ଘର ସଜାଉଥିଲେ…

ଆପଣ ନିଜ ଘରର ମେକ୍‌ଓଭର କରିବାକୁ ଚାହୁଁଥିଲେ ଓ୍ବାଲ୍‌ପେପର ଭଲ ଅପ୍‌ସନ ହୋଇଥାଏ। ଏହା ଓ୍ବାଲ୍‌ର କଲର ବଦଳାଇବା ସହ ଘରର ଲୁକ୍‌କୁ ଡିଫରେଣ୍ଟ କରିଥାଏ। ଓ୍ବାଲ୍‌ ଡେକର ଦେବାକୁ ଚାହୁଁଥିଲେ ଓ୍ବାଲ୍‌ପେପର ବ୍ୟବହାର କରିପାରିବେ। ଏହାଦ୍ୱାରା ଆପଣ ନିଜ ଘରକୁ ୟୁନିକ୍‌ ଲୁକ୍‌ ଦେଇ ସୁନ୍ଦର କରିପାରିବେ। ଆସନ୍ତୁ, ଜାଣିବା କିପରି….
ଏମିତିରେ ଦେଖିବାକୁ ଗଲେ ବଜାରରେ ବିଭିନ୍ନ ପ୍ରକାର ଓ୍ବାଲ୍‌ପେପର ଉପଲବ୍ଧ। କିନ୍ତୁ ରୁମ୍‌ର ଆକର ଏବଂ ନିଜ ପସନ୍ଦକୁ ନଜରରେ ରଖି ଓ୍ବାଲ୍‌ପେପର ଚୟନ କରନ୍ତୁ। ଏପରି କରିବା ଦ୍ୱାରା ଆପଣ ଘରକୁ କଣ୍ଟେମ୍ପରାରି ଡିଜାଇନର ଲୁକ୍‌ ଦେବା ସହିତ ଟଙ୍କା ମଧ୍ୟ ବଞ୍ଚାଇପାରିବେ।
ଆଜିକାଲିର ଜେନେରେଶନ ଧ୍ୟାନରେ ରଖି ଏପରି ଓ୍ବାଲ୍‌ପେପର ଲଞ୍ଚ କରାଯାଇଛି। ଏହାର ମେଟାଲିକ୍‌ କଲର ଇଫେକ୍ଟ ସମସ୍ତଙ୍କୁ ବହୁତ ପସନ୍ଦ ଆସିଥାଏ। ଆପଣ ଯେଉଁ ଓ୍ବାଲ୍‌ପେପର ବ୍ୟବହାର କରୁଛନ୍ତି ତାହା ଯେମିତି ଓ୍ବାସେବଲ ହେବା ଆବଶ୍ୟକ। ଓ୍ବାସେବଲ ଓ୍ବାଲ୍‌ପେପର ଅଧିକ ଦିନ ପର୍ଯ୍ୟନ୍ତ ସୁନ୍ଦର ଦେଖାଯାଇଥାଏ। କୌଣସି ଶାମ୍ପୋ ପାଣି ଏବଂ କପଡ଼ା ସାହାଯ୍ୟରେ ଏହାକୁ ସଫା କରାଯାଇଥାଏ। କିଚେନ୍‌, ବାଥରୁମ୍‌ ଭଳି ସ୍ଥାନ ଓଦାଳିଆ ରହିଥାଏ। ଏହା ସହ କାନ୍ଥରେ ପାଣି, ବାମ୍ପ, ଅନ୍ୟ ତେଲ ଲାଗିବା ଦ୍ୱାରା ଏହା ତେଲିଆ ହେବା ଆଶଙ୍କା ଥାଏ। ଏଥିପାଇଁ ଏଠାରେ ଓ୍ବାସେବଲ ଓ୍ବାଲ୍‌ପେପରର ବ୍ୟବହାର କରିବା ଦ୍ୱାରା ଏହାକୁ ସହଜରେ ଧୁଆଯାଇପାରିବ।