ନଷ୍ଟ ହେଉଛି ପ୍ରାକୃତିକ ସମ୍ପଦ

ଯାଜପୁର ଅଫିସ,୨୯ା୫: କଳା, ସଂସ୍କୃତି ଓ ଐତିହ୍ୟର ଉତ୍କର୍ଷକୁ ଆଧାର କରି ଯାଜପୁରର ଇତିହାସ ଯେତେ ସମୃଦ୍ଧ ସେତେ ପରିଚିତ ଏହାର ଖଣିଜ ସମ୍ପଦ, ଶିଳ୍ପ ଏବଂ ଆର୍ଦ୍ରଭୂମି। ଆର୍ଦ୍ରଭୂମିଗୁଡ଼ିକ ଜଳବିଜ୍ଞାନ ଚକ୍ରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଏହା ଜୈବବିବିଧତାକୁ ସୁଦୃଢ଼ କରିଥାଏ। ଜଳ ସଂରକ୍ଷଣ, ବିଶୋଧନ ଏବଂ ବନ୍ୟା ନିୟନ୍ତ୍ରଣରେ ଆଦର୍‌ରଭୂମିଗୁଡ଼ିକ ସହାୟକ ହୋଇଥାଏ। କିନ୍ତୁ ଜମି କିସମ ପରିବର୍ତ୍ତନ ସମେତ ଖଣି ଓ ଶିଳ୍ପାଞ୍ଚଳର କଠିନ ବର୍ଜ୍ୟବସ୍ତୁ, ପ୍ରଦୂଷଣ ଓ ଜବରଦଖଲ ଦ୍ୱାରା ଯାଜପୁର ଜିଲାର ଅନେକ ଆଦର୍‌ରଭୂମି ତା’ର ଅସ୍ତିତ୍ୱ ହରାଇବାକୁ ବସିଛି। ଏହାର ସୁରକ୍ଷା ଏବଂ ପୁନରୁଦ୍ଧାର ନିହାତି ଆବଶ୍ୟକ ବୋଲି ପରିବେଶବିତ୍‌ମାନେ ମତପ୍ରକାଶ କରିଛନ୍ତି।
ଭୌଗୋଳିକ ଦୃଷ୍ଟିକୋଣରୁ ଯାଜପୁର ଜିଲାର ସମୁଦାୟ ଅଞ୍ଚଳ ୨୮୮୫ ବର୍ଗ କିମି ରହିଛି। ସେଥିରୁ ୧୫,୭୧୪ ହେକ୍ଟର ଅଞ୍ଚଳ ଆଦର୍‌ରଭୂମି ରହିଛି। ଏଥିରେ ୩୮୦ଟି ୨.୨୫ ହେକ୍ଟରରୁ ଅଧିକ ଏବଂ ୨୧୬୯ଟି ୨.୨୫ ହେକ୍ଟରରୁ କମ୍‌ ଆଦର୍‌ରଭୂମି ଅଞ୍ଚଳ ରହିଛି। ଏହି ଆଦର୍‌ରଭୂମିଗୁଡ଼ିକର ସଂରକ୍ଷଣ ଏବଂ ପରିଚାଳନା ଆଇନ-୨୦୧୭ ଅନୁସାରେ ଚିହ୍ନଟ ଏବଂ ସୀମାଙ୍କନ କରିବାକୁ ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ହୋଇଛି। ଏହିକ୍ରମରେ ୧୭ା୮ା୨୦୧୯ରେ ରାଜ୍ୟ ଆଦର୍‌ରଭୂମି ପ୍ରାଧିକରଣ ପକ୍ଷରୁ ଶେଷଥର ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜଙ୍ଗଲ ଓ ପରିବେଶ ବିଭାଗ, ଜଳ ସମ୍ପଦ, ଗୃହ ଓ ନଗର ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ କର୍ତ୍ତୃପକ୍ଷଙ୍କୁ ନେଇ ଏକ ବୈଷୟିକ କମିଟି ଗଠନ କରାଯାଇଥିଲା। ଏହାସହ ଏକ ଗ୍ରିଭାନ୍ସ କମିଟି ମଧ୍ୟ ହୋଇଥିଲା। ବୈଷୟିକ କମିଟି ରାଜ୍ୟରେ ଥିବା ସମସ୍ତ ଆଦର୍‌ରଭୂମି ଚିହ୍ନଟ କରି ରିପୋର୍ଟ ପ୍ରଦାନ କରିବ। ସେହିପରି ସମସ୍ତ ଆଦର୍‌ରଭୂମିକୁ ନେଇ ଏକ ସ୍ବତନ୍ତ୍ର ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ହେଲେ ଉକ୍ତ ପ୍ରକ୍ରିୟାର ଅଗ୍ରଗତି ଅତି ନୈରାଶ୍ୟଜନକ ହେଉଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ ଯେ, ଜଙ୍ଗଲ ଓ ପରିବେଶ, ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ୨୦୧୦ରେ ଯାଜପୁର ଜିଲାର ସୁକିନ୍ଦା ପାଟକୁ ୱେଟଲ୍ୟାଣ୍ଡ ଆଟଲାସ୍‌ରେ ସ୍ଥାନିତ କରାଯାଇଛି। ସୁକିନ୍ଦା ପାଟରେ ପ୍ରାୟ ୪୦୦ ଏକର ପର୍ଯ୍ୟନ୍ତ ଆଦର୍‌ରଭୂମି ଥିବାବେଳେ ଆଟଲାସ୍‌ରେ ମାତ୍ର ୨୦୦ ଏକର ଦର୍ଶାଯାଇଛି। ସୁକିନ୍ଦା ଏବଂ କେନ୍ଦୁଝର ଜିଲାର ବିଭିନ୍ନ ପାର୍ବତ୍ୟାଞ୍ଚଳରୁ ଗଣ୍ଡାନାଳାର ଉତ୍ପତ୍ତି ହୋଇଛି। ବନ୍ୟା ସମୟରେ ଏହି ଗଣ୍ଡାନାଳା ପାଣିରେ ସୁକିନ୍ଦା ପାଟ ଆଦର୍‌ରଭୂମି ପ୍ରାୟ ସପ୍ତାହ ଧରି ବୁଡ଼ି ରହିଥାଏ। ଏହାସହ ମାନ୍ତିରା ପାଟ, ଗଡ଼ମଧୁପୁର ପାଟ, ଜେନାପୁର ପାଟ, ସୋରିଷା ପାଟ, ବେଣାପାଟ ଇତ୍ୟାଦି ଆଦର୍‌ରଭୂମି ରହିଛି। ସରକାରୀ ରେକର୍ଡ ଅନୁସାରେ ସୁକିନ୍ଦା ପଟା ଆଦର୍‌ରଭୂମି ପ୍ରାୟ ୬୦୦୦ ଏକର ଜମିରେ ରହିଛି। ଏହା ସୋଲଗଡ଼ିଆ, ଲବଙ୍ଗ, ସୋରିଷା, ମାର୍ଥାପୁର, ବାଲିପୋଷି, ଗୋଟୁଆ, କିମ୍ଭିରାଗାଡ଼ିଆ, ମାରୁତିକର, ଜଗଡ଼ିହ, ଚାକୁଆ ରାଜସ୍ବ ମୌଜାରେ ରହିଛି। ବ୍ରାହ୍ମଣୀ ନଦୀର ପଶ୍ଚିମ ଦିଗରୁ ପୂର୍ବ ଦିଗ ଯୋକଡ଼ଆ-ମୁଣ୍ଡୋମାଳ ପର୍ଯ୍ୟନ୍ତ ଲମ୍ବିଛି। କିନ୍ତୁ ଏହିସବୁ ଆଦର୍‌ରଭୂମି ଏବେ ତା’ର ଅସ୍ତିତ୍ୱ ହରାଇବାକୁ ବସିଛି। ଜମି କିସମ ପରିବର୍ତ୍ତନ କରାଯାଇ କେତେକ ଉନ୍ନୟନ କାର୍ଯ୍ୟ ମଧ୍ୟ ହେଉଛି, ଯାହାକି ଜୈବବିବିଧତା ସହ ପ୍ରାକୃତିକ ସମ୍ପଦ ନଷ୍ଟ ହେଉଛି ବୋଲି ଅଭିଯୋଗ ହେଉଛି। ଏହା ସର୍ବସାଧାରଣରେ ସ୍ବୀକୃତି ହୋଇଛି ଯେ ଆର୍ଦ୍ରଭୂମି ପୃଥିବୀର ସବୁଠାରୁ ପରିବେଶ ଓ ଜୈବବିବିଧତା ସନ୍ତୁଳନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ବିଭିନ୍ନ ପ୍ରକାରର ରୋଗଜନିତ କୀଟାଣୁ(ମାଇକ୍ରୋବସ), ଉଦ୍ଭିଦ, କୀଟପତଙ୍ଗ, ଜୀବଜନ୍ତୁ, ସରୀସୃପ, ପକ୍ଷୀ, ମାଛ ଏବଂ ସ୍ତନ୍ୟପାୟୀ ପ୍ରାଣୀ ବାସ ଏବଂ ଖାଦ୍ୟ ପାଇଁ ଆର୍ଦ୍ରଭୂମି ଉପରେ ନିର୍ଭର କରିଥାନ୍ତି। ତେଣୁ ଆଦର୍‌ରଭୂମିଗୁଡ଼ିକର ସୁରକ୍ଷା ଏବଂ ଚିହ୍ନଟ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବାକୁ କଳିଙ୍ଗନଗର ପରିବେଶ ସୁରକ୍ଷା ସମିତି ପକ୍ଷରୁ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ, ଜଳବାୟୁ ପରିବର୍ତ୍ତନ ବିଭାଗର ପ୍ରମୁଖ ଶାସନ ସଚିବ ଓ ନିର୍ଦ୍ଦେଶକଙ୍କ ସମେତ ଯାଜପୁର ଜିଲାପାଳ ଓ କଟକ ଡିଏଫ୍‌ଓଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।

ହର୍ଷବର୍ଦ୍ଧନ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri