Posted inଜାତୀୟ

ଭାରତକୁ ସତର୍କ ସୂଚନା: ଅବୈଧ ମାଂସ ବଜାର ଯୋଗୁ ନୂଆ ମହାମାରୀ ଆଶଙ୍କା

ନୂଆଦିଲ୍ଲୀ,୬।୭: ପ୍ରାଣୀଙ୍କ ସୁରକ୍ଷା ପାଇଁ ପୃଥିବୀରେ ଅଭିଯାନ ଜାରି ରଖିଥିବା ପେଟା(ପିପୁଲ୍ସ୍‌ ଅପ୍‌ ଦି ଇଥିକାଲ ଟ୍ରିଟ୍‌ମେଣ୍ଟ୍‌ ଅଫ୍‌ ଆନିମଲ୍ସ) ପକ୍ଷରୁ ଭାରତ ଲାଗି ସତର୍କ ସୂଚନା ଜାରି କରାଯାଇଛି। ଭାରତରେ ରହିଥିବା ଅବୈଧ ମାଂସ ବଜାର ଯୋଗୁ ଆଗାମୀ ଦିନରେ କରୋନା ଠାରୁ ଅଧିକ ଶକ୍ତିଶାଳୀ ନୂଆ ମହାମାରୀ ସଂକ୍ରମଣ ହେବାର ଆଶଙ୍କା ରହିଥିବା ପେଟା କହିଛି। ପେଟା ପକ୍ଷରୁ ଦେଶରେ ରହିଥିବା ଅବୈଧ ମାଂସ ବଜାରର ଭିଡ଼ିଓ ଫୁଟେଜ୍‌ ମଧ୍ୟ ଜାରି କରାଯାଇଛି। ଭାରତର ଦିଲ୍ଲୀ, ପଶ୍ଚିମବଙ୍ଗ, ନାଗାଲାଣ୍ଡ ଏବଂ ମଣିପୁରର ବହୁ ଅଞ୍ଚଳରେ ଏଭଳି ବଜାର ରହିଥିବା ପେଟା କହିଛି। ସଚେତନ ନ ହେଲେ ଚାଇନାର ଉହାନ ଭଳି ସ୍ଥିତି ଭାରତରେ ମଧ୍ୟ ହୋଇପାରେ। ପେଟା ପକ୍ଷରୁ ଜାରି କରାଯାଇଥିବା ଭିଡ଼ିଓରେ ଦିଲ୍ଲୀର ଗାଜିପୁର ସ୍ଥିତ ଚିକେନ ବଜାରର ଦୃଶ୍ୟ ରହିଛି। ସେହିପରି ପଶ୍ଚିମବଙ୍ଗର ମଲାଂଛା ବଜାର ଏବଂ ନାଗାଲାଣ୍ଡର ଦିମାପୁର ସ୍ଥିତ କୀଟ ବଜାରର ଦୃଶ୍ୟ ଏଥିରେ ରହିଛି। ମଣିପୁରର ନୁତେ ଏବଂ ଚୁଡ଼ାଚନ୍ଦପୁର ବଜାରର ଦୃଶ୍ୟ ମଧ୍ୟ ଏଥିରେ ରହିଛି। ପେଟା ଇଣ୍ଡିଆର ଆଉଟ୍‌ରିଚ୍‌ କୋର୍ଡିନେଟର ଡ.କିରଣ ଆହୁଜା ସତର୍କ ସୂଚନା ଦେଇଛନ୍ତି ଯେ, ଏଭଳି ଅବୈଧ ମାଂସ ବଜାର ଯୋଗୁ ପରିସ୍ଥିତି କରୋନା ମହାମାରୀଠାରୁ ଅଧିକ ଭୟଙ୍କର ହେବାର ଆଶଙ୍କା ରହିଛି। ଏନେଇ କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ, ପରିବେଶ ମନ୍ତ୍ରଣାଳୟ, ପ୍ରାଣୀ ସମ୍ପଦ ବିଭାଗ, ଦୁଗ୍ଧ ଏବଂ ମତ୍ସ୍ୟ ବିଭାଗକୁ ପେଟା ପକ୍ଷରୁ ଚିଠି ଲେଖାଯାଇଛି। ଏସବୁ ଅବୈଧ ମାଂସ ବଜାରକୁ ବନ୍ଦ କରିବାକୁ ଚିଠିରେ ପରାମର୍ଶ ଦିଆଯାଇଥିବା କିରଣ ଆହୁଜା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri