Posted inଖେଳ

ରୋହିତ-ବିରାଟଙ୍କ ଟେଷ୍ଟ ଅବସର ପଛରେ କିଏ? ଗମ୍ଭୀରଙ୍କ ବଡ଼ ବୟାନ: ‘ଭୁଲ୍ ହୋଇଥାଇପାରେ’

କୋଲକାତା,୧୬।୩: ଭାରତୀୟ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ଷ୍ଟାର୍ ବ୍ୟାଟସମ୍ୟାନ୍ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେବା ପରେ ଏବେ ଅନେକ ପ୍ରଶ୍ନ ଉଠିଛି। କ’ଣ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ସହ ତିକ୍ତତା ଯୋଗୁଁ ଏହି ଦୁଇ ଦିଗ୍ଗଜ ଟେଷ୍ଟ୍‌କୁ ବାଏ ବାଏ କହିଲେ? ଏହି ବିବାଦ ଉପରେ ଏବେ ନିଜେ ଗମ୍ଭୀର ମୁହଁ ଖୋଲିଛନ୍ତି।

କୋଲକାତାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗୌତମ ଗମ୍ଭୀର ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇ ଏକ ଚମକାଇଲା ଭଳି ସଙ୍କେତ ଦେଇଛନ୍ତି। ଗମ୍ଭୀର ସ୍ୱୀକାର କରିଛନ୍ତି ଯେ ବିରାଟ ଓ ରୋହିତଙ୍କ ସହ ସମ୍ପର୍କ ପରିଚାଳନାରେ ତାଙ୍କର କିଛି ଭୁଲ୍ ହୋଇଥାଇପାରେ।

“ମୁଁ ଜଣେ ମଣିଷ, ମୋର ମଧ୍ୟ ଭୁଲ୍ ହୋଇପାରେ। ଗତ ୧୮ ମାସ ମଧ୍ୟରେ ମୁଁ ଅନେକ ଭୁଲ୍ ନିଷ୍ପତ୍ତି ନେଇଥାଇପାରେ, ସେଥିପାଇଁ ମୁଁ ପଛଘୁଞ୍ଚା ଦେବି ନାହିଁ। ଯଦି ନିଷ୍ପତ୍ତି ଭୁଲ୍ କିନ୍ତୁ ଉଦ୍ଦେଶ୍ୟ ସଠିକ୍, ତେବେ ତାହା ଗ୍ରହଣୀୟ। ମାତ୍ର ଡ୍ରେସିଂ ରୁମ୍‌ରେ ଭୁଲ୍ ଉଦ୍ଦେଶ୍ୟ ରଖି କରାଯାଇଥିବା କାମକୁ ମୁଁ ବରଦାସ୍ତ କରିବି ନାହିଁ।”

ସୂଚନାଯୋଗ୍ୟ ଯେ, ଗମ୍ଭୀରଙ୍କ କୋଚିଂ ସମୟରେ ବର୍ଡର-ଗାଭାସ୍କର ଟ୍ରଫି ଏବଂ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ୍‌ରେ ଭାରତର ଶୋଚନୀୟ ପରାଜୟ ପରେ BCCI କଠୋର ଆଭିମୁଖ୍ୟ ଗ୍ରହଣ କରିଥିଲା। ଖେଳାଳିଙ୍କ ବ୍ୟକ୍ତିଗତ ସ୍ୱାଧୀନତା ଉପରେ ଅଙ୍କୁଶ ଲଗାଯିବା ପରେ ରୋହିତ ଓ ବିରାଟ ଟେଷ୍ଟରୁ ଅବସର ଘୋଷଣା କରିଥିଲେ।

ଏବେ ଶୁଭମନ ଗିଲ୍‌ଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳରେ ଏକ ନୂତନ ଯୁଗ ଆରମ୍ଭ ହୋଇଛି। ଅନ୍ୟପଟେ, ରୋହିତ ଓ ବିରାଟ କେବଳ ODI ଫର୍ମାଟ୍ ଖେଳୁଥିଲେ ମଧ୍ୟ, ୨୦୨୭ ବିଶ୍ୱକପ୍ ଦଳରେ ସେମାନଙ୍କ ସ୍ଥାନ ପକ୍କା ନୁହେଁ ବୋଲି ଗମ୍ଭୀର ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱରେ ଚାଲିଛି ଯୁଦ୍ଧ, ଭାରତରେ ହ୍ରାସ ପାଇଲା ବେକାରୀ ହାର

ନୂଆଦିଲ୍ଲୀ,୧୬।୩: ବିଶ୍ୱ ଅର୍ଥନୀତିରେ ଯୁଦ୍ଧ ଓ ଅସ୍ଥିରତା ମଧ୍ୟରେ ଭାରତରୁ ଆସିଛି ଏକ ଆଶ୍ୱସ୍ତିକର ଖବର। ଦେଶରେ ବେକାରୀ ହାରରେ ସାମାନ୍ୟ ହ୍ରାସ ଘଟିଥିବା ପରିସଂଖ୍ୟାନ ମନ୍ତ୍ରଣାଳୟ…

ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ପ୍ରଥମ ତାଲିକା ପ୍ରକାଶ କଲା ଭାଜପା, ଏଥର ପୁଣି ମମତା-ଶୁଭେନ୍ଦୁଙ୍କ କଡ଼ା ଟକ୍କର

କୋଲକାତା,୧୬ା୩: ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ଭାଜପା ୧୪୪ ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ଭାରତୀୟ ଜନତା ପାର୍ଟି ଶୁଭେନ୍ଦୁ ଅଧିକାରୀ ଏବଂ ଦିଲୀପ ଘୋଷଙ୍କୁ…

SCB ନିଆଁ: ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ଗଠନ କଲେ ମୁଖ୍ୟମନ୍ତ୍ରୀ, ଆଜି ସନ୍ଧ୍ୟା ସୁଦ୍ଧା…

ଭୁବନେଶ୍ୱର,୧୬ା୩(ସୁନିତ୍‌ ମିଶ୍ର): କଟକ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଘଟିଯାଇଥିବା ଦୁର୍ଭାଗ୍ୟଜନକ ଅଗ୍ନିକାଣ୍ଡ ଏବଂ ଏଥିପାଇଁ ରୋଗୀମାନଙ୍କ ମୃତ୍ୟୁ ଯୋଗୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

IPL ୨୦୨୬ ଅଧିନାୟକ ତାଲିକା: ୨୪ ବର୍ଷୀୟ ଖେଳାଳିଙ୍କୁ ଅଧିନାୟକତ୍ୱ ଦେଲା ଏହି ଦଳ

ନୂଆଦିଲ୍ଲୀ,୧୬।୩: IPL ୨୦୨୬ ମାର୍ଚ୍ଚ ୨୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହି ସିଜିନ ଡିଫେଣ୍ଡିଂ ଚାମ୍ପିଅନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଏକ ମ୍ୟାଚ ସହିତ…

LPG ବଦଳରେ PNG: ଗ୍ରାହକଙ୍କ ପାଇଁ ସରକାର, ଗ୍ୟାସ କମ୍ପାନୀଙ୍କ ବଡ଼ ଅଫର

ନୂଆଦିଲ୍ଲୀ,୧୬।୩: ଦେଶରେ ଗ୍ୟାସ ଯୋଗାଣକୁ ସୁବ୍ୟବସ୍ଥିତ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ବ୍ୟବସାୟିକ LPG ସିଲିଣ୍ଡର ବଦଳରେ ଏବେ ‘ପାଇପ୍‌ଡ ନ୍ୟାଚୁରାଲ…

୨୦୦୮ ରୁ ୨୦୨୬ ପର୍ଯ୍ୟନ୍ତ…, IPL ରୁ ମୋଟ କେତେ ରୋଜଗାର କରିଛନ୍ତି ବିରାଟ କୋହଲି? ଜାଣିଲେ ଆଶ୍ଚର୍ଯ୍ୟହେବେ

ନୂଆଦିଲ୍ଲୀ,୧୬।୩: IPL 2026 ଆରମ୍ଭ ହେବାକୁ ଆଉ ମାତ୍ର ୧୨ ଦିନ ବାକି ଥିବା ବେଳେ, ଏହି ଟୁର୍ଣ୍ଣାମେଣ୍ଟ କ୍ରିକେଟ ମହଲରେ ଆଲୋଚନାର ଏକମାତ୍ର ବିଷୟ ପାଲଟିଛି।…

ବିଶ୍ୱକପ୍‌ ବିଜୟର ସପ୍ତାହ ପରେ ୧୨ କୋଟିର ଫେରାରି କାର କିଣିଲେ ହାର୍ଦ୍ଦିକ

ମୁମ୍ୱାଇ,୧୬ା୩: ଟି୨୦ ବିଶ୍ୱକପ୍‌ ଜିତିବାର ଏକ ସପ୍ତାହ ପରେ ଷ୍ଟାର୍‌ ଅଲ୍‌ରାଉଣ୍ଡର ହାର୍ଦ୍ଦିକ୍‌ ପାଣ୍ଡ୍ୟା ଏକ ନୂଆ ଫେରାରି ୧୨ ସିଲିଣ୍ଡ୍ରି କାର୍‌ କିଣିଛନ୍ତି। ଏହି ସୁପର…

ବାଂଲାଦେଶ ବିରୋଧରେ ପରାଜୟକୁ ନେଇ ପାକିସ୍ତାନରେ ହଇଚଇ; ପୂର୍ବତନ ଖେଳାଳି ମୋହସିନ ନକଭିଙ୍କୁ କହିଲେ: ‘ଆଇସିସି ଟ୍ରଫି ଚୋରି କରି, ତୁମେ…’

ଇସଲାମାବାଦ,୧୬।୩: ବାଂଲାଦେଶ ବିପକ୍ଷରେ ଦିନିକିଆ ସିରିଜରେ ପରାଜୟ ପରେ ପାକିସ୍ତାନ କଠୋର ସମାଲୋଚନାର ସମ୍ମୁଖୀନ ହେଉଛି। ମୀରପୁରରେ ଖେଳାଯାଇଥିବା ତୃତୀୟ ଏବଂ ନିର୍ଣ୍ଣାୟକ ମ୍ୟାଚରେ ବାଂଲାଦେଶ ପାକିସ୍ତାନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri