିବର୍ଷ ମାର୍ଚ୍ଚ ୨୨କୁ ‘ବିଶ୍ୱ ଜଳ ଦିବସ’ ଭାବରେ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହାପରେ ୧୯୯୩ ମସିହାଠାରୁ ପ୍ରତିବର୍ଷ ବିଶ୍ୱ ଜଳ ଦିବସ ବିଭିନ୍ନ ଦେଶର ଭିନ୍ନ ଭିନ୍ନ ସ୍ଥାନରେ ପାଳନ କରାଯାଇ ଆସୁଅଛି। ଚଳିତ ବର୍ଷ ଏହି ଅବସରରେ ଘୋଷିତ ସ୍ଲୋଗାନ୍‌ଟି ହେଲା ‘ଅଣ୍ଡରଗ୍ରାଉଣ୍ଡ ଓ୍ବାଟର: ମେକିଂ ଦ ଇନ୍‌ଭିଜିବଲ୍‌ ଭିଜିବଲ୍‌’। ଏହାର ମୂଳ ଉଦ୍ଦେଶ୍ୟ ହେଲା ଜଳ ସଂରକ୍ଷଣ, ବିଶୁଦ୍ଧ ପାନୀୟ ଜଳ ଉତ୍ସର ସଂରକ୍ଷଣ ଓ ରକ୍ଷଣାବେକ୍ଷଣ, ପାନୀୟ ଜଳର ସୁପରିଚାଳନା, ବର୍ଷାଜଳ ସଂରକ୍ଷଣ, ଦୈନନ୍ଦିନ ଜୀବନରେ ଜଳ ସଂରକ୍ଷଣ ଇତ୍ୟାଦି।
ଜନସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ପାନୀୟ ଜଳର ଆବଶ୍ୟକତା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଉଭୟ ପ୍ରାଣୀ ଓ ଉଦ୍ଭିଦଙ୍କ ଏହାର କେତେ ଗୁରୁତ୍ୱ ରହିଛି ତାହା କହିବା ଅନାବଶ୍ୟକ। ଅନ୍ୟପକ୍ଷରେ ଏହାର ବ୍ୟବହାର କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ସେହିପରି ଜଳର ବ୍ୟବହାର ଓ ଆବଶ୍ୟକତାକୁ ନେଇ ଦେଶ ଦେଶ ଭିତରେ କଳହ ଓ ବିବାଦ କ୍ରମଶଃ ବଢ଼ିବାରେ ଲାଗିଛି। ସିନ୍ଧୁନଦୀକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ, ଇଉଫ୍ରେଟିସ୍‌ ନଦୀକୁ ନେଇ ତୁର୍କୀ ଓ ସିରିଆ ମଧ୍ୟରେ ବିବାଦ, ମେକଙ୍ଗ ନଦୀକୁ ନେଇ ଚାଇନା ଏବଂ ଲାଓସ ମଧ୍ୟରେ ବିବାଦ, ୱେଷ୍ଟ ବ୍ୟାଙ୍କ୍‌କୁ ନେଇ ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ବିବାଦ, ନୀଳନଦୀକୁ ନେଇ ଇଥିଓପିଆ ଓ ଇଜିପ୍ଟ ମଧ୍ୟରେ ବିବାଦ ଆଦି ଲୋକଲୋଚନକୁ ଆସିବା ସହ ସମଗ୍ର ବିଶ୍ୱ ନେତୃତ୍ୱଙ୍କ ଦୃଷ୍ଟିଆକର୍ଷଣ କରୁଛି।
ସମଗ୍ର ପୃଥିବୀରେ ପାନୀୟ ଜଳକୁ ବଞ୍ଚାଇବା ଉଦ୍ଦେଶ୍ୟରେ ତିନି ଆର୍‌ (3-R) କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଅଛି। ଏହା ହେଲା – Reduce, Recycle ଓ Reuse। ରିଡ୍ୟୁସ୍‌ର ଅର୍ଥ ହେଲା ଆମ ଦୈନନ୍ଦିନ ଜୀବନରେ ଯଥାସମ୍ଭବ କମ୍‌ ପାଣି ବ୍ୟବହାର କରିବା ଓ ଏହାକୁ ସଞ୍ଚୟ କରିବା ଓ ଅନ୍ୟମାନଙ୍କୁ ସଞ୍ଚୟ ପାଇଁ ପ୍ରବର୍ତ୍ତାଇବା। ରିସାଇକେଲ୍‌ର ଅର୍ଥ ହେଲା ପୁନଃବ୍ୟବହାର ଅର୍ଥାତ୍‌ ଉପଯୋଗ କରାଯାଇଥିବା ପାଣିକୁ ପୁନର୍ବାର ବ୍ୟବହାର କରିବା। ରିୟୁଜ୍‌ର ଅର୍ଥ ହେଲା ଉପଯୋଗ କରାଯାଇଥିବା ପାଣିର ବିଶୁଦ୍ଧୀକରଣ ପରେ ପୁନର୍ବାର ସେହି ପାଣିକୁ ବ୍ୟବହାର କରିବା। ଏଣୁ ଜଳ ସଙ୍କଟକୁ ଦୂରକରିବା ପାଇଁ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବ୍ୟାପକ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି। ସେହିପରି ସମସ୍ତଙ୍କୁ ଅଧିକରୁ ଅଧିକ ସଚେତନ କରିବା ସହ ପ୍ରତି ପରିବାରରେ ଏ ବିଷୟରେ ଆଲୋଚନା କରିବା ଆବଶ୍ୟକ। ଜଳ ସଂରକ୍ଷଣର ଦାୟିତ୍ୱ ଆମ ସମସ୍ତଙ୍କର, ଏହାକୁ ହୃଦୟଙ୍ଗମ କରିବା ଆବଶ୍ୟକ।

ବିରାଟ ରାଜା ପଧାନ
-ବେଙ୍କମୁରା, ପଣ୍ଡରୀ, ଝାରସୁଗୁଡ଼ା
ମୋ: ୯୪୩୯୯୮୯୯୪୧


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

IAS ସ୍ତରରେ ଛୋଟ ଅଦଳବଦଳ: ଭାସ୍କର ଜ୍ୟୋତି ଶର୍ମାଙ୍କୁ ମିଳିଲା…

ଭୁବନେଶ୍ୱର,୩୧।୩: IAS ସ୍ତରରେ ଛୋଟ ଅଦଳବଦଳ କଲେ ରାଜ୍ୟ ସରକାର। ଭାସ୍କର ଜ୍ୟୋତି ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ ଦାୟିତ୍ୱ ଦିଆଯାଇଥିବା ବେଳେ…

ଚାଉଳ ନପାଇ ଫେରି ଯାଉଛନ୍ତି ଲୋକେ: ସାନଖେମୁଣ୍ଡିରେ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ..

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗ୍ରାମାଞ୍ଚଳମାନଙ୍କରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ନେଇ ସିଙ୍ଗପୁର ପଞ୍ଚାୟତ ସରପଞ୍ଚ…

୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟି ଉପରେ ଓଲଟିଲା ଏସିଡି ଟ୍ୟାଙ୍କର

ଖଲ୍ଲିକୋଟ,୩୧।୩(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ବଡ଼ଘାଟି ଉପରେ ମଙ୍ଗଳବାର ଅପରାହ୍ନରେ ଏକ ଏସିଡି ବୋଝେଇ ଟ୍ୟାଙ୍କର ଓଲଟି ପଡିଛି।…

ରବି ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କୋକସରା,୩୧।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଇନ୍ଦ୍ରାବତୀ ଉଠା ଜଳସେଚନ ଅଞ୍ଚଳର ଚାଷୀମାନେ ଚଳିତ ବର୍ଷ ରବି ଚାଷ ଧାନ ବିକ୍ରି ପଞ୍ଜିକରଣରୁ ବାଦ ପଡ଼ିଛନ୍ତି। ଫଳରେ କୋକସରା ବ୍ଳକ…

ଉତ୍କଳ ପ୍ରଦେଶ ଗଠନରେ ବଡ଼ଖେମୁଣ୍ଡିର ଅବଦାନ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲା ଶାଖା ଆନୁକୂଲ୍ୟରେ ପବିତ୍ର ଉତ୍କଳ ଦିବସ ଅବ୍ୟବହିତ…

ଲୁଚାଇ ରଖିଥିଲେ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି। ଜବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri