Posted inଜାତୀୟ

ଆଗକୁ ବଢ଼ିବ ତାତି: ଭାରତ ପାଇଁ ସତର୍କ ସୂଚନା…

ନୂଆଦିଲ୍ଲୀ,୪।୩ : ବିଶ୍ୱ ପାଣିପାଗ ସଂଗଠନ (ଡବ୍ଲୁଏମଓ) ଚେତାବନୀ ଦେଇଛି ଯେ ଏକ କିମ୍ବା ଦୁଇ ମାସ ମଧ୍ୟରେ ଏଲ ନିନୋ ସକ୍ରିୟ ହେବା ସହିତ ସମଗ୍ର ବିଶ୍ୱରେ ତାତି ବୃଦ୍ଧି ପାଇବ। ବିଶେଷକରି ଭାରତ ଭଳି ଦେଶରେ ତାତି ଏକ ଭୟଙ୍କର ରୂପ ନେବ। ଡବ୍ଲୁଏମଓ ସେକ୍ରେଟେରୀ ଜେନେରାଲ ପେଟେରି ତାଲସ କହିଛନ୍ତି ଯେ ବିଶ୍ୱ ଖୁବ ଶୀଘ୍ର ଏଲ ନିନୋ ଦ୍ୱାରା କବଳିତ ହେବ। ଫଳରେ ପ୍ରବଳ ତାତି ଯୋଗୁ ପୃଥିବୀରେ ହାହାକାର ସୃଷ୍ଟି ହେବାର ଆଶଙ୍କା ରହିଛି। ଏନେଇ ଡବ୍ଲୁଏମଓ ପକ୍ଷରୁ ଚେତାବନୀ ଜାରି କରାଯାଇଛି।

ତାଲସ କହିଛନ୍ତି ଯେ ଗତ ଆଠ ବର୍ଷ ଧରି ଚାଲିଆସୁଥିବା ଟ୍ରିପଲ ଡିପ ଲା ନିନା ଶେଷ ହେବାକୁ ଯାଉଛି, ଯେଉଁ କାରଣରୁ ବିଶ୍ୱ ତାପମାତ୍ରା ବୃଦ୍ଧିରେ ଏକ ଅସ୍ଥାୟୀ ବ୍ରେକ ରହିଥିଲା। ବର୍ତ୍ତମାନର ଲା-ନିନା ସେପ୍ଟେମ୍ବର ୨୦୨୦ଠାରୁ ରହିଆସିଛି।

ଡବ୍ଲୁଏମଓ କହିଛି ଯେ ଚଳିତ ବର୍ଷ ମାର୍ଚ୍ଚରୁ ମେ ମଧ୍ୟରେ ଏଲ-ନିନୋ ଯୋଗୁ ସାଉଥ ଓସିଲିଏସନର ଅବସ୍ଥା ସୃଷ୍ଟି ହେବ। ଏହାପୂର୍ବରୁ ୨୦୧୬ରେ, ଏଲ-ନିନୋ ସ୍ଥିତି ସୃଷ୍ଟି ହୋଇଥିଲା ଏବଂ ଏହା ସବୁଠୁ ଉତ୍ତପ୍ତ ବର୍ଷ ହୋଇଥିଲା। କିନ୍ତୁ, ବର୍ତ୍ତମାନ ୨୦୧୬ର ରେକର୍ଡ ଭାଙ୍ଗିପାରେ। ବିଶେଷକରି ଜଳବାୟୁ ପରିବର୍ତ୍ତନ ହେତୁ ବିଶ୍ୱର ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି।

ଏଲ-ନିନୋ ଏବଂ ଲା-ନିନା ହେଉଛି ପ୍ରାକୃତିକ ଘଟଣା, ଯାହା ବିଶ୍ୱ ଜଳବାୟୁ ପ୍ରଣାଳୀର ଏକ ପ୍ରାକୃତିକ ଅଂଶ । ପ୍ରଶାନ୍ତ ମହାସାଗରର ସାଧାରଣ ଅବସ୍ଥାରେ ଏବଂ ଏହା ଉପରେ ଥିବା ବାୟୁମଣ୍ଡଳରେ ପରିବର୍ତ୍ତନ ଆସିବାବେଳେ ଏହି ଘଟଣା ଘଟେ। କେନ୍ଦ୍ରୀୟ ଏବଂ ପୂର୍ବ ପ୍ରଶାନ୍ତ ମହାସାଗରର ଭୂପୃଷ୍ଠର ତାପମାତ୍ରା ଟ୍ରପିକାଲ ଅଞ୍ଚଳରେ ସ୍ବାଭାବିକଠାରୁ ୪ରୁ ୫ ଡିଗ୍ରୀ ସେଲସିୟସ ଅଧିକ ହେଲେ ଏଲ ନିନୋ ଅବସ୍ଥା ସୃଷ୍ଟି ହୁଏ । ଯେତେବେଳେ କି, ଏକ ଲା ନିନାରେ, ଶକ୍ତିଶାଳୀ ବାଣିଜ୍ୟ ପବନ ଆମେରିକାର ପଶ୍ଚିମ ଉପକୂଳରୁ ଉଷ୍ମ ଜଳକୁ ଏସିଆ ଆଡକୁ ଠେଲିଦିଏ, ଯାହାଦ୍ୱାରା ଶୀତଳ ସମୁଦ୍ର ଜଳ ଯୋଗୁ ବିଶ୍ୱ ତାପମାତ୍ରା ହ୍ରାସ ପାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026 ପୂର୍ବରୁ CSKକୁ ବଡ଼ ଝଟକା!

ନୂଆଦିଲ୍ଲୀ,୩୦।୧୨:ଝାଡ଼ଖଣ୍ଡ ଏବଂ ପୁଡୁଚେରୀ ବିଜୟ ହଜାରେ ଟ୍ରଫି ୨୦୨୫-୨୫ର ଗ୍ରୁପ ପର୍ଯ୍ୟାୟରେ ସୋମବାର, ଡିସେମ୍ବର ୨୯, ୨୦୨୫ରେ ମୁହାଁମୁହିଁ ହୋଇଥିଲେ, ଯେଉଁଥିରେ ଝାଡ଼ଖଣ୍ଡ ୧୨୩ ରନର...

୧୩ ଦିନ ହେବ କୁଆଡ଼େ ପଳାଇଛନ୍ତି ଓଁକାର: ଚିନ୍ତାରେ ପରିବାର

ନୂଆପଡ଼ା/କୋମନା,୩୦।୧୨(ମକାରୁ ବେମାଲ/ ମହେଶ ବାଗ):ନୂଆପଡା ଜିଲା କୋମନା ଥାନା ଜେଠୁପାଲି ଗାଁର ଓଁକାର ତାଣ୍ଡି (୨୩) ଗତ ବୁଧବାର ୧୭ ତାରିଖ ରାତି ୮ରୁ ନିଖୋଜ...

ଗୌତମ ଗମ୍ଭୀରଙ୍କର ହେବ ନାହିଁ କୌଣସି କ୍ଷତି, ସମର୍ଥନରେ ବାହାରିଲେ ବିସିସିଆଇ ଅଧିକାରୀ

ନୂଆଦିଲ୍ଲୀ,୩୦।୧୨: ଘରୋଇ ଟେଷ୍ଟ ସିରିଜରେ ବିପର୍ଯ୍ୟୟଜନକ ପରାଜୟ ପରେ, ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି। ରିପୋର୍ଟରେ ଏହା ମଧ୍ୟ...

ସରକାରଙ୍କ ନିକଟରେ ନେହୁରା ହେଲେ ନିରଞ୍ଜନ: ମାଗିଲେ ସହାୟତା

ଦାରିଙ୍ଗବାଡି, ୩୦।୧୨ (ଅରୁଣ ସାହୁ ): କିଛି କରିବାର ଇଚ୍ଛା ଅନେକ ହେଲେ ବାଧକ ସାଜିଛି ଅର୍ଥ। ଗୋପାଳନ, ଛେଳି ଲାଳନପାଳନ କରି ପରିବାର ପ୍ରତିପୋଷଣ...

କିଏ ଥିଲେ ଖାଲେଦା ଜିଆଙ୍କ ସ୍ବାମୀ ଜିଆ ଉର ରେହମାନ? ପାକିସ୍ତାନୀ ସେନା ବିରୋଧରେ ବିଦ୍ରୋହ, ପରେ ବିଏନପି ଗଠନ, ଶେଷରେ…

ଡାକା,୩୦।୧୨: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ଦେହାନ୍ତ ହୋଇଛି। ସେ ଅନେକ ରୋଗ ସହିତ ଲଢୁଥିଲେ। ଉଲ୍ଲେଖନୀୟ ଯେ ତାଙ୍କ ମୃତ୍ୟୁର କିଛି ଦିନ...

ଖୁବ ଷ୍ଟାଇଲିସ ଥିଲେ ଖାଲେଦା ଜିଆ, ହାଲ୍‌କା ଶାଢିକୁ ବଡ଼ ବଡ଼ ସନ୍‌ଗ୍ଲାସ, ପୂରା ସାଉଥ ଏସିଆର ଚର୍ଚ୍ଚିତ ଷ୍ଟାଇଲ ଥିଲା…

ଢାକା,୩୦।୧୨: ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଏବଂ ବିଏନପି ମୁଖ୍ୟ ଖାଲେଦା ଜିଆଙ୍କୁ ପ୍ରାୟତଃ ରାଜନୀତି, ସଂଘର୍ଷ ଏବଂ ଶକ୍ତିର ପ୍ରତୀକ ଭାବରେ ଦେଖାଯାଏ। ତଥାପି, ତାଙ୍କର...

ବାରଙ୍ଗ ଅତିରିକ୍ତ ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍, ଏକକାଳୀନ ୪ଟି ସ୍ଥାନରେ ଚଢାଉ

ଭୁବନେଶ୍ବର,୩୦।୧୨: ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢାଉ  କରିଛି । ବେଆଇନ ସମ୍ପତ୍ତି...

Khaleda Zia Death: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କର ଭାରତ ସହ ଥିଲା କ’ଣ କନ୍ସେନ? ଜାଣନ୍ତୁ…

ଢାକା,୩୦।୧୨: ବାଂଲାଦେଶ ରାଜନୀତିର ଜଣେ ପ୍ରବୀଣ ବ୍ୟକ୍ତିତ୍ୱ ଏବଂ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କର ମଙ୍ଗଳବାର (ଡିସେମ୍ବର ୩୦, ୨୦୨୫)ରେ ୮୦ ବର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri