ଆବର୍ଜନାମୟ ଭୁବନେଶ୍ୱର

ଭୁବନେଶ୍ୱର,୬ା୭(ବ୍ୟୁରୋ): କରୋନାକୁ ନେଇ ଏବେ ଅଧିକାରୀଙ୍କଠାରୁ କର୍ମଚାରୀ ପର୍ଯ୍ୟନ୍ତ ସମସ୍ତେ ଦେଖାଉଛନ୍ତି ବାହାନା। ଫଳରେ ରାଜଧାନୀର କଲୋନୀଠାରୁ ବଜାରଘାଟ ସବୁଠି ପଡ଼ି ରହୁଛି କୁଢ଼କୁଢ଼ ଅଳିଆ। ଘରୋଇ ସଂସ୍ଥା ହାତରେ ଅଧିକାଂଶ ଓ୍ବାର୍ଡ ଟେକିଦେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଚିନ୍ତାରେ ରହୁଥିବାରୁ ସହରର ପରିମଳ କ୍ଷେତ୍ର ବିପର୍ଯ୍ୟସ୍ତ ହେବାରେ ଲାଗିଛି। ଏପଟେ କିଛି ଅଧିକାରୀ ହାତଗୁଞ୍ଜା ନେଇ ଚୁପ୍‌ ରହୁଥିବାରୁ ସଫେଇ ଦାୟିତ୍ୱରେ ଥିବା ସଂସ୍ଥା ଓ କର୍ମଚାରୀ ମନମୁଖି କାର୍ଯ୍ୟ କରୁଛି। ଏ ପରିସ୍ଥିତି ପାଇଁ ସ୍ମାର୍ଟ ସିଟି ଭୁବନେଶ୍ୱରର ଏବେ ଆବର୍ଜନା ବୋଝରେ ପୋତି ହେବାରେ ଲାଗିଛି।
ସହରରେ ପରିମଳ ବ୍ୟବସ୍ଥାକୁ ନେଇ ଏବେ ଲୋକଙ୍କ ଅସନ୍ତୋଷ ଓ ଅଭିଯୋଗ ବଢ଼ିଚାଲିଛି। ତେଣୁ ବାସ୍ତବ ସ୍ଥିତି ପରଖିବା ପାଇଁ ଶନିବାର ଆମ ପ୍ରତିନିଧି ଭୁବନେଶ୍ୱରର ବିଭିନ୍ନ ଓ୍ବାର୍ଡକୁ ଯାଇଥିଲେ। ରାଜଧାନୀର ପ୍ରମୁଖ ଅଞ୍ଚଳ ୟୁନିଟ୍‌-୧, ୨ ଓ ୪, ଜନପଥ, କଟକରୋଡ ଅଞ୍ଚଳର ବିଭିନ୍ନ ସ୍ଥାନରେ ଦିନତମାମ ଅଳିଆ ଆବର୍ଜନା ଗଦା ହୋଇ ରହିଥିଲା। କେତେକ ସ୍ଥାନରେ ଆର୍ବଜନା ସବୁ ବର୍ଷା ପାଣିରେ ରାସ୍ତାସାରା ଭାସୁଥିଲା। ସେହିଭଳି ଏକାଧିକ ରାସ୍ତାରେ ନର୍ଦ୍ଦମା ପାଣି ସହ ଆବର୍ଜନା ଜମି ରହିଥିଲା। ସବୁଠାରୁ ସମ୍ବେଦନଶୀଳ କଥା ହେଲା କରୋନା ଚିହ୍ନଟ ହେଉଥିବା ଅଞ୍ଚଳରେ ପରିମଳ ବ୍ୟବସ୍ଥା ସବୁଠୁ ବିପର୍ଯ୍ୟସ୍ତ ଥିଲା। ବହୁଦିନ ଧରି ଆବର୍ଜନା ଉଠୁ ନ ଥିବା ସ୍ଥାନୀୟ ଲୋକେ କହିଥିଲେ। ଏପରିକି ବିଏମ୍‌ସିକୁ ଜଣାଉଥିଲେ ମଧ୍ୟ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ପଠାଉଛୁ କହି ଆସୁ ନ ଥିବା ଓ ଆଉ କେତେବେଳେ ବାହାନା ଦେଖାଉଥିବା ସେମାନେ ଜଣାଛନ୍ତି।
ବିଏମ୍‌ସି ପରିମଳ ବିଭାଗର ଜଣେ ଅଧିକାରୀଙ୍କ ସୂଚନା ମୁତାବକ, କର୍ମଚାରୀ ଅଭାବ ଯୋଗୁ ସହରର ପରିମଳ ଦାୟିତ୍ୱ ୩ଟି ଘରୋଇ ସଂସ୍ଥାକୁ ଦିଆଯାଇଛି। ୬୭ଟି ୱାର୍ଡ଼ରୁ ବିଏମ୍‌ସି ୧୦ଟି ୱାର୍ଡ଼ର କଥା ବୁଝୁଥିବାବେଳେ ଅନ୍ୟ ୫୭ଟିକୁ ଘରୋଇ ସଂସ୍ଥାକୁ ଦିଆଯାଇଛି। ହେଲେ କେତେକ ଘରୋଇ ସଂସ୍ଥା ସଫେଇ କାର୍ଯ୍ୟ ଠିକ୍‌ ଭାବେ କରୁ ନ ଥିବାରୁ ଆବର୍ଜନା ପଡି ରହୁଛି। ୱାର୍ଡ ନଂ. ୪୨ର ପୂର୍ବତନ କର୍ପୋରେଟର ପୁଷ୍ପାଞ୍ଜଳି ସେଠୀ କହିଛନ୍ତି, କାଉନ୍‌ସିଲ୍‌ ସରିବା ପରେ ଆଉ ସଫେଇ ସଂସ୍ଥାମାନେ ବୋଲ ମାନୁନାହାନ୍ତି। ସେହିପରି ୱାର୍ଡ ନଂ. ୩୯ର ସାମାଜିକକର୍ମୀ ମିଲନ ପାଇକ୍‌ରାୟଙ୍କ ସମେତ ବହୁ ନାଗରିକ ମଧ୍ୟ ବିଏମ୍‌ସିର ସେବାକୁ ନେଇ ଅସନ୍ତୋଷ ପ୍ରକାଶ କରଛନ୍ତି। ଅଳିଆ ଉଠାଇବା ନେଇ ବହୁ ଅଭିଯୋଗ ପରେ ବିଏମ୍‌ସି କର୍ତ୍ତୃପକ୍ଷ କିଛି ଶୁଣି ନ ଥିଲେ। ବହୁଦିନ ଧରି ଅଳିଆ ପଡି ରହିଥିଲା। କିଛିଦିନ ତଳେ ବିଧାୟକ ଅନନ୍ତ ନାରାୟଣ ଜେନା ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ କହିବା ପରେ ଏବେ ଅଳିଆ ଉଠୁଥିବା ସେ କହିଛନ୍ତି। ଅଳିଆ ପଡି ରହୁଥିବା ନେଇ ପ୍ରତିଦିନ ପାଖାପାଖି ୪୦ରୁ ୫୦ ଅଭିଯୋଗ ଆସୁଥିବାବେଳେ ୪୦% ଅଭିଯୋଗର ସମାଧାନ କରାଯାଉଥିବା ଜଣାପଡ଼ିଛି। ହେଲେ ଭୁବନେଶ୍ୱରର ପରିମଳ ବ୍ୟବସ୍ଥା ପୂରା ଠିକ୍‌ ଥିବା ବିଏମ୍‌ସି ଡେପୁଟି କମିଶନର ଶୁଭେନ୍ଦୁ ସାହୁ କହିଛନ୍ତି। ସେ କୁହନ୍ତି, ସବୁ ମାସରେ ଠିକା ସଂସ୍ଥା ନାଁରେ ସଫେଇକୁ ନେଇ ନାନା ଅଭିଯୋଗ ଆସିଛି। ତେଣୁ ପଦକ୍ଷେପ ସ୍ବରୂପ ସଂସ୍ଥା ପାଇବାକୁ ଥିବା ଦେୟରୁ ୮ରୁ ୧୦ଲକ୍ଷ ଟଙ୍କା ଜରିମାନା ବାବଦରେ କାଟି ରଖୁଛୁ। ଏହାସତ୍ତ୍ୱେ ବି ଠିକା ସଂସ୍ଥ ଓ କର୍ମଚାରୀ ଅବହେଳା କରୁଛନ୍ତି। କିନ୍ତୁ ଅଳିଆ ପଡ଼ିରହୁଥିବା କଥାକୁ ସେ ଏଡ଼ାଇ ଯିବା ସହ ପରିମଳ ଉପରେ ବିଏମ୍‌ସି ବର୍ତ୍ତମାନ ଅଧିକ ନଜର ଦେଉଥିବା ସେ କହିଛନ୍ତି। ହେଲେ ସହରରେ ପରିମଳର ପ୍ରକୃତ ଚିତ୍ର ଭିନ୍ନ ରହୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବପିଢ଼ି ପାଇଁ ବଡ଼ ଘୋଷଣା କଲେ ସରକାର: ଆଗାମୀ ୬ ମାସରେ ମିଳିବ ୧ ଲକ୍ଷ ସରକାରୀ ନିଯୁକ୍ତି

ନୂଆଦିଲ୍ଲୀ,୨୫।୮: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ଯୁବପିଢ଼ି ପାଇଁ ବଡ଼ ଘୋଷଣା କରିଛନ୍ତି। ଲକ୍ଷ୍ନୌରେ ୩,୪୪୬ ଜଣ ପ୍ରାବିଧିକ ସହାୟକ ଏବଂ ୧୨୬ ଜଣ…

ଫେସବୁକ୍‌ ଲାଇଭ୍‌ରେ ଆସି ଏମିତି କ’ଣ କହିଦେଲେ ମମତା: ଶୁଣିକି ଛାନିଆ ହେଲା ଭାଜପା!

କୋଲକାତା,୨୫।୮: ପଶ୍ଚିମବଙ୍ଗ ରାଜନୀତିରେ ଜାରି ରହିଥିବା ରାଜନୈତିକ ଟଣାଓଟରା ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀଙ୍କ ବଡ଼ ବୟାନ ସାମ୍ନାକୁ…

ଜିପିଏଲ୍‌ଏଫ୍‌,ସିଆର୍‌ପି ନିଯୁକ୍ତିରେ ଅନିୟମିତତା ଅଭିଯୋଗ: ଗୋଟିଏ ଏସ୍‌ଏଚ୍‌ଜିର ୨ ସଦସ୍ୟାଙ୍କୁ ନିଯୁକ୍ତି ନେଇ ଉଠିଲା ପ୍ରଶ୍ନ

ଲୋଇସିଂହା,୨୫।୮(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ନଅଗାଁ(ଖ) ପଞ୍ଚାୟତରେ ଜିପିଏଲ୍‌ଏଫ୍‌ ଓ ସିଆର୍‌ପି ମେମ୍ବର ନିଯୁକ୍ତିରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ ନଅଗାଁ(ଖ) ଗ୍ରାମର…

ଚିନି ଦର ବଢିବା ପ୍ରଶ୍ନରେ ହସିଲେ କୃଷିମନ୍ତ୍ରୀ ଶିବରାଜ, କହିଲେ ଏମିତି…ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ଦେଶର ବିଭିନ୍ନ ସ୍ଥାନରେ ଚିନି ଦର ବଢ଼ିବାକୁ ନେଇ ଚିନ୍ତା ବଢ଼ିଛି। ବିଶେଷକରି ରକ୍ଷାବନ୍ଧନ ପର୍ବ ପୂର୍ବରୁ ଚିନିର ଦର ବୃଦ୍ଧି ଯୋଗୁ ସାଧାରଣ ଲୋକଙ୍କ…

ବଢ଼ିଲା କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ଅଡୁଆ, ହାଇକୋର୍ଟ ଦେଲେ ଏହି ନିର୍ଦ୍ଦେଶ

କଟକ,୨୫।୮(ପ୍ରଭୁକଲ୍ୟାଣ ପାଲ୍): କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ । ନିମ୍ନ ଅଦାଲତରେ ବାରମ୍ବାର ସମୟ ନେଇ ହାଜର ନହେବାରୁ ହାଇକୋର୍ଟ ବିରକ୍ତ ପ୍ରକାଶ କରି…

LPG ଗ୍ରାହକଙ୍କ ପାଇଁ ବଡ଼ ଅପଡେଟ୍‌: ଶୀଘ୍ର କରନ୍ତୁ ଏହି କାମ, ନହେଲେ ବନ୍ଦ ହୋଇଯିବ ଗ୍ୟାସ ସପ୍ଲାଏ!

ନୂଆଦିଲ୍ଲୀ,୨୫।୮: ଘରେ LPG ଗ୍ୟାସ କନେକ୍ସନ ଥିଲେ ଆପଣଙ୍କ ପାଇଁ ରହିଛି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଖବର। ପ୍ରଥମେ, LPG e-KYC କରିବାର ଶେଷ ତାରିଖକୁ ତେଲ କମ୍ପାନୀଗୁଡ଼ିକ…

ଆଜି ଚିତ୍ରା ନକ୍ଷତ୍ରରେ ଶୁକ୍ରଙ୍କ ପ୍ରବେଶ: ଏହି ୫ ରାଶିଙ୍କ ଉପରେ ଧନବର୍ଷା, ହେବେ ମାଲାମାଲ୍‌

ଜ୍ୟୋତିଷଶାସ୍ତ୍ର ଅନୁସାରେ, ଐଶ୍ୱର୍ଯ୍ୟ, ସୁଖ-ସୁବିଧା ଓ ଧନର କାରକ ଭାବେ ପରିଚିତ ଶୁକ୍ର ଗ୍ରହ ମଙ୍ଗଳଙ୍କ ନକ୍ଷତ୍ର ଚିତ୍ରାରେ ପ୍ରବେଶ କରିଛନ୍ତି। ଜ୍ୟୋତିଷବିଦଙ୍କ ମତରେ, ଶୁକ୍ରଙ୍କ ଏହି…

ମଣିଷ ମସ୍ତିଷ୍କ କୋଷରେ ଚାଲିବ ସୁପର କମ୍ପ୍ୟୁଟର: ତିଆରିହେଲା ବିଶ୍ୱର ପ୍ରଥମ ‘ଜୀବନ୍ତ ସୁପର କମ୍ପ୍ୟୁଟର’

ସିଙ୍ଗାପୁର,୨୫ା୮:କମ୍ପ୍ୟୁଟର ଏବଂ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) କ୍ଷେତ୍ରରେ ବିଜ୍ଞାନ ପ୍ରକୃତରେ ଏକ ଚମତ୍କାର କରି ଦେଖାଇଛି। ଏଣିକି କେବଳ ସିଲିକନ୍‌ ଚିପ୍‌ ନୁହେଁ, ବରଂ ମଣିଷ ମସ୍ତିଷ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri