ଚାଷଜମିରେ ପଶୁଛି ମେଗା ପାନୀୟ ଜଳ ପ୍ରକଳ୍ପର ମଇଳା ପାଣି, ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବାକୁ ବିଧାୟକଙ୍କ ପରାମର୍ଶ

ଗଞ୍ଜାମ,୧୫ା୧୧(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଥିବା ମେଗା ପାନୀୟ ଜଳ ପ୍ରକଳ୍ପ ରହିଛି। ଏହି ପ୍ରକଳ୍ପ ଦ୍ୱାରା ଗଞ୍ଜାମ ବ୍ଲକର ବିଭିନ୍ନ ପଞ୍ଚାୟତକୁ ପାନୀୟ ଜଳ ଯୋଗାଣ ହେଉଛି। କିନ୍ତୁ ଉକ୍ତ ପ୍ରକଳ୍ପର ବର୍ଜ୍ୟ ବା ଗୋଳିଆ ପାଣି ଓଭର ଫ୍ଲୋ ହୋଇ ନିକଟସ୍ଥ ଚାଷଜମିରେ ପଶୁଛି। ଯାହା ଫଳରେ ସ୍ଥାନୀୟ ଚାଷୀଙ୍କ ମହଲରେ ଘୋର ଅସନ୍ତୋଷ ଦେଖାଦେଉଛି। ବର୍ତ୍ତମାନ ଜମିରେ ଧାନ ପାଚି ଯାଇଥିବା ବେଳେ ଆଉ କିଛି ଦିନ ପରେ ଚାଷୀ ଅମଳ କରି ଘରକୁ ନେବେ। କିନ୍ତୁ ଗୋଳିଆ ବର୍ଜ୍ୟ ପାଣି ପଶିଯିବା ଫଳରେ ପାଚିଲା ଧାନ ନଷ୍ଟ ହେଇଯିବ। ଏନେଇ ସ୍ଥାନୀୟ ସରପଞ୍ଚ ମମତା ବେହେରା ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଧାୟକ ନାୟକ ଉକ୍ତ ପ୍ରକଳ୍ପ ସ୍ଥଳ ଏବଂ ପ୍ରକଳ୍ପ ବର୍ଜ୍ୟ ପାଣି ପଶୁଥିବା ଧାନଚାଷ ଜମି ବୁଲି ଅନୁଧ୍ୟାନ କରିବା ସହ ପ୍ରକୃତ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ। ଏଥିସହ ପ୍ରକଳ୍ପ ଅଧିକାରୀ ଏବଂ ଜଳ ସେଚନ ବିଭାଗୀୟ ଅଧିକାରୀଙ୍କ ସହ କଥା ହୋଇ ଉକ୍ତ ମଇଳା ପାଣି କେନାଲକୁ ସଂଯୋଗ କରିବା ନିମନ୍ତେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛନ୍ତି ବିଧାୟକ। ବିଭାଗୀୟ ଅଧିକାରୀମାନେ ଉକ୍ତ ଜଳ କେନାଲକୁ ଖୁବ୍‌ଶୀଘ୍ର ସଂଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ସରପଞ୍ଚ ପ୍ରତିନିଧି ସୁଦାମ ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଜମିକୁ ଉକ୍ତ ମଇଳା ପାଣି ପଶିବା ଫଳରେ ଧାନଚାଷ ବ୍ୟତୀତ ଅନ୍ୟ କୌଣସି ଚାଷ କାର୍ଯ୍ୟ ହୋଇ ପାରୁନଥିବା ସରପଞ୍ଚ ପ୍ରତିନିଧି କହିଛନ୍ତି l ସମସ୍ୟା ଦୂର ହେବା ଜାଣି ଚାଷୀ ମହଲରେ ଖୁସିର ଲହରି ଖେଳିଯାଇଛି।

Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆଗକୁ ପଞ୍ଚାୟତ ନିର୍ବାଚନ: ସାଙ୍ଗଠନିକ ବୈଠକରେ ବାଜିଲା ଭାଜପାର ବିଗୁଲ… 

କୋରାପୁଟ,୨୦।୧(ଅମିତାଭ ବେହେରା): ଆସନ୍ତା ପଞ୍ଚାୟତ ନିର୍ବାଚନ ନେଇ କୋରାପୁଟରେ ଭାଜପାର ସାଙ୍ଗଠନିକ  ଭିତ୍ତିଭୂମିକୁ  ଅଧିକ ସୁଦୃଢ କରିବା ଲକ୍ଷ୍ୟରେ ମଙ୍ଗଳବାର ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ...

ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ, ଜ଼ିଲାପାଳମାନଙ୍କ ସମ୍ମିଳନୀ:ପଞ୍ଚାୟତ, ପୌର ନିର୍ବାଚନ ସଫଳତାର ସହ…

ଛତ୍ରପୁର,୨୦ା୧(ଦିଲୀପ ସାମଲ): ଆଗାମୀ ପଞ୍ଚାୟତ, ପୌର ନିର୍ବାଚନ ଏବଂ ଭୋଟର ତାଲିକା ସଂଶୋଧନକୁ ସ୍ବଚ୍ଛ, ନିରପେକ୍ଷ ଓ ସଫଳତାର ସହ ସମ୍ପାଦନ କରିବା ପାଇଁ ଛତ୍ରପୁରସ୍ଥିତ...

ପିଏମଶ୍ରୀ ଉତ୍ସବରେ ୩ ବିଧାୟକ: ଛାତ୍ରଛାତ୍ରୀଙ୍କ ପ୍ରତିଭା ଦେଖି କଲେ ପ୍ରଶଂସା

ବରଗଡ଼,୨୦।୧(ପ୍ରେମାନନ୍ଦ ଖମାରୀ) – ବରଗଡ଼ ରାଣା ପ୍ରତାପ ସ୍କୁଲ ପରିସରରେ ଚାଲିଥିବା ବରଗଡ଼ ଜିଲାସ୍ତରୀୟ ପିଏମଶ୍ରୀ ଉତ୍ସବ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ...

ମହିଳାଙ୍କ ହାତରେ ‘ଆମ ବସ୍’ ଷ୍ଟିୟରିଂ: ଏହି ଦିନରୁ ମିଳିବ ଦାୟିତ୍ୱ

ଭୁବନେଶ୍ୱର,୨୦।୧: ରାଜ୍ୟ ପରିବହନ ସେବାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ। ବିଶେଷ କରି...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri