ଟିଭି ଦେଖିଲେ ମିଳିବ ଦଣ୍ଡ, ହେୟାର ଷ୍ଟାଇଲ ବି ବାଛିବେ ସରକାର, ଏହି ଦେଶରେ ଅଜବ ନିୟମ

ଉତ୍ତର କୋରିଆ ବିଷୟରେ ସାରା ବିଶ୍ୱରେ ଅନେକ କଥା କୁହାଯାଏ। ସେଠାକାର କଠୋର ସରକାର, କଠୋର ନିୟମ ଏବଂ ସାଧାରଣ ଲୋକଙ୍କ ସ୍ବାଧୀନତା ଉପରେ କଟକଣା କାହାଠାରୁ ଲୁଚି ନାହିଁ। ଆପଣ ଶୁଣିଥିବେ ଯେ ସେଠାକାର ନାଗରିକମାନଙ୍କୁ କେଶ କାଟିବା ଠାରୁ ଆରମ୍ଭ କରି ପୋଷାକ ପିନ୍ଧିବା ପର୍ଯ୍ୟନ୍ତ ସବୁକିଛି ପାଇଁ ସରକାରଙ୍କଠାରୁ ଅନୁମତି ନେବାକୁ ପଡ଼ିଥାଏ। କିନ୍ତୁ ଆପଣ କ’ଣ ଜାଣନ୍ତି କି ଉତ୍ତର କୋରିଆରେ ଘରେ ଟିଭି ରଖିବା କିମ୍ବା ଦେଖିବା ବି ନିଷେଧ? ଯଦି ଜଣେ ନାଗରିକ ଟିଭି କିଣନ୍ତି, ତେବେ ଏଥିପାଇଁ ତାଙ୍କୁ କଠୋର ଦଣ୍ଡ ଦିଆଯାଇପାରେ।

ଉତ୍ତର କୋରିଆରୁ ପଳାଇ ଆସିଥିବା ଟିମୋଥି ଚୋ ଗଣମାଧ୍ୟମ ସହିତ ଏକ ସାକ୍ଷାତକାରରେ ଦେଶ ବିଷୟରେ ଅନେକ ଆଶ୍ଚର୍ଯ୍ୟଜନକ ସତ୍ୟ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଦୈନନ୍ଦିନ ଜୀବନରେ ବ୍ୟବହୃତ ଅନେକ ଜିନିଷ ସେଠାକାର ନାଗରିକମାନଙ୍କ ପାଇଁ ମଧ୍ୟ ଉପଲବ୍ଧ ନୁହେଁ।

ଯଦି ଜଣେ ବ୍ୟକ୍ତି ଟିଭି କିଣନ୍ତି, ତେବେ ସରକାରୀ ଅଧିକାରୀ ଘରକୁ ଆସି ଯାଞ୍ଚ କରନ୍ତି ଯେ ନାଗରିକ କେବଳ ସରକାରୀ କାର୍ଯ୍ୟକ୍ରମ ଦେଖନ୍ତି କି ନାହିଁ। ଏଥିପାଇଁ କେବଳ ସରକାରଙ୍କ ଚ୍ୟାନେଲକୁ ବାଦ୍‌ ଦେଇ ସବୁ ଚ୍ୟାନେଲକୁ କାଟି ଦିଆଯାଏ। ଯାହା ମାଧ୍ୟମରେ କେବଳ କିମ ଜଙ୍ଗ ଉନଙ୍କ ପ୍ରଚାର ସରକାରୀ ଚ୍ୟାନେଲରେ ଦେଖାଯାଇପାରିବ। ଯଦି କେହି ଅନ୍ୟ କୌଣସି ଚ୍ୟାନେଲ ଦେଖିବାକୁ ଚେଷ୍ଟା କରନ୍ତି, ତେବେ ତାଙ୍କୁ ଗମ୍ଭୀର ପରିଣାମ ଭୋଗିବାକୁ ପଡ଼ିପାରେ।

ଟିମୋଥି ଆହୁରି କହିଛନ୍ତି, ଉତ୍ତର କୋରିଆରେ ଲୋକମାନଙ୍କୁ ନିଜ ଇଚ୍ଛା ଅନୁସାରେ କେଶ କାଟିବାକୁ ମଧ୍ୟ ଅନୁମତି ନାହିଁ। ସ୍କୁଲ ଯାଉଥିବା ପିଲାମାନଙ୍କୁ କେବଳ ତିନି ପ୍ରକାରର ହେୟାର ଷ୍ଟାଇଲ ମଧ୍ୟରୁ ଗୋଟିଏ ବାଛିବାକୁ ଅନୁମତି ଦିଆଯାଇଛି।

ଯଦି କୌଣସି ବ୍ୟକ୍ତି ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ କରାଯାଇଥିବା ଷ୍ଟାଇଲରୁ ଯଦି ଭିନ୍ନ ଷ୍ଟାଇଲରେ ତାଙ୍କ କେଶ କାଟନ୍ତି, ତେବେ ତାଙ୍କ ମା’ବାପାଙ୍କୁ ପୋଲିସ ଷ୍ଟେଶନକୁ ଡକାଯାଇ ବୟାନ ରେକର୍ଡ କରିବାକୁ କୁହାଯାଏ। ଅନେକ ସମୟରେ କଠୋର ଦଣ୍ଡ ମଧ୍ୟ ଦିଆଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଯୁକ୍ତିବିଦ୍ୟାର ଚମତ୍କାର! ChatGPT ବ୍ୟବହାର କରି ତିଆରି କଲେ କ୍ୟାନ୍ସର ଟିକା, ନୂଆ ଜୀବନ ପାଇଲା କୁକୁର

ନୂଆଦିଲ୍ଲୀ,୧୬ା୩: କୃତ୍ରିମ ବୁଦ୍ଧିମତ୍ତା ଆଉ କେବଳ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସୀମିତ ନୁହେଁ; ଏହା ବର୍ତ୍ତମାନ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ମଧ୍ୟ ନୂତନ ଚମତ୍କାର ପ୍ରଦର୍ଶନ କରୁଛି ।…

ଭାଗବଣ୍ଟା ସମୟରେ ଚଢ଼ାଉ କଲା ବନ ବିଭାଗ, ବାର୍‌ହା ମାଂସ ଜବତ ସହ ଶିକାରୀଙ୍କୁ…

ପାଟଣା,୧୬ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ପୋଇପାଣି ବିଟ୍‌ କୁମୁଳାବାହାଳୀ ଗାଁ ନିକଟ ପୋଇପାଣି ଜଙ୍ଗଲରେ ରବିବାର ରାତିରେ ବନ ବିଭାଗ ଚଢାଉ କରି ବାର୍‌ହା…

ମତଦାନ ପରେ ଏମିତି କହିଲେ ଦାଶରଥି, ମୋ ଘର ପାହାଡ଼ ଉପରେ…

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନ ପାଇଁ ସେମବାର ମତଦାନ ଚାଲିଛି। ଏହାରି ମଧ୍ୟରେ କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ ଭୋଟ ଦେଇଛନ୍ତି। ଏହି ସମୟରେ ସେ କହିଛନ୍ତି,…

ବିଶ୍ୱକପ୍‌ ବିଜୟର ସପ୍ତାହ ପରେ ୧୨ କୋଟିର ଫେରାରି କାର କିଣିଲେ ହାର୍ଦ୍ଦିକ

ମୁମ୍ୱାଇ,୧୬ା୩: ଟି୨୦ ବିଶ୍ୱକପ୍‌ ଜିତିବାର ଏକ ସପ୍ତାହ ପରେ ଷ୍ଟାର୍‌ ଅଲ୍‌ରାଉଣ୍ଡର ହାର୍ଦ୍ଦିକ୍‌ ପାଣ୍ଡ୍ୟା ଏକ ନୂଆ ଫେରାରି ୧୨ ସିଲିଣ୍ଡ୍ରି କାର୍‌ କିଣିଛନ୍ତି। ଏହି ସୁପର…

ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଧର୍ମଶାଳା,୧୬ା୩(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆଉଟ୍‌ସୋର୍ସିଂ କର୍ମଚାରୀମାନେ ଅଢ଼େଇ ଘଣ୍ଟା କାର୍ଯ୍ୟବନ୍ଦ କରି ଆନ୍ଦୋଳନରେ ବସିଛନ୍ତି। ସେମାନଙ୍କ ବିଭିନ୍ନ ସମସ୍ୟା ରହିଥିବା…

CPET ପରୀକ୍ଷା ନେଇ ଉଚ୍ଚଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି,  ଆବେଦନର ସମୟ ସୀମା…

ଭୁବନେଶ୍ବର,୧୬ା୩: Common PG Entrance Test (CPET) ପରୀକ୍ଷା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି । ଆବେଦନର ସମୟସୀମାକୁ ବୃଦ୍ଧି କରାଯାଇଛି ।…

ଉପାସନାଙ୍କ ଭୋଟ୍‌ ନେଇ ରାଗିଗଲେ ନବୀନ, ଅଭିଯୋଗ ଆଣି କହିଲେ…

ଭୁବନେଶ୍ୱର,୧୬ା୩: ସୋମବାର ରାଜ୍ୟ ସଭା ଆସନ ଲାଗି ମତଦାନ ଚାଲିଛି। ଏହି ସମୟରେ ବିଧାୟିକା ଉପାସନା ମହାପାତ୍ରଙ୍କ ଭୋଟ୍‌କୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଅଧିକ ଚା’ ପିଉଛନ୍ତି କି, ହୋଇପାରେ…

ଚା’ ଓ କଫି ଅମ୍ଳୀୟ। ତେଣୁ ଖାଲି ପେଟରେ ଏହାକୁ ପିଇଲେ ଅମ୍ଳ ବୃଦ୍ଧି ପାଇଥାଏ। ସକାଳେ ପାକସ୍ଥଳୀ ଭିତରେ କୌଣସି ଖାଦ୍ୟ ନ ଥାଏ। ବିଶେଷକରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri