ନାବାଳକ ଗାଡ଼ି ଚଳାଉଥିଲେ ସାବଧାନ! ଏଣିକି ଗାଡ଼ି ଜବତ ସହ ମା’ବାପାଙ୍କ ବିରୋଧରେ ରୁଜୁ ହେବ ମାମଲା…

ଭୁବନେଶ୍ୱର,୨୪।୭: ରାଜ୍ୟରେ ବଢ଼ୁଥିବା ବେପାରୁଆ ଗାଡ଼ିଚାଳନା ତଥା ଦୁର୍ଘଟଣାକୁ ଦୃଷ୍ଟିରେ ରଖି କଠୋର ହୋଇଛି ରାଜ୍ୟ ପରିବହନ ପ୍ରାଧିକରଣ(ଏସ୍‌ଟିଏ)। ଆସନ୍ତା ସପ୍ତାହରୁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରାଯିବ। ନାବାଳକ ଗାଡ଼ି ଚଳାଉଥିବା ଧରାପଡ଼ିଲେ ଗାଡ଼ି ଜବତ ହେବା ସହ ୨୫ ହଜାର ଜରିମାନା ଗଣିବାକୁ ହେବ। କେବଳ ଏତିକି ନୁହେଁ ଉକ୍ତ ନାବାଳକଙ୍କ ମା’ବାପାଙ୍କ ବିରୋଧରେ ମାମଲା ରୁଜୁ ହେବା ସହ ଜେଲ ଦଣ୍ଡ ମଧ୍ୟ ହୋଇପାରେ ବୋଲି ବୁଧବାର ଏସଟିଏ ସହକାରୀ କମିଶନର ଲାଲମୋହନ ସେଠୀ ସୂଚନା ଦେଇଛନ୍ତି।

Share
Tags: odishaSTA