Posted inଫୁରସତ

ସୋସିଆଲ ମିଡିଆରେ ଲାଇକ୍‌ ପାଇଁ ମୃତ୍ୟୁର ଖେଳ, ବିପଦପୂର୍ଣ୍ଣ ଷ୍ଟଣ୍ଟ୍‌ ଦେଖିଲେ…

କିଛି ଲୋକ ସୋସିଆଲ ମିଡିଆରେ ଭାଇରାଲ ହେବା ପାଇଁ ନିଜ ଜୀବନକୁ ବାଜି ଲଗାଇବାକୁ ମଧ୍ୟ ପଛାଉ ନାହାନ୍ତି। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଜଣେ ଯୁବକ ଟ୍ରାକ୍‌ରେ ଶୋଇ ରିଲ୍‌  କରୁଛନ୍ତି, ଏବଂ ଏକ ଦ୍ରୁତଗାମୀ ଟ୍ରେନ୍‌ ତାଙ୍କ ଉପରେ ଚାଲିଯାଉଛି। ଏହା ପ୍ରକୃତରେ ଏକ ହୃଦୟ ବିଦାରକ ଭିଡିଓ। ଯାହା ୟୁଜର୍ସମାନଙ୍କୁ ଆଶ୍ଚର୍ଯ୍ୟ କରିଛି।

ଭିଡିଓରେ ଜଣେ ଯୁବକ ଟ୍ରାକ୍‌ରେ ଆଣ୍ଠୁ ମାଡ଼ି ବସିଥିବାର ଦେଖିବାକୁ ମିଳୁଛି, ଯେତେବେଳେ ଉକ୍ତ ଟ୍ରାକ୍‌ରେ ସାମ୍ନାରୁ ଏକ ଟ୍ରେନ ଆସୁଛି ସେତେବେଳେ ଯୁବକ ଜଣକ ନିର୍ଭୟରେ ଟ୍ରାକ୍‌ରେ ଶୋଇପଡୁଛନ୍ତି। ସେ ଭାବି ମଧ୍ୟ ନାହାନ୍ତି ଯେ ଏହି ବିପଦପୂର୍ଣ୍ଣ ଷ୍ଟଣ୍ଟ ଯୋଗୁ ତାଙ୍କ ଜୀବନ ଚାଲିଯାଇପାରେ ବୋଲି।

ଭିଡିଓରେ ଦେଖିବେ ସମ୍ପୂର୍ଣ୍ଣ ଟ୍ରେନ୍‌ ତାଙ୍କ ଉପରେ ଚାଲିଯିବା ପରେ, ଯୁବକ ଜଣକ ଠିଆ ହୋଇ ଖୁସି ମନାଉଛନ୍ତି। ଯେମିତି ଏକ ମହାନ କାମ କରି ଗଡ଼ ଜିତିଛନ୍ତି। ଯୁବକଙ୍କ କାର୍ଯ୍ୟକୁ ଦେଖି କୁହାଯାଇପାରେ ଯେ, ସେ ମୃତ୍ୟୁ ମୁହଁରୁ ଫେରିବା ପରେ ନିଜକୁ ଜଣେ ମହାନ ଯୋଦ୍ଧା ଭାବୁଛନ୍ତି। ଏହି ଭିଡିଓ କେବେ ଏବଂ କେଉଁଠାରେ ରେକର୍ଡ ହୋଇଛି ସେ ବିଷୟରେ କୌଣସି ସୂଚନା ନାହିଁ।

ଏହି ଲୋମ ଟାଙ୍କୁରା ଷ୍ଟଣ୍ଟ ଭିଡିଓଟି X (ପୂର୍ବ ଟ୍ବିଟର) ହ୍ୟାଣ୍ଡେଲ @nidhiambedkarରେ ଶେୟାର କରାଯାଇଛି। ଭିଡିଓଟିକୁ ଏପର୍ଯ୍ୟନ୍ତ ୪ ଲକ୍ଷ ୭୦ ହଜାରରୁ ଅଧିକ ଥର ଦେଖାଯାଇଛି। ଏହାକୁ ଦେଖିବା ପରେ ୟୁଜର୍ସମାନେ ଭିନ୍ନଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି।

ଜଣେ ୟୁଜର କହିଛନ୍ତି, ଏପରି ଲୋକଙ୍କୁ ଜେଲଦଣ୍ଡ ଦିଆଯିବା ଉଚିତ୍‌। ଅନ୍ୟ ଜଣେ କହିଛନ୍ତି, ଏହା ମୁର୍ଖତାର ଚରମ ସୀମା। ଅନ୍ୟ ଜଣେ ଲେଖିଛନ୍ତି, ଭାଇ, ଯେତେବେଳେ ସେ ଜୀବିତ ନାହାନ୍ତି, ସେ ଭ୍ୟୁ ଏବଂ କମେଣ୍ଟ ଦେଇ କ’ଣ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

ଚାକିରି ଦେବା ନାଁରେ ଠକେଇ: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଗିରଫ

ଛତ୍ରପୁର,୪।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଯୁବପିଢ଼ିଙ୍କୁ ଚାକିରି କରାଇ ଦେବା ନାଁରେ ଠକେଇ ଅଭିଯୋଗରେ ଛତ୍ରପୁର ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି।…

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

ଓଡ଼ିଶା ପାଇଁ ଗୌରବ: ଆଡ଼ଭାନ୍ସ ମାଉଣ୍ଟେନିୟରିଂ ପ୍ରଶିକ୍ଷଣ ପାଇଁ କାଶ୍ମୀର ଯିବେ ବରଗଡ଼ର ଆଶୀର୍ବାଦ ମହାପାତ୍ର

ବରଗଡ଼, ୪।୯(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ଜଣାଶୁଣା ଆନ୍ତର୍ଜାତୀୟ ପର୍ବତାରୋହୀ ତଥା ବରଗଡ଼ ଜିଲା ଅତାବିରା ବ୍ଲକ୍ ଅନ୍ତର୍ଗତ କୁଲିତାଟୁକୁରା ଗ୍ରାମର ବାସିନ୍ଦା ଆଶୀର୍ବାଦ ମହାପାତ୍ର ଆଡ଼ଭାନ୍ସ ମାଉଣ୍ଟେନିୟରିଂ…

ଖିମଜୀ ଦୟାଭାଇ କୋ.ଗ୍ରୁପ୍‌ ପାଳନ କରୁଛି ୯୦ ବର୍ଷର ବିଶ୍ୱାସ, କାରିଗରୀ ଓ ସଫଳତା

ଭୁବନେଶ୍ୱର: ଓଡ଼ିଶାର ଐତିହ୍ୟବାହୀ ଜୁଏଲେରୀ ବ୍ରାଣ୍ଡ ଖିମଜୀ ଦୟାଭାଇ କୋ. ଗ୍ରୁପ ଗର୍ବର ସହ ନିଜର ୯୦ ବର୍ଷର ଯାତ୍ରା ପାଳନ କରୁଛି। ୧୯୩୬ ଅଗଷ୍ଟରୁ ଆରମ୍ଭ…

ଏବେ କିଣିନିଅନ୍ତୁ ସୁନା, ବଢିବ ସୁନାଦର; ଏକ୍ସପର୍ଟ କହିଦେଲେ କେବେ…

ନୂଆଦିଲ୍ଲୀ,୪।୯: ପାର୍ୱଣ ଏବଂ ବିବାହ ଋତୁ ପାଇଁ ପ୍ରସ୍ତୁତି ଚଳାଇଥିବା ଲୋକଙ୍କ ନିମନ୍ତେ ସେପ୍ଟେମ୍ୱର ମାସଟି ବେଶ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ। ସମ୍ପ୍ରତି ସୁନା ଦରରେ କିଛିଟା…

ସ୍କୁଟି-ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା: ଚାଲିଗଲା ଶିକ୍ଷକଙ୍କ ଜୀବନ

ମାଲକାନଗିରି,୪।୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାଥିଲି ବ୍ଲକ୍‌ ଅଞ୍ଚଳରେ ଏକ ସ୍କୁଟି ଓ ଆମ୍ବୁଲାନ୍ସ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଛିା। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri