Posted inଜାତୀୟ

ଆଗକୁ ବଢ଼ିବ ତାତି: ଭାରତ ପାଇଁ ସତର୍କ ସୂଚନା…

ନୂଆଦିଲ୍ଲୀ,୪।୩ : ବିଶ୍ୱ ପାଣିପାଗ ସଂଗଠନ (ଡବ୍ଲୁଏମଓ) ଚେତାବନୀ ଦେଇଛି ଯେ ଏକ କିମ୍ବା ଦୁଇ ମାସ ମଧ୍ୟରେ ଏଲ ନିନୋ ସକ୍ରିୟ ହେବା ସହିତ ସମଗ୍ର ବିଶ୍ୱରେ ତାତି ବୃଦ୍ଧି ପାଇବ। ବିଶେଷକରି ଭାରତ ଭଳି ଦେଶରେ ତାତି ଏକ ଭୟଙ୍କର ରୂପ ନେବ। ଡବ୍ଲୁଏମଓ ସେକ୍ରେଟେରୀ ଜେନେରାଲ ପେଟେରି ତାଲସ କହିଛନ୍ତି ଯେ ବିଶ୍ୱ ଖୁବ ଶୀଘ୍ର ଏଲ ନିନୋ ଦ୍ୱାରା କବଳିତ ହେବ। ଫଳରେ ପ୍ରବଳ ତାତି ଯୋଗୁ ପୃଥିବୀରେ ହାହାକାର ସୃଷ୍ଟି ହେବାର ଆଶଙ୍କା ରହିଛି। ଏନେଇ ଡବ୍ଲୁଏମଓ ପକ୍ଷରୁ ଚେତାବନୀ ଜାରି କରାଯାଇଛି।

ତାଲସ କହିଛନ୍ତି ଯେ ଗତ ଆଠ ବର୍ଷ ଧରି ଚାଲିଆସୁଥିବା ଟ୍ରିପଲ ଡିପ ଲା ନିନା ଶେଷ ହେବାକୁ ଯାଉଛି, ଯେଉଁ କାରଣରୁ ବିଶ୍ୱ ତାପମାତ୍ରା ବୃଦ୍ଧିରେ ଏକ ଅସ୍ଥାୟୀ ବ୍ରେକ ରହିଥିଲା। ବର୍ତ୍ତମାନର ଲା-ନିନା ସେପ୍ଟେମ୍ବର ୨୦୨୦ଠାରୁ ରହିଆସିଛି।

ଡବ୍ଲୁଏମଓ କହିଛି ଯେ ଚଳିତ ବର୍ଷ ମାର୍ଚ୍ଚରୁ ମେ ମଧ୍ୟରେ ଏଲ-ନିନୋ ଯୋଗୁ ସାଉଥ ଓସିଲିଏସନର ଅବସ୍ଥା ସୃଷ୍ଟି ହେବ। ଏହାପୂର୍ବରୁ ୨୦୧୬ରେ, ଏଲ-ନିନୋ ସ୍ଥିତି ସୃଷ୍ଟି ହୋଇଥିଲା ଏବଂ ଏହା ସବୁଠୁ ଉତ୍ତପ୍ତ ବର୍ଷ ହୋଇଥିଲା। କିନ୍ତୁ, ବର୍ତ୍ତମାନ ୨୦୧୬ର ରେକର୍ଡ ଭାଙ୍ଗିପାରେ। ବିଶେଷକରି ଜଳବାୟୁ ପରିବର୍ତ୍ତନ ହେତୁ ବିଶ୍ୱର ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି।

ଏଲ-ନିନୋ ଏବଂ ଲା-ନିନା ହେଉଛି ପ୍ରାକୃତିକ ଘଟଣା, ଯାହା ବିଶ୍ୱ ଜଳବାୟୁ ପ୍ରଣାଳୀର ଏକ ପ୍ରାକୃତିକ ଅଂଶ । ପ୍ରଶାନ୍ତ ମହାସାଗରର ସାଧାରଣ ଅବସ୍ଥାରେ ଏବଂ ଏହା ଉପରେ ଥିବା ବାୟୁମଣ୍ଡଳରେ ପରିବର୍ତ୍ତନ ଆସିବାବେଳେ ଏହି ଘଟଣା ଘଟେ। କେନ୍ଦ୍ରୀୟ ଏବଂ ପୂର୍ବ ପ୍ରଶାନ୍ତ ମହାସାଗରର ଭୂପୃଷ୍ଠର ତାପମାତ୍ରା ଟ୍ରପିକାଲ ଅଞ୍ଚଳରେ ସ୍ବାଭାବିକଠାରୁ ୪ରୁ ୫ ଡିଗ୍ରୀ ସେଲସିୟସ ଅଧିକ ହେଲେ ଏଲ ନିନୋ ଅବସ୍ଥା ସୃଷ୍ଟି ହୁଏ । ଯେତେବେଳେ କି, ଏକ ଲା ନିନାରେ, ଶକ୍ତିଶାଳୀ ବାଣିଜ୍ୟ ପବନ ଆମେରିକାର ପଶ୍ଚିମ ଉପକୂଳରୁ ଉଷ୍ମ ଜଳକୁ ଏସିଆ ଆଡକୁ ଠେଲିଦିଏ, ଯାହାଦ୍ୱାରା ଶୀତଳ ସମୁଦ୍ର ଜଳ ଯୋଗୁ ବିଶ୍ୱ ତାପମାତ୍ରା ହ୍ରାସ ପାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri