Posted inଜାତୀୟ

ବାତ୍ୟା ଫେଙ୍ଗାଲ ଲ୍ୟାଣ୍ଡଫଲ୍‌ ପରେ ବନ୍ୟା, ପ୍ରବଳ ବର୍ଷା ପାଇଁ ଆଲର୍ଟ ଜାରି

ତାମିଲନାଡୁ , ୨।୧୨: ତାମିଲନାଡୁ ଏବଂ ପୁଡୁଚେରୀ ନିକଟରେ ଲ୍ୟାଣ୍ଡଫଲ୍‌ କରିଥିବା ବାତ୍ୟା ଫେଙ୍ଗାଲ ରବିବାର ଏକ ଗଭୀର ଅବପାତରେ ଦୁର୍ବଳ ପରିଣତ ହୋଇଛି। କିନ୍ତୁ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ପ୍ରଭାବରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର କିଛି ସ୍ଥାନ ପ୍ରଭାବିତ ହୋଇଛନ୍ତି। ତାମିଲନାଡୁର କୃଷ୍ଣଗିରି ଜିଲା ଗତ ଦୁଇ ଦିନ ମଧ୍ୟରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏଠାରେ ଅନେକ ଗାଡି ରାସ୍ତାରୁ ତଳିଆ ଅଞ୍ଚଳକୁ ବନ୍ୟାରେ ଭାସି ଯାଇଛି।

ଅଧିକାରୀଙ୍କ କହିବାନୁସାରେ, କୃଷ୍ଣଗିରି ଜିଲାରେ ଗତ ୧୪ ଘଣ୍ଟାରୁ ଅଧିକ ସମୟ ଧରି ପ୍ରବଳ ବର୍ଷା ହୋଇଆସୁଛି।ଉଭୟ ତାମିଲନାଡୁ ଏବଂ ପୁଡୁଚେରୀ ଅଞ୍ଚଳରେ ବଞ୍ଚିତ ନାଗରିକଙ୍କୁ ଥଇଥାନ ପାଇଁ ଉଦ୍ଧାର କାର୍ଯ୍ୟ ଚାଲିଛି।

ଭାରତୀୟ ସେନା ପୁଡୁଚେରୀର ବନ୍ୟା ଜଳରେ ବୁଡ଼ିଯାଇଥିବା ଏକ ଘରେ ଫସି ରହିଥିବା ଶିଶୁକୁ ଉଦ୍ଧାର କରିଥିଲା। ଆଇଆଇଟି ମାଡ୍ରାସର ଅନେକ ଲୋକ ତାମିଲନାଡୁର ତିରୁବନନାମାଲାଇ ଜିଲାର ଏକ ଭୂସ୍ଖଳନ ତଳେ ଫସି ରହିଥିବା ପରିବାରର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ରବିବାର ଦିନ ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏନଡିଆରଏଫ) ଦଳ ଡଙ୍ଗା ସାହାଯ୍ୟରେ କୁଡାଲୋର ଜିଲ୍ଲାର ପ୍ରଭାବିତ ଲୋକଙ୍କୁ ଉଦ୍ଧାର କରିଛନ୍ତି।

ତାମିଲନାଡୁର ନୀଳଗିରିସ, ଏରୋଡ କୋଏମ୍ବାଟୁର, ତିରୁପୁର, ଦିଣ୍ଡିଗୁଲ, କୃଷ୍ଣଗିରି, ସାଲେମ, ନାମକାଲ, ତ୍ରିଚି, କରୁର, ମଦୁରାଇ, ଏବଂ ଥେନି ପାଇଁ ଭାରତ ପାଣିପାଗ ବିଭାଗ (ଆଇଏମଡି) ପ୍ରବଳ ବର୍ଷା ସତର୍କ ସୂଚନା ଜାରି କରିଛି। ପାଗ ଖରାପ ଥିବାରୁ ମଙ୍ଗଳବାର ପର୍ୟ୍ୟନ୍ତ କର୍ଣ୍ଣାଟକ ଏବଂ ଏହାର ନିକଟବର୍ତ୍ତୀ ଜିଲାରେ ପ୍ରବଳ ବର୍ଷା ପାଇଁ ଆଇଏମଡି ଏକ ’ଅରେଞ୍ଜ’ ଚେତାବନୀ ଜାରି କରିଛି।

ପରିସ୍ଥିତିକୁ ଦୃଷ୍ଟିରେ ରଖି ତାମିଲନାଡୁର ସମସ୍ତ ବେସରକାରୀ ତଥା ସରକାରୀ ବିଦ୍ୟାଳୟ ଓ କଲେଜ ଆଜି ବନ୍ଦ ରହିଛି।ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ଅନୁଯାୟୀ, ସାରା ରାଜ୍ୟରେ ୭,୦୦୦ ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ୧୪୭ ଟି ଆଶ୍ରୟସ୍ଥଳୀରେ ରଖାଯାଇଛି।

ପୁଡୁଚେରୀରେ କୃଷ୍ଣ ନାଗରର କିଛି ଅଞ୍ଚଳରେ ଜଳ ସ୍ତର ପ୍ରାୟ ପାଞ୍ଚ ଫୁଟକୁ ବୃଦ୍ଧି ପାଇ ପ୍ରାୟ ୫୦୦ ଘରର ବାସିନ୍ଦା ଫସି ରହିଛନ୍ତି। ସେଥିମଧ୍ୟରୁ ୧୦୦ ରୁ ଅଧିକଙ୍କୁ ଭାରତୀୟ ସେନା ଉଦ୍ଧାର କରିଥିବା ବୋଲି ଅଧିକାରୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ତାମିଲନାଡୁ ବିଧାନସଭା ନିର୍ୱାଚନ: ଭାଜପା ପ୍ରାର୍ଥୀ ତାଲିକାରେ ଆନ୍ନାମଲାଇଙ୍କ ନାମ ନାହିଁ

ଚେନ୍ନାଇ,୩ା୪: ତାମିଲନାଡୁ ବିଧାନସଭା ନିର୍ୱାଚନ ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହେଲେ ଦଳର ପୂର୍ୱତନ ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ ନାମ ଉକ୍ତ…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

କଂଗ୍ରେସରେ ଯୋଗ ଦେବେ ରାଘବ ଚଢା? ବଡ଼ ଦାବି କଲେ ଅଳକା ଲାମ୍ବା

ନୂଆଦିଲ୍ଲୀ,୩।୪: ଏଏପି ରାଜ୍ୟ ସଭା ଏମପି ରାଘବ ଚଢା ନିଜ ଦଳ ଭିତରେ ନେତାମାନଙ୍କ ଦ୍ୱାରା ସମାଲୋଚନାର ଶିକାର ହୋଇଛନ୍ତି। ରାଜନୈତିକ ମହଲରେ ତାଙ୍କ ସମ୍ପର୍କରେ ବିଭିନ୍ନ…

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

ଜନସାଧାରଣଙ୍କ ପାଇଁ ଖରାପ ଖବର: ସାବୁନ ଠାରୁ ତେଲ ପର୍ଯ୍ୟନ୍ତ ସବୁକିଛି ହେବ ମହଙ୍ଗା! ଜାଣନ୍ତୁ କେତେ ବୃଦ୍ଧି ପାଇବ…

ନୂଆଦିଲ୍ଲୀ,୩।୪: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଯୋଗୁ ଆର୍ଥିକ ଚାପ ବୃଦ୍ଧି ପାଇଛି ଏବଂ ମୁଦ୍ରାସ୍ଫୀତି ଏହାର ପ୍ରଭାବ ପକାଇବା ଆରମ୍ଭ…

ଶିକ୍ଷା କ୍ଷେତ୍ରରେ ବଡ଼ ପରିବର୍ତ୍ତନ: NCERTକୁ ଖୁବଶୀଘ୍ର ମିଳିପାରେ ‘ଡିମ୍ଡ ୟୁନିଭରସିଟି’ ମାନ୍ୟତା

ନୂଆଦିଲ୍ଲୀ,୩।୪: ଦେଶର ସ୍କୁଲ ଶିକ୍ଷା ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନକୁ ଦୃଷ୍ଟିରେ ରଖି, କେନ୍ଦ୍ର ସରକାର ନିକଟ ଭବିଷ୍ୟତରେ ଜାତୀୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ…

ଏହି ଯୋଜନାରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରୁଛନ୍ତି ସରକାର, ଏହି ଉପାୟରେ ଲାଭ ଉଠାଇପାରିବେ କୃଷକ

ନୂଆଦିଳ୍ଲୀ,୩।୪: ଦେଶର ଅଧାରୁ ଅଧିକ ଜନସଂଖ୍ୟା ଏବେ ବି ଚାଷ ଏବଂ କୃଷି ମାଧ୍ୟମରେ ଜୀବିକା ନିର୍ବାହ କରନ୍ତି, ଏବଂ ଏହି କାରଣରୁ ଭାରତର ପ୍ରଗତି ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri