Posted inଜାତୀୟ

ବାତ୍ୟା ଫେଙ୍ଗାଲ ଲ୍ୟାଣ୍ଡଫଲ୍‌ ପରେ ବନ୍ୟା, ପ୍ରବଳ ବର୍ଷା ପାଇଁ ଆଲର୍ଟ ଜାରି

ତାମିଲନାଡୁ , ୨।୧୨: ତାମିଲନାଡୁ ଏବଂ ପୁଡୁଚେରୀ ନିକଟରେ ଲ୍ୟାଣ୍ଡଫଲ୍‌ କରିଥିବା ବାତ୍ୟା ଫେଙ୍ଗାଲ ରବିବାର ଏକ ଗଭୀର ଅବପାତରେ ଦୁର୍ବଳ ପରିଣତ ହୋଇଛି। କିନ୍ତୁ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ପ୍ରଭାବରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର କିଛି ସ୍ଥାନ ପ୍ରଭାବିତ ହୋଇଛନ୍ତି। ତାମିଲନାଡୁର କୃଷ୍ଣଗିରି ଜିଲା ଗତ ଦୁଇ ଦିନ ମଧ୍ୟରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏଠାରେ ଅନେକ ଗାଡି ରାସ୍ତାରୁ ତଳିଆ ଅଞ୍ଚଳକୁ ବନ୍ୟାରେ ଭାସି ଯାଇଛି।

ଅଧିକାରୀଙ୍କ କହିବାନୁସାରେ, କୃଷ୍ଣଗିରି ଜିଲାରେ ଗତ ୧୪ ଘଣ୍ଟାରୁ ଅଧିକ ସମୟ ଧରି ପ୍ରବଳ ବର୍ଷା ହୋଇଆସୁଛି।ଉଭୟ ତାମିଲନାଡୁ ଏବଂ ପୁଡୁଚେରୀ ଅଞ୍ଚଳରେ ବଞ୍ଚିତ ନାଗରିକଙ୍କୁ ଥଇଥାନ ପାଇଁ ଉଦ୍ଧାର କାର୍ଯ୍ୟ ଚାଲିଛି।

ଭାରତୀୟ ସେନା ପୁଡୁଚେରୀର ବନ୍ୟା ଜଳରେ ବୁଡ଼ିଯାଇଥିବା ଏକ ଘରେ ଫସି ରହିଥିବା ଶିଶୁକୁ ଉଦ୍ଧାର କରିଥିଲା। ଆଇଆଇଟି ମାଡ୍ରାସର ଅନେକ ଲୋକ ତାମିଲନାଡୁର ତିରୁବନନାମାଲାଇ ଜିଲାର ଏକ ଭୂସ୍ଖଳନ ତଳେ ଫସି ରହିଥିବା ପରିବାରର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ରବିବାର ଦିନ ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏନଡିଆରଏଫ) ଦଳ ଡଙ୍ଗା ସାହାଯ୍ୟରେ କୁଡାଲୋର ଜିଲ୍ଲାର ପ୍ରଭାବିତ ଲୋକଙ୍କୁ ଉଦ୍ଧାର କରିଛନ୍ତି।

ତାମିଲନାଡୁର ନୀଳଗିରିସ, ଏରୋଡ କୋଏମ୍ବାଟୁର, ତିରୁପୁର, ଦିଣ୍ଡିଗୁଲ, କୃଷ୍ଣଗିରି, ସାଲେମ, ନାମକାଲ, ତ୍ରିଚି, କରୁର, ମଦୁରାଇ, ଏବଂ ଥେନି ପାଇଁ ଭାରତ ପାଣିପାଗ ବିଭାଗ (ଆଇଏମଡି) ପ୍ରବଳ ବର୍ଷା ସତର୍କ ସୂଚନା ଜାରି କରିଛି। ପାଗ ଖରାପ ଥିବାରୁ ମଙ୍ଗଳବାର ପର୍ୟ୍ୟନ୍ତ କର୍ଣ୍ଣାଟକ ଏବଂ ଏହାର ନିକଟବର୍ତ୍ତୀ ଜିଲାରେ ପ୍ରବଳ ବର୍ଷା ପାଇଁ ଆଇଏମଡି ଏକ ’ଅରେଞ୍ଜ’ ଚେତାବନୀ ଜାରି କରିଛି।

ପରିସ୍ଥିତିକୁ ଦୃଷ୍ଟିରେ ରଖି ତାମିଲନାଡୁର ସମସ୍ତ ବେସରକାରୀ ତଥା ସରକାରୀ ବିଦ୍ୟାଳୟ ଓ କଲେଜ ଆଜି ବନ୍ଦ ରହିଛି।ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ଅନୁଯାୟୀ, ସାରା ରାଜ୍ୟରେ ୭,୦୦୦ ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ୧୪୭ ଟି ଆଶ୍ରୟସ୍ଥଳୀରେ ରଖାଯାଇଛି।

ପୁଡୁଚେରୀରେ କୃଷ୍ଣ ନାଗରର କିଛି ଅଞ୍ଚଳରେ ଜଳ ସ୍ତର ପ୍ରାୟ ପାଞ୍ଚ ଫୁଟକୁ ବୃଦ୍ଧି ପାଇ ପ୍ରାୟ ୫୦୦ ଘରର ବାସିନ୍ଦା ଫସି ରହିଛନ୍ତି। ସେଥିମଧ୍ୟରୁ ୧୦୦ ରୁ ଅଧିକଙ୍କୁ ଭାରତୀୟ ସେନା ଉଦ୍ଧାର କରିଥିବା ବୋଲି ଅଧିକାରୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ପ୍ରଶଂସା କରି ଫସିଲେ ଦିଗବିଜୟ: କଂଗ୍ରେସରେ ହଲଚଲ

ନୂଆଦିଲ୍ଲୀ,୨୯।୧୨: କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ଭାଜପା ଏବଂ ଆରଏସଏସର ସାଂଗଠନିକ ଶକ୍ତିକୁ ପ୍ରଶଂସା କରି ଦଳ ପାଇଁ...

ଆରାବଳି ମାମଲା: ରାୟ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

ନୂଆଦିଲ୍ଲୀ,୨୯ା୧୨: ଆରାବଳି ମାମଲା ରାୟ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି। ନଭେମ୍ବର ୨୦ ରାୟ ଉପରେ ଏହି ରହିତାଦେଶ ଦେଇଛନ୍ତି ମାନ୍ୟବର କୋର୍ଟ। ପରିବେଶବିତ୍‌ଙ୍କୁ...

ଉନ୍ନାଓ ଗଣବଳାତ୍କାର ମାମଲା: ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୯।୧୨: ଦିଲ୍ଲୀ ହାଇକୋର୍ଟ ସମ୍ପ୍ରତି ଉନ୍ନାଓ ବଳାତ୍କାର ମାମଲାରେ ଅଭିଯୁକ୍ତ ପୂର୍ବତନ ବିଧାୟକ କୁଲଦୀପ ସିଂହ ସେଙ୍ଗାରଙ୍କ ଦଣ୍ଡାଦେଶକୁ ସ୍ଥଗିତ ରଖିଛନ୍ତି ସୁପ୍ରିମକୋର୍ଟ। ହାଇକୋର୍ଟ ସେଙ୍ଗାରଙ୍କ...

ଟାଟା-ଏର୍ନାକୁଲମ୍‌ ଏକ୍ସପ୍ରେସ୍‌ରେ ହଠାତ୍‌ ଲାଗିଲା ନିଆଁ: ଜଳିଗଲା ୨ ବଗି

ଅମରାବତୀ,୨୯ା୧୨: ସୋମବାର ଆନ୍ଧ୍ରପ୍ରଦେଶର ୟେଲାମାଞ୍ଚିଲିରେ ଏକ ବଡ଼ ରେଳ ଦୁର୍ଘଟଣା ଘଟିଛି। ଟାଟା-ଏର୍ନାକୁଲମ ଏକ୍ସପ୍ରେସ୍‌ର B1 ଏବଂ M2 ବଗିରେ ହଠାତ୍‌ ନିଆଁ ଲାଗିଗଲା। ଅଗ୍ନିକାଣ୍ଡ...

ହନିମୁନ୍‌ ଅଧାରୁ ଫେରି ଆତ୍ମହତ୍ୟା କଲେ ନବଦମ୍ପତି: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ବେଙ୍ଗାଲୁରୁ,୨୯ା୧୨:ବେଙ୍ଗାଲୁରୁର ଏକ ନବଦମ୍ପତି ପରସ୍ପରଠାରୁ ୧,୦୦୦ କି.ମି. ଦୂରରେ ଆତ୍ମହତ୍ୟା କରିଛନ୍ତି। ଗତ ଅକ୍ଟୋବର ୨୯ରେ ସୂରଜ ଶିବାନ୍ନା(୩୬) ବେଙ୍ଗାଲୁରୁରେ ଗାନ୍‌ଭିଙ୍କୁ ବିବାହ କରିଥିଲେ। ଗତ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

୨୦୨୫ରେ ବଦଳିଲା ଚାକିରିର ରୂପରେଖ: ଜାଣନ୍ତୁ କେଉଁ କ୍ୟାରିୟରକୁ ଅଧିକ ବାଛିଲେ ଜେନ ଜି?

ନୂଆଦିଲ୍ଲୀ,୨୮ା୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ପ୍ରଭାବ ଏବଂ ଅର୍ଥନୈତିକ ଅସ୍ଥିରତା ଯୋଗୁଁ ୨୦୨୫ ମସିହାରେ ନୂତନ ଗ୍ରାଜୁଏଟମାନେ ନିଜର କର୍ମକ୍ଷେତ୍ର ବାଛିବା ଶୈଳୀରେ ବ୍ୟାପକ...

ପ୍ରଧାନମନ୍ତ୍ରୀଙ୍କ ‘ମନ୍‌ କି ବାତ୍‌’ରେ ପାର୍ବତୀ ଗିରିଙ୍କୁ ପ୍ରଶଂସା ସହ ବଖାଣିଲେ ୨୦୨୫ର ଏସବୁ ସଫଳତା

ନୂଆଦିଲ୍ଲୀ,୨୮ା୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୨୯ ତମ ‘ମନ କି ବାତ୍‌’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ୨୦୨୫ର ଅନେକ ସଫଳତା ବିଷୟରେ କହିଛନ୍ତି ପ୍ରଧାନମନ୍ତ୍ରୀ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri