ସୁଶାନ୍ତଙ୍କୁ କରାଯାଇଥିଲା ହତ୍ୟା? ନୂଆ ଦାବି ପରେ ପ୍ରେମିକା ରିୟା କଲେ ଏଭଳି ପୋଷ୍ଟ

ବମ୍ବେ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଦୁଇ ବର୍ଷ ବିତିଛି। ହେଲେ ତାଙ୍କ ମୃତ୍ୟୁ ପଛର କାହାଣୀ ଆଜି ବି ରହସ୍ୟ ଘେରରେ। ପ୍ରଥମେ ସୁଶାନ୍ତଙ୍କ ମୃତ୍ୟୁକୁ ଆତ୍ମହତ୍ୟା ବୋଲି କୁହାଯାଇଥିଲା। ହେଲେ ନିକଟରେ କୁପର ହସ୍ପିଟାଲର ଜଣେ ଅଟୋପ୍ସି କର୍ମଚାରୀ ଅଭିନେତାଙ୍କୁ ହତ୍ୟା କରାଯାଇଥିବା କହି ଚର୍ଚ୍ଚାକୁ ଆସିଥିଲେ। ଏହାକୁ ନେଇ ସୁଶାନ୍ତଙ୍କ ପ୍ରଶଂସକ ପୁଣିଥରେ ମାମଲାର ତଦନ୍ତ ଦାବି କରୁଥିବା ବେଳେ ପ୍ରେମିକା ରିୟା ଚର୍କବର୍ତ୍ତୀ ଏକ ପୋଷ୍ଟ କରିଛନ୍ତି।

ଇନଷ୍ଟାଗ୍ରାମ ଷ୍ଟୋରୀରେ ରିୟା ଏକ ବାର୍ତ୍ତା ଶେୟାର କରିଛନ୍ତି। ସେଥିରେ ଲେଖାଅଛି ଯେ, ତୁମେ ନିଆଁକୁ ଡେଇଁ ଆସିଛ, ଝଡ଼ର ସମ୍ମୁଖୀନ ହୋଇ ନିଜକୁ ବଞ୍ଚାଇଛ, ସୈତାନ ଉପରେ ବିଜୟୀ ହୋଇଛ, ଏଣୁ ପରବର୍ତ୍ତୀ ସମୟରେ ତୁମେ ନିଜର ଶକ୍ତି ଉପରେ ସନ୍ଦେହ କଲାବେଳେ ଏହାକୁ ମନେ ପକାଇବ।

ପ୍ରକାଶ ଯେ, ସୁଶାନ୍ତଙ୍କ ପୋଷ୍ଟମର୍ଟମ ମୁମ୍ବାଇର କୁପର ଡାକ୍ତରଖାନାରେ ହୋଇଥିଲା। ଉକ୍ତ ଡାକ୍ତରଖାନାର କର୍ମଚାରୀ ରୁପକୁମାରଙ୍କ ବୟାନ ସାମ୍ନାକୁ ଆସିଛି। ଯେତେବେଳେ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିଲା ସେତେବେଳେ ସେଠାକୁ ୫ ମୃତଦେହ ଆସିଥିଲା। ସେଥିରେ ଜରେ ଭିଆଇପିଙ୍କର ଥିଲା। ଯେତେବେଳେ ଆମେ ପୋଷ୍ଟମର୍ଟମ ପାଇଁ ଗଲୁ ସେତେବେଳେ ଜଣାପଡ଼ିଲା ଯେ ସେ ସୁଶାନ୍ତଙ୍କର। ତାଙ୍କ ଶରୀରରେ ଅନେକ ଚିହ୍ନ ରହିଥିଲା। ବେକରେ ଦୁଇରୁ ତିନୋଟି ଥିଲା। ଏପରିକି ତାଙ୍କ ମୃତଦେହ ଅଲଗା ଲାଗୁଥିଲା। ମୁଁ ମୋର ସିନିୟରଙ୍କ ପାଖକୁ ଯାଇ ଏହି ମାମଲା ଆତ୍ମହତ୍ୟାର ନୁହେଁ ବୋଲି କହିଥିଲି। ହେଲେ ସେ ତାହାକୁ ଶୁଣି ନ ଥିଲେ। ପରେ ସେ ବିଷୟରେ କଥା ହେବା ବୋଲି କହିଥିଲେ।

ଏହି ଖୁଲାସା ପରେ ସୁଶାନ୍ତଙ୍କ ଭଉଣୀ ରୁପକୁମାରଙ୍କ ସୁରକ୍ଷା ଦାବି କରିଥିଲେ। ସେ ଏକ ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ଏବଂ ଅମିତ ଶାହାଙ୍କୁ ଟ୍ୟାଗ୍‌ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସରେ ଯୋଗ ଦେବେ ରାଘବ ଚଢା? ବଡ଼ ଦାବି କଲେ ଅଳକା ଲାମ୍ବା

ନୂଆଦିଲ୍ଲୀ,୩।୪: ଏଏପି ରାଜ୍ୟ ସଭା ଏମପି ରାଘବ ଚଢା ନିଜ ଦଳ ଭିତରେ ନେତାମାନଙ୍କ ଦ୍ୱାରା ସମାଲୋଚନାର ଶିକାର ହୋଇଛନ୍ତି। ରାଜନୈତିକ ମହଲରେ ତାଙ୍କ ସମ୍ପର୍କରେ ବିଭିନ୍ନ…

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

ମାମୁଁ ଘରକୁ ଆସିଥିଲେ: କେନାଲରୁ ମିଳିଲା ନାବାଳିକାଙ୍କ ମୃତଦେହ

ରାଜନଗର,୩।୪: କେନ୍ଦ୍ରପଡ଼ା ଜିଲା ରାଜନଗର ଥାନା ଚାନ୍ଦିବାଉଁଶମୂଳ ପଞ୍ଚାୟତ ଅଞ୍ଚଳରୁ ଶୁକ୍ରବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏକ କେନାଲରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

‘ଟ୍ରମ୍ପଙ୍କ ଦ୍ୱାରା ହୋଇପାରୁନି, ନିଜେ ଶେଷ କର ଯୁଦ୍ଧ’, କିଏ ସେହି ଜରିଫ ଯିଏ ସାରା ବିଶ୍ୱର ହିତରେ ଇରାନକୁ ଦେଲେ ବଡ଼ ଉପଦେଶ!

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଗୋଟିଏ ପଟେ ଇରାନ ଏବଂ ଅନ୍ୟ ପଟେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଏହି ଗତିରୋଧରେ,…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ସାଙ୍ଗମାନଙ୍କ ସହ ନଦୀକୁ ଯାଇଥିଲେ ଗାଧୋଇବାକୁ, ଖସିଗଲା ଗୋଡ, ଘଟଣାସ୍ଥଳରେ…

ଧର୍ମଶାଳା,୩।୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ନିକଟରେ କେଲୁଅ ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ କୁଆଖିଆ…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri